Videos
|
International

India Advisory for Iran / ଆମେରିକାର ଆକ୍ରମଣ ଭିତରେ ଇରାନ ଛାଡ଼ିବାକୁ ଭାରତୀୟ ନାଗରିକଙ୍କୁ ପରାମର୍ଶ

Sushanta Sahoo
Browse all articles by Sushanta Sahoo
·2 weeks ago·2 min read
ଆମେରିକାର ଆକ୍ରମଣ ଭିତରେ ଇରାନ ଛାଡ଼ିବାକୁ ଭାରତୀୟ ନାଗରିକଙ୍କୁ ପରାମର୍ଶ
Indian Embassy Urges Citizens to Leave Iran

Key Points

ଆମେରିକାର ଘନ ଘନ ଆକ୍ରମଣ ଭିତରେ ଭାରତ ଜାରି କରିଛି ଆଡଭାଇଜରି । ଇରାନ ଯିବାକୁ ଯୋଜନା କରିଥିବା ଭାରତୀୟ ନାଗରିକଙ୍କୁ ସେମାନଙ୍କ ଯାତ୍ରା ସ୍ଥଗିତ ରଖିବାକୁ ପରାମର୍ଶ ଦିଆଯାଇଛି ।
ନୂଆଦିଲ୍ଲୀ: ଇରାନ ଓ ଆମେରିକା ମଧ୍ୟରୁ ଯୁଦ୍ଧ ପୁଣି ଥରେ ତେଜିଛି । ଆମେରିକା ସେନା ଲଗାତାର ନବମ ଦିନ ପାଇଁ ଇରାନର ଭିନ୍ନ ଭିନ୍ନ ସହରରେ ଏୟାରଷ୍ଟ୍ରାଇକ୍ କରିଛି । ଆଉ ଆମେରିକାର ଘନ ଘନ ଆକ୍ରମଣ ଭିତରେ ଭାରତ ଜାରି କରିଛି ଆଡଭାଇଜରି ।

ଇରାନ ଯିବାକୁ ଯୋଜନା କରିଥିବା ଭାରତୀୟ ନାଗରିକଙ୍କୁ ସେମାନଙ୍କ ଯାତ୍ରା ସ୍ଥଗିତ ରଖିବାକୁ ପରାମର୍ଶ ଦିଆଯାଇଛି । ତେହରାନ ସ୍ଥିତ ଭାରତୀୟ ଦୂତାବାସ ପକ୍ଷରୁ ରବିବାର ଟ୍ରାଭେଲ୍ ଆଡଭାଇଜରି ଜାରି କରାଯାଇଛି ।

ଏଥିସହ ପଢ଼ନ୍ତୁ: ହର୍ମୁଜ ପ୍ରଣାଳୀରେ ଇରାନ ମିସାଇଲ୍ ମାଡ଼ ଜଣେ ଭାରତୀୟଙ୍କ ମୃତ୍ୟୁ, ୮ ଆହତ 

ଆଡଭାଇଜରିରେ କୁହାଯାଇଛି ଯେ, ତେହରାନରେ ଥିବା ଭାରତୀୟ ବିମାନ ଯୋଗେ ଦେଶ ଛାଡ଼ି ପାରିବେ । ଏବେ ଇରାନରେ ଅସ୍ଥିରତା ଲାଗି ରହିଛି ଓ ସଂଘର୍ଷ ବଢ଼ିଛି । ତେଣୁ, ଇରାନ ଗସ୍ତ ପାଇଁ ଯୋଜନା କରିଥିଲେ ତାହାକୁ ଘୁଞ୍ଚାଇ ଦିଅନ୍ତୁ । ଏଥିସହ ଇରାନରେ ଥିବା ଭାରତୀୟ ଉପଲବ୍ଧ ଥିବା ବିମାନ ନେଇ ଇରାନ ଛାଡ଼ିବା କଥା ଚିନ୍ତା କରନ୍ତୁ ।


ଇରାନରେ ଥିବା ଭାରତୀୟ ନାଗରିକ ଅଧିକ ସତର୍କ ରହିବାକୁ ଭାରତୀୟ ଦୂତାବାସ କରିଛି । ସେଠାକାର ଆକ୍ରମଣ ସହ ସୈନ୍ୟ ଗତିବିଧି ଉପରେ ନଜର ରଖିବାକୁ ପରାମର୍ଶ ଦେଇଛି ଦୂତାବାସ । ବିଶେଷକରି ଇରାନର ଦକ୍ଷିଣ ଉପକୂଳ ନିକଟ ଅଞ୍ଚଳକୁ ଯିବାକୁ ବାରଣ କରାଯାଇଛି ।

ଏଥିସହ ଇରାନରେ ଥିବା ଭାରତୀୟଙ୍କୁ ଦୂତାବାସ ଆଉ ଏକ ପରାମର୍ଶ ଦେଇଛି । ଆଡଭାଇଜରିରେ କୁହାଯାଇଛି, ତୁରନ୍ତ ଭାରତୀୟ ଦୂତାବାସରେ ଭାରତୀୟ ନାଗରିକ ପଞ୍ଜିକରଣ କରାନ୍ତୁ । ଅଧିକ ସୂଚନା ପାଇଁ ଅଫିସିଆଲ୍ ୱେବସାଇଟ୍ ସହ ସୋସିଆଲ୍ ମିଡିଆରେ ଫଲୋ କରିବାକୁ କହିଛି ଭାରତୀୟ ଦୂତାବାସ ।

ଚାବହାରରୁ ନେଇ ହର୍ମୁଜ୍ ପର୍ଯ୍ୟନ୍ତ ଆକ୍ରମଣ

ଇରାନ ଉପରେ ଆମେରିକା ଲଗାତାର ଆକ୍ରମଣ ଜାରି ରଖିଛି । ଲଗାତାର ନବମ ରାତିରେ ଏୟାରଷ୍ଟ୍ରାଇକ୍ କରିଛି ଆମେରିକା । ଏନେଇ ଆମେରିକାର ସେଣ୍ଟ୍ରାଲ୍ କମାଣ୍ଡ ସୋମବାର ସୂଚନା ଦେଇଛି । ଇରାନ ଉପରେ ମିସାଇଲ୍ ମାଡ଼ ସହ ଯୁଦ୍ଧ ବିମାନରୁ ବୋମାମାଡ଼ କରାଯାଇଛି ।

ଏଥିସହ ପଢ଼ନ୍ତୁ: ଡ୍ରୋନ୍ ଆକ୍ରମଣରେ ବୁଡ଼ିଗଲା ଇରାନୀ ବୁଡ଼ାଜାହାଜ; ଭିଡି଼ଓ ଭାଇରାଲ 

ଆମେରିକାର କହିବା କଥା ହେଲା, ହର୍ମୁଜ୍ ପ୍ରଣାଳୀରେ ଇରାନ ବାଣିଜ୍ୟିକ ଜାହାଜକୁ ଟାର୍ଗେଟ୍ କରୁଛି । ତେଣୁ ଆମେରିକା, ଇରାନର କ୍ଷମତାକୁ ଦୁର୍ବଳ କରିବାକୁ ଚାହୁଁଛି । ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଛନ୍ତି, "ଇରାନ ଉପରେ ଆକ୍ରମଣର ଉଦ୍ଦେଶ୍ୟ ଦେଶକୁ ପରମାଣୁ ଅସ୍ତ୍ର ହାସଲ କରିବାରୁ ରୋକିବା ।"
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
India Advises Citizens to Leave Iran Amid US Airstrikes | Argus News | Argus News