Great Wall of China / ଭୁଶୁଡ଼ିବାରେ ଲାଗିଛି ଚୀନ୍ ର ବିଶ୍ୱ ପ୍ରସିଦ୍ଧ ବିଶାଳ ପ୍ରାଚୀର; କିଏ-କେବେ କାହିଁକି କରିଥିଲେ ଏହାର ନିର୍ମାଣ?
·1 hour ago·3 min read

Key Points
ସ୍ଥାନୀୟ ଅଧିକାରୀ ଆଖପାଖ ଅଞ୍ଚଳରେ ପରିବେଶ ପୁନରୁଦ୍ଧାର କାର୍ଯ୍ୟ କରିବା ସହିତ ଜରୁରୀକାଳୀନ ମରାମତି ଏବଂ ଭିତ୍ତିଭୂମି ସୁଦୃଢ଼ୀକରଣ କରିବାକୁ କହିଥିଲେ।
ପ୍ରାଚୀନ କାଳରେ ଚୀନୀ ଶାସକ ସେମାନଙ୍କ ସାମ୍ରାଜ୍ୟକୁ ସୁରକ୍ଷା ଦେବା ପାଇଁ ନିର୍ମାଣ କରିଥିଲେ ବିଶ୍ୱ ପ୍ରସିଦ୍ଧ ଐତିହାସିକ ବିଶାଳ ପ୍ରାଚୀର। ଚୀନ୍ ସମ୍ରାଟ କିନ୍ ଶି ହୁଆଙ୍ଗ ଏହାର ନିର୍ମାଣ କରିଥିବାର କୁହାଯାଏ। ଏହି ପ୍ରାଚୀର ହାନ୍ ରାଜବଂଶ ଶାସନ ସମୟରେ ନିର୍ମିତ ହୋଇଥିଲା। ମିଙ୍ଗ୍ ରାଜବଂଶ (୧୩୬୮-୧୬୪୪) ଶାସନ ସମୟରେ ଏହାର ନିର୍ମାଣ କାର୍ଯ୍ୟ ସମାପ୍ତ ହୋଇଥିଲା। ଯାହା ବିଶ୍ୱର ସର୍ବବୃହତ ସାମରିକ ଭିତ୍ତିଭୂମି ମଧ୍ୟ କୁହାଯାଏ। ଯାହା ଉତ୍ତର ଚୀନ୍ ରେ ପ୍ରାୟ ୨୧,୦୦୦ କିଲୋମିଟର (୧୩,୦୦୦ ମାଇଲ) ପର୍ଯ୍ୟନ୍ତ ବ୍ୟାପିଛି। ଚୀନ୍ ର ସବୁଠାରୁ ପ୍ରସିଦ୍ଧ ବିଶ୍ୱ ସାଂସ୍କୃତିକ ଐତିହ୍ୟ ସ୍ଥଳ ଏବଂ ଚୀନ୍ ସଭ୍ୟତାର ପ୍ରତୀକ ଭାବରେ, ଏହି ପ୍ରାଚୀର ବୈଶ୍ୱିକ ପର୍ଯ୍ୟଟନ କ୍ଷେତ୍ରରେ ଏକ ପ୍ରମୁଖ ଆକର୍ଷଣ।
ରାଜଧାନୀ ବେଜିଂ ଚାରିପାଖରେ ଏହାର କିଛି ଅଂଶ, ବିଶେଷକରି ବାଡା ଲିଙ୍ଗ ଏବଂ ମୁଟିଆନ୍ୟୁ, ସବୁଠାରୁ ଲୋକପ୍ରିୟ। ବିଶ୍ୱର ଦେଶର ରାଷ୍ଟ୍ରମୁଖ୍ୟ ଚୀନ୍ ଗସ୍ତ କରିବା ଅବସରରେ ଏହି ପରିଦର୍ଶନ କରିଥାନ୍ତି। ଏଠାରେ ଅନେକ ଦେଶର ରାଷ୍ଟ୍ରମୁଖ୍ୟଙ୍କ ସହ ବିଭିନ୍ନ କୂଟନୈତିକ ଆଲୋଚନା ମଧ୍ୟ ହୋଇଛି।
ଚୀନ୍ ରେ ଅବସ୍ଥିତ ଏହି ଐତିହାସିକ ପ୍ରାଚୀର ବିଶ୍ୱର ଅନେକ ଦେଶର ନେତା ଏବଂ ସେମାନଙ୍କ ପରିବାରଙ୍କୁ ସ୍ୱାଗତ କରିଛି। ଯେଉଁଥିରେ ଋଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁତିନ, ପୂର୍ବତନ ଆମେରିକା ରାଷ୍ଟ୍ରପତି ବାରାକ ଓବାମା ଏବଂ ତାଙ୍କ ପତ୍ନୀ ମିଶେଲ ଏବଂ ଆମେରିକାର ପ୍ରଥମ ମହିଳା ମେଲାନିଆ ଟ୍ରମ୍ପ ମଧ୍ୟ ସାମିଲ ଅଛନ୍ତି। ଗତ ୨୦୧୭ ରେ, ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସରକାରୀ ଗସ୍ତ ସମୟରେ, ଆମେରିକାର ପ୍ରଥମ ମହିଳା ମୁତିୟାନ୍ୟୁ ପରିଦର୍ଶନ କରିଥିଲେ। ଚଳିତ ବର୍ଷ ମେ ମାସରେ, ରାଷ୍ଟ୍ରପତି ଟ୍ରମ୍ପଙ୍କ ପୁଅ ଏରିକ୍ ଏବଂ ପୁତ୍ରବଧୂ ଲାରା ମଧ୍ୟ ଏହି ଐତିହାସିକ ସ୍ଥାନ ପରିଦର୍ଶନ କରିଥିଲେ।
କାହିଁକି ଭୁଶୁଡ଼ିବାରେ ଲାଗିଛି ଏହି ପ୍ରମୁଖ ଐତିହ୍ୟସ୍ଥଳ?
