India China Tension / ଭାରତୀୟ ଭୂମିକୁ ନିଜର ବୋଲି ଦେଖାଇବାକୁ ଚୀନର ନୂଆ ଚକ୍ରାନ୍ତ
·5 months ago·2 min read

Key Points
ସୀମାରେ ଚୀନର ନୂଆ ଚକ୍ରାନ୍ତ
ଭାରତୀୟ ଜାଗାରେ କରୁଛି ନାମକରଣ
ମନଇଚ୍ଛା ଦେଇଚାଲିଛି ନାଁ
ଭାରତୀୟ ଜାଗାରେ କରୁଛି ନାମକରଣ
ମନଇଚ୍ଛା ଦେଇଚାଲିଛି ନାଁ
ଭାରତୀୟ ସ୍ଥାନଗୁଡ଼ିକୁ କାଳ୍ପନିକ ନାମ ଦେବା ପାଇଁ ଚୀନ ପୁଣି ଥରେ ପ୍ରୟାସ କରିଛି । ଭାରତୀୟ ଭୂମି ଉପରେ ନଜର ପକାଇ ଦେଉଛି ମନଇଚ୍ଛା ନାଁ । ଏନେଇ ଭାରତର ବୈଦେଶିକ ମନ୍ତ୍ରଣାଳୟ ପ୍ରତିକ୍ରିୟା ପ୍ରକାଶ କରିଛି । ଭାରତୀୟ ବୈଦେଶିକ ମନ୍ତ୍ରଣାଳୟ ଚୀନର ଏହି ପ୍ରୟାସକୁ ଦୁଷ୍ଟତାପୂର୍ଣ୍ଣ ଏବଂ ଏକ ମିଥ୍ୟା ବୋଲି କହିଛି । ଭାରତୀୟ କ୍ଷେତ୍ରର ଅଂଶବିଶେଷ ସ୍ଥାନଗୁଡ଼ିକୁ କାଳ୍ପନିକ ନାମ ଦେବା ପାଇଁ ଚୀନ ଦ୍ୱାରା କରାଯାଇଥିବା ଯେକୌଣସି ଦୁଷ୍ଟତାପୂର୍ଣ୍ଣ ପ୍ରୟାସକୁ ଭାରତ ବରଦାସ୍ତ କରିବନି ବୋଲି ମନ୍ତ୍ରଣାଳୟ କହିଛି ।
ଚୀନ ସୀମାବର୍ତ୍ତୀ ଅଞ୍ଚଳ ଗୁଡ଼ିକୁ ହଡ଼ପ କରିବା ଲାଗି ଏହାର ନାମକରଣ କରୁଛି । ତେବେ ମନ୍ତ୍ରଣାଳୟର ବିବୃତ୍ତିରେ ଆହୁରି କୁହାଯାଇଛି ଯେ ଚୀନ ଦ୍ୱାରା ମିଥ୍ୟା ଦାବି କରିବା ଏବଂ ଭିତ୍ତିହୀନ କାହାଣୀ ପ୍ରସ୍ତୁତ କରିବାର ଏପରି ପ୍ରୟାସ ଏହି ସମ୍ପୂର୍ଣ୍ଣ ସତ୍ୟକୁ ପରିବର୍ତ୍ତନ କରିପାରିବ ନାହିଁ ଯେ ଅରୁଣାଚଳ ପ୍ରଦେଶ ସମେତ ଏହି ସ୍ଥାନ ଏବଂ ଅଞ୍ଚଳଗୁଡ଼ିକ ଭାରତର ଏକ ଅପରିହାର୍ଯ୍ୟ ଏବଂ ଅବିଚ୍ଛେଦ୍ୟ ଅଂଶ ଥିଲା, ଅଛି ଏବଂ ସବୁବେଳେ ରହିବ ।

- ବରଦାସ୍ତ କରିବନି ଭାରତ
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
- ଅରୁଣାଚଳପ୍ରଦେଶ ଉପରେ ଚୀନର ଆଖି
ପଢନ୍ତୁ ଏହି ଖବର: ଏଠି ମରିବା ବି ମହଙ୍ଗା; ଶବ ପାଇଁ କିଣାଯାଉଛି ଫ୍ଲାଟ୍, ଭୟରେ ପଡ଼ୋଶୀ
- ଭାରତର ୨୧ଟି ସ୍ଥାନର ନାଁ ବଦଳାଇବାକୁ ଚୀନର ଅପଚେଷ୍ଟା
Related Topics
Explore more stories