7 October Attack Israel Anniversary / ଇସ୍ରାଏଲ୍ ଉପରେ ପୁନର୍ବାର ହୋଇପାରେ 'ଅକ୍ଟୋବର ୭' ଆକ୍ରମଣ; ଷଡ଼ଯନ୍ତ୍ର କରୁଛି ଇରାନ୍
·21 mins ago·3 min read

Key Points
ଜବତ ହୋଇଥିବା ହମାସ ସହ ଜଡ଼ିତ ଦସ୍ତାବିଜରୁ ଜଣାପଡିଛି ଯେ ହମାସ ନେତା ୟାହିୟା ସିନୱାର ଏକ ବଡ଼ ଆଞ୍ଚଳିକ ଯୁଦ୍ଧ କଳ୍ପନା କରିଥିଲେ। ଯେଉଁଥିରେ ଇସ୍ରାଏଲ ବିରୋଧରେ ହେବାକୁ ଯାଉଥିବା ବଡ଼ ଅଭିଯାନରେ ହିଜ୍ଜିବୁଲ୍ଲା ଏବଂ ଇରାନ୍ ସାମିଲ ହୋଇଥାନ୍ତେ।
୨୦୨୩ ଅକ୍ଟୋବର ୭ ତାରିଖରେ ଇସ୍ରାଏଲ୍ ଉପରେ ଇରାନ୍ ସମର୍ଥିତ ଆତଙ୍କୀ ଗୋଷ୍ଠୀ ଦ୍ୱାରା ହୋଇଥିଲା ଅତର୍କିତ ଆକ୍ରମଣ। ଆଉ ଏହା ପରେ ମଧ୍ୟ ପ୍ରାଚ୍ୟରେ ଆରମ୍ଭ ହୋଇଯାଇଥିଲା ଇସ୍ରାଏଲ-ଇରାନ୍ ମଧ୍ୟରେ ସଂଗର୍ଷ। ଏହି ଆକ୍ରମଣ ଘଟଣାକୁ ୩ ବର୍ଷ ପୂରଣ ହେବାକୁ ବସିଥିବା ବେଳେ, ଏବେ ମଧ୍ୟ ଜାରି ରହିଛି ସଂଘର୍ଷ। ସଦ୍ୟ ଇସ୍ରାଏଲ ଗୁଇନ୍ଦା ବିଭାଗ ପକ୍ଷରୁ ହୋଇଥିବା ଆକଳନ ଅନୁଯାୟୀ ଇରାନ ପୁନର୍ବାର ଆକ୍ରମଣ କରିବାକୁ ଷଡ଼ଯନ୍ତ୍ର କରିଛି।
ଇରାନ ଏହାର ଆଞ୍ଚଳିକ ପ୍ରକ୍ସି ନେଟୱାର୍କ (Iran Regional Proxy Network) ସହିତ ମିଳିତ ଭାବରେ, ୨୦୨୩ ଅକ୍ଟୋବର ୭ ତାରିଖରେ ହୋଇଥିବା ଆକ୍ରମଣ ପରି ଇସ୍ରାଏଲ ଉପରେ ଏକ ବଡ଼ ଧରଣର ଆକ୍ରମଣ ପାଇଁ ପ୍ରସ୍ତୁତ ହେଉଛି। ଇସ୍ରାଏଲୀ ଗଣମାଧ୍ୟମ "ଦି ଜେରୁସେଲମ୍ ପୋଷ୍ଟ" (The Jerusalem Post) ପକ୍ଷରୁ ପ୍ରକାଶିତ ଏକ ରିପୋର୍ଟ ଅନୁଯାୟୀ, ଇରାନ୍ ଏହାର ପ୍ରକ୍ସି ବାହିନୀକୁ (Iranian Proxy Force) ଏକ ଆକ୍ରମଣରେ ସାମିଲ କରିବାକୁ ଯୋଜନା କରୁଛି। ଇରାନ୍ ପ୍ରକ୍ସି ବାହିନୀ, ଯାହାକୁ "ଆକ୍ସିସ୍ ଅଫ ରେଜିଷ୍ଟାନ୍ସ" (Axis of Resistance Iran) କୁହାଯାଏ, ତାହା ମଧ୍ୟପ୍ରାଚ୍ୟର ବିଭିନ୍ନ ଦେଶରେ ସକ୍ରିୟ ରହିଛି। ଯେପରିକି ଲେବାନନ ଠାରେ ହିଜ୍ଜିବୁଲ୍ଲା, ୟେମେନ ଠାରେ ହୁଥି ଏବଂ ଇରାକ ଏବଂ ସିରିଆ ଠାରେ ହମାସ ଏବଂ ଇରାନ ସମର୍ଥକ ମିଲିସିଆ।
ଏହା ସହ ପଢନ୍ତୁ: ଟପ୍ ହମାସ୍ କମାଣ୍ଡର ଗିରଫ; ଗାଜା ସହର ଭିତରୁ ଉଠାଇନେଲେ ଇସ୍ରାଏଲୀ କମାଣ୍ଡୋ
ଅକ୍ଟୋବର ଆକ୍ରମଣରେ କେଉଁଠି ହୋଇଥିଲା ତ୍ରୁଟି?
ପାଲେଷ୍ଟାଇନ୍ ଗାଜା ଅଞ୍ଚଳରୁ ଜବତ ହୋଇଥିବା ହମାସ ସହ ଜଡ଼ିତ ଦସ୍ତାବିଜରୁ ଜଣାପଡିଛି ଯେ ହମାସ ନେତା ୟାହିୟା ସିନୱାର ଏକ ବଡ଼ ଆଞ୍ଚଳିକ ଯୁଦ୍ଧ କଳ୍ପନା କରିଥିଲେ। ଯେଉଁଥିରେ ଇସ୍ରାଏଲ ବିରୋଧରେ ହେବାକୁ ଯାଉଥିବା ବଡ଼ ଅଭିଯାନରେ ହିଜ୍ଜିବୁଲ୍ଲା ଏବଂ ଇରାନ୍ ସାମିଲ ହୋଇଥାନ୍ତେ। ହମାସ ନେତା ବିଶ୍ୱାସ କରିଥିଲେ ଯେ ହମାସ ଦ୍ୱାରା ହୋଇଥିବା ଆକ୍ରମଣର ପ୍ରାରମ୍ଭିକ ସଫଳତା ଇରାନ ଏବଂ ହିଜବୁଲ୍ଲା ଭଳି ସଙ୍ଗଠନକୁ ଏକ ବଡ଼ ଆଞ୍ଚଳିକ ଅଭିଯାନରେ ସାମିଲ ହେବାକୁ ବାଧ୍ୟ କରିବ। ହେଲେ ତଥାପି ଆମେରିକା ଏବଂ ଇସ୍ରାଏଲ ଅକ୍ଟୋବର 7 ଆକ୍ରମଣର ବିବରଣୀ କିମ୍ବା ଏହାର ତାରିଖ ବିଷୟରେ ଅଜ୍ଞ ଥିଲେ। ଯେତେବେଳେ ଆମେରିକା ଏବଂ ଇସ୍ରାଏଲ ଇରାନ ଉପରେ ଆକ୍ରମଣ କରିଥିଲେ, ସମନ୍ୱୟ ଅଭାବରୁ ଏହାର ପ୍ରତିକ୍ରିୟା ଖଣ୍ଡ ବିଖଣ୍ଡିତ ହୋଇଥିଲା। ସେହି ଦିନ ସକାଳେ ଏକ ବଡ଼ ଏବଂ ଏକକାଳୀନ ଆକ୍ରମଣ ପରିବର୍ତ୍ତେ, ହିଜ୍ଜିବୁଲ୍ଲା ଉତ୍ତର ଭାଗରେ ସୀମିତ ଆକ୍ରମଣ ଆରମ୍ଭ କରିଥିଲା।
ଏକ ସମୟରେ ଆକ୍ରମଣ କରିବାର ରଣନୀତି
ଇସ୍ରାଏଲୀ ଗୁଇନ୍ଦା ସୂଚନା ଅନୁସାରେ "Axis of Resistance" ୭ ଅକ୍ଟୋବର ଆକ୍ରମଣ ସମୟରେ ଦେଖା ଦେଇଥିବା ସମନ୍ୱୟର ଅଭାବକୁ ମଧ୍ୟ ସମାଧାନ କରିବାକୁ ଚେଷ୍ଟା କରୁଛି। ଇରାନ କେବଳ ଆଶା କରୁନାହିଁ ଯେ ଏକ ସ୍ଥାନୀୟ ଆକ୍ରମଣ ଅନ୍ୟ ଗୋଷ୍ଠୀରେ ଆସିବ। ବରଂ ଇରାନ୍ ଏକାଧିକ ମୋର୍ଚ୍ଚାରେ ଏକକାଳୀନ ଆକ୍ରମଣ ଯୋଜନା କରୁଛି। ଏହି ରଣନୀତିର ଲକ୍ଷ୍ୟ ହେଉଛି ଯେ ହିଜ୍ଜିବୁଲ୍ଲା, ହୁଥି