|
logo
Live
Argus News App
GET APP

Argus News - 'ଫାଶୀ ଦଣ୍ଡାଦେଶ ଅନ୍ତରୀଣ ସରକାରର ଉଗ୍ରବାଦୀ ଏଜେଣ୍ଡା': ଶେଖ ହସିନା

International

Sheikh Hasina / 'ଫାଶୀ ଦଣ୍ଡାଦେଶ ଅନ୍ତରୀଣ ସରକାରର ଉଗ୍ରବାଦୀ ଏଜେଣ୍ଡା': ଶେଖ ହସିନା

Sushanta Sahoo
Browse all articles by Sushanta Sahoo
·4 months ago·2 min read
'ଫାଶୀ ଦଣ୍ଡାଦେଶ ଅନ୍ତରୀଣ ସରକାରର ଉଗ୍ରବାଦୀ ଏଜେଣ୍ଡା': ଶେଖ ହସିନା

Key Points

ନିଷ୍ପତ୍ତି ଶୁଣାଇଥିବା ଟ୍ରିବ୍ୟୁନାଲକୁ ଅଗଣତାନ୍ତ୍ରିକ କହିଛନ୍ତି ଶେଖ ହସିନା । ସେ କହିଛନ୍ତି, "ଏହି ଟ୍ରିବ୍ୟୁନାଲ ଏକ ଏମିତି ଅନ୍ତରୀଣ ସରକାର ଚଳାଉଛି । ଯାହା ପାଖରେ କୌଣସି ଗଣତାନ୍ତ୍ରିକ ଜନାଦେଶ ନାହିଁ । ସେମାନଙ୍କ ନିଷ୍ପତ୍ତି ସ୍ପଷ୍ଟ ବାବରେ ରାନୈତିକ ପ୍ରଣୋଦିତ ।"
ନୂଆଦିଲ୍ଲୀ: ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହସିନାଙ୍କୁ ଅନ୍ତର୍ଜାତୀୟ ଅପରାଧ ଟ୍ରିବ୍ୟୁନାଲ (ICT) ଫାଶୀ ଦଣ୍ଡାଦେଶ ଶୁଣାଇଛନ୍ତି । ଦଣ୍ଡାଦେଶକୁ ନେଇ ହସିନା ରଖିଛନ୍ତି ପ୍ରଥମ ପ୍ରତିକ୍ରିୟା । କହିଛନ୍ତି, "ନିଷ୍ପତ୍ତି ରାଜନୈତିକ ଷଡ଼ଯନ୍ତ୍ରପୂର୍ଣ୍ଣ ଏବଂ ପକ୍ଷପାତିତା କରି ଦିଆଯାଇଛି ।"

ଏପରିକି ନିଷ୍ପତ୍ତି ଶୁଣାଇଥିବା ଟ୍ରିବ୍ୟୁନାଲକୁ ଅଗଣତାନ୍ତ୍ରିକ କହିଛନ୍ତି ଶେଖ ହସିନା । ସେ କହିଛନ୍ତି, "ଏହି ଟ୍ରିବ୍ୟୁନାଲ ଏକ ଏମିତି ଅନ୍ତରୀଣ ସରକାର ଚଳାଉଛି । ଯାହା ପାଖରେ କୌଣସି ଗଣତାନ୍ତ୍ରିକ ଜନାଦେଶ ନାହିଁ । ସେମାନଙ୍କ ନିଷ୍ପତ୍ତି ସ୍ପଷ୍ଟ ବାବରେ ରାନୈତିକ ପ୍ରଣୋଦିତ ।"

ଏଥିସହ ପଢ଼ନ୍ତୁ: ବାଂଲାଦେଶ ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହସିନାଙ୍କୁ ଫାଶୀ ଦଣ୍ଡାଦେଶ

ଶେଖ ହସିନାଙ୍କ ଅନୁସାରେ, ତାଙ୍କ ବିରୋଧରେ ମୃତ୍ୟୁ ଦଣ୍ଡାଦେଶ ସୁପାରିସ୍ କରିବା ଏହି କଥାର ସଂକେତ କି ଅନ୍ତରୀଣ ସରକାରଙ୍କ ଉଗ୍ରବାଦୀ ତତ୍ତ୍ଵ ବାଂଲାଦେଶର ଅନ୍ତରୀଣ ନିର୍ବାଚିତ ପ୍ରଧାନମନ୍ତ୍ରୀଙ୍କୁ ଚାହୁଁ ନାହିଁ । ଏଥିସହ ଆୱାମୀ ଲିଗ୍‌କୁ ଏକ ରାଜନୈତିକ ଶକ୍ତି ଭାବେ ଶେଷ କରିବାକୁ ଷଡ଼ଯନ୍ତ୍ର ରଚା ଯାଇଛି ।

