Accident News / ଇଣ୍ଡୋନେସିଆରେ ଭୟଙ୍କର ରେଳ ଦୁର୍ଘଟଣା, ମିନିବସ୍କୁ ଧକ୍କା ଦେଇ ଜଳିଗଲା ଟ୍ରେନ୍ ଇଞ୍ଜିନ୍
·1 hour ago·3 min read

Key Points
ଇଣ୍ଡୋନେସିଆର ଉତ୍ତର ସୁମାତ୍ରାରେ ସିୟାନ୍ତର ଏକ୍ସପ୍ରେସ୍ ଟ୍ରେନ୍ ଏକ ମିନିବସ୍କୁ ଧକ୍କା ଦେବାରୁ ଭୟଙ୍କର ଦୁର୍ଘଟଣା ଘଟିଛି। ଏଥିରେ ମିନିବସ୍ ଡ୍ରାଇଭରଙ୍କ ମୃତ୍ୟୁ ହୋଇଥିବାବେଳେ ୩ ଜଣ ଆହତ ହୋଇଛନ୍ତି। ଟ୍ରେନ୍ ଇଞ୍ଜିନ୍ରେ ନିଆଁ ଲାଗିଥିଲେ ମଧ୍ୟ ସମସ୍ତ ୨୬୪ ଯାତ୍ରୀ ସୁରକ୍ଷିତ ରହିଛନ୍ତି।
ସୁମାତ୍ରା, ଇଣ୍ଡୋନେସିଆ: ଶୁକ୍ରବାର (ନଭେମ୍ବର ୨୦) ଇଣ୍ଡୋନେସିଆର ଉତ୍ତର ସୁମାତ୍ରା ପ୍ରଦେଶରେ ଘଟିଯାଇଛି ଏକ ବଡ଼ ରେଳ ଦୁର୍ଘଟଣା। ମେଡ଼ାନ୍-ପେମାତାଙ୍ଗ୍ ସିୟାନ୍ତାର୍ ରୁଟ୍ ରେ ଚାଲୁଥିବା ସିଆନ୍ତାର୍ ଏକ୍ସପ୍ରେସ୍ ଟ୍ରେନ୍ ଏକ ମିନିବସ୍ ସହିତ ଧକ୍କା ହୋଇଥିଲା। ନିରାପତ୍ତା ଫାଟକ ନଥିବା ଏକ ରେଳ କ୍ରସିଂ ଠାରେ ଏହି ଦୁର୍ଘଟଣା ଘଟିଥିବାର ଜଣାପଡ଼ିଛି। ଧକ୍କା ହେବା ପରେ,ଟ୍ରେନ୍ ଇଞ୍ଜିନ୍ ମଧ୍ୟରୁ ସ୍ପାର୍କିଂ ବାହାରିଯିବା ସହ ଏଥିରେ ନିଆଁ ଲାଗିଗଲା। ହେଲେ ସୌଭାଗ୍ୟ କ୍ରମେ ଏହି ଟ୍ରେନ୍ ରେ ଥିରେ ଥିବା ସମସ୍ତ ୨୬୪ ଯାତ୍ରୀ ସୁରକ୍ଷିତ ରହିଥିଲେ। ଦୁର୍ଘଟଣାରେ ମିନିବସ୍ ଡ୍ରାଇଭର ପ୍ରାଣ ହରାଇଥିବା ବେଳେ ଅନ୍ୟ ଦୁଇ ଜଣ ଟ୍ରେନ୍ ଡ୍ରାଇଭର ଏବଂ ଜଣେ କର୍ମଚାରୀ ଆହତ ହୋଇଛନ୍ତି। ଏହି ରେଳ ଦୁର୍ଘଟଣା ଏକ ମାନବ ବିହୀନ କ୍ରସିଂ ଠାରେ ଘଟିଥିଲା। ଟ୍ରେନ୍ ସହ ଧକ୍କା ହେବା ପରେ ମିନିବସ୍ ଅନେକ ମିଟର ପର୍ଯ୍ୟନ୍ତ ଘୋଷାଡ଼ି ହୋଇ ଆଗକୁ ଚାଲି ଯାଇଥିଲା।
କମ୍ପାସ୍ ନ୍ୟୁଜ୍ ରିପୋର୍ଟ ଅନୁସାରେ ପିଟି କେରେଟା ଆପି ଇଣ୍ଡୋନେସିଆ (କେଏଆଇ) ଉତ୍ତର ସୁମାତ୍ରା ଆଞ୍ଚଳିକ ଡିଭିଜନ-୧ ର ଜନସମ୍ପର୍କ ପରିଚାଳକ ଅନୱର ୟୁଲି ପ୍ରାସ୍ତୟୋ, କହିଛନ୍ତି ଯେ ସିୟାନ୍ତାର୍ ଏକ୍ସପ୍ରେସ୍ ମେଡ଼ାନ୍ ଅଭିମୁଖେ ଯାଉଥିଲା। ଯାତ୍ରା ସମୟରେ, ସିୟାନ୍ତର ଷ୍ଟେସନ ଏବଂ ଡୋଲୋକ ମେରଙ୍ଗିର ଷ୍ଟେସନ ମଧ୍ୟରେ ଏକ ମିନିବସ୍ ହଠାତ୍ ଏକ ଅସୁରକ୍ଷିତ ରେଳ ଫାଟକ ପାର ହେବା ବେଳେ ଟ୍ରେନ୍ ସହ ସହିତ ଧକ୍କା ହୋଇଥିଲା। ଦୁର୍ଘଟଣାରେ ୨ ଜଣ ଟ୍ରେନ୍ ଡ୍ରାଇଭର ଏବଂ ଅନ୍ୟ ଜଣେ କର୍ମଚାରୀ ଆହତ ହୋଇଛନ୍ତି। ସମସ୍ତ ଆହତଙ୍କୁ ଘଟଣାସ୍ଥଳରୁ ବାହାର କରି ହସ୍ପିଟାଲ ନିଆଯାଇଛି।
ଏହା ସହ ପଢନ୍ତୁ: ୨ ହାଇସ୍ପୀଡ ଟ୍ରେନ୍ ମଧ୍ୟରେ ଜୋରଦାର ଟକ୍କର; ୪୬ ମୃତ
ସମସ୍ତ ୨୬୪ ଯାତ୍ରୀ ସୁରକ୍ଷିତ; ଇଞ୍ଜିନ ପର୍ଯ୍ୟନ୍ତ ସୀମିତ ରହିଲା ନିଆଁ
ଇଣ୍ଡୋନେସିଆ ରେଳବାଇ ଅଧିକାରୀଙ୍କ ଅନୁଯାୟୀ, ଏହି ଟ୍ରେନ୍ ରେ ଥିବା ସମସ୍ତ ୨୬୪ ଯାତ୍ରୀଙ୍କୁ ସୁରକ୍ଷିତ ଭାବରେ ସ୍ଥାନାନ୍ତର କରାଯାଇଛି। ଅନୱର ୟୁଲି ପ୍ରାସ୍ତୟୋ କହିଛନ୍ତି, "ସିୟାନ୍ତର ଷ୍ଟେସନ ଠାରୁ ଯାତ୍ରା ଆରମ୍ଭ କରିଥିବା ସମସ୍ତ ଯାତ୍ରୀ ସୁରକ୍ଷିତ ଅଛନ୍ତି। କାହାର କୌଣସି ପ୍ରକାରର କ୍ଷୟକ୍ଷତି ହୋଇନାହିଁ।" ବିକଳ୍ପ ବ୍ୟବସ୍ଥା ଅନୁଯାୟୀ ଯାତ୍ରୀଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି। ଦୁର୍ଘଟଣା ପରେ ଲାଗିଥିବା ନିଆଁ ଟ୍ରେନ୍ ଇଞ୍ଜିନ ପର୍ଯ୍ୟନ୍ତ ସୀମିତ ରହିଥିଲା। ହେଲେ ଅଗ୍ନିଶମ କର୍ମଚାରୀ ସମୟ ମଧ୍ୟରେ ଏହାକୁ ଲିଭାଇ ପାରିଥିଲେ। ଅଧିକାରୀଙ୍କ କହିବା ଅନୁଯାୟୀ, ନିଆଁ ଯାତ୍ରୀ ବଗି ପର୍ଯ୍ୟନ୍ତ ବ୍ୟାପି ନଥିଲା। ଯାହା ଫଳରେ ବଡ଼ ଧରଣର କ୍ଷୟକ୍ଷତି ଏଡାଇ ଦିଆ ଯାଇ ପାରିଥିଲା। ଅଗ୍ନିଶମ କର୍ମଚାରୀ ଶୁକ୍ରବାର ବିଳମ୍ବିତ ରାତି ପର୍ଯ୍ୟନ୍ତ କୁଲିଂ କାର୍ଯ୍ୟ ଜାରି ରଖିଥିଲେ।
ଜାରି ରହିଛି ପୁନରୁଦ୍ଧାର କାର୍ଯ୍ୟ; ଏପର୍ଯ୍ୟନ୍ତ ବନ୍ଦ ରହିଛି ରୁଟ୍
କେଏଆଇ (KAI) କହିଛି ଯେ ବର୍ତ୍ତମାନର ପ୍ରାଥମିକତା ହେଉଛି କ୍ଷତିଗ୍ରସ୍ତ ଉପକରଣକୁ ହଟାଇବା ଏବଂ ଯଥାଶୀଘ୍ର ସମ୍ଭବ ରେଳ ଟ୍ରାକ୍ କୁ ପୁନର୍ବାର କାର୍ଯ୍ୟକ୍ଷମ କରିବା। ରେଳବାଇ ଅଧିକାରୀ ସ୍ଥାନୀୟ ପ୍ରଶାସନ ଏବଂ ଅନ୍ୟାନ୍ୟ ସଂସ୍ଥା ସହିତ ସମନ୍ୱୟ ରକ୍ଷା କରି କାମ କରାଯାଉଛି। ଅନୱର ୟୁଲି ପ୍ରସ୍ତୟୋ ଯାତ୍ରୀଙ୍କ ଅସୁବିଧା ପାଇଁ ଦୁଃଖ ପ୍ରକାଶ କରିଛନ୍ତି ଏବଂ କହିଛନ୍ତି ଯେ ଯଥାଶୀଘ୍ର ଟ୍ରାକ୍ କୁ କାର୍ଯ୍ୟକ୍ଷମ କରିବା ପାଇଁ ପ୍ରୟାସ ଚାଲିଛି। ଯାହାଦ୍ୱାରା ଟ୍ରେନ୍ ସେବା ସ୍ୱାଭାବିକ ହୋଇପାରିବ। ରେଳବାଇ ଅଧିକାରୀଙ୍କ କହିବା ଅନୁଯାୟୀ, ଶୁକ୍ରବାର ରାତି ପର୍ଯ୍ୟନ୍ତ ରେଳ ଲାଇନ କାର୍ଯ୍ୟ ପାଇଁ ପ୍ରସ୍ତୁତ ନଥିଲା। ଦୁର୍ଘଟଣା ଯୋଗୁଁ ଟ୍ରାକ୍ ରେ ଯାତାୟାତ ବନ୍ଦ ରହିଥିଲା ଏବଂ ପୁନରୁଦ୍ଧାର କାର୍ଯ୍ୟ ଜାରି ରହିଛି। ପ୍ରାଥମିକ ତଦନ୍ତରୁ ଘଟଣାସ୍ଥଳରେ ମାନବ ବିହୀନ ରେଳ କ୍ରସିଂ ଦୁର୍ଘଟଣାର ଏକ ପ୍ରମୁଖ କାରଣ ଭାବରେ ଚିହ୍ନଟ କରାଯାଇଛି। ଏକ ବିସ୍ତୃତ ତଦନ୍ତ ଚାଲିଛି।

NEW: Dramatic footage shows a minibus engulfed in flames after colliding with a moving train at an unguarded railway crossing in Simalungun Regency, North Sumatra, Indonesia At least one person was killed and several others injured, while the locomotive also caught fire https://t.co/2uGRgpO4A5
— Weather Monitor (@WeatherMonitors) November 20, 2026
ଜାରି ରହିଛି ପୁନରୁଦ୍ଧାର କାର୍ଯ୍ୟ; ଏପର୍ଯ୍ୟନ୍ତ ବନ୍ଦ ରହିଛି ରୁଟ୍
କେଏଆଇ (KAI) କହିଛି ଯେ ବର୍ତ୍ତମାନର ପ୍ରାଥମିକତା ହେଉଛି କ୍ଷତିଗ୍ରସ୍ତ ଉପକରଣକୁ ହଟାଇବା ଏବଂ ଯଥାଶୀଘ୍ର ସମ୍ଭବ ରେଳ ଟ୍ରାକ୍ କୁ ପୁନର୍ବାର କାର୍ଯ୍ୟକ୍ଷମ କରିବା। ରେଳବାଇ ଅଧିକାରୀ ସ୍ଥାନୀୟ ପ୍ରଶାସନ ଏବଂ ଅନ୍ୟାନ୍ୟ ସଂସ୍ଥା ସହିତ ସମନ୍ୱୟ ରକ୍ଷା କରି କାମ କରାଯାଉଛି। ଅନୱର ୟୁଲି ପ୍ରସ୍ତୟୋ ଯାତ୍ରୀଙ୍କ ଅସୁବିଧା ପାଇଁ ଦୁଃଖ ପ୍ରକାଶ କରିଛନ୍ତି ଏବଂ କହିଛନ୍ତି ଯେ ଯଥାଶୀଘ୍ର ଟ୍ରାକ୍ କୁ କାର୍ଯ୍ୟକ୍ଷମ କରିବା ପାଇଁ ପ୍ରୟାସ ଚାଲିଛି। ଯାହାଦ୍ୱାରା ଟ୍ରେନ୍ ସେବା ସ୍ୱାଭାବିକ ହୋଇପାରିବ। ରେଳବାଇ ଅଧିକାରୀଙ୍କ କହିବା ଅନୁଯାୟୀ, ଶୁକ୍ରବାର ରାତି ପର୍ଯ୍ୟନ୍ତ ରେଳ ଲାଇନ କାର୍ଯ୍ୟ ପାଇଁ ପ୍ରସ୍ତୁତ ନଥିଲା। ଦୁର୍ଘଟଣା ଯୋଗୁଁ ଟ୍ରାକ୍ ରେ ଯାତାୟାତ ବନ୍ଦ ରହିଥିଲା ଏବଂ ପୁନରୁଦ୍ଧାର କାର୍ଯ୍ୟ ଜାରି ରହିଛି। ପ୍ରାଥମିକ ତଦନ୍ତରୁ ଘଟଣାସ୍ଥଳରେ ମାନବ ବିହୀନ ରେଳ କ୍ରସିଂ ଦୁର୍ଘଟଣାର ଏକ ପ୍ରମୁଖ କାରଣ ଭାବରେ ଚିହ୍ନଟ କରାଯାଇଛି। ଏକ ବିସ୍ତୃତ ତଦନ୍ତ ଚାଲିଛି।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: