Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ରହସ୍ୟମୟ ଗାଁ ଯେଉଁଠି ଚାଲେ ଭୂତଙ୍କ ରାଜୁତି

National

Mysterious Villages in India / ରହସ୍ୟମୟ ଗାଁ ଯେଉଁଠି ଚାଲେ ଭୂତଙ୍କ ରାଜୁତି

Subhramjit Ray
Browse all articles by Subhramjit Ray
·2 months ago·2 min read
ରହସ୍ୟମୟ ଗାଁ ଯେଉଁଠି ଚାଲେ ଭୂତଙ୍କ ରାଜୁତି
Haunted Villages in India

Key Points

ଏହି ଛୋଟିଆ ଗାଁରେ ପ୍ରତି ବର୍ଷ ଏକ ରହସ୍ୟମୟ ଘଟଣା ଘଟିଥାଏ। ଯାହା ଶହ ଶହ ବର୍ଷ ଧରି ଚଳି ଆସୁଛି।

Chindar Village Maharashtra: ଭାରତ ଭଳି ଏକ ବିଶାଳ ଦେଶ ଏହାର ବିବିଧ ସଂସ୍କୃତି, ଅଦ୍ଭୂତ ପରମ୍ପରା ଏବଂ ରହସ୍ୟମୟ କାହାଣୀ ପାଇଁ ଜଣାଶୁଣା। ଦେଶର ଏପରି କିଛି ସ୍ଥାନ ରହିଛି ଯେଉଁଠି ଲୋକେ ସେମାନଙ୍କର ଦୈନନ୍ଦିନ ଜୀବନରେ ବିଭିନ୍ନ ପ୍ରକାର ରହସ୍ୟମୟ ଘଟଣାର ସାମ୍ନା କରିଥାନ୍ତି। ଏହି ଗାଁର ନାଁ ହେଉଛି ଚିନ୍ଦର। ଯାହା ମହାରାଷ୍ଟ୍ରର କୋଙ୍କଣ ଅଞ୍ଚଳରେ ଅବସ୍ଥିତ।

ଏହି ଛୋଟିଆ ଗାଁରେ ପ୍ରତି ବର୍ଷ ଏକ ରହସ୍ୟମୟ ଘଟଣା ଘଟିଥାଏ। ଯାହା ଶହ ଶହ ବର୍ଷ ଧରି ଚଳି ଆସୁଛି। ହେଲେ ବର୍ଷକୁ ଥରେ ଏଠାରେ ଏପରି କିଛି ଘଟଣା ଘଟିଥାଏ ଯାହା ସମଗ୍ର ଗାଁକୁ ଖାଲି କରିଦିଏ। ଘର, ରାସ୍ତାଘାଟ ଏପରିକି ଦୋକାନ ବଜାର ସବୁ କିଛି ନିର୍ଜନ ହୋଇଯାଏ। ଲୋକେ ନିଜ ନିଜର ଘର ବନ୍ଦ କରି ଗାଁ ଛାଡ଼ି ପଳାଇଥାନ୍ତି। ପ୍ରାୟ ତିନି ଦିନ ଯାଏଁ ଗ୍ରାମବାସୀ ନିଜ ଗାଁକୁ କୌଣସି ଲୋକକୁ ଆସିବାକୁ ଦିଅନ୍ତି ନାହିଁ।

କାହିଁକି ଖାଲି ହୋଇଯାଏ ଗାଁ?
ସ୍ଥାନୀୟ ଲୋକଙ୍କ ମାନ୍ୟତା ଅନୁସାରେ ଯେଉଁ ସମୟରେ ସେମାନେ ତାଙ୍କ ଗାଁ ଖାଲି କରିଥାନ୍ତି ସେ ସମୟରେ ଦେବତା ଏବଂ ଆତ୍ମା ଏଠାକୁ ଆସିଥାନ୍ତି। ଏହି ଆତ୍ମା ​​ଏବଂ ଦୈବୀ ଶକ୍ତି ଗାଁରେ ଶାନ୍ତିରେ ରହିବାକୁ ଚାହିଁଥାନ୍ତି। ଲୋକଙ୍କୁ ସେମାନଙ୍କ ମଧ୍ୟରେ ଛାଡି ଦେବା ଦ୍ୱାରା ଏହାର ପରିଣାମ ଭୟାନକ ହୋଇପାରେ। ସେଥିପାଇଁ ପ୍ରାୟ ତିନି ଦିନ ଧରି ସ୍ଥାନୀୟ ଲୋକ ଗାଁ ଛାଡି଼ ପଳାଇଥାନ୍ତି।

ପ୍ରାଚୀନ କିମ୍ବଦନ୍ତୀ ଅନୁସାରେ ଗୋଟିଏ ସମୟରେ ଗାଁରେ ଏକ ଭୟାନକ ବନ୍ୟ ଘୁଷୁରୀ (ବାରହା) ଏବଂ ତା'ସହିତ ଜଡି]ତ ଦୁଷ୍ଟ ଆତ୍ମାଙ୍କ ଆତଙ୍କ ରହି​​ଥିଲା। ଏହା ପରେ ଗ୍ରାମଦେବତା ରାୱଲନାଥ ଏବଂ ସେହି ଆତ୍ମାଙ୍କ ମଧ୍ୟରେ ଏକ ବୁଝାମଣା ହୋଇଥିଲା। ଉଭୟ ପକ୍ଷ ମଧ୍ୟରେ ହୋଇଥିବା ବୁଝାମଣା ଅନୁଯାୟୀ ପ୍ରତି କିଛି ବର୍ଷରେ ଥରେ ସମଗ୍ର ଗ୍ରାମକୁ ତିନି ଦିନ ପାଇଁ ଆତ୍ମା ​​ଏବଂ ଦେବତାଙ୍କ ପାଇଁ ଛାଡି ଦିଆଯିବ। ଏହି ନିୟମ ପାଳନ କରିବା ଦ୍ୱାରା ଗ୍ରାମ ସୁରକ୍ଷିତ ଏବଂ ଶାନ୍ତିପୂର୍ଣ୍ଣ ରହିଥାଏ।

ଏଥିସହ ପଢ଼ନ୍ତୁ: ଚାକିରି ଗଲା…କିନ୍ତୁ ଆମେରିକାରେ ଚା ବିକ୍ରି କରି ହେଲେ ଭାଇରାଲ

ତିନି ଦିନ ଧରି ଚାଲୁଥିବା ରହସ୍ୟମୟ ପ୍ରକ୍ରିୟା
ଯେତେବେଳେ ଏହି ପରମ୍ପରା ଗ୍ରାମରେ ଆରମ୍ଭ ହୋଇଥାଏ, ସେତେବେଳେ ଗ୍ରାମବାସୀ ସେମାନଙ୍କର ସମସ୍ତ ଆବଶ୍ୟକୀୟ ବସ୍ତୁ, ପଶୁପକ୍ଷୀ ଏବଂ ଖାଦ୍ୟ ସାଥିରେ ନେଇ ଗାଁ ବାହାରେ ଅସ୍ଥାୟୀ କୁଡ଼ିଆ ନିର୍ମାଣ କରିଥନ୍ତି। ଏହି ୩ ଦିନକୁ ବିପଦ ନୁହେଁ ବରଂ ଏହାକୁ ସାମୁହିକ ଜୀବନର ଏକ ଉତ୍ସବ ଭାବରେ ବିବେଚନା କରାଯାଏ। ସମସ୍ତ ଘର ବନ୍ଦ କରାଯିବା ଏହାର ଦ୍ୱାରରେ ନଡ଼ିଆ ପତ୍ର ରଖାଯାଏ। ଗାଁ ମନ୍ଦିର ଏବଂ ରାସ୍ତା ନିର୍ଜନ ପାଲଟିଯାଏ। ଏହି ତିନି ଦିନ ଯାଏଁ ଗାଁରେ କେହି ରୁହନ୍ତି ନାହିଁ। ଲୋକଙ୍କ କହିବା କଥା ଯେ ସେ ସମୟରେ ଗାଁରେ କେବଳ ଦେବତା ଓ ଆତ୍ମା ଉପସ୍ଥିତି ରହିଥାନ୍ତି।

ତିନି ଦିନ ପରେ କ'ଣ ହୁଏ?
ତିନି ଦିନ ଅତିକ୍ରମ କରିବା ପରେ ଗ୍ରାମର ପୁରୋହିତ ମନ୍ଦିରରେ ପୂଜାର୍ଚ୍ଚନା କରନ୍ତି। ଦେବତାଙ୍କ ଠାରୁ ଅନୁମତି ପାଇବା ପରେ ଯାଇ ଗ୍ରାମବାସୀ ସେମାନଙ୍କ ଗାଁକୁ ଫେରିଥାନ୍ତି। ଏହି ସମ୍ପୂର୍ଣ୍ଣ ପ୍ରକ୍ରିୟାକୁ ଦେବ-ପାଳନ କୁହାଯାଏ। ଏହା କେବଳ ଏକ ପରମ୍ପରା ନୁହେଁ, ବରଂ ଗ୍ରାମ ପାଇଁ ସାଂସ୍କୃତିକ ଏବଂ ଆଧ୍ୟାତ୍ମିକ ଗୁରୁତ୍ୱ ରଖିଥାଏ। ଏହି ପରମ୍ପରା ଏକ ରହସ୍ୟମୟ ରୀତି ହୋଇଛି। ଯାହା ପିଢ଼ି ପରେ ପିଢ଼ି ଚାଲିଆସୁଛି। ଏହା ପଛରେ ଗ୍ରାମବାସୀଙ୍କ ବିଶ୍ୱାସ, ସାଂସ୍କୃତିକ ପରିଚୟ ଏବଂ ସୁରକ୍ଷାର ଭାବନା ଲୁଚି ରହିଛି।

ଏଥିସହ ପଢ଼ନ୍ତୁ: ସାରା ଦେଶରେ LPG ପାଇଁ ଲମ୍ବା ଧାଡି, ଇଣ୍ଡକ୍ସନ୍‌ ଚୁଲା ପାଇଁ ଦୋକାନରେ ଭିଡ଼



Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Chindar Village Maharashtra: The Mysterious Village Known for Ghost Legends | Argus News