Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Painting

Argus News - ୧୧୦୦ ବର୍ଷ ପୁରୁଣା ଶିବ ମନ୍ଦିରର ପୁନଃନିର୍ମାଣ କରିବ ଭାରତ; କ'ଣ ରହିଛି ଏହାର କାହାଣୀ

International

PM Modi Indonesia Visit 2026 / ୧୧୦୦ ବର୍ଷ ପୁରୁଣା ଶିବ ମନ୍ଦିରର ପୁନଃନିର୍ମାଣ କରିବ ଭାରତ; କ'ଣ ରହିଛି ଏହାର କାହାଣୀ

Subhramjit Ray
Browse all articles by Subhramjit Ray
·1 hour ago·2 min read
୧୧୦୦ ବର୍ଷ ପୁରୁଣା ଶିବ ମନ୍ଦିରର ପୁନଃନିର୍ମାଣ କରିବ ଭାରତ; କ'ଣ ରହିଛି ଏହାର କାହାଣୀ
Indonesia 1100 years old Shiv Mandir

Key Points

ପ୍ରମ୍ବାନନ ମନ୍ଦିର ଇଣ୍ଡୋନେସିଆର ସବୁଠାରୁ ବଡ଼ ହିନ୍ଦୁ ମନ୍ଦିର। ଯାହା ମୁଖ୍ୟତଃ ଭଗବାନ ଶିବଙ୍କୁ ଉତ୍ସର୍ଗୀକୃତ। ମନ୍ଦିର ପରିସରରେ ଭଗବାନ ଶିବ, ବିଷ୍ଣୁ ଏବଂ ବ୍ରହ୍ମାଙ୍କୁ ଉତ୍ସର୍ଗୀକୃତ ଉଚ୍ଚ ମନ୍ଦିର ରହିଛି।
Indonesia 1100 years old Shiv Mandir: ୩ ଦିନିଆ ଇଣ୍ଡୋନେସିଆ ଗସ୍ତରେ ଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବୁଧବାର (ଜୁଲାଇ ୮) ସେଠାର ଅବସ୍ଥିତ ଏକ ପ୍ରାଚୀନ ହିନ୍ଦୁ ମନ୍ଦିର ପରିଦର୍ଶନ କରିଛନ୍ତି। ଶହ ଶହ ବର୍ଷର ପୁରୁଣା ଏହି ମନ୍ଦିରକୁ ବିଶ୍ୱର ସବୁଠାରୁ ବଡ଼ ମୁସଲିମ ଦେଶ ଇଣ୍ଡୋନେସିଆର ସର୍ବବୃହତ ହିନ୍ଦୁ ମନ୍ଦିର ଭାବରେ ବିବେଚନା କରାଯାଏ। ପ୍ରମ୍ବାନନ୍ ମନ୍ଦିର ଯୋଗକାର୍ତା ସହର ଠାରୁ ପ୍ରାୟ ୧୭ କିଲୋମିଟର ଦୂରରେ ଉତ୍ତର-ପୂର୍ବ ଭାଗରେ ଅବସ୍ଥିତ। ଭାରତ ଯୋଗକାର୍ତା ସ୍ଥିତ ଏହି ୧୧୦୦ ବର୍ଷ ପୁରୁଣା ଶିବ ମନ୍ଦିରର ପୁନଃନିର୍ମାଣ କାର୍ଯ୍ୟରେ ସହାୟତା କରୁଛି। ୟୁନେସ୍କୋ ଦ୍ୱାରା ସୂଚୀବଦ୍ଧ ବିଶ୍ୱ ଐତିହ୍ୟ ସ୍ଥଳ ତାଲିକାରେ ସାମିଲ ରହିଛି ଇଣ୍ଡୋନେସିଆର ପ୍ରମ୍ବାନନ୍ ମନ୍ଦିର। ଏହି ପ୍ରକଳ୍ପକୁ କାର୍ଯ୍ୟକାରୀ କରିବା ପାଇଁ ଉଭୟ ଦେଶମ ମଧ୍ୟରେ ବୁଝମଣା ହୋଇଛି।

ପ୍ରଧାନମନ୍ତ୍ରୀ ମୋଦି ଏହି ମନ୍ଦିରର ଏକ ଭିଡି଼ଓ ମଧ୍ୟ ସେୟାର କରିଛନ୍ତି। ଯେଉଁଥିରେ ତାଙ୍କୁ ହେଲିକ୍ୟାପ୍ଟର ଝରକାରୁ ପ୍ରମ୍ବାନନ୍ ମନ୍ଦିର ଦର୍ଶନ କରୁଥିବାର ଦେଖୁବାକୁ ମିଳିଛି। ସେ ଏହାର କ୍ୟାପସନ ଦେଇଛନ୍ତି, "ଭବ୍ୟଶାଳୀ ପ୍ରମ୍ବାନନ୍ ମନ୍ଦିର!" ଅନ୍ୟ ଏକ ଭିଡି଼ଓ ସେୟାର, କରି ପ୍ରଧାନମନ୍ତ୍ରୀ ମୋଦି ମନ୍ଦିରରେ ଅନ୍ୟମାନଙ୍କ ସହିତ ପ୍ରାର୍ଥନା କରୁଛନ୍ତି।

