Videos
|
International

No War Training / ଯୁଦ୍ଧ ପାଇଁ ପ୍ରଶିକ୍ଷଣ ନିଅନ୍ତି ନାହିଁ ଏହି ଦେଶର ଯବାନ; ନାହିଁ ଟ୍ୟାଙ୍କ ଓ ଯୁଦ୍ଧ ବିମାନ

Sushanta Sahoo
Browse all articles by Sushanta Sahoo
·5 months ago·2 min read
ଯୁଦ୍ଧ ପାଇଁ ପ୍ରଶିକ୍ଷଣ ନିଅନ୍ତି ନାହିଁ ଏହି ଦେଶର ଯବାନ; ନାହିଁ ଟ୍ୟାଙ୍କ ଓ ଯୁଦ୍ଧ ବିମାନ
Mexico’s Unique Military Strategy

Key Points

ପ୍ରାୟ ୧୩ କୋଟି ଜନସଂଖ୍ୟା ବିଶିଷ୍ଟ ଏହି ଦେଶର ସେନା ପାଖରେ ଶତ୍ରୁ ସହ ଲଢ଼ିବାକୁ ନା ଅଛି ଟ୍ୟାଙ୍କ ନା ଆକାଶ ମାର୍ଗରୁ ସୁରକ୍ଷା ଲାଗି ଅତ୍ୟାଧୁନିକ ଯୁଦ୍ଧ ବିମାନ । ତାହେଲେ ମେକ୍ସିକୋ ଦେଶର ଯବାନ କରନ୍ତି କ'ଣ ?
ନୂଆଦିଲ୍ଲୀ: ସେନା କହିଲେ ମନକୁ ଆସେ ସୀମା ସୁରକ୍ଷା ଓ ଯୁଦ୍ଧ ଲଢ଼ିବା କଥା । କିନ୍ତୁ ମେକ୍ସିକୋର କାହାଣୀ ପୂରା ଭିନ୍ନ । ପ୍ରାୟ ୧୩ କୋଟି ଜନସଂଖ୍ୟା ବିଶିଷ୍ଟ ଏହି ଦେଶର ସେନା ପାଖରେ ଶତ୍ରୁ ସହ ଲଢ଼ିବାକୁ ନା ଅଛି ଟ୍ୟାଙ୍କ ନା ଆକାଶ ମାର୍ଗରୁ ସୁରକ୍ଷା ଲାଗି ଅତ୍ୟାଧୁନିକ ଯୁଦ୍ଧ ବିମାନ ।

ଆଶ୍ଚର୍ଯ୍ୟର କଥା ହେଉଛି ୧୯୮୨ରେ ମେକ୍ସିକୋ, ଆମେରିକା ଠାରୁ ୧୨ଟି ସୁପରସୋନିକ ବିମାନ କିଣିଥିଲା । ସେଥିରୁ ଆଜି ୩ଟି ଉଡ଼ାଣ କରିବାର ସ୍ଥିତିରେ ରହିଛି । ବିଗତ ୫୦ ମଧ୍ୟରେ ମେକ୍ସିକୋ ଗୋଟିଏ ବି ନୂଆ ଯୁଦ୍ଧ ବିମାନ କିଣିନାହିଁ । ଯେତେବେଳେ କି ମେକ୍ସିକୋର ପଡ଼ୋଶୀ ବ୍ରାଜିଲ୍ ଓ ଚିନି ରଖିଛନ୍ତି ଏକାଧିକ ଯୁଦ୍ଧ ବିମାନ ।

ଏଥିସହ ପଢ଼ନ୍ତୁ: କେଉଁ ଦେଶରେ ଏବଂ କାହିଁକି ଆମର ସୈନିକମାନଙ୍କୁ ନିୟୋଜିତ କରାଯାଇଛି

ଯୁଦ୍ଧ ପାଇଁ ପ୍ରସ୍ତୁତ ନ ହେବାର ଇତିହାସ

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ମେକ୍ସିକୋ ସେନା ପାରମ୍ପରିକ ଯୁଦ୍ଧ ଲାଗି ପ୍ରସ୍ତୁତ ନ ହେବା ପଛରେ ରହିଛି ବିଶେଷ ରଣନୀତି ଓ ଇତିହାସ । ମେକ୍ସିକୋ ଅନୁସାରେ, ତାର ପଡ଼ୋଶୀରେ କେହି ଏଭଳି ଶତ୍ରୁ କିମ୍ବା ବିପଦ ନାହିଁ । ଗୋଟିଏ ପଟେ ଦୁନିଆର ମହାଶକ୍ତି ଆମେରିକା, ଯାହା ସହ ମେକ୍ସିକୋ ଲଢ଼ି ପାରିବ ନାହିଁ । ଅନ୍ୟପଟେ ଗୁଏତମାଳା ଭଳି ଛୋଟ ଦେଶ ପକ୍ଷରୁ କୌଣସି ବିପଦ ନାହିଁ ।

ଏହି କାରଣ ପାଇଁ ମେକ୍ସିକୋ ତାର ସେନାକୁ ଘାତକ ଅସ୍ତ୍ରଶସ୍ତ୍ର ବଦଳରେ ଅନ୍ତରୀଣ ବ୍ୟବସ୍ଥା ଓ ଡ୍ରଗ୍ସ ମାଫିଆଙ୍କ ଠାରୁ ବର୍ତ୍ତିବା ଲାଗି ଏକ ସୁରକ୍ଷା ବଳ ଭାବେ ବ୍ୟବହାର କରୁଛି ।

କ'ଣ କହୁଛନ୍ତି ବିଶେଷଜ୍ଞ ?

ତେବେ ବିଶେଷଜ୍ଞଙ୍କ ମତ ହେଉଛି ଟିକିଏ ଭିନ୍ନ । ସୁରକ୍ଷା ବିଶେଷଜ୍ଞଙ୍କ ଅନୁସାରେ, ମେକ୍ସିକୋର ସରକାର ଜାଣିଶୁଣି ସେନାକୁ ଅସ୍ତ୍ରଶସ୍ତ୍ର ଠାରୁ ଦୂରେଇ ରଖୁଛନ୍ତି । ଯେତେବେଳେ କି ଲାଟିନ୍ ଆମେରିକାର ଇତିହାସରେ ସୈନ୍ୟ ସରକାର ବଦଳାଇ ଦେବାର ଅନେକ ଘଟଣା ଘଟିଛି ।

ମେକ୍ସିକୋ ଲୋକ ସେଠାକାର ସେନାକୁ ସମ୍ମାନ ଦେଇଥାନ୍ତି । ସେଠାକାର ଲୋକ ସେନା କିମ୍ବା ନୌସେନାର ଅଂଶ ହେବା ନେଇ ଗର୍ବ ଅନୁଭବ କରିଥାନ୍ତି । ସେମାନଙ୍କ ଅନୁସାରେ, ସେନା କେବଳ ସୀମାରେ ନୁହେଁ ବରଂ ସଡ଼କରେ ପୋଲିସ ସହ ମିଶି କାମ କରେ ।

କିନ୍ତୁ ମେକ୍ସିକୋର ଏହି ବ୍ୟବସ୍ଥା ଭିତରେ ପ୍ରଭେଦ ରହିଛି । ସେନା ଭିତରେ ରହିଛି ଧନୀ ଓ ଗରିବର ରେଖା । ଯେଉଁଠି ସେନାର ଉଚ୍ଚ ଅଧିକାରୀ ବିଦେଶରେ ଟ୍ରେନିଂ ନିଅନ୍ତି । ସେଠି ସ୍ଥଳ ସୈନିକ କମ୍ ସମ୍ବଳ ଓ ପୁରୁଣା ଟ୍ରେନିଂକୁ ଭରସା କରି ନିଶା ମାଫିଆଙ୍କ ସହ ଲଢ଼ନ୍ତି ।

ଏଥିସହ ପଢ଼ନ୍ତୁ: ୟୁକ୍ରେନ୍‌ର 'ରୋବୋଟ ଆର୍ମି' ଆଗରେ ହାର୍ ମାନିଲା ଋଷ; ଜେଲେନସ୍କିଙ୍କ ବଡ଼ ଦାବି

୨୦୦୬ରେ ମେକ୍ସିକୋରେ ନିଶା ଦ୍ରବ୍ୟ ବିରୋଧରେ ଏକ ଆକ୍ରମଣାତ୍ମକ ଯୁଦ୍ଧ ଆରମ୍ଭ ହୋଇଥିଲା । ସେତେବେଳେ ସରକାର ସେନାକୁ ସଡ଼କକୁ ଓହ୍ଲାଇଥିଲେ । ହେଲେ ଫଳ ଓଲଟା ହୋଇଥିଲା । ବିବିସି ଅନୁସାରେ, ସେତେବେଳେ ହତ୍ୟା ମାମଲା ୨୦୦ ପ୍ରତିଶତ ବଢ଼ିବା ସହ ନିଶା ମାଫିଆ ଆହୁରି ଶକ୍ତିଶାଲୀ ହୋଇ ଉଠିଥିଲେ ।

ନିକଟରେ ସେନାର ଏକ ସ୍ଵତନ୍ତ୍ର ୟୁନିଟ୍ ମେକ୍ସିକୋର ଡ୍ରଗ୍ସ କିଙ୍ଗ କୁହାଯାଉଥିବା ଅଲ୍ ମିଞ୍ଚୋକୁ ନିହତ କରିଥିଲା । ଅଲ୍ ମିଞ୍ଚୋଙ୍କ ନିହତ ପରେ ମାଫିଆ ୨୦ ରାଜ୍ୟରେ ହିଂସା ସହ ଗୁଳିଗୋଳା ବର୍ଷଣ କରି ସେନାକୁ ଘେରିଥିଲେ । ଯାହା ଦର୍ଶାଉଛି ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ଓ ଗୁଇନ୍ଦା ସୂଚନା ବିନା ସେନା ଦେଶ ଭିତରେ ଶତ୍ରୁକୁ କାବୁ କରିବା କଷ୍ଟକର ।