Videos
|
International

Indonesia Earthquake 2026 August 15 / ଭୂକମ୍ପ ତାଣ୍ଡବରେ ଦୋହଲି ଉଠିଲା ଇଣ୍ଡୋନେସିଆ; ୩୮ ମୃତ

Subhramjit Ray
Browse all articles by Subhramjit Ray
·1 hour ago·3 min read
ଭୂକମ୍ପ ତାଣ୍ଡବରେ ଦୋହଲି ଉଠିଲା ଇଣ୍ଡୋନେସିଆ; ୩୮ ମୃତ
Indonesia Earthquake 2026 August 15

Key Points

ଶନବାାର ସକାଳେ ଅନୁଭୂତ ହୋଇଥିବା ଭମିକମ୍ପ କାରଣରୁ ୩୮ ଜଣଙ୍କ ମୃତ୍ୟୁ ହୋଇଛି।
Indonesia earthquake death toll: ଶନିବାର (୧୫ ଅଗଷ୍ଟ) ସକାଳେ ଅନୁଭୂତ ହୋଇଥିବା ଶକ୍ତିଶାଳୀ ଭୂକମ୍ପ ଝଟକାରେ ଧ୍ୱସ୍ତବିଧ୍ୱସ୍ତ ହୋଇପଡ଼ିଛି ଇଣ୍ଡୋନେସିଆ। ଦେଶର ଉପକୂଳରେ ଅନୁଭୂତ ହୋଇଥିବା ଏହି ଶକ୍ତିଶାଳୀ ଭୂକମ୍ପର ତୀବ୍ରତା ରିକ୍ଟର ସ୍କେଲ୍ ରେ ୭.୭ ରହିଥିଲା। ଭୂକମ୍ପ କାରଣରୁ ୩୮ ଜଣଙ୍କ ମୃତ୍ୟୁ ହୋଇଥିବାର କୁହାଯାଉଛି। ଏହା ସହିତ ଅନେକ କୋଠା ଏବଂ ଘରଦ୍ୱାରା ଭୁଶୁଡ଼ି ପଡ଼ିଥିଲା। ଏହି ଭୂମିକମ୍ପ କାରଣରୁ ଦେଶର ଅନେକ ଅଞ୍ଚଳରେ ଆତଙ୍କ ଖେଳି ଯାଇଥିଲା। ଏହି ଶକ୍ତିଶାଳୀ ଭୂକମ୍ପ କାରଣରୁ ଭୂମି ଏତେ ଜୋରରେ ଥରି ଉଠିଥିଲା ​​ଯେ ଲୋକେ ରାସ୍ତାରେ ବସିବାକୁ ବାଧ୍ୟ ହୋଇଥିଲେ।

ଭୂକମ୍ପ ଝଟକା ଅନୁଭୂତ ହେବା ପରେ ୩୮ ମୃତଦେହ ଉଦ୍ଧାର
ଆମେରିକୀୟ ଭୂତାତ୍ତ୍ୱିକ ସର୍ବେକ୍ଷଣ ଅନୁଯାୟୀ, ଇଣ୍ଡୋନେସିଆରେ ଏହି ଭୂମିକମ୍ପ ସ୍ଥାନୀୟ ସମୟ ସକାଳ ୫ ଘଣ୍ଟା ୫୮ ମିନିଟ୍ ସମୟରେ ଫ୍ଲୋରେସ ଅଞ୍ଚଳରେ ପ୍ରାୟ ୧୦ କିଲୋମିଟର (୬ ମାଇଲ) ଗଭୀରତାରେ ହୋଇଥିଲା। ଏହାର କେନ୍ଦ୍ରସ୍ଥଳ ପୂର୍ବ ନୁସା ତେଙ୍ଗାରା ପ୍ରଦେଶର ଏଣ୍ଡେ ସହରରୁ ୬୮ କିଲୋମିଟର (୪୨ ମାଇଲ) ଉତ୍ତର-ଉତ୍ତର-ପଶ୍ଚିମ ଦିଗରେ ରହିଥିଲା। ପ୍ରାରମ୍ଭିକ ଭୂମିକମ୍ପ ପରେ ଅନେକ ପରବର୍ତ୍ତୀ ଝଟକା ଅନୁଭୂତ ହୋଇଥିଲା।


ଏହା ସହ ପଢନ୍ତୁ: ଶକ୍ତିଶାଳୀ ଭୂକମ୍ପ ଝଟକାରେ ଥରି ଉଠିଲା କଲମ୍ବିଆ; ବ୍ୟାପକ କ୍ଷୟକ୍ଷତି ହୋଇଥିବାର ଆଶଙ୍କା

ଜାତୀୟ ବିପର୍ଯ୍ୟୟ ପରିଚାଳନା ସଂସ୍ଥା ମୁଖ୍ୟ ସୁହାର୍ୟନ୍ତୋ କହିଛନ୍ତି ଯେ ଉଦ୍ଧାରକାରୀ ଦଳ ଅତି କମରେ ୩୮ ଜଣଙ୍କ ମୃତଦେହ ଉଦ୍ଧାର କରିଛି। ମୃତକଙ୍କ ମଧ୍ୟରେ ଅଧିକାଂଶ ସିକ୍କା, ମାଙ୍ଗାରାଇ ଏବଂ ପୂର୍ବ ମାଙ୍ଗାରାଇ ଅଞ୍ଚଳରୁ ଉଦ୍ଧାର କରାଯାଇଛି। ଏହି ଅଞ୍ଚଳ ଭୂକମ୍ପ କାରଣରୁ ସର୍ବାଧିକ କ୍ଷତିଗ୍ରସ୍ତ ହୋଇଛି। ମାଙ୍ଗାରାଇ ସ୍ଥିତ ରିଓକ୍ ଗ୍ରାମରେ ଭୂମିସ୍ଖଳନ ହେବା ଯୋଗୁଁ ପ୍ରାଣ ହରାଇଥିବା ୧୬ ଜଣଙ୍କ ମୃତଦେହ ସାମିଲ ରହିଛି। ଅତି କମରେ ୧୩ ଜଣଙ୍କୁ ନିକଟସ୍ଥ ଡାକ୍ତରଖାନାକୁ ନିଆଯାଇଛି। ସେମାନଙ୍କ ମଧ୍ୟରୁ ୨ ଜଣ ଗୁରୁତର ଆହତ ହୋଇଛନ୍ତି।


ଘର ଦ୍ୱାର ଛାଡ଼ି ପଳାୟନ କଲେ ଗ୍ରାମବାସୀ ୨୦୦୦ ଗ୍ରାମବାସୀ
ସୁହାର୍ୟନ୍ତୋ କହିଛନ୍ତି ଯେ ଆନୁଷଙ୍ଗୀକ ଏବଂ ଜରୁରୀକାଳୀନ ଉଦ୍ଧାର କାର୍ଯ୍ୟରେ ସହାୟତା ପାଇଁ ତିନୋଟି ହେଲିକପ୍ଟର ଏବଂ ଗୋଟିଏ ଜାହାଜ ନିୟୋଜିତ କରାଯାଇଛି। ଏଥିରେ ଆବଶ୍ୟକ ହେଲେ ଲୋକଙ୍କୁ ସ୍ଥାନାନ୍ତର କରାଯାଇ ପାରିବ। କାରଣ ପୂର୍ବ ନୁସା ତେଙ୍ଗାରାର ଭୌଗୋଳିକ ସ୍ଥିତି ଏପରି ଯେ ଏହା ଅନେକ ଦ୍ୱୀପପୁଞ୍ଜ ଦ୍ୱାରା ଗଠିତ। ଯାହା ପରିବହନ ଏବଂ ଯୋଗାଯୋଗକୁ କଷ୍ଟକର କରିଥାଏ। ସେ କହିଛନ୍ତି ଯେ ନାଗେକୋ ଅଞ୍ଚଳର ପ୍ରାୟ ୨୦୦୦ ଗ୍ରାମବାସୀ ସେମାନଙ୍କ ଘରୁ ପଳାଇ ଯାଇ ଅସ୍ଥାୟୀ ଆଶ୍ରୟସ୍ଥଳରେ ଆଶ୍ରୟ ନେଉଛନ୍ତି। ପୂର୍ବ ନୁସା ତେଙ୍ଗାରା ପୋଲିସ ମୁଖ୍ୟ ରୁଡି ଡାର୍ମୋକୋ କହିଛନ୍ତି ଯେ ଭୂମିକମ୍ପ ଯୋଗୁଁ ବ୍ୟାପକ କ୍ଷୟକ୍ଷତି ହୋଇଛି ଏବଂ ଅନେକ କୋଠା ଭୁଶୁଡ଼ି ପଡ଼ିଛି। ଉଭୟ ସହର ଏବଂ ଗାଁ ଗଣ୍ଡାରେ ବିଦ୍ୟୁତ୍ ବିଭ୍ରାଟ ସୂଚନା ପ୍ରଦାନ ଏବଂ ସନ୍ଧାନ ସହ ଉଦ୍ଧାର କାର୍ଯ୍ୟରେ ବାଧା ସୃଷ୍ଟି କରିଛି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: