Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
International

Hezbollah Drone Attack / ଚାଲିଥିଲା ରେସ୍କ୍ୟୁ ଅପରେସନ୍‌...ବୋମା ବର୍ଷା କଲା ହିଜବୁଲ୍ଲା, ଜୀବନ ବଞ୍ଚାଇ ପଳାଇଲେ ଇସ୍ରାଏଲ ସେନା

Santosh Kumar Sahoo
Browse all articles by Santosh Kumar Sahoo
·2 months ago·2 min read
ଚାଲିଥିଲା ରେସ୍କ୍ୟୁ ଅପରେସନ୍‌...ବୋମା ବର୍ଷା କଲା ହିଜବୁଲ୍ଲା, ଜୀବନ ବଞ୍ଚାଇ ପଳାଇଲେ ଇସ୍ରାଏଲ ସେନା
Bomb Blast

Key Points

ରେସ୍କ୍ୟୁ ସମୟରେ ଭୟଙ୍କର ଆକ୍ରମଣ
ଜୀବନ ବଞ୍ଚାଇ ପଳାଇଲେ ସେନା
ଜଣେ ସେନା ମୃତ, ଅନେକ ଆହତ
ଦକ୍ଷିଣ ଲେବାନନରେ ଇସ୍ରାଏଲ ଏବଂ ହିଜବୁଲ୍ଲା ମଧ୍ୟରେ ଚାଲିଥିବା ଉତ୍ତେଜନା ମଧ୍ୟରେ ଏକ ବଡ଼ ଆକ୍ରମଣ ଘଟଣା ସାମ୍ନାକୁ ଆସିଛି । ଏକ ରେସ୍କ୍ୟୁ ଅପରେସନ୍‌ ସମୟରେ ହିଜବୁଲ୍ଲା ଇସ୍ରାଏଲୀ ସେନାଙ୍କୁ ଲକ୍ଷ୍ୟ କରି ଡ୍ରୋନ୍‌ ମାଧ୍ୟମରେ ଆକ୍ରମଣ କରିଥିଲା । ଯେଉଁଥିରେ ଜଣେ ସୈନିକଙ୍କ ମୃତ୍ୟୁ ହୋଇଥିଲା ଏବଂ ଅନେକ ଆହତ ହୋଇଥିଲେ ।

ରିପୋର୍ଟ ଅନୁଯାୟୀ, ଏହି ଘଟଣା ଲେବନନର ତୈୟବେହ ଅଞ୍ଚଳରେ ଘଟିଥିଲା, ଯେଉଁଠାରେ ଇସ୍ରାଏଲୀ ସେନାର ୭୭ତମ ବଟାଲିଅନର ଗୋଟିଏ ଟ୍ୟାଙ୍କ ଟେକ୍ନିକାଲ ତ୍ରୁଟି କାରଣରେ ଫସି ରହିଥିଲା । ସୈନିକମାନେ ଟ୍ୟାଙ୍କଟିକୁ ମରାମତି କରୁଥିବା ବେଳେ ହିଜବୁଲ୍ଲା ବିସ୍ଫୋରକ ଭର୍ତ୍ତି ଡ୍ରୋନ ଦ୍ୱାରା ଆକ୍ରମଣ କରିଥିଲା । ଡ୍ରୋନଟି ସୈନିକଙ୍କ ପାଖରେ ବିସ୍ଫୋରଣ ହୋଇଥିଲା, ଯାହାର ଫଳରେ ସେଠାରେ ଥିବା ସୈନିକମାନେ ଗୁରୁତର ଆହତ ହୋଇଥିଲେ ।

ଆକ୍ରମଣ ପରେ ଆହତମାନଙ୍କୁ ଉଦ୍ଧାର କରିବା ପାଇଁ ଇସ୍ରାଏଲୀ ବାୟୁସେନାର ହେଲିକପ୍ଟର ପଠାଯାଇଥିଲା । କିନ୍ତୁ ରେସ୍କ୍ୟୁ ଅପରେସନ ସମୟରେ ମଧ୍ୟ ହିଜବୁଲ୍ଲା ଆକ୍ରମଣ ଜାରି ରଖିଥିଲା । ଖବର ଅନୁସାରେ, ଆଉ ଦୁଇଟି ଡ୍ରୋନ ଛଡ଼ାଯାଇଥିଲା, ଯାହାର ମଧ୍ୟରୁ ଗୋଟିଏକୁ ଇସ୍ରାଏଲୀ ସେନା ଆକାଶରେ ଧ୍ୱଂସ କରିଦେଇଥିଲେ, କିନ୍ତୁ ଅନ୍ୟଟି ହେଲିକପ୍ଟର ଓ ସେନାଙ୍କ ନିକଟରେ ବିସ୍ଫୋରଣ ହୋଇଥିଲା । ତେବେ ଏହି ଦ୍ୱିତୀୟ ବିସ୍ଫୋରଣ ବିଶେଷ କ୍ଷତି କରିନଥିଲା ।

ଅଧିକ ପଢ଼ନ୍ତୁ: ଗୁଳିମାଡ଼ ପରେ ଚର୍ଚ୍ଚାରେ 'ହିଲଟନ୍ ହୋଟେଲ୍'; ଯେଉଁଠି ନିଶ୍ଚିତ ମୃତ୍ୟୁରୁ ବର୍ତ୍ତିଛନ୍ତି ୨ ରାଷ୍ଟ୍ରପତି


ଇସ୍ରାଏଲୀ ସେନା (IDF) ଅନୁଯାୟୀ, ଆକ୍ରମଣରେ ଜଣେ ସୈନିକଙ୍କ ମୃତ୍ୟୁ ହୋଇଥିଲା, ଯେତେବେଳେ ଜଣେ ଅଧିକାରୀ ଏବଂ ତିନି ଜଣ ସୈନିକ ଗୁରୁତର ଆହତ ହୋଇଥିଲେ । ଅନ୍ୟ ଦୁଇ ସୈନିକ ସାମାନ୍ୟ ଆହତ ହୋଇଥିଲେ । ହିଜବୁଲ୍ଲା ଏହି ଆକ୍ରମଣ ପାଇଁ ଦାୟୀ ବୋଲି ଦାବି କରି କହିଛି ଯେ ଏହା ଇସ୍ରାଏଲୀ ଯୁଦ୍ଧବିରତି ଉଲ୍ଲଂଘନର ଜବାବରେ କରାଯାଇଥିଲା ।

ରିପୋର୍ଟ କରାଯାଇଛି ଯେ କିଛି ଡ୍ରୋନ ଫାଇବର-ଅପ୍ଟିକ୍ କେବୁଲ୍ ମାଧ୍ୟମରେ ନିୟନ୍ତ୍ରିତ ହୋଇଥାଏ, ଯାହା ଫଳରେ ଇଲେକ୍ଟ୍ରୋନିକ୍ ଜାମିଂ ମାଧ୍ୟମରେ ସେମାନଙ୍କୁ ଅଟକାଇବା କଷ୍ଟକର ହୋଇପଡୁଛି । ଏହି କାରଣରୁ ଏପରି ଆକ୍ରମଣ ଅଧିକ ସଠିକ୍ ଏବଂ ବିପଜ୍ଜନକ ପ୍ରମାଣିତ ହେଉଛି। ଏହି ଘଟଣା ଏପରି ସମୟରେ ଘଟିଛି ଯେତେବେଳେ ଉଭୟ ପକ୍ଷ ମଧ୍ୟରେ ଯୁଦ୍ଧବିରତି ସମ୍ପ୍ରତି ବୃଦ୍ଧି କରାଯାଇଥିଲା, ତଥାପି ସୀମା ସଂଘର୍ଷ ଜାରି ରହିଛି ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Hezbollah Drone Attack on Israeli Rescue Operation in Lebanon | Major Clash | Argus News