Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ଗୁଳିମାଡ଼ ପରେ ଚର୍ଚ୍ଚାରେ 'ହିଲଟନ୍ ହୋଟେଲ୍'; ଯେଉଁଠି ନିଶ୍ଚିତ ମୃତ୍ୟୁରୁ ବର୍ତ୍ତିଛନ୍ତି ୨ ରାଷ୍ଟ୍ରପତି

International

Washington Hilton Hotel / ଗୁଳିମାଡ଼ ପରେ ଚର୍ଚ୍ଚାରେ 'ହିଲଟନ୍ ହୋଟେଲ୍'; ଯେଉଁଠି ନିଶ୍ଚିତ ମୃତ୍ୟୁରୁ ବର୍ତ୍ତିଛନ୍ତି ୨ ରାଷ୍ଟ୍ରପତି

Subhramjit Ray
Browse all articles by Subhramjit Ray
·3 days ago·3 min read
ଗୁଳିମାଡ଼ ପରେ ଚର୍ଚ୍ଚାରେ 'ହିଲଟନ୍ ହୋଟେଲ୍'; ଯେଉଁଠି ନିଶ୍ଚିତ ମୃତ୍ୟୁରୁ ବର୍ତ୍ତିଛନ୍ତି ୨ ରାଷ୍ଟ୍ରପତି
Washington Hilton Hotel

Key Points

୧୯୮୧ ମସିହାରେ ହୋଇଥିବା ଗୁଳିକାଣ୍ଡ ଘଟଣାରେ ରୋନାଲ୍ଡ ରେଗାନ ଏକ କାର୍ଯ୍ୟକ୍ରମରେ ଯୋଗ ଦେବା ପରେ ଏକ ହୋଟେଲ ବାହାରେ ପାର୍କିଂ କରିଥିବା ତାଙ୍କ ଲିମୋଜିନ କାର ରେ ବସିବାକୁ ସଯିବା ସମୟରେ ତାଙ୍କ ଉପରେ ଗୁଳିମାଡ଼ କରାଯାଇଥିଲା। ଏବେ ଟ୍ରମ୍ପଙ୍କ କାର୍ଯ୍ୟକ୍ରମ ସମୟରେ ରାଜଧାନୀ ୱାଶିଂଟନର ସେହି ପ୍ରସିଦ୍ଧ ହିଲଟନ ହୋଟେଲ ପୁଣି ଥରେ ଗୁଳିକାଣ୍ଡ ପାଇଁ ଚର୍ଚ୍ଚାକୁ ଆସିଛି।
Washington Hilton Hotel Firing: ରବିବାର (ଅପ୍ରେଲ ୨୬) ହୋଇଥିବା ଗୁଳିକାଣ୍ଡ ପରେ ଚର୍ଚ୍ଚାରେ ରହିଛି ଆମେରିକାର ରାଜଧାନୀ ୱାଶିଂଟନ୍ ସ୍ଥିତ "ହିଲଟନ୍ ହୋଟେଲ୍"। ପ୍ରାୟ ୬୦ ବର୍ଷରୁ ଅଧିକ ପୁରୁଣା ଏହି ହିଲଟନ୍ ହୋଟେଲ୍ ରାଷ୍ଟ୍ରପତିଙ୍କ ଉପରେ ହୋଇଥିବା ଗୁଳିକାଣ୍ଡ ଘଟଣାକୁ ନେଇ ଚର୍ଚ୍ଚାରେ ରହିଛି। ପ୍ରଥମେ ରୋନାଲ୍ଡୋ ରିଗାନ ଆଉ ଏବେ ଡୋନାଲ଼୍ଡ ଟ୍ରମ୍ପଙ୍କ ଉପରେ ଗୁଳିମାଡ଼ ଘଟଣା ସାରା ବିଶ୍ୱରେ ଚହଳ ସୃଷ୍ଟି କରିଛି।

