Ghost Pub Viral Video / ଚର୍ଚ୍ଚାରେ ଭୂତ ପବ୍; ଦେଖୁ ଦେଖୁ ଟେବୁଲ ଉପରୁ ଖସିଲା ବିୟର ଗ୍ଲାସ
·1 hour ago·3 min read

Key Points
ଭାଇରାଲ ହୋଇଥିବା ଏକ ଭିଡ଼ିଓ ପାଇଁ ଚର୍ଚ୍ଚାକୁ ଆସିଛି "ଦି ଲାଟିସ୍ ହାଉସ୍" ନାମକ ଏକ ପବ୍। ଯାହା ପୂର୍ବ ଇଂଲଣ୍ଡର ନର୍ଫୋକର ସ୍ଥିତ କିଙ୍ଗସ୍ ଲିନ୍ ଠାରେ ଅବସ୍ଥିତ।
Mysterious Pub CCTV Footage: ସଦ୍ୟ ଭାଇରାଲ ହୋଇଥିବା ଏକ ଭିଡ଼ିଓ ପାଇଁ ଚର୍ଚ୍ଚାକୁ ଆସିଛି ଏକ ବ୍ରିଟିଶ ପବ୍। ଶତାବ୍ଦୀ ପୁରୁଣା ଏହି ଐତିହାସିକ ପବ୍ ରେ ଘଟିଥିବା ଏକ ଅଜବ ଘଟଣା ସିସିଟିଭି କ୍ୟାମେରାରେ କଏଦ ହୋଇଛି। ଯେଉଁଥିରେ ଦେଖିବାକୁ ମିଳିଛି ଯେ ଏଠାରେ ଟେବୁଲ ଉପରେ ରଖାଯାଇଥିବା ଏକ ବିୟର ଗ୍ଲାସ୍ କାହାକୁ ନ ଛୁଇଁ ଆପେ ଆପେ ଖସିବା ସହ ତଳେ ପଡ଼ି ଭାଙ୍ଗିଯାଉଛି। ଏହି ଘଟଣାର ଭିଡ଼ିଓ ଭାଇରାଲ ହେବା ପରେ କୁହାଯାଉଛି ଯେ ଏହା କ'ଣ କେବଳ ଏକ ସଂଯୋଗ, ନା ସେଠାରେ ପ୍ରକୃତରେ କୌଣସି 'ଭୂତ' ଉପସ୍ଥିତ ରହିଛି?
ଏହି ଘଟଣା ପୂର୍ବ ଇଂଲଣ୍ଡର ନର୍ଫୋକର (East England Norfolk) ସ୍ଥିତ କିଙ୍ଗସ୍ ଲିନ୍ (Kings Lynn) ର ଏକ ପ୍ରସିଦ୍ଧ ପବ୍ ରେ ଦେଖିବାକୁ ମିଳିଛି। "ଦି ଲାଟିସ୍ ହାଉସ୍" (The Lattice House) ନାମକ ଏହି ପବ୍ ପ୍ରାୟ ୬୦୦ ବର୍ଷ ପୁରୁଣା। ଯାହା ୧୪୦୦ ଖ୍ରୀଷ୍ଟାବ୍ଦରେ ନିର୍ମିତ ହୋଇଥିଲା। ଏହାର ଇତିହାସ ଯେତେ ପୁରୁଣା ଏହି ସ୍ଥାନକୁ ଘେରି ରହିଥିବା ରହସ୍ୟ ଆହୁରି ଅଧିକ ଭୟାନକ।
ଏହା ସହ ପଢନ୍ତୁ: ରହସ୍ୟମୟ ଗାଁ ଯେଉଁଠି ଚାଲେ ଭୂତଙ୍କ ରାଜୁତି
ନିକଟରେ ଏହି ପବ୍ ର ଏକ ଭିଡ଼ିଓ ଭାଇରାଲ୍ ହୋଇଛି। ୨୭ ସେକେଣ୍ଡ ଅବଧି ବିଶିଷ୍ଟ ସିସିଟିଭି ଫୁଟେଜ୍ ପୁଣି ଥରେ ଏହାର ସେହି ପୁରୁଣା କାହାଣୀକୁ ଜୀବନ୍ତ କରିଦେଇଛି। ଭାଇରାଲ ଭିଡିଓରେ ସ୍ପଷ୍ଟ ଭାବରେ ଦେଖିବାକୁ ମିଳୁଛି ଯେ ଜଣେ ଗ୍ରାହକ ତାଙ୍କର ବିୟର ଭର୍ତ୍ତି ଗ୍ଲାସ୍ କୁ ଟେବୁଲ ଉପରେ ରଖି ଚାଲି ଯାଉଛନ୍ତି। ସେ ଚାଲି ଯିବା ପରେ, ଏହି ଗ୍ଲାସକୁ ଯେପରି କୌଣସି ଏକ ଅଦୃଶ୍ୟ ହାତ ଟାଣି ନେଇଥିବାର ଦେଖିବାକୁ ମିଳୁଛି। ଏହି ଗ୍ଲାସ୍ ଟେବୁଲ କଡ଼କୁ ଆସିବା ପରେ ତଳେ ପଡ଼ିଯାଉଛି।
ଏହି ଘଟଣାରେ ପ୍ରତିକ୍ରିୟା ରଖିଛନ୍ତି ପବ୍ ମାଲିକ ପେରି ସ୍ଟର୍ଜ। ଏନେଇ ସେ କହିଛନ୍ତି ଯେ କିଛି ମାସ ପୂର୍ବରୁ ସେ ପବ୍ ସମ୍ଭାଳିବା କାମ ଆରମ୍ଭ କରିଥିଲେ। ହେଲେ ଏପରି ଘଟଣାକୁ ନେଇ ସେ ଆଶ୍ଚର୍ଯ୍ୟ ନୁହଁନ୍ତି। କାରଣ ଏଠାକୁ ଆସୁଥିବା ଅନେକ ପୁରୁଣା ଗ୍ରାହକ ଏବଂ ସେଠାରେ କାମ କରୁଥିବା କର୍ମଚାରୀଙ୍ କଠାରୁ ଏପରି ଅନେକ ଭୟଙ୍କର କାହାଣୀ ସେ ଶୁଣି ସାରିଛନ୍ତି। ଅନ୍ୟପକ୍ଷରେ ଯେଉଁ ଘରେ ପବ୍ ପରିଚାଳିତ ହେଉଛି ତାହାର ମାଲିକ କହିଛନ୍ତି ଯେ ଏହି କୋଠା ବହୁତ ପୁରୁଣା। ଏଠାରେ ରହସ୍ୟମୟ କାର୍ଯ୍ୟକଳାପ ଘଟିବା କୌଣସି ନୂଆ କଥା ନୁହେଁ।
କ'ଣ ରହିଛି ଏହି ପବ୍ ର ଇତିହାସ
"ଦି ଲାଟିସ୍ ହାଉସ୍" ନାମକ ଏହି ପବ୍ ଐତିହାସିକ ଭାବରେ ବେଶ ଗୁରୁତ୍ୱପୂର୍ଣ୍ଣ ବୋଲି ବିବେଚନା କରାଯାଏ। ହେଲେ ଏହା ପଛରେ ଇତିହାସର ଏକ କଳା ବାଦଲ ମଧ୍ୟ ରହିଛି। ୧୬୪୮ ମସିହାରେ ଲୁଇସ୍ ସାଲ୍ଟର ନାମକ ଜଣେ କ୍ଲର୍କଙ୍କୁ ଏଠାରେ ହତ୍ୟା କରାଯାଇଥିଲା। ଆଜି ପର୍ଯ୍ୟନ୍ତ ତାଙ୍କ ହତ୍ୟାକାଣ୍ଡ ପଛରେ ରହିଥିବା କାରଣ ଅସ୍ପଷ୍ଟ ରହିଛି। ବିଶ୍ୱାସ କରାଯାଏ ଯେ ତାଙ୍କର ଅତୃପ୍ତ ଆତ୍ମା ଏଠାରେ ଘୂରି ବୁଲୁଛି। ସ୍ଥାନୀୟ ଲୋକ କିମ୍ବା ଏହି କୋଠାରେ ପ୍ରାୟତଃ କୌଣସି ଲୋକର ଉପସ୍ଥିତି, ହଠାତ୍ ତାପମାତ୍ରା ହ୍ରାସ ପାଇବା, ମହମବତୀ ଝଲସି ଉଠିବା ଏବଂ ଏକାକୀ ଥିବା ସମୟରେ କେହି ସେମାନଙ୍କୁ ଚାହିଁ ରହିଥିବା ଅନୁଭବ କରୁଥିବାର ଅଭିଯୋଗ କରିଛନ୍ତି।
ଆଶ୍ଚର୍ଯ୍ୟର କଥା ଏଠାକୁ ଆସିଥିବା ଜଣେ ଗ୍ରାହକ ତାଙ୍କ କାନ୍ଧ ଏବଂ ପିଠିରେ କେହି ହାତ ରଖୁଥିବାର ଅନୁଭବ କରିଥିବାର ମଧ୍ୟ ଦାବି କରିଛନ୍ତି। ଯାହା ତାଙ୍କ ଶରୀପରେ ଏପରି ସ୍ପର୍ଶ ଛାଡିଥିଲା ଯେ ଯାହାର କୌଣସି ବୈଜ୍ଞାନିକ କାରଣ ନାହିଁ। ପବ୍ ରେ ବଢୁଥିବା ଏପରି ରହସ୍ୟମୟ କାର୍ଯ୍ୟକଳାପକୁ (Paranormal Activity) ଦୃଷ୍ଟିରେ ରଖି, ଗତ ଜାନୁଆରୀ ଶେଷ ଭାଗରେ ଭୂତ-ପ୍ରେତ ଉପରେ ଗବେଷଣା କରୁଥିବା ଏକ ଗୋଷ୍ଠୀ (Paranormal Group) ଏହି ଘଟଣାରେ ତଦନ୍ତ କରିଥିଲେ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories