Sugar Export Ban / ଚିନି ରପ୍ତାନୀ ଉପରେ ଲାଗିଲା ରୋକ୍
·1 hour ago·2 min read

Key Points
ଆସନ୍ତା ସେପ୍ଟେମ୍ବର ୩୦ ତାରିଖ ପର୍ଯ୍ୟନ୍ତ କିମ୍ବା କେନ୍ଦ୍ର ସରକାରଙ୍କ ଦ୍ୱାରା ପରବର୍ତ୍ତୀ ନିର୍ଦ୍ଦେଶ ଜାରି ନହେବା ପର୍ଯ୍ୟନ୍ତ ବିଦେଶକୁ ଚିନି ରପ୍ତାନୀ କରିବା ଉପରେ ପ୍ରତିବନ୍ଧକ ଲଗାଯାଇଛି।
India sugar export ban 2026: ଘରୋଇ ଚିନି ମୂଲ୍ୟରେ ଦ୍ରୁତ ବୃଦ୍ଧିକୁ ରୋକିବା ପାଇଁ ଭାରତ ସରକାର ତତ୍କାଳ ପ୍ରଭାବରେ ଚିନି ରପ୍ତାନି ଉପରେ ସମ୍ପୂର୍ଣ୍ଣ ପ୍ରତିବନ୍ଧକ ଲଗାଇଛନ୍ତି। ଏନେଇ କୁହାଯାଉଛି ଯେ ଏହି ପ୍ରତିବନ୍ଧକ ଆସନ୍ତା ସେପ୍ଟେମ୍ବର ୩୦ ତାରିଖ ପର୍ଯ୍ୟନ୍ତ କିମ୍ବା କେନ୍ଦ୍ର ସରକାରଙ୍କ ଦ୍ୱାରା ପରବର୍ତ୍ତୀ ନିର୍ଦ୍ଦେଶ ଜାରି ନହେବା ପର୍ଯ୍ୟନ୍ତ ବଳବତ୍ତର ରହିବ। ହେଲେ ବୈଶ୍ୱିକ ସତ୍ରରେ ଚିନି ଉତ୍ପାଦନରେ ଭାରତ କେଉଁ ସ୍ଥାନରେ ରହିଛି।
ବର୍ତ୍ତମାନ ବିଶ୍ୱରେ ଭାରତ ଦ୍ୱିତୀୟ ସର୍ବବୃହତ ଚିନି ଉତ୍ପାଦକ ଏବଂ ରପ୍ତାନିକାରୀ ଦେଶ। ବ୍ରାଜିଲ ବର୍ତ୍ତମାନ ବିଶ୍ୱ ସ୍ତରରେ ଏହାର ପ୍ରାଧାନ୍ୟ ବଜାୟ ରଖିଛି। ଭାରତର ଚିନି ଶିଳ୍ପ କେବଳ ଘରୋଇ ବ୍ୟବହାରରେ ନୁହେଁ ବରଂ ଅନ୍ତର୍ଜାତୀୟ ବାଣିଜ୍ୟରେ ମଧ୍ୟ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଯାଏ। ଯାହାର ଫଳସ୍ୱରୂପ ବିଦେଶକୁ ଚିନି ରପ୍ତାନୀ ଉପରେ ଭାରତ ସରକାରଙ୍କ ଦ୍ୱାରା ଲଗା ଯାଉଥିବା ଯେକୌଣସି ପ୍ରତିବନ୍ଧକ ବିଶ୍ୱ ବଜାର ପାଇଁ ଅନେକ ଗୁରୁତ ବହନ କରିଥାଏ।
ବିଶାଳ ଜନସଂଖ୍ୟା ଏବଂ ବ୍ୟାପକ ଖାଦ୍ୟ ପ୍ରକ୍ରିୟାକରଣ ଶିଳ୍ପ ଯୋଗୁଁ, ଭାରତ ବିଶ୍ୱର ସର୍ବବୃହତ ଚିନି ବ୍ୟବହାର କରୁଥିବା ଦେଶ ତାଲିକାରେ ପ୍ରମୁଖ ସ୍ଥାନରେ ରହିଛି। ଭାରତୀୟ ପରିବାରରେ ଚିନି ପର୍ବପର୍ବାଣୀ, ମିଠା, ପାନୀୟ ଏବଂ ପ୍ୟାକେଜ ଖାଦ୍ୟ ପ୍ରସ୍ତୁତିରେ ବ୍ୟବହାର କରାଯାଏ।
ଏହା ସହ ପଢନ୍ତୁ: ଭବିଷ୍ୟତରେ ଭାରତରେ ମହଙ୍ଗା ହୋଇଯିବ ଭାତ! ଚିନ୍ତା ବଢାଇଲା ବୈଜ୍ଞାନିକଙ୍କ ଚେତାବନୀ
ଭାରତ ସରକାରଙ୍କ ଦ୍ୱାରା ବିଦେଶକୁ ରପ୍ତାନୀ ଉପରେ ନିଷେଧାଦେଶ ଜାରି କରିବା ପଛରେ ରହିଥିବା ମୁଖ୍ୟ କାରଣ ହେଉଛି ମହାରାଷ୍ଟ୍ର ଏବଂ କର୍ଣ୍ଣାଟକ ଭଳି ପ୍ରମୁଖ ଆଖୁ ଉତ୍ପାଦନକାରୀ ରାଜ୍ୟରେ ଚିନି ଉତ୍ପାଦନ ହ୍ରାସ ପାଇବାର ଆଶଙ୍କା। ଏହି ରାଜ୍ୟରେ କମ୍ ଫସଲ ଉତ୍ପାଦନ ଚିନ୍ତାକୁ ଆହୁରି ବଢ଼ାଇ ଦେଇଛି। ଆଗାମୀ ମାସରେ ଚିନି ଯୋଗାଣ ପ୍ରଭାବିତ ହୋଇପାରେ ବୋଲି ଆଶଙ୍କା କରାଯାଉଛି।
ପାଣିପାଗର ଅନିଶ୍ଚିତତା ଏହି ସଙ୍କଟକୁ ଆହୁରି ବଢାଇ ଦେଇଛି। ବିଶେଷଜ୍ଞ ଆଶଙ୍କା କରୁଛନ୍ତି ଯେ ଏଲ୍ ନିନୋ ପ୍ରଭାବ ଏବଂ ଦୁର୍ବଳ ମୌସୁମୀର ସମ୍ଭାବନା ଭବିଷ୍ୟତରେ ଦେଶରେ ଆଖୁ ଚାଷକୁ ପ୍ରଭାବିତ କରିପାରେ। ଯାହା ଫଳରେ ଦେଶରେ ଆଖୁ ଉତ୍ପାଦନ ଆହୁରି ହ୍ରାସ ପାଇବ।
ସରକାର ଦରଦାମ ବୃଦ୍ଧି ନିୟନ୍ତ୍ରଣ କରିବାକୁ ଏବଂ ଗ୍ରାହକଙ୍କୁ ବଢିବାକୁ ରହିଥିବା ଖାଦ୍ୟ ମୂଲ୍ୟ ବୃଦ୍ଧିରୁ ରକ୍ଷା କରିବାକୁ ମଧ୍ୟ ଚେଷ୍ଟା କରୁଛନ୍ତି। ରପ୍ତାନୀ ଉପରେ ନିଷେଧାଦେଶ ଜାରି କରି ଭାରତ ସରକାର ଦେଶରେ ଚିନି ପର୍ଯ୍ୟାପ୍ତ ପରିମାଣରେ ଉପଲବ୍ଧ ହେବାକୁ ସୁନିଶ୍ଚିତ କରିବାକୁ ଚାହୁଁଛନ୍ତି। ଏହା ଖୁଚୁରା ମୂଲ୍ୟକୁ ସ୍ଥିର କରିବାରେ ସହାୟକ ହେବ।
ଏହା ସହ ପଢନ୍ତୁ: ଏବେ ସମଗ୍ର ବିଶ୍ୱ ଖାଇବ ଭାରତୀୟ ଚାଉଳ; ଉତ୍ପାଦନରେ ପଛରେ ପଡିଗଲା ଚୀନ୍
ଚିନି ଉପଲବ୍ଧତାକୁ ପ୍ରଭାବିତ କରୁଥିବା ଆଉ ଏକ ପ୍ରମୁଖ କାରଣ ହେଉଛି ଦେଶରେ ଦ୍ରୁତ ଗତିରେ ବିସ୍ତାରିତ ହେଉଥିବା ଇଥାନଲ୍ କାର୍ଯ୍ୟକ୍ରମ। ଇନ୍ଧନ ମିଶ୍ରଣ ପଦକ୍ଷେପକୁ ପ୍ରୋତ୍ସାହିତ କରିବା ପାଇଁ ଏବେ ଏକ ଗୁରୁତ୍ୱପୂର୍ଣ୍ଣ ପରିମାଣର ଆଖୁ ରସକୁ ଇଥାନଲ୍ ଉତ୍ପାଦନ ପାଇଁ ପଠାଯାଉଛି। ଗୋଟିଏ ପଟେ ଏହା ଅଶୋଧିତ ତୈଳ ଆମଦାନୀ ହ୍ରାସ କରିବାରେ ସହାୟକ ହେଉଛି। ଅନ୍ୟପଟେ ଏହା ରପ୍ତାନି ପାଇଁ ଉପଲବ୍ଧ ଅତିରିକ୍ତ ଚିନିର ପରିମାଣକୁ ମଧ୍ୟ ହ୍ରାସ କରିଦେଇଛି।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories
India sugar export ban 2026India global sugar production rankGovernment bans sugar exportWorld top sugar producing countriesSugar export prohibition notificationIs India the largest producer of sugarIndia sugar rank in world production 2026Why did government ban sugar exportImpact of sugar export ban on global pricesMinistry of Commerce sugar export notification