Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ଇନ୍ଧନ ମୁକ୍ତ ଦେଶ ରାସ୍ତାରେ ଆଇସଲ୍ୟାଣ୍ଡ; ବନ୍ଦ ହେବାରେ ଲାଗିଛି ପେଟ୍ରୋଲ ପମ୍ପ

International

Worlds First Oil Free Nation / ଇନ୍ଧନ ମୁକ୍ତ ଦେଶ ରାସ୍ତାରେ ଆଇସଲ୍ୟାଣ୍ଡ; ବନ୍ଦ ହେବାରେ ଲାଗିଛି ପେଟ୍ରୋଲ ପମ୍ପ

Subhramjit Ray
Browse all articles by Subhramjit Ray
·1 day ago·3 min read
ଇନ୍ଧନ ମୁକ୍ତ ଦେଶ ରାସ୍ତାରେ ଆଇସଲ୍ୟାଣ୍ଡ; ବନ୍ଦ ହେବାରେ ଲାଗିଛି ପେଟ୍ରୋଲ ପମ୍ପ
Worlds First Oil Free Nation

Key Points

ଏହି ଦେଶ ଏହାର ୯୦% ଶକ୍ତି ଭୂତାପ ଏବଂ ଜଳବିଦ୍ୟୁତରୁ ଉତ୍ପନ୍ନ କରେ। ଯାହା ପାରମ୍ପରିକ ତୈଳ ଉପରେ ନିର୍ଭରଶୀଳତା ହ୍ରାସ କରିଥାଏ। ବୈଦ୍ୟୁତିକ ଯାନବାହାନ ଗ୍ରହଣ କରିବା ଦ୍ୱାରା ପେଟ୍ରୋଲ ପମ୍ପ ବନ୍ଦ ହେଉଛି।
Oil Free Nation Iceland: କେବେ ଆପଣ ଏପରି ଏକ ବିଶ୍ୱର କଳ୍ପନା କରିଛନ୍ତି ଯେଉଁଠାରେ ପେଟ୍ରୋଲ-ଡିଜେଲ ମୂଲ୍ୟ ବୃଦ୍ଧି କେବେ ଆପଣଙ୍କ ପକେଟ ଉପରେ ପ୍ରଭାବ ପକାଇବ ନାହିଁ? ଯେଉଁଠାରେ ଗାଡ଼ିକୁ ପେଟ୍ରୋଲ ପମ୍ପ ଖୋଜିବାକୁ ପଡ଼ିବ ନାହିଁ? ଏହା କୌଣସି କାଳ୍ପନିକ କାହାଣୀ ନୁହେଁ ବରଂ ଏକ ବାସ୍ତବତା। ଏବେ ଏହି ରାସ୍ତାରେ ଆଗକୁ ଅଗ୍ରସର ହେଉଛି ଆଇସଲ୍ୟାଣ୍ଡ୍। ଯାହା ଏହି ୟୁରୋପୀୟ ଦେଶକୁ ବିଶ୍ୱର ଅନ୍ୟ ଦେଶ ଠାରୁ ସମ୍ପୂର୍ଣ୍ଣ ଭାବରେ ଭିନ୍ନ କରିଛି। ଏବେ ଏହି ଦେଶ ଏକ ଇନ୍ଧନ ମୁକ୍ତ ରାଷ୍ଟ୍ର ହେବାର ଦ୍ୱାରଦେଶରେ ଠିଆ ହୋଇଛି। ବିଶ୍ୱର ଅନ୍ୟ ଦେଶ ପାଇଁ ଏକ ଉଦାହରଣ ପାଲଟିଛି।

ଶକ୍ତିର ପାୱାରହାଉସ୍

ୟୁରୋପୀୟ ଦେଶ ଆଇସଲ୍ୟାଣ୍ଡର ଭୌଗୋଳିକ ସ୍ଥିତି ଏହି ଉଲ୍ଲେଖନୀୟ ସଫଳତା ପଛରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଛି। ଦେଶ ଏହାର ମୋଟ ଶକ୍ତି ଆବଶ୍ୟକତାର ପ୍ରାୟ ୮୫ ରୁ ୯୦ ପ୍ରତିଶତ ସମ୍ପୂର୍ଣ୍ଣ ଭାବେ ନବୀକରଣୀୟ ଉତ୍ସରୁ ପୂରଣ କରୁଛି। ଏହି ଦେଶ ଏହାର ଶକ୍ତି ଚାହିଦା ପୂରଣ କରିବାର ସବୁଠାରୁ ଶକ୍ତିଶାଳୀ ଉତ୍ସ ହେଉଛି ଭୂତାପଜ ଶକ୍ତି। ପୃଥିବୀର ମଧ୍ୟ ଭାଗରେ ରହିଥିବା ପ୍ରାକୃତିକ ଉତ୍ତାପରୁ ପ୍ରାପ୍ତ ଏହି ଶକ୍ତି ଏହାର ବିଦ୍ୟୁତ ଉତ୍ପାଦନର ମୁଖ୍ୟ ସ୍ତମ୍ଭ ଭାବେ ଉଭା ହୋଇଛି। ଏହି ଉତ୍ତାପ କେବଳ ଘରକୁ ଉଷ୍ମ ରଖେ ନାହିଁ ବରଂ ଲୋକଙ୍କୁ ୨୪/୭ ଗରମ ପାଣି ମଧ୍ୟ ଯୋଗାଇଥାଏ।

