Congo Ebola Death / କଙ୍ଗୋରେ ଇବୋଲା ତାଣ୍ଡବ; ୮୦ ମୃତ, ଚିନ୍ତାରେ ପଡ଼ୋଶୀ
·4 months ago·2 min read

Key Points
ଆଫ୍ରିକା ରୋଗ ନିୟନ୍ତ୍ରଣ ଏବଂ ପ୍ରତିକାର କେନ୍ଦ୍ର କହିଛି ଇବୋଲା ସଂକ୍ରମଣର ମୁକାବିଲା କରିବ ପାଇଁ କଙ୍ଗୋ, ଉଗାଣ୍ଡା, ଦକ୍ଷିଣ ସୁଡାନ ଏବଂ ବୈଶ୍ୱିକ ଅଂଶୀଦାରଙ୍କ ସହିତ ଏକ ଜରୁରୀକାଳୀନ ବୈଠକ ଡକାଯାଇଛି।
Ebola Death Congo 2026: ଆଫ୍ରିକୀୟ ଦେଶ କଙ୍ଗୋରେ ତାଣ୍ଡବ ମଚାଇଛି ଇବୋଲା। ଏନେଇ ଦେଶର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ଶୁକ୍ରବାର ବିଳମ୍ବିତ ରାତିରେ ପୂର୍ବ ଇଟୁରି ପ୍ରଦେଶରେ ଇବୋଲା କାରଣରୁ ୮୦ ଜଣଙ୍କ ମୃତ୍ୟୁ ହୋଇଛି। ସ୍ୱାସ୍ଥ୍ୟ ମନ୍ତ୍ରୀ ସାମୁଏଲ୍ ରୋଜର୍ କାମ୍ବା ମୁଲାମ୍ବା ଏକ ବିବୃତ୍ତିରେ କହିଛନ୍ତି ଯେ ଗୁରୁବାର କରାଯାଇଥିବା ପରୀକ୍ଷାରୁ ରୱାମ୍ପାରା, ମୋଙ୍ଗୱାଲୁ ଏବଂ ବୁନିଆ ସ୍ୱାସ୍ଥ୍ୟ କ୍ଷେତ୍ରରେ ଇବୋଲା ଭାଇରସ୍ ର ବୁଣ୍ଡିବୁଗ୍ୟା ଷ୍ଟ୍ରେନ୍ ର ଆଠଟି ମାମଲା ନିଶ୍ଚିତ ହୋଇଛି।
କଙ୍ଗୋ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କହିଛି ଯେ ଏପର୍ଯ୍ୟନ୍ତ ଇବୋଲା ଭାଇରସ୍ ର ୨୪୬ଟି ସନ୍ଦିଗ୍ଧ ମାମଲା ରିପୋର୍ଟ ହୋଇଛି। ସନ୍ଦିଗ୍ଧ ମାମଲା ମଧ୍ୟରୁ ଜଣେ ନର୍ସ ରହିଥିଲେ। ଯିଏ ବୁନିଆ ସ୍ଥିତ ଇଭାଞ୍ଜେଲିକାଲ୍ ମେଡିକାଲ୍ ସେଣ୍ଟର ଠାରେ ଜ୍ୱର, ରକ୍ତସ୍ରାବ, ବାନ୍ତି ଏବଂ ଅତ୍ୟଧିକ ଦୁର୍ବଳତା ଭଳି ଲକ୍ଷଣ ଅନୁଭବ କରିବା ପରେ ପ୍ରାଣ ହରାଇଥିଲେ।
ସତର୍କ ହୋଇଉଠିଲା ଦକ୍ଷିଣ ସୁଡ଼ାନ
କଙ୍ଗୋର ପଡ଼ୋଶୀ ଦେଶ ଦକ୍ଷିଣ ସୁଡ଼ାନ୍ ସରକାର କହିଛନ୍ତି ଯେ କଙ୍ଗୋରେ ସୃଷ୍ଟି ହୋଇଥିବା ପରିସ୍ଥିତିର ପ୍ରତିକ୍ରିୟାରେ ଜନସ୍ୱାସ୍ଥ୍ୟ ଜରୁରୀକାଳୀନ ଅପରେସନ୍ ସେଣ୍ଟର ସକ୍ରିୟ କରାଯାଇଛି। ମହାମାରୀ ଏବଂ ପରୀକ୍ଷାଗାର ନିରୀକ୍ଷଣକୁ ସୁଦୃଢ଼ କରାଯାଇଛି। ଏପରିକି ସ୍ୱାସ୍ଥ୍ୟକର୍ମୀଙ୍କ ଦଳକୁ ନିୟୋଜନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।
ଏହା ସହ ପଢନ୍ତୁ: ଲକ୍ଷଣ ଦେଖାଯିବାର ୩ ଦିନରେ ହୋଇ ଯାଉଛି ମୃତ୍ୟୁ; ଜାଣନ୍ତୁ କେତେ ପ୍ରାଣଘାତୀ 'ଇବୋଲା' ଭୂତାଣୁ?
