Videos
|
International

IDF neutralise Fathi Khazem / ୪ ବର୍ଷ ପରେ ପ୍ରତିଶୋଧ ନେଲା ଇସ୍ରାଏଲ; ସେନା ଅପରସେନ ବେଳେ ଟଳିପଡ଼ିଲା ଫାଥି ଖାଜେମ୍

Subhramjit Ray
Browse all articles by Subhramjit Ray
·4 hours ago·2 min read
୪ ବର୍ଷ ପରେ ପ୍ରତିଶୋଧ ନେଲା ଇସ୍ରାଏଲ; ସେନା ଅପରସେନ ବେଳେ ଟଳିପଡ଼ିଲା  ଫାଥି ଖାଜେମ୍
IDF neutralise Fathi Khazem

Key Points

ଆତଙ୍କବାଦ ଦମନ ଅଭିଯାନ ସମୟରେ ୨ ଜଣ ଆତଙ୍କବାଦୀଙ୍କୁ ଗିରଫ କରିଛନ୍ତି। ଏପରିକି ଶହେରୁ ଅଧିକ ସ୍ଥାନରେ ମଧ୍ୟ ଚଢାଉ କରିଥିଲା ଇସ୍ରାଏଲ ସୁରକ୍ଷା ବଳ।
Palestinian Terrorist Fathi Khazem: ପ୍ରାୟ ୪ ବର୍ଷ ପରେ ଦେଶର ରାଜଧାନୀ ତେଲ ଆଭିଭ ଠାରେ ହୋଇଥିବା ଆକ୍ରମଣର ପ୍ରତିଶୋଧ ନେଇଛି ଇସ୍ରାଏଲ ପ୍ରତିରକ୍ଷ ବଳ (IDF)। ଗତ ଗୁରୁବାର (ଅଗଷ୍ଟ ୨୦) ୱେଷ୍ଟ ବ୍ୟାଙ୍କ ସ୍ଥିତ ଜେନିନ୍ ଅଞ୍ଚଳରେ ଛୁରୀ ଧରି ଆକ୍ରମଣ କରିବା ସମୟରେ IDF କାର୍ଯ୍ୟାନୁଷ୍ଠାନରେ ଟଳିପଡ଼ିଛି ସଶସ୍ତ୍ର ପାଲେଷ୍ଟାଇନ୍ ଆତଙ୍କବାଦୀ ଫାଥି ଖାଜେମ୍। ମୃତକ ପାଲେଷ୍ଟାଇନ୍ ଆତଙ୍କୀ IDF ସୈନିକଙ୍କୁ ଛୁରୀ ମାରିବାକୁ ଚେଷ୍ଟା କରିଥିଲା। ହେଲେ IDF ଦ୍ୱାରା ଦିଆଯାଇଥିବା ପାଲଟା ଜବାବରେ ଟଳି ପଡ଼ିଥିଲା ଫାଥି ଖାଜେମ୍।

ସେନା ଅପେରସନ ବେଳେ ଆତଙ୍କବାଦୀ ଫାଥି ଖାଜେମ୍ ପ୍ରାଣ ହରାଇଥିୂବା ନେଇ ନିଶ୍ଚିତ କରିଛନ୍ତି IDF ମୁଖପାତ୍ର। ମିଳିଥିବା ଖବର ଅନୁସାରେ ପ୍ରଥମେ ଫାଥି ଖାଜେମ୍ IDF ସୈନିକଙ୍କୁ ଛୁରା ମାଡ଼ କରିବାକୁ ଉଦ୍ୟମ କରିଥିଲେ। ହେଲେ IDF ସୈନିକ ପାଲଟା ଜବାବ ଦେଇ ଏହି ଆତଙ୍କବାଦୀଙ୍କୁ ଗୁଳି ମାରି ତାକୁ ହତ୍ୟା କରିଥିଲେ। ଏହି ଘଟମାରେ କୌଣସି IDF ଯବାନ ଆହତ ହୋଇଥିବା ରିପୋର୍ଟ ହୋଇନାହିଁ। ମୃତକ ଆତଙ୍କବାଦୀ ଫାଥି ଖାଜେମ୍ ହେଉଛି,ରାଦ ଖାଜେମ୍ ର ପିତା। ଗତ ୨୦୨୨ ଅପ୍ରେଲରେ ଇସ୍ରାଏଲ ରାଜଧାନୀ ତେଲ ଅଭିଭ ସ୍ଥିତ ଡିଜେଙ୍ଗୋଫ୍ ଷ୍ଟ୍ରିଟ ଠରେ ହୋଇଥିବା ଗୁଳିମାଡ଼ ଘଟଣାରେ ଜଡ଼ିତ ରହିଥିଲା ରାଦ ଖାଜେମ୍।

