Videos
|
International

Saudi Oil Company Aramco Attacks / ତୈଳ କମ୍ପାନୀ ଆରାମକୋ ଉପରେ ହୁଥି ବିଦ୍ରୋହୀଙ୍କ ଆକ୍ରମଣ; ପୁଣି ବଢିପାରେ ତେଲ ଦର

Subhramjit Ray
Browse all articles by Subhramjit Ray
·1 hour ago·3 min read
ତୈଳ କମ୍ପାନୀ ଆରାମକୋ ଉପରେ ହୁଥି ବିଦ୍ରୋହୀଙ୍କ ଆକ୍ରମଣ; ପୁଣି ବଢିପାରେ ତେଲ ଦର
Saudi Oil Company Aramco Attacks

Key Points

ୟେମେନ ହୁଥି ବିଦ୍ରୋହୀ ଦାବି କରିଛନ୍ତି ଯେ ସେମାନେ ବାଲିଷ୍ଟିକ୍ କ୍ଷେପଣାସ୍ତ୍ର ଏବଂ ଡ୍ରୋନ୍ ସାହାଯ୍ୟରେ ରିୟାଦ ସ୍ଥିତ ଆରାମକୋ ପ୍ରତିଷ୍ଠାନ ଉପରେ ଆକ୍ରମଣ କରିଥିଲା। ହେଲେ ତଥାପି ସାଉଦି ଅଧିକାରୀ ଏହି ଆକ୍ରମଣକୁ ନିଶ୍ଚିତ କରିନାହାଁନ୍ତି।
ପୁଣି ଥରେ ସାଉଦି ଆରବ ସରକାରୀ ତୈଳ କମ୍ପାନୀ ଆରାମକୋ ଉପରେ ଆକ୍ରମଣ କରିଛନ୍ତି ୟମେନ୍ ହୁଥି ବିଦ୍ରୋହୀ। ସାଉଦି ଆରବ ରାଜଧାନୀ ରିୟାଦ ସ୍ଥିତ ସରକାରୀ ତୈଳ କମ୍ପାନୀ ଉପରେ ଆକ୍ରମଣ କରିଥିବା ଦାବି କରିଛନ୍ତି କରିଛନ୍ତି ହୁଥି ବିଦ୍ରୋହୀ। ସେମାନଙ୍କ ପକ୍ଷରୁ ହୋଇଥିବା ଦାବି ଅନୁସାରେ ଆରାମକୋ କମ୍ପାନୀ ଉପରେ ହୋଇଥିବା ଆକ୍ରମଣରେ ମିସାଇଲ ଏବଂ ଡ୍ରୋନ୍ ବ୍ୟବହାର କରାଯାଇଥିଲା। ଏହି ଆକ୍ରମଣ ପୁଣି ଥରେ ମଧ୍ୟପ୍ରାଚ୍ୟ ଅଞ୍ଚଳରେ ଉତ୍ତେଜନା ବଢିଯାଇଛି। ଇରାନ-ସମର୍ଥିତ ବ୍ରିଦ୍ରୋହୀ ଗୋଷ୍ଠୀ ହୁଥି ଏବଂ ସାଉଦି ଆରବ ମଧ୍ୟରେ ସଂଘର୍ଷ ବୃଦ୍ଧି ପାଇବାରେ ଲାଗିଛି।

ଶନିବାର (୩ ଅକ୍ଟୋବର) ସୋସିଆଲ ମିଡିଆରେ ପୋଷ୍ଟ କରାଯାଇଥିବା ଏକ ବିବୃତ୍ତିରେ, ହୁଥି ଗୋଷ୍ଠୀର ସାମରିକ ମୁଖପାତ୍ର ୟାହ୍ୟା ସରି କହିଛନ୍ତି ଯେ ବିଦ୍ରୋହୀ, ରାଜଧାନୀ ରିୟାଦ ସ୍ଥିତ ଆରାମକୋ କମ୍ପାନୀ ଉପରେ "ବାଲିଷ୍ଟିକ୍ ମିସାଇଲ ଏବଂ ଡ୍ରୋନ ସହାୟତାରେ ଆକ୍ରମଣରେ କରିଥିଲେ। ହୁଥି ମୁଖପାତ୍ର ଦାବି କରିଛନ୍ତି ଯେ ଏହି ଆକ୍ରମଣ ସଠିକ୍ ଏବଂ ସିଧାସଳଖ ଥିଲା। ଯାହା ଫଳରେ ଆକ୍ରମଣ ହୋଇଥିବା ସ୍ଥାନରେ ନିଆଁ ଲାଗିଯାଇଥିଲା।

