Smith Machhar / ଛୁରାମାଡ଼ ଖାଇ ୧୮୦ ଯାତ୍ରୀଙ୍କ ଜୀବନ ବଞ୍ଚାଇଲେ ଭାରତୀୟ ପାଇଲଟ୍
·52 mins ago·2 min read

Key Points
କର୍ତ୍ତବ୍ୟ ଆଗରେ ହାର୍ ମାନି ନଥିଲେ ସ୍ମିତ ମଚ୍ଛର । କାରଣ ଆଖି ଆଗରେ ନାଚି ଆସୁଥିଲା ୧୮୦ ଯାତ୍ରୀଙ୍କ ଚିତ୍କାର ଓ ଜୀବନ । ଦୁବାଇରୁ ତେଲ ଅଭିବ ଯାଉଥିବା ବିମାନରେ କୋ-ପାଇଲଟ୍, ପାଇଲଟଙ୍କୁ ଛୁରମାଡ଼ ଘଟଣାରେ ବଡ଼ ଖବର ସାମ୍ନାକୁ ଆସିଛି ।
ନୂଆଦିଲ୍ଲୀ: ଦେହ ରକ୍ତରେ ଭିଜିଥିଲା । ଶରୀରକୁ ଭୀଷଣ କଷ୍ଟ ହେଉଥିଲା । କିନ୍ତୁ କର୍ତ୍ତବ୍ୟ ଆଗରେ ହାର୍ ମାନି ନଥିଲେ ସ୍ମିତ ମଚ୍ଛର । କାରଣ ଆଖି ଆଗରେ ନାଚି ଆସୁଥିଲା ୧୮୦ ଯାତ୍ରୀଙ୍କ ଚିତ୍କାର ଓ ଜୀବନ । ଦୁବାଇରୁ ତେଲ ଅଭିବ ଯାଉଥିବା ବିମାନରେ କୋ-ପାଇଲଟ୍, ପାଇଲଟଙ୍କୁ ଛୁରମାଡ଼ ଘଟଣାରେ ବଡ଼ ଖବର ସାମ୍ନାକୁ ଆସିଛି ।
କୋ-ପାଇଲଟଙ୍କ ଛୁରାମାଡ଼ର ଶିକାର ହୋଇଥିବା ପାଇଲଟ୍ ହେଉଛନ୍ତି ଭାରତର ସ୍ମିତ ମଚ୍ଛର । ଯିଏକି ଛୁରାମାଡ଼ ପରେ ବି ଓମାନର କୋ-ପାଇଲଟଙ୍କ ସହ ଲଢ଼ିଥିଲେ ଏବଂ ମଝି ଆକାଶରେ ବିମାନ କ୍ରାଶ ସହ ୧୮୦ ଜଣ ଯାତ୍ରୀ ଜୀବନ ବଞ୍ଚାଇଛନ୍ତି ।
ଏଥିସହ ପଢ଼ନ୍ତୁ: ଦୁଇ ପାଇଲଟଙ୍କ ମଧ୍ୟରେ ଛୁରାମାଡ଼ ପରେ ବିମାନର ଜରୁରୀ ଅବତରଣ
ଫ୍ଲାଏଦୁବାଇ ବିମାନଟି ପ୍ରାୟ ୩୪ ହଜାର ଫୁଟ୍ ଉଚ୍ଚତାରେ ଉଡ଼ାଣ କରୁଥିଲା । ହଠାତ୍ ବିମାନଟି ୨ ମିନିଟ୍ ଭିତରେ ପାଖାପାଖି ୧୭ ହଜାର ଫୁଟ୍ରୁ ଅଧିକ ତଳକୁ ଖସି ଆସିଥିଲା । ବିମାନରେ ଥିବା ଓମାନର କୋ-ପାଇଲଟ ସ୍ମିତଙ୍କୁ ଛୁରିରେ ଆକ୍ରମଣ କରିଥିଲେ ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ତଥାପି ରକ୍ତାକ୍ତ ଅବସ୍ଥାରେ ସ୍ମିତ ସାଉଦି ଆରବରେ ବିମାନର ଜରୁରୀ ଅବତରଣ ସଫଳତାର ସହ କରାଇଛନ୍ତି । ଅବତରଣ ପରେ କୋ-ପାଇଲଟକୁ ଗିରଫ କରାଯାଇଥିବା ବେଳେ ଏବେ ସ୍ମିତଙ୍କ ସ୍ଵାସ୍ଥ୍ୟାବସ୍ଥା ଉଦ୍ବେଗଜନକ ଥିବା ସୂଚନା ମିଳିଛି ।
ସ୍ମିତ ମଚ୍ଛାର କିଏ ?
ସ୍ମିତଙ୍କ ସୋସିଆଲ୍ ମିଡିଆ ପ୍ରୋଫାଇଲ୍ ଅନୁସାରେ, ୨୦୨୨ରୁ ଫ୍ଲାଏଦୁବାଇର ବୋଇଂ ୭୩୭ ଫ୍ଲିଟର କ୍ୟାପଟେନ ଅଛନ୍ତି ସ୍ମିତ ମଚ୍ଛାର । ଫ୍ଲାଏଦୁବାଇ ପୂର୍ବରୁ ସ୍ମିତ ମୁମ୍ବାଇରେ ସ୍ପାଇସଜେଟ୍ ସହିତ ୧୧ ବର୍ଷ ଧରି ସେବା ଯୋଗାଇ ଆସିଥିଲେ ।
ଏଥିସହ ପଢ଼ନ୍ତୁ: ଉଡ଼ାଣ ଭରୁ ଭରୁ କ୍ରାସ୍ ହୋଇଗଲା ସେନା ବିମାନ, ୬ ଜଣଙ୍କ ମୃତ୍ୟୁ
ସ୍ମାଇସଜେଟ୍ରେ ପାଇଲଟ୍-ଇନ୍-କମାଣ୍ଡ ଭାବେ ସ୍ମିତଙ୍କ ପାଖରେ ୬, ୪୦୦ ଘଣ୍ଟାରୁ ଅଧିକ ଉଡ଼ାଣ ଅନୁଭବ ରହିଛି । ୨୦୨୦ ନଭେମ୍ବରରେ ସ୍ମିତ ସ୍ପାଇସଜେଟ୍ରେ ଲାଇନ୍ ଟ୍ରେନିଂ କ୍ୟାପଟେନ୍ ଭାବେ ଅନ୍ୟ ପାଇଲଟଙ୍କୁ ଟ୍ରେନିଂ ଦେଉଥିଲେ ।
ସ୍ମିତ ମଚ୍ଛାର ଡାଇରେକ୍ଟ-ଏଣ୍ଟ୍ରି କ୍ୟାପଟେନ୍ ଭାବେ ଫ୍ଲାଏଦୁବାଇରେ ଯୋଗ ଦେଇଥିଲେ । ସ୍ମିତଙ୍କ ନିକଟରେ ବୋଇଂ ୭୩୭-୮୦୦ ଓ ୭୩୭ MAX ୮ ଏବଂ ୯ରେ ୯, ୭୫୦ ଘଣ୍ଟାର ଉଡ଼ାଣ ଅଭିଜ୍ଞତା ରହିଛି ।

Related Topics
Explore more stories