Incredible Discovery / ଅଷ୍ଟ୍ରେଲିଆରୁ ବ୍ରାଜିଲ୍; ୨୨ ବର୍ଷରେ ତିମି ଅତିକ୍ରମ କଲା ୧୫ ହଜାର କିଲୋମିଟର, ସମସ୍ତେ ଚକିତ
·8 hours ago·3 min read

Key Points
ଗଭୀର ସମୁଦ୍ରରେ ରହୁଥିବା ବିଶାଳ ହମ୍ପବ୍ୟାକ୍ ତିମି ଏପରି ଏକ କାରନାମା କରିଛି ଯାହା ବୈଜ୍ଞାନିକମାନଙ୍କୁ ମଧ୍ୟ ଆଶ୍ଚର୍ଯ୍ୟ କରିଛି। ଗୋଟିଏ ତିମି ଅଷ୍ଟ୍ରେଲିଆରୁ ବ୍ରାଜିଲକୁ ହଜାର ହଜାର କିଲୋମିଟର ଯାତ୍ରା କରିବାକୁ ବର୍ଷ ବର୍ଷ ସମୟ ନେଇଥିଲା, ଯେତେବେଳେ କି ଅନ୍ୟ ଏକ ତିମି ବ୍ରାଜିଲରୁ ଅଷ୍ଟ୍ରେଲିଆକୁ ପହଁରି ପହଁରି ଆସିଛି ।
ନୂଆଦିଲ୍ଲୀ: ବିଶାଳକାୟ ସାମୁଦ୍ରିକ ସ୍ତନ୍ୟପାୟୀ ପ୍ରାଣୀ ହେଉଛି ତିମି । ମାଛ ପରି ଦେଖା ଯାଉଥିବା, ପାଣିରେ ରହୁଥିଲେ ମଧ୍ୟ ଏମାନେ ଅଣ୍ଡା ଦିଅନ୍ତି ନାହିଁ । ବରଂ ତିମି ଛୁଆ ଜନ୍ମ ଦେଇ କ୍ଷୀର ପିଆଇଥାଏ । ଗଭୀର ସମୁଦ୍ରରେ ରହୁଥିବା ବିଶାଳ ହମ୍ପବ୍ୟାକ୍ ତିମି ଏପରି ଏକ କାରନାମା କରିଛି ଯାହା ବୈଜ୍ଞାନିକମାନଙ୍କୁ ମଧ୍ୟ ଆଶ୍ଚର୍ଯ୍ୟ କରିଛି।
ଗୋଟିଏ ତିମି ଅଷ୍ଟ୍ରେଲିଆରୁ ବ୍ରାଜିଲକୁ ହଜାର ହଜାର କିଲୋମିଟର ଯାତ୍ରା କରିବାକୁ ବର୍ଷ ବର୍ଷ ସମୟ ନେଇଥିଲା, ଯେତେବେଳେ କି ଅନ୍ୟ ଏକ ତିମି ବ୍ରାଜିଲରୁ ଅଷ୍ଟ୍ରେଲିଆକୁ ପହଁରି ପହଁରି ଆସୁଥିବାର ଦେଖା ଯାଇଥିଲା । ଏହି ଦୂରତା ଏତେ ବିଶାଳ ଯେ, ଏହାକୁ ଅତିକ୍ରମ କରିବାକୁ ଜଣେ ମଣିଷକୁ ବିମାନରେ ଘଣ୍ଟା ଘଣ୍ଟା ସମୟ ଲାଗିଥାଏ ।
ଏଥିସହ ପଢ଼ନ୍ତୁ: ୪୫ ଠାରୁ ଅଧିକ ବିପଜ୍ଜନକ ୩୮ ଡିଗ୍ରୀ ତାପମାତ୍ରା; କେବେ ଏବଂ କେତେବେଳେ ଏହା ହୋଇଯାଏ ଘାତକ?
ବୈଜ୍ଞାନିକମାନେ କହିଛନ୍ତି ଯେ, ଏହା ଏପର୍ଯ୍ୟନ୍ତ ରେକର୍ଡ ହୋଇଥିବା ସବୁଠାରୁ ଲମ୍ବା ତିମି ଯାତ୍ରା । ଅଧ୍ୟୟନରୁ ଏହା ମଧ୍ୟ ଜଣାପଡିଛି ଯେ, ଏହି ବିଶାଳ ପ୍ରାଣୀମାନେ କେବଳ ଯାତ୍ରା କରନ୍ତି ନାହିଁ ବରଂ ସେମାନଙ୍କର ଗୀତ ଏବଂ ଜିନ୍ ମାଧ୍ୟମରେ ଅନ୍ୟ ତିମି ଗୋଷ୍ଠୀକୁ ମଧ୍ୟ ପ୍ରଭାବିତ କରି ପାରନ୍ତି ।
ଅଧ୍ୟୟନରୁ କ'ଣ ଜଣାପଡ଼ିଲା ?
ନ୍ୟୁଜ୍ ଏଜେନ୍ସି AFPର ଏକ ରିପୋର୍ଟ ଅନୁଯାୟୀ, ବୁଧବାର ପ୍ରକାଶିତ ଏକ ଅଧ୍ୟୟନରୁ ଜଣାପଡ଼ିଛି ଯେ ଦୁଇଟି ହମ୍ପବ୍ୟାକ୍ ତିମି ଅଷ୍ଟ୍ରେଲିଆର ପୂର୍ବ ଉପକୂଳ ଏବଂ ବ୍ରାଜିଲରେ ସେମାନଙ୍କର ପ୍ରଜନନ ସ୍ଥଳ ମଧ୍ୟରେ ଏକ ରେକର୍ଡ ଭଙ୍ଗ ଯାତ୍ରା କରିଛନ୍ତି ।
ସମଗ୍ର ବିଶ୍ୱର ବୈଜ୍ଞାନିକଙ୍କ ଏକ ଦଳ ତିମି ଲାଞ୍ଜର ହଜାର ହଜାର ଫଟୋଗ୍ରାଫ୍ ବ୍ୟବହାର କରିଛନ୍ତି । ଏହି ଚିତ୍ରଗୁଡ଼ିକ ବ୍ୟବହାର କରି ସେମାନେ ଚିହ୍ନଟ କରିଛନ୍ତି ଯେ, ଦୁଇଟି ବିଶାଳ ତିମି ବିଶ୍ୱର ଦୁଇଟି ଭିନ୍ନ ଭିନ୍ନ ପାର୍ଶ୍ଵରେ ଦେଖା ଯାଇଥିଲେ ।
୨୦୦୭ ମସିହାରେ ଅଷ୍ଟ୍ରେଲିଆର କ୍ୱିନ୍ସଲ୍ୟାଣ୍ଡରେ ଗୋଟିଏ ତିମି ଦେଖିବାକୁ ମିଳିଥିଲା । ୨୦୧୯ ମସିହାରେ ବ୍ରାଜିଲର ସାଓ ପାଉଲୋ ନିକଟରେ ସମାନ ତିମି ଦେଖା ଯାଇଥିଲା । ଦୁଇଟି ସ୍ଥାନ ମଧ୍ୟରେ ସାମୁଦ୍ରିକ ଦୂରତା ପ୍ରାୟ ୧୪,୨୦୦ କିଲୋମିଟର ।
ସେହିଭଳି ଅନ୍ୟ ତିମିଟି ପୂର୍ବରୁ ବ୍ରାଜିଲର ବାହିଆ ଉପକୂଳ ନିକଟରେ ଦେଖା ଯାଇଥିଲା । ୨୨ ବର୍ଷ ପରେ ଅଷ୍ଟ୍ରେଲିଆର ହର୍ବେ ୱେରେ ସମାନ ତିମିକୁ ଦେଖିବାକୁ ମିଳିଛି । ଏହି ଯାତ୍ରାର ଦୂରତା ପ୍ରାୟ ୧୫, ୧୦୦ କିଲୋମିଟର ।
ବୈଜ୍ଞାନିକମାନେ କହିଛନ୍ତି ଯେ, ପ୍ରଥମ ଥର ପାଇଁ ସମାନ ହମ୍ପବ୍ୟାକ୍ ତିମିର ଦୁଇଟି ପ୍ରତିଛବି ମଧ୍ୟରେ ଏତେ ଲମ୍ବା ଦୂରତା ରେକର୍ଡ କରାଯାଇଛି । ହମ୍ପବ୍ୟାକ୍ ତିମି ଏତେ ଲମ୍ବା ଯାତ୍ରା କରିବା ଅତ୍ୟନ୍ତ ବିରଳ । ଏହି ତିମିର ଲମ୍ବ ୧୭ ମିଟର (୫୫ ଫୁଟ୍) ପର୍ଯ୍ୟନ୍ତ ହୋଇପାରେ ।
