US Blockade Challenged / ଚକ୍ମା ଦେଲା ପାକିସ୍ତାନ; ଆମେରିକାର ନାକାବନ୍ଦୀ ଭିତରେ ହର୍ମୁଜ୍ ଅତିକ୍ରମ କଲା ପ୍ରଥମ ଜାହାଜ
·5 months ago·2 min read

Key Points
ଇରାନ ଯୁଦ୍ଧ ଭିତରେ ହର୍ମୁଜକୁ ଆମେରିକା ଘେରି ଯାଇଥିବା ବେଲେ କିଛିଦିନ ହେଲା ଏହି ସମୁଦ୍ରରେ ଜାହାଜ ଆସିବା ପ୍ରାୟ ବନ୍ଦ ହୋଇ ଯାଇଛି । ଏଭଳି ସ୍ଥିତିରେ ପାକିସ୍ତାନ ଜାହାଜ ହର୍ମୁଜ ଅତିକ୍ରମ କରିବା ସମସ୍ତଙ୍କୁ ଚକ୍ମା ଦେଇଛି ।
ନୂଆଦିଲ୍ଲୀ: ହର୍ମୁଜ ପ୍ରଣାଳୀ ବାହାରେ ଆମେରିକା ନାକାବନ୍ଦୀ କରିଛି । ଫଳରେ ହର୍ମୁଜକୁ କୌଣସି ଜାହାଜ ପଶି ପାରୁଛି ନା ବାହାରି ପାରୁଛି । ଆମେରିକାର ନାକାବନ୍ଦୀ ଭିତରେ ପ୍ରଥମଥର ଗୋଟିଏ ଜାହାଜ ସଫଳତାର ହର୍ମୁଜ୍ ପ୍ରଣାଳୀ ଅତିକ୍ରମ କରିଛି ।
ହର୍ମୁଜ ଅତିକ୍ରମ କରିଥିବା ଜାହାଜଟି ପାକିସ୍ତାନର, ନାଁ ହେଉଛି ଶଲାମାର । ଇରାନ ଯୁଦ୍ଧ ଭିତରେ ହର୍ମୁଜକୁ ଆମେରିକା ଘେରି ଯାଇଥିବା ବେଲେ କିଛିଦିନ ହେଲା ଏହି ସମୁଦ୍ରରେ ଜାହାଜ ଆସିବା ପ୍ରାୟ ବନ୍ଦ ହୋଇ ଯାଇଛି । ଏଭଳି ସ୍ଥିତିରେ ପାକିସ୍ତାନ ଜାହାଜ ହର୍ମୁଜ ଅତିକ୍ରମ କରିବା ସମସ୍ତଙ୍କୁ ଚକ୍ମା ଦେଇଛି ।
ଏଥିସହ ପଢ଼ନ୍ତୁ: ହର୍ମୁଜ ପାର୍ ପରେ ଆଗକୁ ବଢ଼ି ପାରିଲାନି ୮ ଇରାନୀ ଜାହାଜ; ରୋକିଲା ଟ୍ରମ୍ପଙ୍କ 'ଲକ୍ଷ୍ମଣ ରେଖା'
ଶଲାମାର ଜାହାଜଟି ପାକିସ୍ତାନର କରାଚି ବନ୍ଦର ଆଡ଼କୁ ଯାଉଛି । ସୂଚନା ଅନୁସାରେ, ଅଶୋଧିତ ତୈଳ ନେଇ ଯାଉଥିବା ଜାହାଜଟି ରବିବାର କରାଚିରେ ପହଞ୍ଚିଯିବ । ସୂଚନା ଅନୁସାରେ, ଜାହାଜଟି ଗତ ରବିବାର ଉପସାଗରରେ ପ୍ରବେଶ କରିଥିଲା । ସେତେବେଳେ ଆମେରିକାର ନାକାବନ୍ଦୀ ସମ୍ପୂର୍ଣ୍ଣ ଭାବେ ଲାଗୁ ହୋଇ ନଥିଲା ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ସୋମବାର ନାକାବନ୍ଦୀ ହେବା ମାତ୍ରେ ଜାହାଜ ମାଲିକ ସମ୍ଭାବ୍ୟ ବିପଦକୁ ଦେଖି ଜାହାଜକୁ ଅଟକାଇ ଦେଇଥିଲେ । ଏହାପରେ ଗୁରୁବାର ଜାହାଜଟି ଇରାନର ଲାରକ ଦ୍ଵୀପର ଦକ୍ଷିଣକୁ ଯାଇ ଉପସାଗର ବାହାରକୁ ବାହାରିବାରେ ସଫଳ ହୋଇଥିଲା । ଯାହାକୁ ଦେଖିଲେ ଲାଗୁଛି କିଛି ପାକିସ୍ତାନ ଜାହାଜକୁ ଛାଡ଼ିବକୁ ଇରାନ ମଞ୍ଜୁରୀ ଦେଇଛି ।
ଆମେରିକାର ନାକାବନ୍ଦୀ ପରେ ହର୍ମୁଜ୍ ଦେଇ ବହୁତ କମ୍ ଜାହାଜ ଅତିକ୍ରମ କରିଛନ୍ତି । ଆମେରିକାର ସେଣ୍ଟ୍ରାଲ୍ କମାଣ୍ଡ ଅନୁସାରେ, ୩ ଦିନରେ ୧୪ଟି ଜାହାଜ ଉକ୍ତ ସାମୁଦ୍ରିକ ପଥ ଦେଇ ଉପସାଗର ବାହାରକୁ ଆସିଛନ୍ତି । ଏବେ ଦୈନିକ ଉକ୍ତ ଜଳପଥ ଦେଇ ୯ରୁ କମ୍ ଜାହାଜ ଯାଉଛି, ପୂର୍ବରୁ ପ୍ରତିଦିନ ୧୪୦ଟି ଜାହାଜ ଯାଉଥିଲା ।
ଏଥିସହ ପଢ଼ନ୍ତୁ: ଅଧା ପେଟରେ ଯୁଦ୍ଧ ! ଇରାନ ସହ ଦିନରାତି ଲଢୁଛନ୍ତି ଆମେରିକୀୟ ସୈନ୍ୟ, ଖାଦ୍ୟ ବି ମିଳୁନି
ମାର୍ଚ୍ଚ ପର୍ଯ୍ୟନ୍ତ ଇରାନର ଜାହାଜ ଏହି ରାସ୍ତା ଦେଇ ପ୍ରାୟ ୧୭ ଲକ୍ଷ ବ୍ୟାରେଲ୍ ତୈଳ ପରିବହନ କରିଛି । କିନ୍ତୁ ଏବେ ଆମେରିକାର ନାକାବନ୍ଦୀ ପରେ ଇରାନର ତୈଳ ରପ୍ତାନୀ ପ୍ରାୟ ଠପ୍ ହୋଇ ଯାଇଛି ।
ନାକାବନ୍ଦୀ କେତେ ବଡ଼ ?
ଆମେରିକା ନୌସେନା ଏକ ନକ୍ସା ଦେଖାଇ କହିଛି, ଏହି ନାକାବନ୍ଦୀ ଓମାନ ଉପକୂଳରୁ ଆରମ୍ଭ ହୋଇ ରାସ୍ ଅଲ୍ ହଦରୁ ନେଇ ଇରାନ ଓ ପାକିସ୍ତାନ ସୀମା ପର୍ଯ୍ୟନ୍ତ ବ୍ୟାପିଛି । ଅର୍ଥାତ୍ ଆମେରିକା ସମୁଦ୍ରର ଏକ ବଡ଼ ଭାଗକୁ କଭର କରି ନେଇଛି ।

Related Topics
Explore more stories