Pak Commodore Khalid Chishti / 'ଅପରେସନ୍ ସିନ୍ଦୂର ସମୟରେ ରାଫେଲ୍ ଭୟରେ ଲୁଚି ରହିଥିଲା ଏଫ-୧୬'
·2 weeks ago·2 min read

Key Points
ପାକିସ୍ତାନ ବାୟୁସେନାର ଅବସରପ୍ରାପ୍ତ ଏୟାର କମୋଡୋର ଖାଲିଦ ଚିସ୍ତି ଦାବି କରିଛନ୍ତି ଯେ "ଅପରେସନ ସିନ୍ଦୂର" ସମୟରେ, ରାଫେଲ ଯୁଦ୍ଧ ବିମାନର ଦୀର୍ଘ ଦୂରତା ଯୋଗୁଁ ପାକିସ୍ତାନକୁ ଏହାର F-16 ଲଢ଼ୁଆ ବିମାନକୁ ଯୁଦ୍ଧ ମୈଦାନରୁ ଦୂରରେ ରଖିବାକୁ ପଡି଼ଥିଲା।
Rafale vs F16 Dogfight in Operation Sindoor: ପାକିସ୍ତାନ ସେନା ବ୍ୟବହାର କରୁଥିବା ଏଫ-୧୬ (F-16) ଯୁଦ୍ଧ ବିମାନକୁ ନେଇ ଏକ ବଡ଼ ଖୁଲାସା କରିଛନ୍ତି ପାକିସ୍ତାନ ବାୟୁସେନାର ଅବସରପ୍ରାପ୍ତ ଏୟାର କମୋଡୋର୍ ଖାଲିଦ ଚିସ୍ତି। ଏନେଇ ସେ କହିଛନ୍ତି ଅପରେସନ୍ ସିନ୍ଦୂର ସମୟରେ ରାଫେଲ୍ ଭୟରେ ଏଫ-୧୬ ଲୁଚି ରହିଥିଲା। ଭାରତ ପକ୍ଷରୁ ଗତ ବର୍ଷ ପାକିସ୍ତାନ ବିରୋଧରେ ହୋଇଥିବା ଅପରେସନ୍ ସମୟରେ ଏକଥା ସତ୍ୟ ପ୍ରମାଣିତ ହୋଇଥିଲା। ଭାରତୀୟ ବାୟୁସେନାର ଯୁଦ୍ଧ ବିମାନ ରାଫେଲ୍ କାରଣରୁ ପାକିସ୍ତାନର ଅହଂକାର ଭାଙ୍ଗି ଯାଇଥିଲା।
ଏକଥା ପାକିସ୍ତାନୀ ବାୟୁସେନାର ଜଣେ ପୂର୍ବତନ ଅଧିକାରୀ ନିଜେ ସ୍ୱୀକାର କରିଛନ୍ତି। ଏକ ସାକ୍ଷାତକାରରେ, ପାକିସ୍ତାନ ବାୟୁସେନାର ଅବସରପ୍ରାପ୍ତ ଏୟାର କମୋଡୋର୍ ଖାଲିଦ ଚିସ୍ତି କହିଛନ୍ତି ଯେ ମେ ୨୦୨୫ ରେ ଆତଙ୍କବାଦୀଙ୍କ ବିରୋଧରେ ଭାରତ ଦ୍ୱାରା ଆରମ୍ଭ ହୋଇଥିବା "ଅପରେସନ୍ ସିନ୍ଦୂର" ସମୟରେ, ରାଫେଲ୍ ପ୍ରତି ଭୟ ଏତେ ଅଧିକ ଥିଲା ଯେ ପାକିସ୍ତାନୀ ବାୟୁସେନାକୁ ଏହାର ସବୁଠାରୁ ଘାତକ F-16 ଯୁଦ୍ଧ ବିମାନକୁ ଏୟାରଫୋର୍ସ ବେସ୍ ମଧ୍ୟରେ ଲୁଚାଇ ରଖିବାକୁ ପଡି଼ଥିଲା।
ଏହା ସହ ପଢନ୍ତୁ: ବିଦ୍ରୋହ ଭୟରେ ପୁଣି ଧାର୍ମିକ କାର୍ଡ ଖେଳିଲା ପାକିସ୍ତାନ ସେନା; ହିନ୍ଦୁଙ୍କ ସହ ବନ୍ଧୁତା କରିବା ପାଇଁ ଆଫଗାନଙ୍କୁ କହିଲା 'କାଫିର'
ପାକିସ୍ତାନୀ ଅଧିକାରୀଙ୍କ ସ୍ୱୀକାରୋକ୍ତି