ଏକ ଦୂରବର୍ତ୍ତୀ ଅଞ୍ଚଳରେ ଅବସ୍ଥିତ ଏହି ମହାନ ପ୍ରାଚୀରର "ଗୁଓଜିୟାୟାଓ" ଅଂଶ (The Guojiao section of the Great Wall) ଅବହେଳା ଏବଂ ଭଙ୍ଗାରୁଜାର ଶିକାର ହେଉଛି। ଏହି ପ୍ରାଚୀରକୁ ସୁରକ୍ଷା ଦେବା ପାଇଁ ଗତ ୨୦୦୬ ରେ ଏକ ଆଇନ ମଧ୍ୟ ପ୍ରଣୟନ କରାଯାଇଥିଲା। ଚୀନୀ ସରକାରୀ ପ୍ରସାରଣକାରୀ ସିସିଟିଭି ପକ୍ଷରୁ ପ୍ରକାଶିତ ଏକ ରିପୋର୍ଟ ଅନୁଯାୟୀ, ପ୍ରାୟ ୨୦ ବର୍ଷ ଧରି ଶାନସି ପ୍ରଦେଶର ନିଙ୍ଗୱୁ କାଉଣ୍ଟି ଠାରେ ପ୍ରାଚୀରର ଏକ ଅଂଶକୁ ସ୍ଲାଗ୍ (ଖଣି ବର୍ଜ୍ୟବସ୍ତୁ) ପକାଇବା ପାଇଁ ଏକ ବିକଳ୍ପ ଭାବରେ ବ୍ୟବହାର କରାଯାଉଥିଲା। ଯଦିଓ ଏହି ଘଟଣା ସମ୍ପର୍କରେ ବାରମ୍ବାର ସ୍ଥାନୀୟ କର୍ତ୍ତୃପକ୍ଷଙ୍କୁ ଅବଗତ କରାଯାଇଥିଲା।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଏହି ରିପୋର୍ଟ ମାଧ୍ୟମରେ କୁହାଯାଇଛି ଯେ ମହାନ ପ୍ରାଚୀରର "ଗୁଓଜିୟାୟାଓ" ଅଂଶ ଗତ ୨୦୦୬ ରୁ କ୍ଷତିଗ୍ରସ୍ତ ହେଲାଣି। ଯେତେବେଳେ ଏକ ଅଣଲାଇସେନ୍ସପ୍ରାପ୍ତ ଖଣି କମ୍ପାନୀ, ନିଙ୍ଗୱୁ ଚାଓକାଇ କୋଇଲା ଶିଳ୍ପ, ଖନନ ବର୍ଜ୍ୟବସ୍ତୁ ନିଷ୍କାସନ ପାଇଁ ପ୍ରାଚୀରର ଗଠନ ମାଧ୍ୟମରେ ଏକ ଗର୍ତ୍ତ ଖୋଳିଥିଲା। ଗତ ୨୦୧୩ ରେ, ଅନେକ ଖଣି ଦଳ ମିଶି ଶେଣ୍ଡା ଚାଓକାଇ କୋଇଲା ଶିଳ୍ପ ଗଠନ କରିଥିଲେ। ଲମ୍ବା ପାହାଡିଆ ପଥକୁ ଏଡ଼ାଇ ସ୍ଲାଗ୍ ଡମ୍ପିଂ ପାଇଁ ସମାନ ପଥ ବ୍ୟବହାର କରି ଚାଲିଥିଲା।
ଏହା ସହ ପଢନ୍ତୁ: କାହିଁକି ଡ୍ରାଗନ୍ ନାମରେ ନାମିତ ହେଲା ଚୀନ୍? କ'ଣ ରହିଛି ଏହା ପଛର କାହାଣୀ
୨୦୦୭ ରୁ ୨୦୨୬ ପର୍ଯ୍ୟନ୍ତ ଜାରି ରହିଥିଲା କାମ
