IDF Arrest Hamas Top Commander / ଟପ୍ ହମାସ୍ କମାଣ୍ଡର ଗିରଫ; ଗାଜା ସହର ଭିତରୁ ଉଠାଇନେଲେ ଇସ୍ରାଏଲୀ କମାଣ୍ଡୋ
·7 mins ago·2 min read

Key Points
ଉତ୍ତର ଗାଜା ଅଞ୍ଚଳରେ ହମାସ ସଙ୍ଗଠନର ଆତଙ୍କବାଦୀ ଏବଂ ପ୍ରଶାସନିକ ଗଠନର ପୁନଃପ୍ରତିଷ୍ଠା ରୋକିବା ପାଇଁ IDF ଏହାର ଅଭିଯାନକୁ ଜୋରଦାର କରିଥିବାରୁ ଏହି ଗିରଫଦାରୀ ହୋଇଛି।
IDF Arrested Hamas Commander from Gaza: ଉତ୍ତର ଗାଜା ଅଞ୍ଚଳରେ ହମାସ ସଙ୍ଗଠନକୁ ଲାଗିଛି ଜବରଦସ୍ତ ଝଟକା। ଗତ ମଙ୍ଗଳବାର (ସେପ୍ଟମ୍ବର ୧) ଇସ୍ରାଏଲୀ ସେନା ଗାଜା ସହରରେ ଏକ ବଡ଼ ଅଭିଯାନ କାର୍ଯ୍ୟକାରୀ କରିବା ସମୟରେ ଘର ପାଖରୁ ଟପ୍ ହମାସ କମାଣ୍ଡର ତଥ୍ୟ ସଙ୍ଗଠନର ଆଭ୍ୟନ୍ତରୀଣ ସୁରକ୍ଷା ବିଭାଗ ମୁଖ୍ୟ ମୁଇନ୍ ଅଲ୍-ଅରାବିଦ୍କୁ ଗିରଫ କରିଥିଲା। ଏନେଇ ଇସ୍ରାଏଲ କହିଛି ଯେ ଗିରଫ କମାଣ୍ଡର ଉତ୍ତର ଗାଜା ଠାରେ ହମାସ ନିୟନ୍ତ୍ରଣ ପୁନର୍ବାର ସ୍ଥାପିତ କରିବାକୁ ଏବଂ ଇସ୍ରାଏଲୀ ସୈନ୍ୟଙ୍କ ଉପରେ ଆକ୍ରମଣ କରିବାକୁ ଚେଷ୍ଟା କରୁଥିଲେ।
ଇସ୍ରାଏଲୀ ସେନା (IDF) କହିଛି ଯେ ଉତ୍ତର ଗାଜା ଠାରେ ହମାସ ଦ୍ୱାରା ସୃଷ୍ଟି ହୋଇଥିବା ବିପଦକୁ ପ୍ରତିହତ କରିବା ପାଇଁ ଏହି ଅଭିଯାନ କାର୍ଯ୍ୟକାରୀ କରାଯାଇଥିଲା। ଗିରଫ ହୋଇଥିବା ହମାସ ସଦସ୍ୟ ମୁଇନ୍ ଅଲ୍-ଅରାବିଦ୍ ଭାବରେ ଚିହ୍ନଟ ହୋଇଛି। ତାଙ୍କୁ ଗାଜା ଠାରେ ହୋଇଥିବା ଏକ ସ୍ୱତନ୍ତ୍ର ଅଭିଯାନ ସମୟରେ ଗିରଫ କରାଯାଇଥିଲା। ସୂତ୍ର ଅନୁସାରେ ହମାସ କମାଣ୍ଡର ମୁଇନ୍ ଅଲ୍-ଅରାବିଦ୍ ଗାଜା ଅଞ୍ଚଳରେ ସଙ୍ଗଠନର ଜଣେ ପ୍ରମୁଖ ନେତା ଥିଲେ। ସେ ସଙ୍ଗଠନ ପାଇଁ ଗୁଇନ୍ଦା କାର୍ଯ୍ୟ କରୁଥିଲା।
ଇସ୍ରାଏଲ କହିବା ଅନୁସାରେ ସେ ବର୍ତ୍ତମାନ ଉତ୍ତର ଗାଜା ଠାରେ ହମାସ ନିୟନ୍ତ୍ରଣକୁ ଆହୁରି ମଜବୁତ କରିବାକୁ ଚେଷ୍ଟା କରୁଥିଲେ। ସେ ଗାଜା ଅଞ୍ଚଳରେ ପ୍ରତିଷ୍ଠା ହୋଇଥିବା "ୟଲୋ ଲାଇନ" (Yellow Line) ନିକଟରେ ମୁତୟନ ହୋଇଥିବା ଇସ୍ରାଏଲୀ ସୈନ୍ୟଙ୍କ ଉପରେ ଆତଙ୍କବାଦୀ ଆକ୍ରମଣକୁ କରିବାକୁ ମଧ୍ୟ ଚେଷ୍ଟା କରୁଥିଲା। ଏହି ଅଭିଯାନ ସମୟରେ IDF ମଧ୍ୟ ସେହି ଅଞ୍ଚଳରେ ଅନେକ ଲକ୍ଷ୍ୟସ୍ଥଳ ଉପରେ ଆକ୍ରମଣ କରିଥିଲା। ଇସ୍ରାଏଲ ସେନା କହିଛି ଯେ ଏହି ଅଭାଯାନରେ ଏହା ଲକ୍ଷ୍ୟ ଥିଲା ଏହାର ସୈନ୍ୟଙ୍କ ପ୍ରତି ତୁରନ୍ତ ବିପଦ ଦୂର କରିବା।