ପାକିସ୍ତାନୀ ବାୟୁସେନାର ଅବସରପ୍ରାପ୍ତ ଏୟାର କମୋଡୋର୍ ଖାଲିଦ ଚିସ୍ତି F-16 ଯୁଦ୍ଧ ବିମାନର, "ବିୟଣ୍ଡ୍ ଭିଜୁଆଲ୍ ରେଞ୍ଜ" (BVR) କ୍ଷେପଣାସ୍ତ୍ର କ୍ଷମତା (F-16 BVR Missile Range) ରେ ରହିଥିବା ଏକ ପ୍ରମୁଖ ତ୍ରୁଟି ଦର୍ଶାଇଛନ୍ତି। ସେ ଏହି ଯୁଦ୍ଧ ବିମାନର ପ୍ରାୟ ୭୦-୧୦୦ କିଲୋମିଟର କ୍ଷେପଣାସ୍ତ୍ର ପରିସରକୁ ଭାରତୀୟ ବାୟୁସେନାର ରାଫେଲ ଯୁଦ୍ଧ ବିମାନରେ ସଜ୍ଜିତ "ମେଟିଓର" କ୍ଷେପଣାସ୍ତ୍ର (Rafale Jet Meteor Missile) ସହିତ ତୁଳନା କରିଥିଲେ। ଯାହାର ଲକ୍ଷ୍ୟଭେଦ ପରିସର ପ୍ରାୟ ୧୫୦ କିଲୋମିଟର କିମ୍ବା ଏହା ଠାରୁ ଅଧିକ ରହିଛି।
ତାଙ୍କ କହିବା ଅନୁସାରେ, ଏହି କ୍ଷମତା ବ୍ୟବଧାନ କାରଣରୁ ପାକିସ୍ତାନ ଏହାର ସବୁଠାରୁ ଘାତକ F-16 ଯୁଦ୍ଧ ବିମାନକୁ ଏୟାରଫୋର୍ସ ବେସ୍ ମଧ୍ୟରେ ଲୁଚାଇ ରଖିଥିଲା।
ପାକିସ୍ତାନ ବାୟୁସେନା ଗତ ବର୍ଷ ମେ ମାସରେ ହୋଇଥିବା "ଅପରେସନ ସିନ୍ଦୂର" ସମୟରେ ଏହାର ସବୁଠାରୁ ଘାତକ ଯୁଦ୍ଧ ବିମାନକୁ ମୈଦାନକୁ ଆଣିନଥିଲା।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଏହା ସହ ପଢନ୍ତୁ: ମୁନୀରଙ୍କୁ ମୌଲନାଙ୍କ ଚ୍ୟାଲେଞ୍ଜ; କୁହ କାରଗିଲ ଯୁଦ୍ଧରେ ପ୍ରାଣ ହରାଇଥିଲେ କେତେ ପାକିସ୍ତାନୀ ସୈନିକ
ଦୀର୍ଘ ସମୟ ଧରି "ଏଫ-୧୬" ଉପରେ ନିର୍ଭରଶୀଳ ରହିଆସିଛି ପାକିସ୍ତାନ ବାୟୁସେନା
ପାକିସ୍ତାନ ବାୟୁସେନା ଦୀର୍ଘ ସମୟ ଧରି "ଏଫ-୧୬" ଲଢୁଆ ବିମାନ ଉପରେ ନିର୍ଭର କରିଆସିଛି। ହେଲେ ତଥାପି ଜଣେ ବରିଷ୍ଠ ଅଧିକାରୀ ଏଫ-୧୬ ଯୁଦ୍ଧ ବିମାନର ତ୍ରୁଟିକୁ ପ୍ରକାଶ କରିଥିଲେ। ଅବକର ପ୍ରାପ୍ତ ପାକିସ୍ତାନୀ ବାୟୁସେନା ଅଧିକାରୀ ଖାଲିଦ ଚିସ୍ତି ଖୋଲାଖୋଲି ଭାବରେ କହିଥିଲେ ଯେ ଆମେରିକୀୟ ଏଫ-୧୬ ଲଢୁଆ ବିମାନରେ ସଜ୍ଜିତ AIM-120 AMRAAM କ୍ଷେପଣାସ୍ତ୍ରର ଲକ୍ଷ୍ୟଭେଦ କ୍ଷମତା, ଭାରତୀୟ ରାଫେଲ ଫାଇଟର୍ ଜେଟ୍ ରେ ସଜ୍ଜିତ "ମେଟିଓର" ମିସାଇଲ ଅପେକ୍ଷା କମ ରହିଥିଲା।

Related Topics
Explore more stories