Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
International

Hong Kong Apartment Fire / ହୁତୁହୁତୁ ହୋଇ ଜଳୁଛି ଆପାର୍ଟମେଣ୍ଟ, ଚାଲିଗଲାଣି ୪୪ ଜୀବନ...ଏବେ ବି ୩୦୦ ନିଖୋଜ

Santosh Kumar Sahoo
Browse all articles by Santosh Kumar Sahoo
·7 months ago·2 min read
ହୁତୁହୁତୁ ହୋଇ ଜଳୁଛି ଆପାର୍ଟମେଣ୍ଟ, ଚାଲିଗଲାଣି ୪୪ ଜୀବନ...ଏବେ ବି ୩୦୦ ନିଖୋଜ

Key Points

ହଂକଂର ତାଇ ପେ ଜିଲ୍ଲାରେ ଭୟଙ୍କର ଅଗ୍ନିକାଣ୍ଡ
୩୧ ମହଲା ବିଶିଷ୍ଟ ୫ଟି ଅଟ୍ଟାଳିକାରେ ଲାଗିଲା ନିଆଁ
ଘଟଣାରେ ଏଯାଏଁ ୪୪ ମୃତ, ପ୍ରାୟ ୩୦୦ ଲୋକ ନିଖୋଜ
ହଂକଂର ତାଇ ପେ ଜିଲ୍ଲାରେ ବୁଧବାର ଭୟଙ୍କର ଅଗ୍ନିକାଣ୍ଡ ଘଟିଛି । ଆଉ ଚାହୁଁଚାହୁଁ ହୁତୁହୁତୁ ହୋଇ ଜଳିଲା ୭ ବଡ଼ ଅଟ୍ଟାଳିକା । ତାଇ ପୋ ଜିଲ୍ଲାରେ ଥିବା ଓ୍ବାଙ୍ଗ ଫୁକ୍ କୋର୍ଟ ହାଇସିଂ କଂମ୍ଲେକ୍ସରେ ନିଆଁ ଲାଗି ୪୪ ଜଣଙ୍କର ଜୀବନ ଯାଇଥିବା ବେଳେ ପ୍ରାୟ ତିନିଶହ ଲୋକ ନିଖୋଜ ଥିବା କୁହାଯାଉଛି । ଅନେକ ଲୋକ ଏବେ ବି ବିଲ୍ଡିଂ ଭିତରେ ଫସି ରହିଥିବା ନେଇ ଅଗ୍ନିଶମ ବିଭାଗ ସ୍ପଷ୍ଟ କରିଛି ।

ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁ ଲିଭାଇବାକୁ ଚେଷ୍ଟା ଚଳାଇଛି । ତେବେ ମୃତକଙ୍କ ମଧ୍ୟରେ ଅଗ୍ନିଶମ ବାହିନୀର ଯବାନ ମଧ୍ୟ ଅଛନ୍ତି । ଅନେକ ଲୋକ ନିଆଁରେ ପୋଡ଼ି ଗୁରୁତର ହୋଇଥିବା ବେଳେ ଅନେକ ସାମାନ୍ୟ ଆହତ ମଧ୍ୟ ହୋଇଛନ୍ତି । ୩୧ ମହଲା ବିଲ୍ଡିଂରେ ନିଆଁ ଲାଗିଥିବା ବେଳେ ଏହାକୁ ଆୟତ୍ତ କରିବା କଷ୍ଟକର ହୋଇପଡ଼ିଛି । ଘଟଣାସ୍ଥଳରେ ୭୦୦ ଅଧିକ ଫାୟାର ଫାଇଟର୍ସ ନିଆଁ ଲିଭାଇବା ଏବଂ ଲୋକଙ୍କୁ ଉଦ୍ଧାର କରିବା ଲାଗି ପ୍ରୟାସ ଜାରି ରଖିଛନ୍ତି ।

ଅଧିକ ପଢ଼ନ୍ତୁ: ଶେହବାଜ ସରକାର କଣ କଲେ ମୋ ଭାଇ ସହ, ୨୩ ଦିନ ହେଲା ମିଳୁନି ଖୋଜଖବର...