ଇବୋଲା ପାଇଁ ଚିନ୍ତିତ ଆଫ୍ରିକୀୟ ଦେଶ
ଆଫ୍ରିକା ରୋଗ ନିୟନ୍ତ୍ରଣ ଏବଂ ପ୍ରତିକାର କେନ୍ଦ୍ର (Africa Centres For Disease Control and Prevention) ଏକ ବିବୃତ୍ତିରେ କହିଛି ଯେ ସୀମାପାର ନଜର, ପ୍ରସ୍ତୁତି ଏବଂ ପ୍ରତିକ୍ରିୟା ପ୍ରୟାସକୁ ସୁଦୃଢ଼ କରିବା ପାଇଁ କଙ୍ଗୋ, ଉଗାଣ୍ଡା, ଦକ୍ଷିଣ ସୁଡାନ ଏବଂ ବୈଶ୍ୱିକ ଅଂଶୀଦାରଙ୍କ ସହିତ ଏକ ଜରୁରୀକାଳୀନ ବୈଠକ ଡକାଯାଇଛି। ଏଜେନ୍ସି କହିଛି ଯେ ମୁଖ୍ୟତଃ ମୋଙ୍ଗୱାଲୁ ଏବଂ ରୱାମ୍ପାରା ସ୍ୱାସ୍ଥ୍ୟ ଜୋନ୍ ରେ ମୃତ୍ୟୁ ଏବଂ ସନ୍ଦିଗ୍ଧ ମାମଲା ରିପୋର୍ଟ କରାଯାଇଛି। ଯେତେବେଳେ ପରୀକ୍ଷାଗାର-ନିଶ୍ଚିତ ମାମଲା ମଧ୍ୟରେ ୪ ଜଣଙ୍କ ମୃତ୍ୟୁ ହୋଇଥିବାର ରେକର୍ଡ କରାଯାଇଛି। ପ୍ରାଦେଶିକ ରାଜଧାନୀ ବୁନିଆ ଠାରେ ମଧ୍ୟ ସନ୍ଦିଗ୍ଧ ମାମଲା ରିପୋର୍ଟ କରାଯାଇଛି।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଏହା ସହ ପଢନ୍ତୁ: ଏହି ଜାହାଜ ଏବେ ୨୩ ଦେଶ ପାଇଁ ମୃତ୍ୟୁ ହୋଇ ଆସୁଛି
ଚିନ୍ତା ବଢାଉଛି ନୂତନ ଷ୍ଟ୍ରେନ
ଏଜେନ୍ସି କହିଛି ଯେ ପ୍ରାଥମିକ ତଦନ୍ତରୁ ଜଣାପଡୁଛି ଯେ ଭାଇରସ୍ ଜୈରେ ଷ୍ଟ୍ରେନ୍ ରୁ ଉତ୍ପତ୍ତି ହୋଇନାହିଁ। ଏହାର ବୈଶିଷ୍ଟ୍ୟ ନିର୍ଣ୍ଣୟ କରିବା ପାଇଁ କ୍ରମିକ ପ୍ରକ୍ରିୟା ଜାରି ରହିଛି। କଙ୍ଗୋର ଭାଇରଲୋଜିଷ୍ଟ ଜିନ୍-ଜ୍ୟାକ୍ସ୍ ମୁୟେମ୍ବେ (ଯିଏ ଇବୋଲା ଭାଇରସ୍ ର ସହ-ଆବିଷ୍କାରକ ରହିଥିଲେ ଏବଂ କିନସାସା ସ୍ଥିତ ନ୍ୟାସନାଲ୍ ଇନଷ୍ଟିଚ୍ୟୁଟ୍ ଅଫ୍ ବାୟୋମେଡିକାଲ୍ ରିସର୍ଚ୍ଚର ମୁଖ୍ୟ ଥିଲେ) ରଏଟର୍ସ ସହ କଥାବାର୍ତ୍ତା କହିଛନ୍ତି ଯେ କଙ୍ଗୋରେ ପୂର୍ବରୁ ହୋଇଥିବା ୧୬ ପ୍ରକୋପ ମଧ୍ୟରୁ ଗୋଟିଏ ବ୍ୟତୀତ ସମସ୍ତ ଜୈରେ ଷ୍ଟ୍ରେନ୍ ଦ୍ୱାରା ହୋଇଥିଲା। ଏକ ଭିନ୍ନ ପ୍ରକାରର ଚିହ୍ନଟ ପ୍ରତିକ୍ରିୟାକୁ ଜଟିଳ କରିବ। କାରଣ ଜୈରେ ଷ୍ଟ୍ରେନ ପାଇଁ ଚିକିତ୍ସା ଏବଂ ଟିକା ବିକଶିତ ହୋଇସାରିଛି

Related Topics
Explore more stories
Congo Ebola Death 2026Ebola Death Congo 2026Congo Ebola outbreak 2026Ebola kills 80 in CongoBundibugyo Ebola virus strainDRC Ebola Ituri provinceUganda Ebola border alertAfrica CDC Ebola emergency meeting 2026Ebola cases in Bunia CongoIs there a vaccine for Bundibugyo EbolaDemocratic Republic of Congo health crisisEast Africa Ebola transmission risk