ଜଳବିଦ୍ୟୁତ ଏବଂ ସବୁଜ ଶକ୍ତି ବିପ୍ଳବ
ଭୂ-ତାପୀୟ ଶକ୍ତି ବ୍ୟତୀତ ଆଇସଲ୍ୟାଣ୍ଡ ଏହାର ନଦୀ ଏବଂ ପାହାଡ଼ ପର୍ବତରୁ ଉତ୍ପାଦନ କରୁଥିବା ଜଳବିଦ୍ୟୁତ ମଧ୍ୟ ଏକ ଶକ୍ତି ଚାହିଦା ପୂରଣ କରିବାରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି। ଏହି ଦୁଇଟି ପ୍ରାକୃତିକ ଉତ୍ସ ତୈଳ, କୋଇଲା ଏବଂ ଗ୍ୟାସ ଭଳି ପାରମ୍ପରିକ ଏବଂ ପ୍ରଦୂଷଣକାରୀ ଇନ୍ଧନକୁ ପ୍ରାୟ ସମ୍ପୂର୍ଣ୍ଣ ଭାବରେ ବଦଳାଇ ଦେଇଛି। ଆଜି ଆଇସଲ୍ୟାଣ୍ଡରେ ପାରମ୍ପରିକ ଇନ୍ଧନର ଅଂଶ ମାତ୍ର ୧୦ ରୁ ୧୫ ପ୍ରତିଶତକୁ ହ୍ରାସ ପାଇଛି। ଏହି ଛୋଟ ଅଂଶ ମଧ୍ୟ ଯାନବାହାନ ଏବଂ କିଛି ନିର୍ଦ୍ଦିଷ୍ଟ ଶିଳ୍ପ ପର୍ଯ୍ୟନ୍ତ ସୀମିତ ରହିଛି। ଯାହାକୁ ସେବାରୁ ହଟାଇବା ପାଇଁ ପ୍ରୟାସ ଜାରି ରହିଛି।

ପେଟ୍ରୋଲ ପମ୍ପ କାହିଁକି ହେଉଛି ବନ୍ଦ?
ଆଇସଲ୍ୟାଣ୍ଡରେ ପେଟ୍ରୋଲ ପମ୍ପ ମଧ୍ୟ ଧିରେ ଧିରେ ବନ୍ଦ ହେବାରେ ଲାଗିଛି। ସେଠାକାର ଲୋକଙ୍କ ଜୀବନଶୈଳୀ ପରିବର୍ତ୍ତନର ହେଉଛି ଏକ ପ୍ରମୁଖ କାରଣ। ପେଟ୍ରୋଲର ଧୂଆଁ ବଦଳରେ ଆପଣ ଏବେ ରାସ୍ତାରେ ବୈଦ୍ୟୁତିକ ଯାନର ଗୁଞ୍ଜରଣ ଶୁଣିପାରିବେ। ଲୋକେ ଏବେ ମହଙ୍ଗା ଏବଂ ପ୍ରଦୂଷଣକାରୀ ପେଟ୍ରୋଲ ଏବଂ ଡିଜେଲ ଯାନ ଅପେକ୍ଷା ବୈଦ୍ୟୁତିକ ଯାନ (EV) ପସନ୍ଦ କରୁଛନ୍ତି। ଯାହାର ଫଳସ୍ୱରୂପ, ପୁରୁଣା ପେଟ୍ରୋଲ ପମ୍ପ ସମ୍ପୂର୍ଣ୍ଣ ବନ୍ଦ କରାଯାଉଛି କିମ୍ବା ଏହାକୁ ଆଧୁନିକ ଇଭି ଚାର୍ଜିଂ ଷ୍ଟେସନ ରୂପରେ ବିକଶିତ କରାଯାଉଛି। ଏହି ପରିବର୍ତ୍ତନ ଭବିଷ୍ୟତ ପାଇଁ ମୂଳଦୁଆ ପକାଇଥାଏ ଯେଉଁଠାରେ ଇନ୍ଧନ ଅଭାବ କେବେ ଚିନ୍ତାର ବିଷୟ ପାଲଟିବ ନାହିଁ।

ଏଥିସହ ପଢ଼ନ୍ତୁ: ଏଠି ମାସକୁ ୯୦ ହଜାର ଦେଇ ଜେଲ୍‌ ଯାଆନ୍ତି ଲୋକେ, ବାହାରକୁ ଆସିଲା ବେଳକୁ ହୋଇଯିବେ ଫିଟ୍‌


ହାଇଡ୍ରୋଜେନ୍ ଇନ୍ଧନ ଏବଂ ନୂତନ ଜ୍ଞାନକୌଶଳର ପଥ
ଆଇସଲ୍ୟାଣ୍ଡ କେବଳ ବିଦ୍ୟୁତ୍ ନୁହେଁ ବରଂ ଭବିଷ୍ୟତକୁ ମଧ୍ୟ ଚାହିଁ ରହିଛି। ହାଇଡ୍ରୋଜେନ୍ ଇନ୍ଧନ ଭଳି ବିକଳ୍ପକୁ ଦ୍ରୁତ ଗତିରେ ଗ୍ରହଣ କରାଯାଉଛି। ଯାହା ଭବିଷ୍ୟତରେ ଭାରୀ ଯାନବାହାନ ପାଇଁ ପ୍ରାଥମିକ ଇନ୍ଧନ ହୋଇପାରେ। ଦେଶର ସୁଲଭ ଏବଂ ପ୍ରଚୁର ସବୁଜ ଶକ୍ତି ଏହାର ନାଗରିକଙ୍କ ପାଇଁ ଜୀବନକୁ ବହୁତ ସହଜ କରିଛି। ଏହି କାରଣରୁ ଯେତେବେଳେ ଆନ୍ତର୍ଜାତୀୟ ଅଶୋଧିତ ତୈଳ ମୂଲ୍ୟ ଆକାଶଛୁଆଁ ହୋଇଛି ଏବଂ ଅନ୍ୟ ଦେଶରେ ଦରଦାମ ବୃଦ୍ଧି ହେବା ଭଳି ପରିସ୍ଥିତି ଉପୁଜିଛି ସେତେବେଳେ ଆଇସଲ୍ୟାଣ୍ଡ ପ୍ରାୟତଃ ପ୍ରଭାବିତ ହୋଇନାହିଁ। ଏହାର ଅର୍ଥନୀତି ବୈଶ୍ୱିକ ତୈଳ ବୃଦ୍ଧି ଝଟକାରୁ ସମ୍ପୂର୍ଣ୍ଣ ସୁରକ୍ଷିତ ରହିଛି।

ପରିବେଶଗତ ଦାୟିତ୍ୱର ଏକ ମଡେଲ୍
ଆଇସଲ୍ୟାଣ୍ଡର ଏହି ଯାତ୍ରା ପରିବେଶ ସ୍ଥିରତା ପ୍ରତି ଏହାର ପ୍ରତିବଦ୍ଧତାର ପରିଣାମ। ଏହା ବିଶ୍ୱର ସବୁଠାରୁ ସ୍ୱଚ୍ଛ ଏବଂ ସବୁଜ ଦେଶ ମଧ୍ୟରୁ ଗୋଟିଏ ଭାବରେ ଉଭା ହୋଇଛି। ଯେତେବେଳେ ନରୱେ ଭଳି ଦେଶ ବୈଦ୍ୟୁତିକ ଯାନର ବ୍ୟବହାର ପାଇଁ ପାଇଁ ଏକ ସ୍ୱତନ୍ତ୍ର ଖ୍ୟାତି ଅର୍ଜନ କରିଛନ୍ତି, ସେତେବେଳେ ତୈଳ ଉପରେ ନିର୍ଭରଶୀଳତାକୁ ସମ୍ପୂର୍ଣ୍ଣ ଭାବରେ ଦୂର କରିବା ପାଇଁ ଆଇସଲ୍ୟାଣ୍ଡ ପକ୍ଷରୁ ନିଆଯାଇଥିବା ପ୍ରତିବଦ୍ଧତା ଏକ ଉଲ୍ଲେଖନୀୟ ଉଦାହରଣ। ଏହି ଦେଶ ବିଶ୍ୱକୁ ଜଣାଇ ଦେଇଛି ଯେ ବିକାଶର ଅର୍ଥ କେବଳ ଇନ୍ଧନ ଜାଳିବା ନୁହେଁ ବରଂ ପ୍ରକୃତି ସହିତ ସମନ୍ୱୟ ରଖି ଆଗକୁ ବଢ଼ିବା।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Iceland’s Oil-Free Vision: Why Petrol Pumps are Closing in the Land of Fire and Ice | Argus News