ଏବଂ ବିଭିନ୍ନ ଇରାକୀ ମିଲିସିଆ ପ୍ରଥମ ଦିନରୁ ଏକକାଳୀନ ଆକ୍ରମଣ ଆରମ୍ଭ କରିପାରିବେ। ଯାହା ହମାସ୍ ନେତା ସିନୱାରଙ୍କ ରଣନୀତିର ଅଂଶ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଏହା ସହ ପଢନ୍ତୁ: ୪ ବର୍ଷ ପରେ ପ୍ରତିଶୋଧ ନେଲା ଇସ୍ରାଏଲ; ସେନା ଅପରସେନ ବେଳେ ଟଳିପଡ଼ିଲା ଫାଥି ଖାଜେମ୍
ମିଳିତ ତାଲିମ ଅଭ୍ୟାସ ମଧ୍ୟ ଦେଖିବାକୁ ମିଳିଥିଲା
ଇସ୍ରାଏଲ ପ୍ରତିରକ୍ଷା ବାହିନୀ ହମାସ-ହିଜ୍ଜିବୁଲ୍ଲା ମଧ୍ୟରେ ପୁନର୍ବାର ଗଢି ଉଠିଥିବା ସମ୍ପର୍କକୁ ଚିହ୍ନଟ କରିଛି। ଯାହା ଦ୍ୱାରା ଆକ୍ରମଣ କରିବା ଇସ୍ରାଏଲ୍ ଉପରେ ଉଭୟ ଉତ୍ତର-ଦକ୍ଷିଣ ଭାଗରୁ ଚାପ ବୃଦ୍ଧି କରାଯାଇ ପାରିବ।। ଇରାନର ଇସଲାମିକ୍ ରିଭୋଲ୍ୟୁସନାରୀ ଗାର୍ଡ କର୍ପସ (IRGC), ବିଶେଷକରି କୁଦସ୍ ବାହିନୀର ବରିଷ୍ଠ ଅଧିକାରୀ ଆକ୍ରମଣ ପରିସର ବିସ୍ତାର କରିବା ବିଷୟରେ ହିଜ୍ଜିବୁଲ୍ଲା, ହୁଥି ଏବଂ ଇରାକୀ ମିଲିସିଆ କମାଣ୍ଡର ସହିତ ବୈଠକ ମାଧ୍ୟମରେ ବ୍ୟାପକ ଆଲୋଚନା କରିଛନ୍ତି। ଇରାନ ଆମେରିକା ଏବଂ ଇସ୍ରାଏଲ ସହିତ ପୂର୍ବ ସଂଘର୍ଷରେ ବହୁ ପରିମାଣରେ କ୍ଷତିଗ୍ରସ୍ତ ହୋଇଥିବା ସାମରିକ କ୍ଷମତାକୁ ପୁନର୍ବାର ହାସଲ କରିବାକୁ ମଧ୍ୟ ଚେଷ୍ଟା କରୁଛି। ଏହି ଆଲୋଚନା ବ୍ୟତୀତ ଅପେରେସନ୍ ଏବଂ ବ୍ୟକ୍ତିଗତ ସମ୍ପର୍କ ମଧ୍ୟ ମଜବୁତ ହୋଇଛି। ଏହା ମିଳିତ ତାଲିମ ଅଭ୍ୟାସ ମଧ୍ୟ ଦେଖିବାକୁ ମିଳିଛି। "Axis of Resistance" ମଧ୍ୟରେ ସାମଗ୍ରିକ ସମନ୍ୱୟ ବୃଦ୍ଧି ପାଇଛି।

Related Topics
Explore more stories