ଏହା ସହ ପଢନ୍ତୁ: ୪ ବର୍ଷ ପରେ ପ୍ରତିଶୋଧ ନେଲା ଇସ୍ରାଏଲ; ସେନା ଅପରସେନ ବେଳେ ଟଳିପଡ଼ିଲା ଫାଥି ଖାଜେମ୍
ଇସ୍ରାଏଲୀ ପ୍ରଧାନମନ୍ତ୍ରୀ ଖୋଲିଲେ ବଡ଼ ରହସ୍ୟ
ଇସ୍ରାଏଲୀ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ହମାସ କମାଣ୍ଡର ମୁଇନ ଅଲ-ଅରାବିଦ୍ ଗିରଫଦାରୀକୁ ନିଶ୍ଚିତ କରିଛନ୍ତି। ସେ ଏହି କାର୍ଯ୍ୟ ପାଇଁ ଦେଶର ଆଭ୍ୟନ୍ତରୀଣ ଗୁଇନ୍ଦା ସଂସ୍ଥା "ଶିନ ବେଟ" (Israeli Intelligence Agency Shin Bet) ଏବଂ ଦେଶର ପ୍ରତିରକ୍ଷା ବଳକୁ (Israel Defense Forces) ପ୍ରଶଂସା କରିଛନ୍ତି। ପ୍ରଧାନମନ୍ତ୍ରୀ ନେତାନ୍ୟାହୁ କହିଛନ୍ତି, "ମୁଁ "ଶିନ ବେଟ" ଏବଂ "IDF" କୁ ପ୍ରଶଂସା କରୁଛି। ଏକ ସାହସିକ ଅଭିଯାନରେ, ସେମାନେ ଗାଜା ଠାରେ ଘର ପାଖରୁ ହମାସ ସଙ୍ଗଠନର ଆଭ୍ୟନ୍ତରୀଣ ସୁରକ୍ଷା ବିଭାଗ ମୁଖ୍ୟଙ୍କୁ ଗିରଫ କରିଛନ୍ତି।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଇସ୍ରାଏଲୀ ପ୍ରଧାନମନ୍ତ୍ରୀ ଗିରଫ ହମାସ କମାଣ୍ଡରର ସାମ୍ପ୍ରତିକ କାର୍ଯ୍ୟକଳାପ ବିଷୟରେ ମଧ୍ୟ ବିସ୍ତୃତ ଭାବରେ ବର୍ଣ୍ଣନା କରିଛନ୍ତି। ସେ କହିଛନ୍ତି ଯେ ମୁଇନ ଅଲ-ଅରାବିଦ ଗାଜା ଠାରେ ହମାସ ଶାସନ ପୁନଃସ୍ଥାପିତ କରିବାକୁ ଚେଷ୍ଟା କରୁଥିଲା। ସେ ଇସ୍ରାଏଲୀ ସୈନିକ ଏବଂ ସାଧାରଣ ନାଗରିକଙ୍କ ବିରୋଧରେ ଆତଙ୍କବାଦୀ ଆକ୍ରମଣକୁ ସହାୟତା ଦେଉଥିଲା। ନେତାନ୍ୟାହୁ ସ୍ପଷ୍ଟ କରିଛନ୍ତି ଯେ ଇସ୍ରାଏଲ ହମାସ ନେତାଙ୍କୁ ପିଛା କରିବା ଜାରି ରଖିବ। ମୋର ନିର୍ଦ୍ଦେଶ ସ୍ପଷ୍ଟ: ଇସ୍ରାଏଲ ସମସ୍ତ ହମାସ ନେତା ଏବଂ ୭ ଅକ୍ଟୋବର ଗଣହତ୍ୟାରେ ସମ୍ପୃକ୍ତ ଯେକୌଣସି ବ୍ୟକ୍ତିଙ୍କୁ ପିଛା କରିବା ଜାରି ରଖିବ।
Related Topics
Explore more stories
Hamas commander arrested todayMuin al-Arabid latest newsIsraeli commando raid Gaza updatesTop Hamas leader captured in GazaMuin al-Arabid Hamas internal securityShin Bet intelligence targeted raidIDF special operations apprehension missionHamas command and control networkClandestine raid inside Gaza StripCounter-terror commando operation GazaIDF targeted arrests