Videos
|
International

US Drone strike viral video / ଡ୍ରୋନ୍ ଆକ୍ରମଣରେ ବୁଡ଼ିଗଲା ଇରାନୀ ବୁଡ଼ାଜାହାଜ; ଭିଡି଼ଓ ଭାଇରାଲ

Subhramjit Ray
Browse all articles by Subhramjit Ray
·2 weeks ago·2 min read
ଡ୍ରୋନ୍ ଆକ୍ରମଣରେ ବୁଡ଼ିଗଲା ଇରାନୀ ବୁଡ଼ାଜାହାଜ; ଭିଡି଼ଓ ଭାଇରାଲ
US Drone strike viral video

Key Points

ଇରାନ ଉପରେ ହୋଇଥିବା ସଦ୍ୟତମ ଆକ୍ରମଣରେ ଆମେରିକା ପ୍ରଥମ ଥର ପାଇଁ ସାମୁଦ୍ରିକ ଡ୍ରୋନ ବ୍ୟବହାର କରିଥିଲା। ଆମେରିକାର କେନ୍ଦ୍ରୀୟ କମାଣ୍ଡ ଆକ୍ରମଣର ଭିଡ଼ିଓ ଜାରି କରିଛି। ଇରାନର ଉପକୂଳରେ ରହିଥିବା ଏକ ନୌସେନା ଘାଟିକୁ ଟାର୍ଗେଟ କରାଯାଇଥିଲା।

US Drone strike on Iranian Submarine: ମଧ୍ୟ ପ୍ରାଚ୍ୟରେ ପୁଣି ଥରେ ଯୁଦ୍ଧ ଆରମ୍ଭ ହୋଇ ଯାଇଥିବା ବେଳେ, ପୁନର୍ବାର ମୁହାଁମୁହିଁ ହୋଇଛନ୍ତି ଆମେରିକା- ଇରାନ। ସଦ୍ୟ ଆମେରିକୀୟ କେନ୍ଦ୍ରୀୟ କମାଣ୍ଡ ସାମୁଦ୍ରିକ ଡ୍ରୋନ୍ ସହାୟତାରେ ଇରାନୀ ବୁଡ଼ାଜାହାଜ ଉପରେ ଆକ୍ରମଣ କରିଥିବାର ଦାବି କରିଛି। ଇରାନର ବନ୍ଦର ଆବାସ ବନ୍ଦରରେ ଏକ ବୁଡାଜାହାଜ ଉପରେ ଆକ୍ରମଣ ହୋଇଥିବାର ଦାବି କରାଯାଉଛି। ଏହି ଆକ୍ରମଣ ପାଇଁ ଆମେରିକୀୟ ସେନା ମାନବବିହୀନ ସାମୁଦ୍ରିକ ଡ୍ରୋନ୍ ବ୍ୟବହାର କରିଥିଲା।

ଆମେରିକୀୟ ଡ୍ରୋନ୍ ବନ୍ଦର ଆବାସ ନୌସେନା ଘାଟିରେ ନିୟୋଜିତ ବୁଡ଼ାଜାହାଜ ଏବଂ ଜାହାଜ ରକ୍ଷଣାବେକ୍ଷଣ କେନ୍ଦ୍ରକୁ ସମ୍ପୂର୍ଣ୍ଣ ଧ୍ୱଂସ କରିଦେଇଛି। ଆମେରିକୀୟ କେନ୍ଦ୍ରୀୟ କମାଣ୍ଡ (CENTCOM) ଏହି ଡ୍ରୋନ୍ ଆକ୍ରମଣର ଏକ ଭିଡି଼ଓ ଜାରି କରିଛି। ଏପରି ଘଟଣା ଇତିହାସରେ ପ୍ରଥମ ଥର ପାଇଁ ଘଟିଛି। ଯେତେବେଳେ କୌଣସି ଏକ ମାନବବିହୀନ ସାମୁଦ୍ରିକ ଡ୍ରୋନ୍ ସହୟତାରେ ଏକ ବୁଡ଼ାଜାହାଜକୁ ମାରି ଖସାଇ ଦିଆଯାଇଛି।

ଏହା ସହ ପଢନ୍ତୁ: ପୁଣି କମ୍ପିଉଠିଲା ହର୍ମୁଜ ପ୍ରଣାଳୀ; ଯୁଦ୍ଧବିରାମ ହେବାର ୨୪ ଘଣ୍ଟାରେ ୩ ଟ୍ୟାଙ୍କର ଉପରେ ଆକ୍ରମଣ

ଇରାନ ବୁଡାଜାହାଜ ଉପରେ ଆକ୍ରମଣ କରିଥିଲେ ମାନବବିହୀନ Corsair Drone
ଆମେରିକା ସେନା (US Military Central Command) ବିବୃତ୍ତି ଅନୁଯାୟୀ, ଏହି ଆକ୍ରମଣ ପାଇଁ ତିନୋଟି "କର୍ସାୟାର" (US Corsair Drone) ମଡେଲ୍ ର ତିନୋଟି, "ୱାନ ୱେ ଆଟାକ ସର୍ଫେସ ଭେସେଲ୍" (One-way Attack Uncrewed Surface Vessels) ବ୍ୟବହାର କରାଯାଇଥିଲା। ଏହି ସାମୁଦ୍ରିକ ଡ୍ରୋନ୍ ସିଧାସଳଖ ଇରାନୀ ନୌସେନାର ସବୁଠାରୁ ସୁରକ୍ଷିତ ଘାଟି (Iranian Navy Base) ବନ୍ଦର ଆବାସ ନୌସେନା ଘାଟିରେ (Bandar Abbas Naval Base) ପ୍ରବେଶ କରି ନିର୍ଦ୍ଦିଷ୍ଟ ଲକ୍ଷ୍ୟସ୍ଥଳକୁ ଟାର୍ଗେଟ କରିଥିଲା।


ଏହି ଆକ୍ରମଣରେ ଇରାନ ନୌସେନାର "ଗଦିର" ଶ୍ରେଣୀର ବୁଡ଼ାଜାହାଜ (Iranian Navy Ghadir Class Submarine) ନଷ୍ଟ ହୋଇଥିବା ଜଣାପଡ଼ିଛି। ଏହି ବୁଡ଼ାଜାହଜା ଅଗଭୀର ଜଳରେ ଗୋପନୀୟ ଭାବରେ ଆକ୍ରମଣ କରିବାରେ ପାରଙ୍ଗମ।

ବାଣିଜ୍ୟିକ ଜାହାଜକୁ ଟାର୍ଗେଟ କରୁଥିଲା ଇରାନ୍
ଆମେରିକୀୟ ସେନା ଅନୁଯାୟୀ, "ଗତକାଲି ରାତିରେ ହୋଇଥିବା ଏହି ଆକ୍ରମଣ ପରେ, ଆନ୍ତର୍ଜାତୀୟ ବାଣିଜ୍ୟିକ ଜାହାଜ ଉପରେ ଆକ୍ରମଣ ଜାରି ରଖିବାର ଇରାନର କ୍ଷମତା ଯଥେଷ୍ଟ ଦୁର୍ବଳ ହୋଇଯାଇଛି। ଇରାନ ମନୋବଳକୁ ନିରୁତ୍ସାହିତ କରିବା ପାଇଁ ଏପରି କାର୍ଯ୍ୟାନୁଷ୍ଠାନ ଆବଶ୍ୟକ ରହିଥିଲା।"


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
US Corsair Drone Destroys Iran's Ghadir Submarine at Naval Base | Argus News