ହେଲେ ତଥାପି ସାଉଦି ଆରବ ଅଧିକାରୀ କୌଣସି ଆକ୍ରମଣ ହୋଇଥିବା ନେଇ ରିପୋର୍ଟ କରିନାହାଁନ୍ତି। ଏପରିକି ସାଉଦି ସରକାରୀ ତୈଳ କମ୍ପାନୀ ଆରାମକୋ ଅଗ୍ନିକାଣ୍ଡର କାରଣ ବିଷୟରେ କୌଣସି ମନ୍ତବ୍ୟ ଦେଇନାହାଁ। ରବିବାର (୪ ଅକ୍ଟୋବର) ସକାଳେ ସାଉଦି ଆରବ ନେତୃତ୍ୱାଧିନ ମିଳିତ ସାମରିକ ମେଣ୍ଟ କହିଛି ଯେ, ମେଣ୍ଟର ସୈନ୍ୟ ବାହିନୀ ତୋର ଅଲ-ବାହା ଫ୍ରଣ୍ଟ ଏବଂ ତାଇଜ୍ ଆକ୍ସିସ ଠାରେ ହୁଥି ବିଦ୍ରୋହୀଙ୍କ ବିରୋଧରେ ୯୭ ସଠିକ ଆକ୍ରମଣ କରିଥିଲା। ଏହି ଆକ୍ରମଣରେ ଯୁଦ୍ଧ ବିମାନ, ଡ୍ରୋନ୍, ତୋପ, କ୍ଷେପଣାସ୍ତ୍ର ଏବଂ ସ୍ନାଇପର ବ୍ୟବହାର କରାଯାଇଥିଲା।

ଏହା ସହ ପଢନ୍ତୁ: ଇସ୍ରାଏଲ୍ ଉପରେ ପୁନର୍ବାର ହୋଇପାରେ 'ଅକ୍ଟୋବର ୭' ଆକ୍ରମଣ; ଷଡ଼ଯନ୍ତ୍ର କରୁଛି ଇରାନ୍

Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଆନ୍ତର୍ଜାତୀୟ ସ୍ତରରେ ସ୍ୱୀକୃତିପ୍ରାପ୍ତ ୟମେନ୍ ସରକାରୀ ବାହିନୀ ମୁଖପାତ୍ର କର୍ଣ୍ଣେଲ ମାଜିଦ୍ ଅବଦୁଲ୍ଲା ଅଲ୍-ନାଜିଲି କହିଛନ୍ତି ଯେ, ଏହି ଆକ୍ରମଣ ପ୍ରାୟ ୨୬୦ ହୁଥି ବିଦ୍ରୋହୀଙ୍କୁ ଟାର୍ଗେଟ କରା ଯାଇଥିଲା। ଏପରିକି ସୋମାନଙ୍କର ୪୪ ସାମରିକ ଯାନ ନଷ୍ଟ କିମ୍ବା କ୍ଷତିଗ୍ରସ୍ତ ହୋଇଥିଲା।