ଏହି ହୋଟେଲ ସର୍ବପ୍ରଥମେ ୮୦ ଦଶକରେ ତତ୍କାଳୀନ ଆମେରିକା ରାଷ୍ଟ୍ରପତି ରୋନାଲ୍ଡ ରିଗାନଙ୍କ ଉପରେ ଗୁଳିମାଡ଼ ଘଟଣା ପାଇଁ ଚର୍ଚ୍ଚାକୁ ଆସିଥିଲା। ଏହି ଘଟଣାଟି ୧୯୮୧ ମାର୍ଚ୍ଚ ୩୦ ତାରିଖରେ ଘଟିଥିଲା। ଜନ୍ ହିଙ୍କଲି ଜୁନିଅର ନାମକ ଜଣେ ବ୍ୟକ୍ତି ୱାଶିଂଟନ୍ ହିଲଟନ୍ ହୋଟେଲ ବାହାରେ ତତ୍କାଳୀନ ଆମେରିକା ରାଷ୍ଟ୍ରପତି ରୋନାଲ୍ଡ ରିଗାନ ଏବଂ ତାଙ୍କ ଅଧିକାରୀ ଦଳ ଉପରେ ଗୁଳିମାଡ଼ କରିଥିଲେ। ଗୁଳିକାଣ୍ଡ ସମୟରେ ରୋନାଲ୍ଡ ରିଗାନଙ୍କ ଛାତିରେ ଗୁଳି ବାଜିଥିଲା ହେଲେ ଅସ୍ତ୍ରୋପଚାର ଏବଂ ଆବଶ୍ୟକୀୟ ଚିକିତ୍ସା ପରେ ସେ ବଞ୍ଚି ଯାଇଥିଲେ। ଏହି ଆକ୍ରମଣରେ ପ୍ରେସ୍ ସଚିବ ଜେମ୍ସ ବ୍ରାଡିଙ୍କ ସମେତ ଅନ୍ୟ ତିନି ଜଣ ମଧ୍ୟ ଆହତ ହୋଇଥିଲେ। ରାଷ୍ଟ୍ରପତି ରିଗାନ ହୋଟେଲ ବାହାରେ ପାର୍କିଂ କରାଯାଇଥିବା ତାଙ୍କ କାର ଭିତରକୁ ଯାଉଥିବା ବେଳେ ତାଙ୍କ ଉପରେ ଗୁଳିମାଡ଼ ହୋଇଥିଲା।

୧୯୮୧ ମସିହାର ଘଟିଥିବା ଏହି ଘଟଣାରେ ରୋନାଲ୍ଡ ରିଗାନ ଏକ କାର୍ଯ୍ୟକ୍ରମରେ ଯୋଗ ଦେବା ପରେ ହୋଟେଲ ବାହାରେ ପାର୍କିଂ ହୋଇଥିବା ତାଙ୍କ ଲିମୋଜିନ କାର ଚଢ଼ିବା ସମୟରେ ତାଙ୍କ ଉପରେ ଗୁଳିମାଡ଼ ହୋଇଥିଲା। ଆକ୍ରମଣକାରୀ ଜନ୍ ହିଙ୍କଲି ଆମେରିକା ରାଷ୍ଟ୍ରପତି ଏବଂ ତାଙ୍କ ସହିତ ଥିବା ଲୋକଙ୍କୁ ଟାର୍ଗେଟ କରି ଅଚାନକ ଗୁଳି ଚଳାଇଥିଲେ।

ଏହା ସହ ପଢନ୍ତୁ: ଯେବେ ୭ ରାଷ୍ଟ୍ରପତିଙ୍କ ଉପରେ ହୋଇଥିଲା ଆକ୍ରମଣ; ୪ ହରାଇଥିଲେ ପ୍ରାଣ

ଆକ୍ରମଣ ପରେ ୧୨ ଦିନ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ ରିଗାନ୍
ଏହି ଆକ୍ରମଣ ପରେ ରିଗାନ୍ ପ୍ରାୟ ୧୨ ଦିନ ପର୍ଯ୍ୟନ୍ତ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ। ସେଠାରେ ତାଙ୍କର ଅସ୍ତ୍ରୋପଚାର କରାଯିବା ପରେ ସେ ସୁସ୍ଥ ହୋଇଥିଲେ। ଏହା ପରେ ସେ ୨୩ ବର୍ଷ ବଞ୍ଚିଥିଲେ। ୨୦୦୪ ଜୁନ୍ ୫ ତାରିଖରେ ତାଙ୍କର ମୃତ୍ୟୁ ହୋଇଥିଲା। ରୋନାଲ୍ଡ ରିଗାନ୍ ୧୯୮୧ ମସିହାରୁ ୧୯୮୯ ପର୍ଯ୍ୟନ୍ତ ଆମେରିକାର ୪୦ ତମ ରାଷ୍ଟ୍ରପତି ଭାବରେ କାର୍ଯ୍ୟ କରିଥିଲେ।