ଅନ୍ୟ ଅଞ୍ଚଳରୁ ଗୀତ ଶିଖନ୍ତି ଏହି ତିମି
ବୈଜ୍ଞାନିକ ଷ୍ଟେଫାନି ଷ୍ଟାକ୍ଙ୍କ ଅନୁସାରେ, "ଏପରି ଯାତ୍ରା ବହୁତ କମ୍ କରନ୍ତି, କିନ୍ତୁ ତିମି ଜନସଂଖ୍ୟାର ଦୀର୍ଘକାଳୀନ ସ୍ୱାସ୍ଥ୍ୟ ପାଇଁ ଏହା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଯେତେବେଳେ କିଛି ତିମି ଦୂର ପ୍ରଜନନ ସ୍ଥଳକୁ ଗତି କରନ୍ତି, ଏହା ବିଭିନ୍ନ ଗୋଷ୍ଠୀ ମଧ୍ୟରେ ଜେନେଟିକ୍ ବିବିଧତା ବଜାୟ ରଖେ ।"
ସେ ଆହୁରି କହିଛନ୍ତି ଯେ, ଏହି ତିମିମାନେ ଗୋଟିଏ ଅଞ୍ଚଳରୁ ଅନ୍ୟ ଏକ ଅଞ୍ଚଳକୁ ନୂତନ ଗୀତ ଶୈଳୀ ବହନ କରିପାରନ୍ତି । ହମ୍ପବ୍ୟାକ୍ ତିମିର ଗୀତଗୁଡ଼ିକ ମଣିଷର ସଙ୍ଗୀତ ଧାରା ପରି ଗୋଟିଏ ସମୁଦ୍ରରୁ ଅନ୍ୟ ଏକ ସମୁଦ୍ରକୁ ବ୍ୟାପିଥାଏ ।
ଏଥିସହ ପଢ଼ନ୍ତୁ: ଅଧିକ ସମୟ ବସି ରହୁଛନ୍ତି କି ହୋଇଯିବେ ବୁଢ଼ା
ବୈଜ୍ଞାନିକମାନେ କହିଛନ୍ତି ଯେ ଏହି ଗବେଷଣା "ଦକ୍ଷିଣ ମହାସାଗର ବିନିମୟ" ନାମକ ଏକ ତତ୍ତ୍ୱକୁ ଦୃଢ଼ କରେ । ଏହି ତତ୍ତ୍ୱ ଅନୁସାରେ, ହମ୍ପବ୍ୟାକ୍ ତିମିମାନେ କେତେକ ସମୟରେ ଆଣ୍ଟାର୍କଟିକାର ଖାଦ୍ୟ କ୍ଷେତ୍ରକୁ ଯାତ୍ରା କରନ୍ତି, କିନ୍ତୁ ଫେରିବା ସମୟରେ, ସେମାନେ ଏକ ଭିନ୍ନ ପଥ ନେଇ ଏକ ନୂତନ ପ୍ରଜନନ ଭୂମିରେ ପହଞ୍ଚିଥାନ୍ତି।
ଗ୍ରିଫିଥ୍ ବିଶ୍ୱବିଦ୍ୟାଳୟ ଅନୁସାରେ, ଜଳବାୟୁ ପରିବର୍ତ୍ତନ ଫଳରେ ଦକ୍ଷିଣ ମହାସାଗରରେ ଓ ଆଣ୍ଟାର୍କଟିକାରେ ବରଫ (କ୍ରିଲ୍) ତରଳୁଛି । କ୍ରିଲ୍ ହେଉଛି ତିମିଙ୍କ ମୁଖ୍ଯ ଖାଦ୍ୟ । ଏହି ପରିବର୍ତ୍ତନ ପାଇଁ ଭବିଷ୍ୟତରେ ତିମିଙ୍କ ଏହି ଯାତ୍ରା ଆହୁରି ସୁଦୀର୍ଘ ହୋଇପାରେ ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories