Videos
|
International

Trump Gaza Plan Failed / ନଛୋଡ଼ବନ୍ଧା ନେତାନ୍ୟାହୁ; ଗାଜା ମାମଲାରେ ଟ୍ରମ୍ପଙ୍କ ଯୋଜନାକୁ କଲେ ପ୍ରତ୍ୟାଖ୍ୟାନ

Subhramjit Ray
Browse all articles by Subhramjit Ray
·2 weeks ago·2 min read
ନଛୋଡ଼ବନ୍ଧା ନେତାନ୍ୟାହୁ; ଗାଜା ମାମଲାରେ ଟ୍ରମ୍ପଙ୍କ ଯୋଜନାକୁ କଲେ ପ୍ରତ୍ୟାଖ୍ୟାନ
Trump Gaza Plan

Key Points

ପ୍ରଧାନମନ୍ତ୍ରୀ ନେତାନ୍ୟାହୁ କହିଛନ୍ତି ଯେ ଇସ୍ରାଏଲ ୧୫-ସୂତ୍ରୀ ଦଲିଲ୍କୁ ପ୍ରତ୍ୟାଖ୍ୟାନ କରୁଛି। ହମାସ ଯେପର୍ଯ୍ୟନ୍ତ ଏହାର ଅସ୍ତ୍ରଶସ୍ତ୍ର ଆତ୍ମସମର୍ପଣ କରିନାହିଁ, ସେ ପର୍ଯ୍ୟନ୍ତ ଇସ୍ରାଏଲ ପ୍ରତିରକ୍ଷା ବଳ ଗାଜା ଷ୍ଟ୍ରିପ୍ ଅଞ୍ଚଳରୁ ପଛକୁ ହଟିବ ନାହିଁ।
Netanyahu rejects Trumps Gaza plan: ରବିବାର (୯ ଅଗଷ୍ଟ) ପାଲେଷ୍ଟାଇନ୍ ଗାଜା ଷ୍ଟ୍ରିପ୍ ସମ୍ପର୍କରେ ଏକ ବଡ଼ ଘୋଷଣା କରିଛନ୍ତି ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ। ଏନେଇ ସେ କହିଛନ୍ତି ଯେ ଇସ୍ରାଏଲ, ଆମେରିକୀୟ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଗାଜାରେ ଶାନ୍ତି ପ୍ରତିଷ୍ଠା ପାଇଁ ଉଦ୍ଦିଷ୍ଟ ୧୫-ସୂତ୍ରୀ ଶାନ୍ତି ଯୋଜନାକୁ ପ୍ରତ୍ୟାଖ୍ୟାନ କରିଛି। ହମାସ ସମ୍ପୂର୍ଣ୍ଣ ଭାବରେ ଏହାର ହତିଆର ଆତ୍ମସମର୍ପଣ ନ କରିବା ପର୍ଯ୍ୟନ୍ତ ଇସ୍ରାଏଲ ସେନା ଗାଜା ଷ୍ଟ୍ରିପ୍ ଅଞ୍ଚଳରୁ ପଛକୁ ହଟିବ ନାହିଁ।

କ୍ୟାବିନେଟ ବୈଠକରେ ଇସ୍ରାଏଲ ପ୍ରତିରକ୍ଷା ବାହିନୀକୁ ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ ନେତାନ୍ୟାହୁ କହିଛନ୍ତି, "ଇସ୍ରାଏଲ ୧୫-ସୂତ୍ରୀ ଶାନ୍ତି ଯୋଜନାକୁ ପ୍ରତ୍ୟାଖ୍ୟାନ କରୁଛି। ଯେପର୍ଯ୍ୟନ୍ତ ହମାସ ଏହାର ଅସ୍ତ୍ରଶସ୍ତ୍ର ଆତ୍ମସମର୍ପଣ ନ କରିଛି ସେ ପର୍ଯ୍ୟନ୍ତ, ଇସ୍ରାଏଲ ପ୍ରତିରକ୍ଷା ବଳ (Israel Defense Forces) କୁ ଗାଜା ଷ୍ଟ୍ରିପ୍ ଅଞ୍ଚଳରୁ ପ୍ରତ୍ୟାହାର କରାଯିବ ନାହିଁ।

ଏହା ସହ ପଢନ୍ତୁ: ତାତିଲେଣୀ ଇସ୍ରାଏଲୀ; ନିର୍ବାଚନ ଆଗରୁ ବଢୁଛି ନେତାନ୍ୟାହୁଙ୍କ ଚିନ୍ତା

କ'ଣ କହିଲା ହମାସ?
ଶନିବାର (୮ ଅଗଷ୍ଟ) AFP ନ୍ୟୁଜ ଏଜେନ୍ସି ସହ କଥା ହେବା ବେଳେ ଜଣେ ହମାସ ଅଧିକାରୀ କହିଛନ୍ତି, "ହମାସ ଏବଂ ଅନ୍ୟ ଗୋଷ୍ଠୀ ମଧ୍ୟସ୍ଥିଙ୍କୁ ଏହା ନିଶ୍ଚିତ କରିଛନ୍ତି ଯେ ସେମାନେ ଚୁକ୍ତିନାମାକୁ କାର୍ଯ୍ୟକାରୀ କରିବା ଏବଂ ଦ୍ୱିତୀୟ ପର୍ଯ୍ୟାୟକୁ ଯିବା ପାଇଁ ପ୍ରସ୍ତୁତ ଅଛନ୍ତି। ଯଦି ଏହାକୁ ଇସ୍ରାଏଲ ଅନୁମୋଦନ ମିଳିଯାଏ। ଏହା ସହିତ ଇସ୍ରାଏଲ ଏହି ଚୁକ୍ତିନାକୁମା କାର୍ଯ୍ୟକାରୀ କରିବା ଆରମ୍ଭ କରିଦିଏ।"

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
କିଛି ଦିନ ପୂର୍ବେ, ସଂଯୁକ୍ତ ଆରବ ଅମିରାତ, ଅନ୍ୟ ୭ ମୁସଲିମ ଦେଶ ଯଥା ସାଉଦି ଆରବ, ଇଣ୍ଡୋନେସିଆ, ଜୋର୍ଡାନ୍, ଇଜିଫ୍ଟ, କାତାର, ତୁର୍କୀୟେ, ପାକିସ୍ତାନ ସହିତ ମିଶି ଏକ ଘୋଷଣାପତ୍ର (UAE Joint Declaration on IDF Operation) ଜାରି କରିଥିଲା। ଯେଉଁଥିରେ ଗାଜା ଷ୍ଟ୍ରିପ ଅଞ୍ଚଳରେ ଇସ୍ରାଏଲ ଦ୍ୱାରା କାର୍ଯ୍ୟକାରୀ ହୋଇଥିବା ସାମରିକ ଅଭିଯାନକୁ (IDF Military Operation in Gaza Strip) କଠୋର ସମାଲୋଚନା କରା ଯାଇଥିଲା। ଏହା ସହିତ ଅଭିଯୋଗ ହୋଇଥିଲେ ଯେ ଇସ୍ରାଏଲ ସେନା କାର୍ଯ୍ୟାନୁଷ୍ଠାନ ଯୋଗୁଁ ରାଷ୍ଟ୍ରପତି ଟ୍ରମ୍ପଙ୍କ (President Donald Trumps Gaza plan) ଦ୍ୱାରା ଶାନ୍ତି ପ୍ରତିଷ୍ଠା କରିବା ହେଉଥିବା ପ୍ରୟାସ (President Trump's Gaza Peace Initiative) ପ୍ରତି ବିପଦ ସୃଷ୍ଟି କରିଛି।

ଏହା ସହ ପଢନ୍ତୁ: ଯୁଦ୍ଧ ବେଳେ ନେତାନ୍ୟାହୁଙ୍କୁ ଶେଷ ଚେତାବନୀ ଦେଲେ ଟ୍ରମ୍ପ; କହିଲେ...

ଗତକାଲି ହମାସ (Hamas) ପକ୍ଷରୁ କୁହାଯାଇଥିଲା ଯେ, ସଙ୍ଗଠନ ଆମେରିକା-ସମର୍ଥିତ ଯୋଜନା ସହିତ ଆଗକୁ ବଢ଼ିବାକୁ ପ୍ରସ୍ତୁତ ଅଛି। ଏଥିପାଇଁ ଇସ୍ରାଏଲ ଉପରେ ଚାପ ପକାଇବାକୁ ହମାସ ଆହ୍ୱାନ ଦେଇଛି। ହମାସ, ରାଷ୍ଟ୍ରପତି ଟ୍ରମ୍ପଙ୍କ "ବୋର୍ଡ ଅଫ୍ ପିସ୍" (Borad of Peace ) ଉଦ୍ଦେଶ୍ୟରେ କହିଛି ଯେ ସେମାନେ ଏହି ଯୋଜନାର ସର୍ବଶେଷ ପର୍ଯ୍ୟାୟ ପ୍ରତି ପ୍ରତିଶୃତିବଦ୍ଧ। ଯାହା ଅଧିନରେ ହମାସ ଯୋଦ୍ଧା, ଯୁଦ୍ଧଗ୍ରସ୍ତ ଅଞ୍ଚଳରେ ଏକ ନୂତନ ପାଲେଷ୍ଟାଇନୀ ଶାସନ କମିଟି ହାତକୁ ସେମାନଙ୍କ ଅସ୍ତ୍ରଶସ୍ତ୍ର ହସ୍ତାନ୍ତର କରିବେ।