China Dragon / କାହିଁକି ଡ୍ରାଗନ୍ ନାମରେ ନାମିତ ହେଲା ଚୀନ୍? କ'ଣ ରହିଛି ଏହା ପଛର କାହାଣୀ
·4 months ago·2 min read

Key Points
ଚୀନୀ ପରମ୍ପରା ଏବଂ ସଂସ୍କୃତିରେ ଡ୍ରାଗନ୍ ର ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ଏପରିକି ଚୀନ୍ ପ୍ରତୀକାତ୍ମକ ଭାବରେ ଡ୍ରାଗନ ନାମରେ ପରିଚିତ ହୋଇଥାଏ।
why china called as dragon: ବିଶ୍ୱରେ ଚୀନ୍ ହେଉଛି ଏପରି ଏକ ଦେଶ ଯାହାର ଏକ ପ୍ରତୀକାତ୍ମକ ନାମ ରହିଛି। ଚୀନ୍କୁ ପ୍ରାୟତଃ ଡ୍ରାଗନ୍ ନାମରେ ପରିଚିତ ହୋଇଥାଏ। ହେଲେ ଏପରି ପ୍ରତୀକାତ୍ମକ ପରିଚୟ ରଖୁଥିବା ଦେଶ ତାଲିକାରେ ଚୀନ୍ ନାହିଁ। ଚୀନୀ ସଭ୍ୟତାରେ ଡ୍ରାଗନ୍ ଭୟର ପ୍ରତୀକ ନୁହେଁ। ବରଂ ଏହା ଏକତା, ସମୃଦ୍ଧି ଏବଂ ଦୈବୀୟ ଶକ୍ତିର ଏକ ଶକ୍ତିଶାଳୀ ପ୍ରତୀକ। ହେଲେ ଚୀନ୍ କାହିଁକି ଡ୍ରାଗନ୍ ନାମରେ ନାମିତ ହେଲା? କ'ଣ ରହିଛି ଏହା ପଛର କାହାଣୀ?
"ଡ୍ରାଗନ୍" (Dragon) ଶବ୍ଦ ଚୀନ୍ ପାଇଁ ଏକ ସରକାରୀ ପରିଚୟ ନୁହେଁ। ବରଂ ଏକ ଗଭୀର ପ୍ରଭାବ ରଖିଥିବା ସାଂସ୍କୃତିକ ପରିଚୟ। ଶତାବ୍ଦୀ ଶତାବ୍ଦୀ ଧରି ଚୀନ୍ ଅଧିବାସୀ ନିଜକୁ "ଡ୍ରାଗନ୍ ସନ୍ତାନ" ବୋଲି ପରିଚୟ ଦେଇଥାନ୍ତି।
ପରମ୍ପରା ଏବଂ ଚୀନ୍ ଇତିହାସ (History of China) ଅନୁଯାୟୀ ସମ୍ରାଟ ହୁଆଙ୍ଗ୍ ଡ଼ି ବିଭିନ୍ନ ଜନଜାତିକୁ ଏକତ୍ର କରିଥିଲେ। ସେମାନଙ୍କର ପ୍ରତୀକକୁ ଏକାଠି କରି ଏକ ଏକୀକୃତ ପ୍ରତୀକ ସୃଷ୍ଟି କରିଥିଲେ। ଏହି ଏକୀକୃତ ଆକୃତି ପରେ ଡ୍ରାଗନ୍ ଭାବରେ ବିକଶିତ ହୋଇଥିଲେ। ଯାହା ଡ୍ରାଗନ୍ ରୂପରେ ନଜର ଆସିଥିଲା
ପ୍ରାଚୀନ ଚୀନ୍ରେ ଡ୍ରାଗନ୍ ସମ୍ରାଟଙ୍କ ସହିତ ଗଭୀର ଭାବରେ ଜଡିତ ରହୁଥିଲେ। ସେମାନେ ନିଜକୁ ଦୈବୀୟ ଶାସକ ବୋଲି ମାନୁଥିଲେ। ଏହା ସମ୍ରାଟଙ୍କ ପୋଷାକ ଏବଂ ରାଜ ପ୍ରାସାଦରେ ଦୃଶ୍ୟାନ ହେଉଥିଲା।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଏହା ସହ ପଢନ୍ତୁ: ଇନ୍ଧନ ମୁକ୍ତ ଦେଶ ରାସ୍ତାରେ ଆଇସଲ୍ୟାଣ୍ଡ; ବନ୍ଦ ହେବାରେ ଲାଗିଛି ପେଟ୍ରୋଲ ପମ୍ପ
ଡ୍ରାଗନ୍ କୁ ଏକ ବିନାଶକାରୀ ପ୍ରାଣୀ ଭାବରେ ପାଶ୍ଚାତ୍ୟ ସଂସ୍କୃତିରେ ଏକ ଧାରଣା ରହିଛି। ହେଲେ ଠିକ ଏହାର ବିପରୀତ, ଚୀନ୍ ସଂସ୍କୃତିରେ (Chinese Culture) ଡ୍ରାଗନ୍ ଜ୍ଞାନ, ସମୃଦ୍ଧି, ସୁରକ୍ଷା ଏବଂ ସୌଭାଗ୍ୟର ପ୍ରତୀକ ଭାବରେ ବିବେଚନ କରାଯାଏ। ଯେଉଁଥିପାଇଁ ଚୀନୀ ସଂସ୍କୃତି ଏବଂ ପରମ୍ପରାରେ ଡ୍ରାଗନ୍ ର ସ୍ଥାନ ବହୁ ଉଚ୍ଚରେ ରହିଛି।
ଯେପରି ଜାପାନକୁ ଉଦିତ ସୂର୍ଯ୍ୟର ଦେଶ, ନରୱେକୁ ନିଶିଥ ସୂର୍ଯ୍ୟର ଦେଶ ବୋଲି କୁହାଯାଏ ଠିକ୍ ସେପରି ଚୀନ୍ ଡ୍ରାଗନ୍ ନାମରେ ବିଶ୍ୱ ଦରବାରରେ ପରିଚୟ ପାଇଛି। ହେଲେ ଏହି ପରିଚୟ ସରକାରୀ ଭାବରେ ମାନ୍ୟ ହୋଇନଥାଏ। ଐତିହାସିକ ଏବଂ ବିଶ୍ୱ ସ୍ତରରେ ଗୋଟିଏ ଦେଶକୁ କେଉଁ ନଜରରେ ଦେଖାଯାଏ ଏହା ତାହାକୁ ପ୍ରତିଫଳିତ କରିଥାଏ।
ଚୀନ୍ ର ସାସ୍କୃତିକ ଏବଂ ପ୍ରତୀକାତ୍ମକ ନାଁ ହେଉଛି ଡ୍ରାଗନ୍। ହେଲେ ସରକାରୀ ଭାବରେ ଚୀନ୍ ର ପ୍ରକୃତ ନାମ ହେଉଛି ଚୀନ୍ ଗଣରାଜ୍ୟ (People's Republic of China)। ଯାହା ୧୯୪୯ ମସିହାରେ ଅକ୍ଟୋବର ୧ ତାରିଖରେ ସ୍ଥାପିତ ହୋଇଥିଲା।

Related Topics
Explore more stories