ସୂଚନା ଅନୁସାରେ, ଏହି ଅଗ୍ନିକାଣ୍ଡ ଓ୍ବାଙ୍ଗ ଫୁକ୍ କୋର୍ଟ ନାମକ ଏକ ହାଇସିଂ କଂମ୍ଲେକ୍ସରେ ଅପରାହ୍ମ ୨.୫୧ରେ ଘଟିଛି । ଏଠାରେ ୨୦୦୦ ଫ୍ଲାଟରେ ପ୍ରାୟ ୪୬୦୦ ଲୋକ ରୁହନ୍ତି । ତେବେ ନିଆଁଟି ଗୋଟିଏ ଆର୍ପାଟମେଣ୍ଟରେ ଲାଗିବା ପରେ ଚାହୁଁଚାହୁଁ ଅନ୍ୟ କୋଠାକୁ ବ୍ୟାପି ଯାଇଥିଲା । ନିଆଁ ଲାଗିବା ପରେ ଲୋକମାନେ ପ୍ରାଣ ବିକଳରେ ତଳକୁ ଧାଇଁଥିଲେ । କିନ୍ତୁ ନିଆଁରେ ପ୍ରକୋପ ଏତେ ଥିଲା ଯେ ପ୍ରାୟ ୪୪ ଜଣଙ୍କ ମୃତ୍ୟୁ ହୋଇଛି । ଏବେ ବି ଶତାଧିକ ଲୋକଙ୍କ ପତ୍ତା ମିଳୁନଥିବାରୁ ଆଗକୁ ମୃତ୍ୟୁସଂଖ୍ୟା ଆହୁରି ବଢ଼ିପାରେ ଅନୁମାନ କରାଯାଉଛି ।

ତେବେ ଏହି ଅଗ୍ନିକାଣ୍ଡକୁ 'କ୍ଲାସ୍‌-୫' ଭାବେ ଶ୍ରେଣୀଭୁକ୍ତ କରାଯାଇଛି । ହଂକଂରେ ଏହାକୁ ସବୁଠୁ ଭୀଷଣ ଅଗ୍ନିକାଣ୍ଡ ବୋଲି ବିବେଚନା କରାଯାଏ ।
ଘଟଣାସ୍ଥଳରେ ୭୦୦ ରୁ ଅଧିକ ଅଗ୍ନିଶମ କର୍ମଚାରୀ ନିଆଁ ଲିଭାଇ ଲୋକଙ୍କୁ ଉଦ୍ଧାର କରୁଛନ୍ତି । ଅନେକ ସ୍ଥାନରେ ନିଆଁ ଲିଭାଇବାକୁ ଅଗ୍ନିଶମ ବାହିନୀ ହାଇଡ୍ରୋଲିକ୍‌ ସିଡି ବ୍ୟବହାର କରୁଛି । ଲାଇଭ୍ ଫୁଟେଜରେ ଦେଖିବାକୁ ମିଳୁଛି ଯେ, ଉଦ୍ଧାରକାରୀ ଟିମ୍ ତୀବ୍ର ନିଆଁ ଓ ଘନ ଧୂଆଁ ସତ୍ତ୍ବେ ଆପାର୍ଟମେଣ୍ଟ ଭିତରକୁ ପ୍ରବେଶ କରି ନିଜ ଜୀବନକୁ ବାଜି ଲଗାଇ ଲୋକଙ୍କୁ ଉଦ୍ଧାର କରୁଛନ୍ତି ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Related Topics

Explore more stories

Sponsored
Hong Kong Apartment Fire: 44 Dead, Over 300 Missing in Massive Blaze at Tai Po Complex | Argus News