ଗତ ମାସରେ ହୋଇଥିଲା ସଂଘର୍ଷ
ଗତ ମାସରେ ହୁଥି ବିଦ୍ରୋହୀ ଦାବି କରିଥିଲେ ଯେ ସେମାନେ ସାଉଦି ଆରବର ପଶ୍ଚିମ ଉପକୂଳରେ, ଲାଲ ସାଗରରେ ଅବସ୍ଥିତ ବନ୍ଦର ୟାନବୁ ସ୍ଥିତ ଆରାମକୋ କମ୍ପାନୀ ଉପରେ ଆକ୍ରମଣ କରିଥିଲେ। ସେହି ସମୟରେ ସାଉଦି ଆରବ କହିଥିଲା ​​ଯେ ଏହା ତାଇଫ୍ ଏବଂ ୟାନବୁ ଅଭିମୁଖେ ମାଡ଼ କରାଯାଇଥିବା ୬ ବାଲିଷ୍ଟିକ୍ କ୍ଷେପଣାସ୍ତ୍ରକୁ ପ୍ରତିହତ କରାଯାଇଥିଲା। ଆରାମକୋ କମ୍ପାନୀ ସହ ଜଡ଼ିତ ସ୍ଥାନ ଅକ୍ଷୁର୍ଣ୍ଣ ରହିଥିଲା। ଚଳିତ ସପ୍ତାହର ଆରମ୍ଭରେ, ସାଉଦି ଆରବ ନେତୃତ୍ୱାଧିନ ମିଳିତ ସେନା ସଙ୍ଗଠନ ଦାବି କରିଥିଲା ​​ଯେ ହୁଥି ବିଦ୍ରୋହୀ ଗତ ମଙ୍ଗଳବାର (୨୯ ସେପ୍ଟମ୍ବର) ମୁସଲମାନଙ୍କ ପବିତ୍ର ଧାର୍ମିକ ସହର ମଦିନା ସ୍ଥିତ ଏକ ବିଦ୍ୟୁତ୍ କେନ୍ଦ୍ର ଉପରେ ଆକ୍ରମଣ କରିଥିଲେ।

ଗତ ୨୦୨୨ ଜୁଲାଇରେ ଯୁଦ୍ଧବିରତି ଭଙ୍ଗ ହେବା ପରଠାରୁ ଲଢ଼େଇ ତୀବ୍ର ହେବାରେ ଲାଗିଛି। ସେପ୍ଟେମ୍ବର ମଧ୍ୟଭାଗରେ, ହୁଥି ବିଦ୍ରୋହୀ ମୋଚା ବନ୍ଦର ସହର ଏବଂ ବାବ୍ ଅଲ୍-ମନ୍ଦେବ ପ୍ରଣାଳୀ ସ୍ଥିତ ରଣନୈତିକ ଦ୍ୱୀପପୁଞ୍ଜକୁ କବଜା କରି ନେଇଥିଲେ। ଯୁଦ୍ଧ ପୁଣି ଥରେ ଆରମ୍ଭ ହୋଇୟିବା ପରଠାରୁ ଲକ୍ଷ ଲକ୍ଷ ଲୋକ ବିସ୍ଥାପିତ ହୋଇଛନ୍ତି। ଗତ ୨୦୧୪ ରେ ହୁଥି ବିଦ୍ରୋହୀ ୟମେନ୍ ରାଜଧାନୀ ସାନା କବଜା କରିବା ପର ଠାରୁ ସମଗ୍ର ଦେଶ ଗୃହଯୁଦ୍ଧ କବଳରେ ରହିଛି। ଯାହା ପରେ ୟେମେନ ସରକାର ଅଦନ ଶବର ଠାରୁ ପଛକୁ ଫେରିଯିବାକୁ ବାଧ୍ୟ ହୋଇଛନ୍ତି।

ପୁଣି ବଢିପାରେ ତୈଳ ଦର
ସାଉଦି ଆରବ ବିଶ୍ୱର ପ୍ରମୁଖ ତୈଳ ଉତ୍ପାଦକ ଏବଂ ରପ୍ତାନିକାରୀ ଦେଶଙ୍କ ମଧ୍ୟରେ ଅନ୍ୟତମ। ସାଉଦି ତୈଳ ଭିତ୍ତିଭୂମି ଉପରେ ଆକ୍ରମଣ ବିଶ୍ୱ ବଜାର ଉପରେ ଚାପ ପକାଇପାରେ। ଆରାମକୋ ଉପରେ ଆକ୍ରମଣ ପରେ ଅଶୋଧିତ ତୈଳ ମୂଲ୍ୟ ବୃଦ୍ଧି ପାଇପାରେ ବୋଲି ଚିନ୍ତା କରାଯାଉଛି। ଯଦି ୟେମେନ ଏବଂ ସାଉଦି ଆରବ ମଧ୍ୟରେ ସାମରିକ ଉତ୍ତେଜନା ଦୀର୍ଘ ସମୟ ପର୍ଯ୍ୟନ୍ତ ଜାରି ରହେ, ତାହେଲେ ପଶ୍ଚିମ ଏସିଆରୁ ହେଉଥିବା ବୈଶ୍ୱିକ ତୈଳ ଯୋଗାଣ ପାଇଁ ବିପଦ ଆହୁରି ବଢିପାରେ।