ରିପୋର୍ଟ ଅନୁସାରେ ଏହି ଘଟଣା ଘଟିବା ସମୟରେ 890ତମ ପାରାଟ୍ରୁପର୍ସ ବାଟାଲିୟନ (890th Paratroopers Battalion) ସୈନିକ ସେହି ଅଞ୍ଚଳରେ ଆତଙ୍କବାଦୀ ସହ ସମ୍ପୃକ୍ତ ରହିଥିବା ସନ୍ଦିଗ୍ଧଙ୍କୁ ଗିରଫ କରୁଥିଲେ। ଗିରଫ କରିବା ପାଇଁ ସୈନିକ ମୃତକ ଆତଙ୍କବାଦୀର ଘରେ ପ୍ରବେଶ କରିଥିଲେ। ହେଲେ ସେତେବେଳେ ମୃତକ ଆତଙ୍କୀ ଜଣକ IDF ସୈନିକଙ୍କୁ ଛୁରୀ ମାରିବାକୁ ଚେଷ୍ଟା କରିଥିଲା। ଆତଙ୍କବାଦ ଦମନ ଅଭିଯାନ ସମୟରେ ୨ ଜଣ ଆତଙ୍କବାଦୀଙ୍କୁ ଗିରଫ କରିଛନ୍ତି। ଏପରିକି ଶହେରୁ ଅଧିକ ସ୍ଥାନରେ ମଧ୍ୟ ଚଢାଉ କରିଥିଲା ଇସ୍ରାଏଲ ସୁରକ୍ଷା ବଳ।

ଏହା ସହ ପଢନ୍ତୁ: ନଛୋଡ଼ବନ୍ଧା ନେତାନ୍ୟାହୁ; ଗାଜା ମାମଲାରେ ଟ୍ରମ୍ପଙ୍କ ଯୋଜନାକୁ କଲେ ପ୍ରତ୍ୟାଖ୍ୟାନ

ଆଇଡିଏଫ (IDF) ମୁଖପାତ୍ର ସୋମବାର ଘୋଷଣା କରିଛନ୍ତି ଯେ ୱେଷ୍ଟ ବ୍ୟାଙ୍କ ଅଭିଯାନ ସମୟରେ IDF ସୈନିକ ଜେନିନ ନିକଟରେ ଶହେରୁ ଅଧିକ ଘରେ ଚଢାଉ କରିବା ସହ ୨ ଜଣ ଆତଙ୍କବାଦୀଙ୍କୁ ଅଟକ ରଖିଥିଲେ। ଇସ୍ରାଏଲ ସେନା ଆହୁରି କହିଛି ଯେ କାବାଟିଆ ଅଞ୍ଚଳରେ ଆତଙ୍କବାଦୀଙ୍କୁ ଅଟକ ରଖିବା ପାଇଁ ଇସ୍ରାଏଲର ଘରୋଇ ଗୁଇନ୍ଦା ସଂସ୍ଥା "ଶିନ୍ ବେଟ୍" (Shin Bet) ନିର୍ଦ୍ଦେଶନାରେ ଡୁଭଡେଭାନ ୟୁନିଟ୍ (Duvdevan Unit) ର ଗୁପ୍ତ ଆତଙ୍କବାଦ ବିରୋଧି କମାଣ୍ଡୋ (Undercover counterterrorism commandos) ଏହି ଅଭିଯାନରେ ସାମିଲ ହୋଇଥିଲେ।

ଗିରଫ ଆତଙ୍କବାଦୀ ଇସ୍ରାଏଲ ନାଗରିକଙ୍କୁ କ୍ଷତି ପହଞ୍ଚାଇବା ପାଇଁ ଆତଙ୍କବାଦୀ ଆକ୍ରମଣ ଯୋଜନାକୁ ପ୍ରୋତ୍ସାହିତ କରୁଥିବାର ଆଇଡ଼ିଏଫ ପକ୍ଷରୁ କୁହାଯାଇଛି।  ଆର୍ମି ରେଡିଓ ରିପୋର୍ଟ ଅନୁସାରେ, ଅପରେସନ ସମୟରେ ଆଇଡିଏଫ ସୈନିକ ପାଲେଷ୍ଟାଇନ ସନ୍ଦିଗ୍ଧଙ୍କ ଶରୀର ଉପରେ ସେମାନଙ୍କ ସଂଖ୍ୟା ଲେଖିଥିଲେ। ସୁରକ୍ଷା ବାହିନୀ ଏହି ଅପରେସନ୍ ସମୟରେ ଜେରା କରିବା ସମୟରେ ସନ୍ଦିଗ୍ଧଙ୍କୁ ଚିହ୍ନଟ କରିଥିଲେ।


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: