Viksit Bharat / ନେଦରଲ୍ୟାଣ୍ଡରେ ପ୍ରଧାନମନ୍ତ୍ରୀ ମୋଦି; ଅନେକ ଗୁରୁତ୍ଵପୂର୍ଣ୍ଣ ଚୁକ୍ତି ସ୍ଵାକ୍ଷରିତ
·1 month ago·2 min read

Key Points
ସେମିକଣ୍ଡକ୍ଟର ଏବଂ କ୍ରିଟିକାଲ ମିନେରାଲ୍ସ କ୍ଷେତ୍ରରେ ଭାରତ ଓ ନେଦରଲ୍ୟାଣ୍ଡ ମଧ୍ୟରେ ବଡ଼ ଚୁକ୍ତିନାମା ସ୍ଵାକ୍ଷର ହୋଇଛି । ଜଳ ପରିଚାଳନା କ୍ଷେତ୍ରରେ ନେଦରଲ୍ୟାଣ୍ଡର ଜ୍ଞାନକୌଶଳକୁ ଭାରତରେ ଉପଯୋଗ କରାଯିବ।
ନୂଆଦିଲ୍ଲୀ: ୫ଟି ପ୍ରମୁଖ ଦେଶ ଗସ୍ତରେ ଅଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । UAE ଏବଂ ନେଦରଲ୍ୟାଣ୍ଡ ଗସ୍ତ ସଫଳତାର ସହ ଶେଷ କରିବା ପରେ ପ୍ରଧାନମନ୍ତ୍ରୀ ବର୍ତ୍ତମାନ ତାଙ୍କର ତୃତୀୟ ପର୍ଯ୍ୟାୟ ଗସ୍ତରେ ସ୍ଵିଡେନ ଅଭିମୁଖେ ଯାତ୍ରା କରୁଛନ୍ତି । ନେଦରଲ୍ୟାଣ୍ଡରେ ଅନେକ ଗୁରୁତ୍ଵପୂର୍ଣ୍ଣ ଚୁକ୍ତି ସ୍ଵାକ୍ଷରିତ ହୋଇଛି ।
ପ୍ରଥମ ପର୍ଯ୍ୟାୟରେ ୟୁଏଇ ଗସ୍ତ କରିଥିଲେ ମୋଦି । ଏହାପରେ ଦ୍ଵିତୀୟ ପର୍ଯ୍ୟାୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିଜର ନେଦରଲ୍ୟାଣ୍ଡ ଗସ୍ତ ସଫଳତାର ସହ ଶେଷ କରିଛନ୍ତି । ପ୍ରଧାନମନ୍ତ୍ରୀ ମୋଦୀ ଏବଂ ତାଙ୍କ ପ୍ରତିପକ୍ଷ ରବ୍ ଜେଟେନଙ୍କ ମଧ୍ୟରେ ଅନେକ ଦ୍ଵିପାକ୍ଷିକ ଆଲୋଚନା ହୋଇଛି ।
ଏଥିସହ ପଢ଼ନ୍ତୁ: ଚିନି ରପ୍ତାନୀ ଉପରେ ଲାଗିଲା ରୋକ୍
ଭାରତ ଓ ନେଦରଲ୍ୟାଣ୍ଡ ମଧ୍ୟରେ ସେମିକଣ୍ଡକ୍ଟର ଏବଂ କ୍ରିଟିକାଲ ମିନେରାଲ୍ସ କ୍ଷେତ୍ରରେ ବଡ଼ ଚୁକ୍ତିନାମା ସ୍ଵାକ୍ଷର ହୋଇଛି । କେବଳ ସେତିକି ନୁହେଁ, ଜଳ ପରିଚାଳନା କ୍ଷେତ୍ରରେ ନେଦରଲ୍ୟାଣ୍ଡର ଜ୍ଞାନକୌଶଳକୁ ଭାରତରେ ଉପଯୋଗ କରାଯିବ।
ଗୁଜରାଟର କଳ୍ପସର ପ୍ରୋଜେକ୍ଟ ପାଇଁ ଡଚ୍ ପ୍ରଯୁକ୍ତିବିଦ୍ୟାର ସହାୟତା ନିଆଯିବ ବୋଲି ବୈଦେଶିକ ମନ୍ତ୍ରାଳୟ ପକ୍ଷରୁ ସୂଚନା ମିଳିଛି । ଗସ୍ତର ଶେଷ ଭାଗରେ ପିଏମ ମୋଦି ଡଚ୍ ପ୍ରଧାନମନ୍ତ୍ରୀ ରବ୍ ଜେଟେନଙ୍କ ସହ ନେଦରଲ୍ୟାଣ୍ଡର ପ୍ରସିଦ୍ଧ 'ଆଫସଲୁଇଟଡିଜକ ଡ୍ୟାମ ପରିଦର୍ଶନ କରିଥିଲେ । ଜଳ ପରିଚାଳନା ଓ ବନ୍ୟା ନିୟନ୍ତ୍ରଣର ଅତ୍ୟାଧୁନିକ ଜ୍ଞାନକୌଶଳ ବିଷୟରେ ସମୀକ୍ଷା କରିଛନ୍ତି ।
୧୧ଶ ଶତାବ୍ଦୀର ଚୋଳ ସାମ୍ରାଜ୍ୟ ସମୟର ପ୍ରସିଦ୍ଧ ‘ଚୋଳ ତାମ୍ରଫଳକ’ ଖୁବଶୀଘ୍ର ନେଦରଲ୍ୟାଣ୍ଡରୁ ଭାରତକୁ ପ୍ରତ୍ୟାବର୍ତ୍ତନ ହେବ । ଡଚ୍ ପ୍ରଧାନମନ୍ତ୍ରୀ ରବ୍ ଜେଟେନଙ୍କ ଉପସ୍ଥିତିରେ ଆୟୋଜିତ ଏକ ସ୍ୱତନ୍ତ୍ର ହସ୍ତାନ୍ତର ସମାରୋହରେ ଚୁକ୍ତି ସ୍ଵାକ୍ଷରିତ ହୋଇଛି ।
ଏହି ଚୋଳ ତାମ୍ରଫଳକ ସେଟ୍ରେ ୨୧ଟି ବଡ଼ ଏବଂ ୩ଟି ଛୋଟ ଫଳକ ରହିଛି, ଯେଉଁଥିରେ ମୁଖ୍ୟତଃ ‘ତାମିଲ’ରେ ସୂଚନା ଲିପିବଦ୍ଧ ହୋଇଛି । ଏହି ଫଳକଗୁଡ଼ିକ ମହାନ ଚୋଳ ଶାସକ ପ୍ରଥମ ରାଜେନ୍ଦ୍ର ଚୋଳଙ୍କ ସମୟର । ଏହି ଐତିହାସିକ ସ୍ମାରକୀ ଚୋଳ ସାମ୍ରାଜ୍ୟର ଭବ୍ୟତା, ସଂସ୍କୃତି ଏବଂ ସେମାନଙ୍କର ସାମୁଦ୍ରିକ ପରାକ୍ରମକୁ ପ୍ରଦର୍ଶିତ କରେ ।
ଏଥିସହ ପଢ଼ନ୍ତୁ: ଚୀନ ଗସ୍ତ ପରେ ବଦଳିଗଲା ଟ୍ରମ୍ପଙ୍କ ମନ; ଆଉ ତାଇୱାନକୁ ଅସ୍ତ୍ରଶସ୍ତ୍ର ଦେବନି ଆମେରିକା
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିଶ୍ୱର ପ୍ରମୁଖ କମ୍ପାନୀଗୁଡ଼ିକୁ ଭାରତରେ ନିବେଶ କରିବା ପାଇଁ ଆମନ୍ତ୍ରଣ କରିଛନ୍ତି । ଭାରତ ବର୍ତ୍ତମାନ ଟିକସ ବ୍ୟବସ୍ଥା, ଶ୍ରମ କୋଡ୍ ଏବଂ ଶାସନ ପ୍ରଣାଳୀରେ 'ନେକ୍ସଟ୍-ଜେନେରେସନ୍' ସଂସ୍କାର ଆଣିଛି, ଯାହାଫଳରେ ଭାରତରେ ମ୍ୟାନୁଫ୍ୟାକ୍ଚରିଂ ଏବେ ବେଶ୍ ବ୍ୟୟସାପେକ୍ଷ ଓ ଲାଭଦାୟକ ସାବ୍ୟସ୍ତ ହେଉଛି ।
ତେବେ ପ୍ରଧାନମନ୍ତ୍ରୀଙ୍କ ଏହି ବହୁଦେଶୀୟ ଗସ୍ତ କେବଳ ବାଣିଜ୍ୟ ଓ ନିବେଶ କ୍ଷେତ୍ରରେ ନୁହେଁ, ବରଂ ପ୍ରଯୁକ୍ତିବିଦ୍ୟା ଓ ସବୁଜ ଶକ୍ତି କ୍ଷେତ୍ରରେ ମଧ୍ୟ ଭାରତ ପାଇଁ ଏକ ନୂଆ ସୁଯୋଗ ସୃଷ୍ଟି କରିବ ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories