Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
International

India Rejects China Claim / ଡ୍ରାଗନ୍‌ର ନୂଆ ଚାଲ୍, ବୃଦ୍ଧି ପାଇପାରେ ଭାରତ ସହ ତିକ୍ତତା

Sushanta Sahoo
Browse all articles by Sushanta Sahoo
·3 months ago·2 min read
ଡ୍ରାଗନ୍‌ର ନୂଆ ଚାଲ୍, ବୃଦ୍ଧି ପାଇପାରେ ଭାରତ ସହ ତିକ୍ତତା
Arunachal Pradesh Naming Dispute

Key Points

ଅରୁଣାଚଳ ପ୍ରଦେଶ ହେଉଛି ଚୀନର ଜାଙ୍ଗନାନ କ୍ଷେତ୍ର । ଏଭଳି ନୂଆ ଦାବି କରି ବେଜିଂ ପୁଣି ଥରେ ନୂଆଦିଲ୍ଲୀ ସହ ତିକ୍ତତା ସୃଷ୍ଟି କରିବାକୁ ଯାଉଛି ।
ନୂଆଦିଲ୍ଲୀ: ଭାରତ ଓ ଚୀନ ମଧ୍ୟରେ ପୁଣି ଥରେ ତିକ୍ତତା ବଢ଼ିପାରେ । ଚୀର ବିଦେଶ ମନ୍ତ୍ରଣାଳୟ ଅରୁଣାଚଳ ପ୍ରଦେଶକୁ ନିଜ କ୍ଷେତ୍ର ଦାବି କରିବା ପରେ ଏହି ଆଶଙ୍କା ଦେଖା ଦେଇଛି । ଚୀନ କହିଛି, "ଭାରତ ଅବୈଧ ଭାବେ ଅରୁଣାଚଳ ପ୍ରଦେଶର ସ୍ଥାପନ କିରିଛି ।"

ଡ୍ରାଗନ ଦାବି ହେଉଛି, ଅରୁଣାଚଳ ପ୍ରଦେଶ ହେଉଛି ଚୀନର ଜାଙ୍ଗନାନ କ୍ଷେତ୍ର । ଏହି ଅଞ୍ଚଳର କିଛି ସ୍ଥାନର ନାମ ରଖିବାର ଅଧିକାର ବେଜିଂ ପାଖରେ ରହିଛି । ତେବେ ଚୀନ ପକ୍ଷରୁ ଭାରତୀୟ କ୍ଷେତ୍ରର 'କାଳ୍ପନିକ ନାମ' ରଖିବା ପ୍ରଚେଷ୍ଟାକୁ ନୂଆଦିଲ୍ଲୀ ରବିବାର ଖାରଜ କରି ଦେଇଥିଲା ।

ଏଥିସହ ପଢ଼ନ୍ତୁ: ଭାରତୀୟ ଭୂମିକୁ ନିଜର ବୋଲି ଦେଖାଇବାକୁ ଚୀନର ନୂଆ ଚକ୍ରାନ୍ତ

ଚୀନ ବିଦେଶ ମନ୍ତ୍ରଣାଳୟର ମୁଖପାତ୍ର ଗୁଓ ଜିଆକୁନ ମଙ୍ଗଳବାର ଅରୁଣାଚଳ ପ୍ରଦେଶକୁ ନେଇ ଦାବି ରଖିଛନ୍ତି । ଚୀନର ଗ୍ଲୋବାଲ ଟାଇମ୍ସ ଅନୁସାରେ, ଜାଙ୍ଗନାନ ହେଉଛି ଚୀନର ଅଞ୍ଚଳ, ଯାହାକୁ ଭାରତ ଅବୈଧ ଭାବେ ରଖିଛି । ଅରୁଣାଚଳ ପ୍ରଦେଶକୁ କେବେ ସ୍ଵୀକାର କରାଯିବ ନାହିଁ । ଜାଙ୍ଗନାର ନାଁ ଚୀନ ନିଜ ଅନୁସାରେ ବଦଳାଇ ପାରିବ ।

ଭାରତର ଚେତାବନୀ

ଚୀନ ପକ୍ଷରୁ ଅରୁଣାଚଳ ପ୍ରଦେଶର କିଛି ଅଞ୍ଚଳର ନାମ ପ୍ରକାଶିତ କରିବାକୁ ଭାରତ କଡ଼ା ବିରୋଧ କରିଥିଲା । ବିଦେଶ ମନ୍ତ୍ରଣାଳୟର ମୁଖପାତ୍ର ରଣଧିର ଜୟସୱାଲ୍ କହିଥିଲେ, "ଚୀନ ପକ୍ଷରୁ ଭାରତୀୟ ଅଞ୍ଚଳର କାଳ୍ପନିକ ନାମ ଦେବା ପ୍ରୟାସକୁ ଭାରତ ଖାରଜ କରଛି ।" ଏଥିସହ ଏଭଳି ପ୍ରୟାସ ଦ୍ଵିପାକ୍ଷିକ ସମ୍ପର୍କକୁ ସାମାନ୍ୟ କରିବାର ପ୍ରୟାସରେ ବାଧା ସୃଷ୍ଟି କରିପାରେ ।

ଏଥିସହ ପଢ଼ନ୍ତୁ: ଯୁଦ୍ଧ ପାଇଁ ପ୍ରଶିକ୍ଷଣ ନିଅନ୍ତି ନାହିଁ ଏହି ଦେଶର ଯବାନ; ନାହିଁ ଟ୍ୟାଙ୍କ ଓ ଯୁଦ୍ଧ ବିମାନ

କ'ଣ କହୁଛି ଚୀନ ?

ଚୀନ ଅନୁସାରେ, ଏବେ ବେଜିଂ-ନୂଆଦିଲ୍ଲୀ ମଧ୍ୟରେ ସମ୍ପର୍କ ସ୍ଥିର ରହିଛି । ଭାରତ ସହ ସମ୍ପର୍କ ଆହୁରି ସୁଦୃଢ଼ କରିବାକୁ ଚୀନର ନୀତିରେ କୌଣସି ପରିବର୍ତ୍ତନ ଅଣାଯାଇ ନାହିଁ ଆମେ ଆଶା କରୁଛୁ ଯେ, ଦୁଇ ପକ୍ଷ ଗୋଟିଏ ଦିଗରେ କାମ କରିବେ ଏବଂ ଦ୍ଵିପାକ୍ଷିକ ସମ୍ବନ୍ଧ ଅନୁକୂଳ ଲାଗି ପଦକ୍ଷେପ ନେବେ ।

୨୦୧୭ ମସିହାର ଅରୁଣାଚଳ ପ୍ରଦେଶର ବିଭିନ୍ନ ଅଞ୍ଚଳର ନାଁ ପ୍ରକାଶିତ କରିଥିଲା ଚୀନ । ସେତେବେଳେ ମଧ୍ୟ ଭାରତ କଡ଼ା ଆପତ୍ତି ଉଠାଇଥିଲା । ଜାଙ୍ଗନାନ ହେଉଛି ଅରୁଣାଚଳ ପ୍ରଦେଶ ଚୀନ ନାଁ । ଅରୁଣାଚଳ ପ୍ରଦେଶକୁ ଚୀନ ଦକ୍ଷିଣ ତିବ୍ବତର ଅଂଶ ବୋଲି ଦାବି କରି ଆସୁଛି ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Related Topics

Explore more stories

Sponsored
China Claims Arunachal Pradesh, India Rejects ‘Imaginary Names’ | Argus News | Argus News