ରିଗାନ୍ ଉପରେ କାହିଁକି ହୋଇଥିଲା ଆକ୍ରମଣ?
ରୋନାଲ୍ଡ ରିଗାନ୍ ଙ୍କ ଉପରେ ହୋଇଥିବା ଗୁଳିମାଡ଼ ଘଟଣା ପଛରେ ରହିଥିବା କାରଣ କାହାଣୀ ଚଳଚ୍ଚିତ୍ର କାହାଣୀ ଠାରୁ କମ୍ ନୁହେଁ। କୁହାଯାଏ ଯେ ଆକ୍ରମଣକାରୀ ଜନ୍ ହିଙ୍କଲି ଅଭିନେତ୍ରୀ ଜୋଡି ଫୋଷ୍ଟରଙ୍କ ପ୍ରତି ଆକର୍ଷିତ ଥିଲେ। ସେ ବିଶ୍ୱାସ କରୁଥିଲେ ଯେ ଯଦି ସେ ରାଷ୍ଟ୍ରପତି ରୋନାଲ୍ଡ ରିଗନ୍ ଙ୍କୁ ହତ୍ୟା କରନ୍ତି, ତାହେଲେ ସେ ଅଭିନେତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିପାରିବେ।

ରୋନାଲ୍ଡ ଙ୍କ ପରେ ଡୋନାଲ୍ଡ ଙ୍କ ଉପରେ ହୋଇଛି ଗୁଳିମାଡ଼

ରାଷ୍ଟ୍ରପତି ରିଗାନ୍ ଙ୍କ ଉପରେ ହୋଇଥିବା ଗୁଳିମାଡ଼ ଘଟଣାରେ ହୋଇଥିବା ପୋଲିସ ତଦନ୍ତ ପରେ ଜନ୍ ହିଙ୍କଲି ଙ୍କୁ ମାନସିକ ରୋଗୀ ଘୋଷଣା କରାଯାଇଥିଲା। ଏହା ପରେ ତାଙ୍କୁ ଏକ ମାନସିକ ସ୍ୱାସ୍ଥ୍ୟ କେନ୍ଦ୍ରକୁ ପଠାଯାଇଥିଲା। ଏକ ସରକାରୀ କାର୍ଯ୍ୟକ୍ରମ ଚାଲିଥିବା ସମୟରେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଉପରେ ହୋଇଥିବା ଗୁଳିକାଣ୍ଡ ଘଟଣା ପୂର୍ବତନ ରାଷ୍ଟ୍ରାଧ୍ୟ ରିଗାନ୍ ଙ୍କ ଉପରେ ହୋଇଥିବା ଆକ୍ରମଣକୁ ପୁଣି ଥରେ ମନେ ପକାଇ ଦେଇଛି। ରାଜଧାନୀ ୱାଶିଂଟନ ସ୍ଥିତ ପ୍ରସିଦ୍ଧ ହିଲଟନ୍ ହୋଟେଲ ଉଭୟ ଆକ୍ରମଣର କେନ୍ଦ୍ରବିନ୍ଦୁ ଥିଲା।

ଏହି ହୋଟେଲ ଅତ୍ୟନ୍ତ ପ୍ରସିଦ୍ଧ। ଯାହର ଭିତ୍ତି ପ୍ରସ୍ତର ୧୯୬୨ ମସିହାରେ ସ୍ଥାପନ କରାଯାଇଥିଲା ଏବଂ ଏହା ୧୯୬୫ ମସିହାରେ ସମାପ୍ତ ହେବା ପରେ ଉଦଘାଟନ ହୋଇଥିଲା। ଏହି ହୋଟେଲ ଏହାର ଆକୃତି ପାଇଁ ସାରା ବିଶ୍ୱରେ ପ୍ରସିଦ୍ଧ। ଏହାର ଅନନ୍ୟ ରାଜଧାନୀର ପରିଚୟ ପାଲଟି ସାରିଛି। ହିଲଟନ୍ ହୋଟେଲ୍ କୁ ବିଶ୍ୱର ବିଭିନ୍ନ ଦେଶର ରାଷ୍ଟ୍ରପତି, ବିଶିଷ୍ଟ ବ୍ୟକ୍ତି ଏବଂ ଆନ୍ତର୍ଜାତୀୟ ବ୍ୟକ୍ତିବିଶେଷଙ୍କ ଯିବା ଆସିବା ଲାଗି ରହିଥାଏ।



Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Same Hotel, Different Century: Gunfire Erupts Where Ronald Reagan Was Shot in 1981 | Argus News