ଇଣ୍ଡୋନେସିଆର ସର୍ବବୃହତ ଶିବ ମନ୍ଦିର
ୟୁନେସ୍କୋ ୱେବସାଇଟ୍ ଅନୁଯାୟୀ ଦଶମ ଶତାବ୍ଦୀରେ ନିର୍ମିତ ଇଣ୍ଡୋନେସିଆର ସର୍ବବୃହତ ହିନ୍ଦୁ ମନ୍ଦିର ପ୍ରମ୍ବାନନ୍, ଭଗବାନ ଶିବଙ୍କୁ ସମର୍ପିତ। ଏହାର ତିନୋଟି କେନ୍ଦ୍ରୀୟ ମନ୍ଦିରର କାନ୍ଥରେ ରାମାୟଣ ମହାକାବ୍ୟର ଦୃଶ୍ୟ ଖୋଦିତ ହୋଇଛି। ଏହି ମନ୍ଦିର ୩ ପ୍ରମୁଖ ହିନ୍ଦୁ ଦେବତା, ବ୍ରହ୍ମା, ବିଷ୍ଣୁ ଏବଂ ମହେଶ୍ୱରଙ୍କୁ ଉତ୍ସର୍ଗୀକୃତ। ଅନ୍ୟ ତିନୋଟି ମନ୍ଦିର ଏହି ଦେବତାଙ୍କ ବାହନ ପାଇଁ ଉତ୍ସର୍ଗୀକୃତ।



ଏହା ସହ ପଢନ୍ତୁ: କାହିଁକି ଇସ୍ରାଏଲରେ ସ୍ଥାପିତ ହେଉଛି ଛତ୍ରପତି ଶିବାଜୀ ମହାରାଜଙ୍କ ପ୍ରତିମୂର୍ତ୍ତି?

ଜଣେ ହିନ୍ଦୁ ରାଜାଙ୍କ ଦ୍ୱାରା ନିର୍ମିତ ହୋଇଥିଲା ପ୍ରମ୍ବାନନ ମନ୍ଦିର
ପ୍ରାୟ ୧୧୦୦ ବର୍ଷର ପୁରୁଣା ପ୍ରମ୍ବାନନ ମନ୍ଦିର ସଞ୍ଜୟା ରାଜବଂଶର ଜଣେ ହିନ୍ଦୁ ରାଜା ରାକାଇ ପିକାଟନଙ୍କ ଦ୍ୱାରା ନିର୍ମିତ ହୋଇଥିଲା। ଯାହାର ସଂସ୍କୃତ ନାମ ହେଉଛି ଶିବଗୃହ। ଯାହାର ଅର୍ଥ ଭଗବାନ ଶିବଙ୍କ ଘର। ଏହି ମନ୍ଦିରରେ ତ୍ରିଦେବ ବ୍ରହ୍ମା, ବିଷ୍ଣୁ ଏବଂ ମହେଶ୍ୱରଙ୍କ ପୂଜାର୍ଚ୍ଚନା ହୋଇଥାଏ। ଏଠାରେ ଭଗବାନ ଶିବଙ୍କ ଏକ ବିଶାଳ ପ୍ରତିମା ବିରାଜମାନ ରହିଛି।


ପ୍ରମ୍ବାନନ ମନ୍ଦିରରେ ହୋଇଛି ପଥର ଖୋଦେଇ କାରୁକାର୍ଯ୍ୟ
ପ୍ରମ୍ବାନନ ମନ୍ଦିର ପରିସରରୁ ମେରୁ ପର୍ବତ ଅନୁସାରେ ନିର୍ମାଣ କରାଯାଇଛି। କୁହାଯାଏ ଯେ ଏହି ମନ୍ଦିର ନିର୍ମାଣର ଉଦ୍ଦେଶ୍ୟ ଏହା ଥିଲା ଯେ ବୌଦ୍ଧ ଧର୍ମର ପ୍ରାଧାନ୍ୟ ବୃଦ୍ଧି ସମୟରେ ହିନ୍ଦୁ ଧର୍ମକୁ ପୁନଃପ୍ରତିଷ୍ଠିତ କରିବା। ଆଜିର ଦିନରେ ଏହା ଇଣ୍ଡୋନେସିଆର ପ୍ରମୁଖ ପର୍ଯ୍ୟଟନ ସ୍ଥଳ ମଧ୍ୟରୁ ଅନ୍ୟତମ। ଏହି ମନ୍ଦିରରେ ହୋଇଥିବା ପଥର ଖୋଦେଇ କାରୁକାର୍ଯ୍ୟ ବେଶ ଆକର୍ଷଣୀୟ। ଯାହା ହିନ୍ଦୁ ଶିକ୍ଷାର ପ୍ରସାର ପାଇଁ ଏକ ମାଧ୍ୟମ ଭାବରେ ବିବେଚିତ ହୋଇଥିଲା। ଏହି ପଥର ଖୋଦିତ କାରୁକାର୍ଯ୍ୟ ରାମାୟଣ ଏବଂ ମହାଭାରତ କାହାଣୀକୁ ଚିତ୍ରଣ କରୁଥିବାର କୁହାଯାଏ। ଭାରତ ଏହି ଶହ ଶହ ବର୍ଷ ପୁରୁଣା ମନ୍ଦିରର ସଂରକ୍ଷଣ ଏବଂ ପୁନରୁଦ୍ଧାର କାର୍ଯ୍ୟରେ ଇଣ୍ଡୋନେସିଆକୁ ସହଯୋଗ ଯୋଗାଇ ଦେଇଛି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Painting
Sponsored