ହସିନା ଦାବି କରିଛନ୍ତି ଯେ ଡ, ମହମ୍ମଦ ୟୁନୁସଙ୍କ ନେତୃତ୍ଵାଧିନ ଅନ୍ତରୀଣ ସରକାର ଏବ୍ୟବସ୍ଥିତ, ହିଂସ୍ରକ । ଲକ୍ଷ ଲକ୍ଷ ବାଂଲାଦେଶୀ ଏହି 'ନାଟକୀୟ' ମକଦ୍ଦମାରେ ଭ୍ରମିତ ହେବେ ନାହିଁ । ସେ କହିଛନ୍ତି, "ICTର ଟ୍ରାଏଲ୍ ନ୍ୟାୟ ଦେବା ପାଇଁ ଥିଲା ନା କି ୨୦୨୫ ଜୁଲାଇ-ଅଗଷ୍ଟର ଘଟଣାକୁ ସାମ୍ନାକୁ ଆଣିବା ଲାଗି ।"

ICTର ଉଦ୍ଦେଶ୍ୟ ଆୱାମୀ ଲିଗ୍‌କୁ କ୍ଷତି ପହଞ୍ଚାଇବା ଓ ଅନ୍ତରୀଣ ସରକାରର ବିଫଳତା ଠାରୁ ଦୁନିଆର ନଜର ହଟାଇବା ବୋଲି କହିଛନ୍ତି ଶେଖ ହସିନା । ICTର ନିଷ୍ପତ୍ତି ୟୁନୁସ ଓ ତାଙ୍କ ମନ୍ତ୍ରୀଙ୍କ ଅକ୍ଷମତାକୁ ଆହୁରି ବଢ଼ାଇ ଦେଇଥିବା ହସିନା କହିଛନ୍ତି ।

ଏଥିସହ ପଢ଼ନ୍ତୁ: ଟାରିଫ୍ ଭିତରେ ଆମେରିକା ସହ ଭାରତର ବଡ଼ ଡିଲ୍; ମନ୍ତ୍ରୀ କହିଲେ 'ଐତିହାସିକ ପ୍ରଥମ'

ଶେଖ ହସିନା କହିଛନ୍ତି, "ମହମ୍ମଦ ୟୁନୁସଙ୍କ ଶାସନରେ ସାର୍ବଜନୀନ ସେବା ବିପର୍ଯ୍ୟସ୍ଥ ହୋଇ ପଡ଼ିଛି । ଦେଶରେ ଅପରାଧ ବଢ଼ିଛି, ପୋଲିସ ପଛକୁ ହଟୁଛି । ନ୍ୟାୟିକ ନିରପେକ୍ଷତାକୁ ଧ୍ଵଂସ କରି ଦିଆଯାଇଛି । ଆୱାମୀ ଲିଗ୍‌ ସମର୍ଥକଙ୍କ ଉପରେ ଆକ୍ରମଣ ହେଉଛି । ହିନ୍ଦୁ ଓ ଅନ୍ୟ ଧର୍ମର ଅଳ୍ପସଂଖ୍ୟକ ଓ ମହିଳାଙ୍କ ଅଧିକାର ଦମନ କରାଯାଉଛି ।"

ବାଂଲାଦେଶ ରାଜଧାନୀ ଢାକାର କୋର୍ଟରୁମ୍‌ରେ ଟ୍ରିବ୍ୟୁନାଲ୍ ରାୟ ଶୁଣାଇ କହିଛନ୍ତି, ଛାତ୍ରଛାତ୍ରୀ ଆନ୍ଦୋଳନକୁ ହସିନା ବଳ ପ୍ରୟୋଗ କରି ଦମନ କରିଛନ୍ତି । ଗତବର୍ଷ ଜୁଲାଇ ୧୫ରୁ ଅଗଷ୍ଟ ୧୫ ମଧ୍ୟରେ ଏହି ଆନ୍ଦୋଳନ ହୋଇଥିଲା । ଜାତିସଂଘ ଅନୁସାରେ, ମାସକର ଏହି ଆନ୍ଦୋଳନ ଓ ଦମନରେ ପ୍ରାୟ ୧୪୦୦ ଜଣଙ୍କ ମୃତ୍ୟୁ ହୋଇଛି ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Related Topics

Explore more stories

Sponsored
Sheikh Hasina : 'ଫାଶୀ ଦଣ୍ଡାଦେଶ ଅନ୍ତରୀଣ ସରକାରର ଉଗ୍ରବାଦୀ ଏଜେଣ୍ଡା': ଶେଖ ହସିନା | Argus News