ସିସିଟିଭି ରିପୋର୍ଟ କରିଛି ଯେ ୨୦୧୫ ପରଠାରୁ ସ୍ଥାନୀୟ କର୍ତ୍ତୃପକ୍ଷଙ୍କୁ ବାରମ୍ବାର ଅଭିଯୋଗ କରାଯିବା ପରେ, ସେମାନେ ଏହା ଉପରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନଥିଲେ। ଯାହା ଫଳରେ ପ୍ରାୟ ଦୁଇ ଦଶନ୍ଧି ଧରି ପ୍ରାଚୀରରେ ଭଙ୍ଗାରୁଜା ଜାରି ରହିଲା। ଏହାର କାନ୍ଥରେ ୬ ମିଟର (୧୯ ଫୁଟ) ଫାଟ ସୃଷ୍ଟି ହେଲା। ମହାନ ପ୍ରାଚୀର ସଂରକ୍ଷଣ ନିୟମ ଅନୁଯାୟୀ, ସାଂସ୍କୃତିକ ଐତିହ୍ୟ ଅଧିକାରୀ ସୂଚନା ପାଇବା ପରେ ତୁରନ୍ତ ପ୍ରତିରୋଧମୂଳକ ପଦକ୍ଷେପ ଗ୍ରହଣ କରିବା ଏବଂ ଉଚ୍ଚ କର୍ତ୍ତୃପକ୍ଷଙ୍କୁ କ୍ଷୟକ୍ଷତି ରିପୋର୍ଟ ପ୍ରଦାନ କରିବା ଆବଶ୍ୟକ। ଆଇନ ଅନୁଯାୟୀ ସୁରକ୍ଷା ପାଇଁ ଭୌତିକ ଚିହ୍ନ ସ୍ଥାପନ ମଧ୍ୟ ଆବଶ୍ୟକ। ହେଲେ ତଥାପି ରିପୋର୍ଟ ଅନୁଯାୟୀ ଗତ ୨୦୨୫ ପର୍ଯ୍ୟନ୍ତ "ଗୁଓଜିୟାୟାଓ" ଅଂଶରେ କୌଣସି ସୀମା ପୋଷ୍ଟ ସ୍ଥାପନ କରାଯାଇ ନଥିଲା।
ମଙ୍ଗଳବାର (ସେପ୍ଟମ୍ବର ୨୯) ନିଙ୍ଗୱୁ କାଉଣ୍ଟି ସରକାର ଏକ ଆନୁଷ୍ଠାନିକ ନୋଟିସ୍ ଜାରି କରି ଐତିହ୍ୟ କ୍ଷତି ଏବଂ ଅବୈଧ ସ୍ଲାଗ୍ ଡମ୍ପିଂ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାର ପ୍ରତିଶୃତି ଦେଇଥିଲେ। ସ୍ଥାନୀୟ ଅଧିକାରୀ ଆଖପାଖ ଅଞ୍ଚଳରେ ପରିବେଶ ପୁନରୁଦ୍ଧାର କାର୍ଯ୍ୟ କରିବା ସହିତ ଜରୁରୀକାଳୀନ ମରାମତି ଏବଂ ଭିତ୍ତିଭୂମି ସୁଦୃଢ଼ୀକରଣ କରିବାକୁ କହିଥିଲେ। କାଉଣ୍ଟି ଏହା ମଧ୍ୟ ନିଶ୍ଚିତ କରିଛି ଯେ ଅତୀତର ସରକାରୀ ଅବହେଳା ଏବଂ କର୍ତ୍ତବ୍ୟରେ ଅବହେଳାର ଏବେ ସକ୍ରିୟ ଭାବରେ ତଦନ୍ତ କରାଯାଉଛି। ସେମାନେ ଦୀର୍ଘକାଳୀନ ସୁରକ୍ଷା ବ୍ୟବସ୍ଥାକୁ ସୁଦୃଢ଼ କରିବା ପାଇଁ ଆଗକୁ ବଢ଼ି କଠୋର ଶୃଙ୍ଖଳାଗତ ଏବଂ ଆଇନଗତ କାର୍ଯ୍ୟାନୁଷ୍ଠାନର ପ୍ରତିଶୃତି ମଧ୍ୟ ଦେଇଛନ୍ତି।

Related Topics
Explore more stories