Videos
|
International

Imran Khan Health / ବିଗୁଡିଛି ପାକିସ୍ତାନ ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନଙ୍କ ଶରୀର; ସ୍ତ୍ରୀକୁ ଭେଟିବାକୁ କଲେ ଦାବି

Debashree Debasmita Sahoo
Browse all articles by Debashree Debasmita Sahoo
·1 hour ago·2 min read
ବିଗୁଡିଛି ପାକିସ୍ତାନ ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନଙ୍କ ଶରୀର; ସ୍ତ୍ରୀକୁ ଭେଟିବାକୁ କଲେ ଦାବି
Imran Khan Health

Key Points

ଦୀର୍ଘ ସମୟ ଧରି ଜେଲରେ ବନ୍ଦୀ ଅଛନ୍ତି ଇମ୍ରାନ ଖାନ
ଧୀରେ ଧୀରେ ତାଙ୍କ ଶରୀର ବିଗିଡିବାରେ ଲାଗିଛି
ଏହା ଭିତରେ ସ୍ତ୍ରୀଙ୍କୁ ଭେଟିବାକୁ ଡାକ୍ତର କହିଛନ୍ତି
ଇସଲାମବାଦ: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମରାନ ଖାନଙ୍କ ମୃତ୍ୟୁ ଗୁଜବ ଭିତରେ ତାଙ୍କର ସ୍ଵାସ୍ଥ୍ୟର ଲାଟେଷ୍ଟ ରିପୋର୍ଟ ସାମ୍ନାକୁ ଆସିଛି । ନିକଟରେ ଇମ୍ରାନଙ୍କ ହୃଦସ୍ପନ୍ଦନରେ ହ୍ରାସ ଘଟିଥିଲା ଓ ରକ୍ତଚାପ ବୃଦ୍ଧି ପାଇଥିଲା । ୭୪ ବର୍ଷୀୟ ଇମ୍ରାନ ଅନେକ ଦିନ ଧରି ପାକିସ୍ତାନର ଆଡିୟାଲା ଜେଲରେ ବନ୍ଦୀ ଅଛନ୍ତି । ସ୍ତ୍ରୀ କି ପରିବାର ସହିତ ତାଙ୍କୁ ଭେଟିବାକୁ ଦିଆଯାଉନଥିବା ସେ ଅଭିଯୋଗ କରିଛନ୍ତି । ଏବେ ଶେଷରେ ଇମ୍ରାନଙ୍କୁ ପତ୍ନୀଙ୍କୁ ଦେଖା କରିବାକୁ ଦିଆଯାଉ ବୋଲି ଡାକ୍ତର ମଧ୍ୟ ପରାମର୍ଶ ଦେଇଛନ୍ତି ।

ରିପୋର୍ଟ ଅନୁଯାୟୀ, ଚଳିତ ମାସ ପହିଲାରେ ଇମ୍ରାନ ଖାନଙ୍କ ରକ୍ତଚାପ ୧୪୦/୧୦୦ ରହିଥିଲା ଏବଂ ହୃଦସ୍ପନ୍ଦନ ୫୦କୁ ଖସି ଆସିଥିଲା । ଇମ୍ରାନ ଡାକ୍ତରମାନଙ୍କୁ କହିଛନ୍ତି ଯେ ଜେଲ ପ୍ରଶାସନ ତାଙ୍କୁ ତାଙ୍କ ପତ୍ନୀ ଏବଂ ପରିବାରର ଅନ୍ୟାନ୍ୟ ସଦସ୍ୟଙ୍କ ସହ ସାକ୍ଷାତ କରିବାକୁ ଅନୁମତି ନ ଦେବା ଯୋଗୁଁ ତାଙ୍କର ମାନସିକ ଚାପ ଏବଂ ରକ୍ତଚାପର ପରିବର୍ତ୍ତନ ଘଟିଛି ।

  • ଆସିଲା ଇମ୍ରାନଙ୍କ ମେଡିକାଲ ରିପୋର୍ଟ
ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ଡାକ୍ତରୀ ରିପୋର୍ଟରେ ମାନସିକ ଚାପ, ରକ୍ତଚାପରେ ପରିବର୍ତ୍ତନ ଏବଂ ପରିବାର ସହିତ ଯୋଗାଯୋଗ ଉପରେ କଟକଣା ଉଲ୍ଲେଖ କରାଯାଇଛି । ଏହାପରେ ଡାକ୍ତରମାନେ ତାଙ୍କ ସ୍ଵାସ୍ଥ୍ୟାବସ୍ଥାରେ ସୁଧାର ଆସିବା ଲାଗି ପରିବାର ସହିତ ଅଧିକ ଥର ଭେଟ, ପୁସ୍ତକ ପଢିବା ଏବଂ ଚିକିତ୍ସା ସେବା ପାଇଁ ପରାମର୍ଶ ଦେଇଛନ୍ତି । ଇମ୍ରାନ ଖାନ ଏହା ମଧ୍ୟ ଅଭିଯୋଗ କରିଛନ୍ତି ଯେ ତାଙ୍କୁ ଜେଲରେ ଖବରକାଗଜ ପଢିବାକୁ କିମ୍ବା ଟେଲିଭିଜନ ଦେଖିବାକୁ ଅନୁମତି ଦିଆଯାଉନାହିଁ ।

ପଢନ୍ତୁ ଏହି ଖବର: 'ଅପରେସନ୍ ସିନ୍ଦୂର ସମୟରେ ରାଫେଲ୍ ଭୟରେ ଲୁଚି ରହିଥିଲା ଏଫ-୧୬'

  • 'ତୁରନ୍ତ ପତ୍ନୀଙ୍କ ସହ ଭେଟ କରାଯାଉ'
ଡାକ୍ତରମାନେ ଚିନ୍ତା ପ୍ରକାଶ କରିଛନ୍ତି ଯେ ୭୪ ବର୍ଷ ବୟସରେ ଦୀର୍ଘ ସମୟ ଧରି ଚାପ ରହିବା ଦ୍ୱାରା ଆହୁରି ସ୍ୱାସ୍ଥ୍ୟ ସମସ୍ୟା ସୃଷ୍ଟି ହୋଇପାରେ । ଏଥିଲାଗି ଇମ୍ରାନଙ୍କ ମାନସିକ ଚାପ କମାଇବା ପାଇଁ ତାଙ୍କ ପତ୍ନୀ ଏବଂ ପରିବାର ସଦସ୍ୟଙ୍କ ସହ ଅଧିକ ଥର ଭେଟ କରାଇବାକୁ ପରାମର୍ଶ ଦେଇଛନ୍ତି । ଇମ୍ରାନ ଖାନଙ୍କ ବର୍ତ୍ତମାନ ପତ୍ନୀ ଅଛନ୍ତି ବୁଶରା ବିବି । ସେ ତାଙ୍କର ତୃତୀୟ ପତ୍ନୀ । ସେମାନେ ଫେବୃଆରୀ ୨୦୧୮ରେ ବିବାହ କରିଥିଲେ । ବୁଶରାଙ୍କୁ ସୁଫି ପରମ୍ପରା ସହିତ ଜଡ଼ିତ ଜଣେ ଆଧ୍ୟାତ୍ମିକ ବ୍ୟକ୍ତିତ୍ୱ ଭାବରେ ବିବେଚନା କରାଯାଏ । ଅନ୍ୟପଟେ ଆଦିଆଲା ଜେଲ୍ ସୁପରିଣ୍ଟେଣ୍ଡେଣ୍ଟ ଇସଲାମାବାଦ ହାଇକୋର୍ଟଙ୍କୁ କହିଛନ୍ତି ଯେ ଇମ୍ରାନ ଖାନଙ୍କୁ ଜେଲ ଭିତରେ ଖବରକାଗଜ, ଟେଲିଭିଜନ, ପୁସ୍ତକ ଏବଂ ସମସ୍ତ ଆବଶ୍ୟକୀୟ ସୁବିଧା ଯୋଗାଇ ଦିଆଯାଉଛି ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: