Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
International

Middle East War / ହର୍ମୁଜରେ ଅଟକି ରହିଛି ଭାରତର ୧୮ ଜାହାଜ, ଫସିଛନ୍ତି ୪୮୫ ଜଣ ନାବିକ

Santosh Kumar Sahoo
Browse all articles by Santosh Kumar Sahoo
·3 months ago·2 min read
ହର୍ମୁଜରେ ଅଟକି ରହିଛି ଭାରତର ୧୮ ଜାହାଜ, ଫସିଛନ୍ତି ୪୮୫ ଜଣ ନାବିକ
Indian Ship

Key Points

ଇରାନ-ଆମେରିକା ଯୁଦ୍ଧର ପ୍ରଭାବ
ଭାରତର ତୈଳ ଜାହାଜ ହର୍ମୁଜରେ ଅଟକିଲା
୪୮୫ ନାବିକ ମଧ୍ୟପ୍ରାଚ୍ୟରେ ଫସିଲେ
ପଶ୍ଚିମ ଏସିଆ ଯୁଦ୍ଧ ଲାଗି ଏବେ ବି ହର୍ମୁଜ ପ୍ରଣାଳିରେ ଅଟକି ରହିଛନ୍ତି ଭାରତର ତୈଳ ଓ ଗ୍ୟାସ ବୋଝେଇ ୧୮ ଜାହାଜ । ଏହା ଛଡ଼ା ଅତିକମରେ ୧୦ଟି ବିଦେଶୀ ପତାକାଧାରୀ ଜାହାଜ ଯାହା ଭାରତ ପାଇଁ ଶକ୍ତି ସମ୍ପଦ ନେଇ ଆସୁଥିଲା ସେଗୁଡ଼ିକ ମଧ୍ୟ ପାରସ୍ୟ ଉପସାଗରରେ ଫସି ରହିଛନ୍ତି ।

ଫସିଥିବା ଜାହାଜ ମଧ୍ୟରେ ୧୮ଟି ଭାରତୀୟ ଜାହାଜ ମଧ୍ୟରେ ୩ଟି LPG ଟ୍ୟାଙ୍କର, ୧ଟି LNG କ୍ୟାରିଅର୍ ଏବଂ ୪ଟି ଅଶୋଧିତ ତୈଳ ଟ୍ୟାଙ୍କର ରହିଛି । ଏହି ଜାହାଜଗୁଡ଼ିକରେ ପ୍ରାୟ ୪୮୫ ଜଣ ନାବିକ ଅଛନ୍ତି । ବର୍ତ୍ତମାନ ସୁଦ୍ଧା ୮ଟି ଭାରତୀୟ ଜାହାଜ ସୁରକ୍ଷିତ ଭାବେ ଏହି ଯୁଦ୍ଧକ୍ଷେତ୍ର ଅତିକ୍ରମ କରିଛନ୍ତି । ଏଥିମଧ୍ୟରେ 'BW TYR' ଏବଂ 'BW ELM' ନାମକ ଦୁଇଟି LPG ବାହକ ଜାହାଜ ରହିଛନ୍ତି, ଯାହା ମାର୍ଚ୍ଚ ୩୧ ଏବଂ ଏପ୍ରିଲ ୧ ସୁଦ୍ଧା ମୁମ୍ବାଇ ଏବଂ ନୂଆ ମାଙ୍ଗାଲୋର ବନ୍ଦରରେ ପହଞ୍ଚିବେ ।

ସେପଟେ ସୋମବାର ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୁଣି ଥରେ ଇରାନକୁ ହର୍ମୁଜ୍ ପ୍ରଣାଳୀ ଖୋଲିବାକୁ ଚେତାବନୀ ଦେଇଛନ୍ତି । ଯଦି ହର୍ମୁଜ ପ୍ରଣାଳୀ ନ ଖୋଲାଯାଏ ତେବେ ସେ ଇରାନ୍‌ ତୈଳ କୂଅ ଏବଂ ଖାର୍ଗ ଦ୍ୱୀପକୁ ଉଡ଼ାଇ ଦେବେ ବୋଲି ଧମକ ଦେଇଛନ୍ତି । ସେ ଏହା ମଧ୍ୟ କହିଥିଲେ ଯେ ଯୁଦ୍ଧବିରତି ସମ୍ପର୍କରେ ଇରାନ ସହିତ ଅର୍ଥପୂର୍ଣ୍ଣ ଆଲୋଚନା ହୋଇଛି। ଟ୍ରମ୍ପ କହିଥିଲେ ଯେ ଯଦି ଶାନ୍ତି ଚୁକ୍ତି ହୁଏ ନାହିଁ କିମ୍ବା ହର୍ମୁଜ୍ ପ୍ରଣାଳୀ ଖୋଲା ଯାଏ ନାହିଁ, ତେବେ ପରିସ୍ଥିତି ଭୟଙ୍କର ହେବ ।

ଟ୍ରମ୍ପ ସୋସିଆଲ ମିଡିଆ ପ୍ଲାଟଫର୍ମ ଟ୍ରୁଥ୍‌ ସୋସିଆଲରେ ଲେଖିଛନ୍ତି, "ସୈନ୍ୟ କାର୍ଯ୍ୟାନୁଷ୍ଠାନକୁ ରୋକିବା ପାଇଁ ଆମେରିକା ଇରାନର ନୂତନ ଶାସକ ସହିତ ଆଲୋଚନା କରୁଛି । ଆଲୋଚନାରେ ଗୁରୁତ୍ୱପୂର୍ଣ୍ଣ ଅଗ୍ରଗତି ହୋଇଛି।" କିନ୍ତୁ ଯଦି କୌଣସି କାରଣରୁ ଶାନ୍ତି ଚୁକ୍ତି ଶୀଘ୍ର ନହୁଏ ଏବଂ ଯଦି ହର୍ମୁଜ୍ ପ୍ରଣାଳୀ ତୁରନ୍ତ ବ୍ୟବସାୟ ପାଇଁ ଖୋଲା ନଯାଏ, ତେବେ ଆମେ ଇରାନର ସମସ୍ତ ଶକ୍ତି କେନ୍ଦ୍ର, ତୈଳ କୂପ ଏବଂ ଖାର୍ଗ ଦ୍ୱୀପକୁ ବିସ୍ଫୋରଣ କରି ସମ୍ପୂର୍ଣ୍ଣ ଧ୍ୱଂସ କରିଦେବୁ । ଏହା ଆମର ପ୍ରତିଶୋଧ ହେବ ।

ଏଥିସହ ପଢ଼ନ୍ତୁ: ପାକିସ୍ତାନକୁ ବଡ଼ ଝଟକା, ମଧ୍ୟସ୍ଥତା ପ୍ରସ୍ତାବକୁ ନା କହିଲା ଇରାନ
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
18 Indian Ships Stranded in Strait of Hormuz, 485 Sailors Stuck Amid War | Argus News