Videos
|
International

Two high speed trains collided in Spain / ୨ ହାଇସ୍ପୀଡ ଟ୍ରେନ୍ ମଧ୍ୟରେ ଜୋରଦାର ଟକ୍କର; ୪୬ ମୃତ

Subhramjit Ray
Browse all articles by Subhramjit Ray
·41 mins ago·3 min read
୨ ହାଇସ୍ପୀଡ ଟ୍ରେନ୍ ମଧ୍ୟରେ ଜୋରଦାର ଟକ୍କର; ୪୬ ମୃତ
Two high speed trains collided in Spain

Key Points

ମାଡ୍ରିଡ୍ ଏବଂ ଆଣ୍ଡାଲୁସିଆକୁ ସଂଯୋଗ କରୁଥିବା ରାସ୍ତାରେ ଏହି ଦୁର୍ଘଟଣା ଘଟିଛି। ଘଟଣା ପରେ ଉଦ୍ଧାର ଏବଂ ରିଲିଫ୍ କାର୍ଯ୍ୟକୁ ଜୋରଦାର କରାଯାଇଥିଲା।
ବୁଧବାର (ଅକ୍ଟୋବର ୨୮) ସ୍ପେନ୍ ଠାରେ ହୋଇଯାଇଛି ଏକ ବଡ଼ ରେଳ ଦୁର୍ଘଟଣା। ଏଠାରେ ଦୁଇଟି ଦ୍ରୁତଗାମୀ ଟ୍ରେନ୍ ପରସ୍ପର ସହ ମୁହାଁମୁହିଁ ଧକ୍କା ହୋଇଥିଲେ। ଏହି ଦୁର୍ଘଟଣା ରାଜଧାନୀ ମାଦ୍ରିଦ୍ ସହରକୁ ଦେଶର ଦକ୍ଷିଣ ଆଣ୍ଡାଲୁସିଆ ଅଞ୍ଚଳକୁ ସଂଯୋଗ କରୁଥିବା ଏକ ଗୁରୁତ୍ୱପୂର୍ଣ୍ଣ ରେଳ ଲାଇନ୍ ରେ ଘଟିଥିଲା। ସ୍ପେନ୍ ଗଣମାଧ୍ୟମ ACB ଅନୁଯାୟୀ ଏହି ଦୁର୍ଘଟଣାରେ ଏପର୍ଯ୍ୟନ୍ତ ଅତି କମରେ ୪୬ ଜଣଙ୍କ ମୃତ୍ୟୁ ହୋଇଥିବାର କହିଛି। ରେଳ ନେଟୱାର୍କ ଅପରେଟର ଏଡିଫ୍ ଦୁର୍ଘଟଣାକୁ ନିଶ୍ଚିତ କରିଛନ୍ତି ଏବଂ ଦୁର୍ଘଟଣା ବିଷୟରେ ବିବରଣୀ ପ୍ରଦାନ କରିଛନ୍ତି।

ଏହି ହାଇସ୍ପୀଡ ଟ୍ରେନ୍ ମଧ୍ୟରେ ହୋଇଥିବା ଧକ୍କା ଏତେ ଭୟଙ୍କର ଥିଲା ଯେ ଅନେକ ବଗି କ୍ଷତିଗ୍ରସ୍ତ ହୋଇଥିଲା। ଦୁର୍ଘଟଣା ଯୋଗୁଁ ଏହି ଟ୍ରେନ୍ ଯୋଗେ ଯାତ୍ରା କରୁଥିବା ଯାତ୍ରୀ ଆତଙ୍କିତ ହୋଇ ପଡ଼ିଥିଲେ। ଦୁର୍ଘଟଣା ପରେ ଉଦ୍ଧାରକାରୀ ଦଳ ଏବଂ ଜରୁରୀକାଳୀନ ସେବା ଘଟଣାସ୍ଥଳରେ ପହଞ୍ଚିଥିଲେ। କର୍ତ୍ତୃପକ୍ଷ ରିଲିଫ୍ କାର୍ଯ୍ୟ ଆରମ୍ଭ କରିଛନ୍ତି। ଏହି ରେଳ ଦୁର୍ଘଟଣା ପଛରେ ରହିଥିବା କାରଣ ସମ୍ପର୍କରେ ଯାଞ୍ଚ କରାଯାଉଛି।


ଦୂର ଦୂରାନ୍ତ ପର୍ଯ୍ୟନ୍ତ ବିଛାଡ଼ି ହୋଇପଡ଼ିଛି ଭଗ୍ନାବଶେଷ
ଏପର୍ଯ୍ୟନ୍ତ ଏହି ଘଟଣାରେ ୧୭୯ ଜଣ ଆହତ ହୋଇଥିବାର ଖବର ମିଳିଛି। ସ୍ଥାନୀୟ ଗଣମାଧ୍ୟମ ରିପୋର୍ଟ ଅନୁସାରେ, ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଇବା ନେଇ ଆଶଙ୍କା କରାଯାଉଛି। ୧୪୬ ଜଣ ଯାତ୍ରୀଙ୍କୁ ନେଇ ଯାଉଥିବା ଏକ ଇର୍ୟୋ ଟ୍ରେନ୍ (Iryo Train Spain), ୩୯୭ ଜଣ ଯାତ୍ରୀଙ୍କୁ ନେଇ ଯାଉଥିବା ଏକ ରେନଫେ୍ ଟ୍ରେନ୍ (Renfe Train) ସହିତ ଧକ୍କା ହେବା ଫଳରେ ଏହି ଦୁର୍ଘଟଣା ଘଟିଥିଲା।

ଏହି ଧକ୍କାର ଶକ୍ତି ଏତେ ତୀବ୍ର ଥିଲା ଯେ ଉଭୟ ଟ୍ରେନ୍ ପରସ୍ପର ସହ ଧକ୍କା ହେବା ପରେ ଛିନଛତ୍ର ହୋଇ ଯାଇଥିଲେ। ଅନେକ ବଗି ଗୁରୁତର ଭାବରେ କ୍ଷତିଗ୍ରସ୍ତ ହୋଇଥିଲା। ସୋସିଆଲ ମିଡିଆରେ ପୋଷ୍ଟ ହୋଇଥିବା ଫଟୋ ଭିଡିଓ ଦୁର୍ଘଟଣାର ତୀବ୍ରତାକୁ ସ୍ପଷ୍ଟ ଭାବରେ ଦର୍ଶାଉଛି। ଦୁର୍ଘଟଣାଗ୍ରସ୍ତ ଟ୍ରେନ୍ ଭଗ୍ନାବଶେଷ ବହୁ ଦୂରକୁ ବିଛାଡ଼ି ହୋଇପଡ଼ିଛି। ଦୁର୍ଘଟଣା ପରେ ଉଦ୍ଧାରକାରୀ ଦଳ ଘଟଣାସ୍ଥଳକୁ ପଠାଯାଇଥିଲା ଏବଂ ଆହତଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା।


ବୁଧବାର ସକାଳେ ରାଜଧାନୀ ମାଦ୍ରିଦ୍ ନିକଟରେ ହୋଇଥିବା ଦୁର୍ଘଟଣା ପରେ ମାଦ୍ରିଦ୍, ସିଉଡାଡ୍ ରିଅଲ୍ ଏବଂ ଆଣ୍ଡାଲୁସିଆ ମଧ୍ୟରେ ରେଳ ସେବା ସ୍ଥଗିତ ରଖାଯାଇଛି। ଦେଶର ରେଳ ସିଷ୍ଟମ୍ ଅପରେଟର୍ ADIF କହିଛି ଯେ ସ୍ଥାନୀୟ ସମୟ ସକାଳ ୯:୦୦ ସମୟରେ ଟୋଲେଡୋ ପ୍ରଦେଶରେ ଏହି ଦୁର୍ଘଟଣା ଘଟିଥିଲା। ଦୁଇଟି ଟ୍ରେନ୍ ମଧ୍ୟରେ ପଛ ପାଖ ଧକ୍କା ହେବା ପରେ ମାଡ୍ରିଡ୍-ଆଣ୍ଡାଲୁସିଆ ହାଇ-ସ୍ପୀଡ୍ ରେଳ ଲାଇନ୍ ରେ ଟ୍ରାଫିକ୍ ବନ୍ଦ କରାଯାଇଛି। ADIF ବୁଧବାର ଏକ ଏକ୍ସ (X) ପୋଷ୍ଟ ସେୟାର କରି ଏକଥା କହିଛି।

ଏହା ସହ ପଢନ୍ତୁ: ରେଲୱେ ଟ୍ରାକ୍ ମଝିରେ ଫସିଲା ଟ୍ରକ; ଦେଖୁ ଦେଖୁ ଖଣ୍ଡ ଖଣ୍ଡ କରି ଭାଙ୍ଗିଦେଲା ଇଣ୍ଟରସିଟି ଟ୍ରେନ୍

ଦକ୍ଷିଣ ସ୍ପେନ୍ ଅଭିମୁଖେ ଯାତ୍ରା କରୁଥିବା ରାଷ୍ଟ୍ରାୟତ୍ତ ରେନଫେ୍ ଏଭିଇ ଟ୍ରେନ୍ (Renfe AVE Train) ମାଡ୍ରିଡ୍-ଆଣ୍ଡାଲୁସିଆ ହାଇ-ସ୍ପୀଡ୍ ରେଳ ଲାଇନ୍ ରେ ଏକ ସ୍ଥିର ଇରିଓ ଟ୍ରେନ୍ କୁ ପଛ ପାଖ ଧକ୍କା ଦେଇଥିଲା। ଯାହା ଫଳରେ ଟ୍ରେନ୍ ବଗି ଏକ ବନ୍ଧ ତଳକୁ ଖସି ପଡ଼ିଥିଲା। କାଷ୍ଟିଲା ଲା ମଞ୍ଚା ଅଞ୍ଚଳର ମୁଖପାତ୍ର, ଏସ୍ଥର ପାଡିଲା କହିଛନ୍ତି ଯେ ଯଦିଓ କର୍ତ୍ତୃପକ୍ଷ ପ୍ରଥମେ ୧୦ ଜଣଙ୍କ ମୃତ୍ୟୁ ସୁନିଶ୍ଚିତ କରିଥିଲେ। ହେଲେ ମୃତକଙ୍କ ସଂଖ୍ୟା ନିଶ୍ଚିତ ଭାବରେ ବୃଦ୍ଧି ପାଇବ। ହେଲେ ତଥାପି ସେ କହିଛନ୍ତି ଯେ ଦୁର୍ଘଟଣାର କାରଣ ଜଣା ପଡ଼ିନାହିଁ। ପାଡି଼ଲା କହିଛନ୍ତି ଯେ ରେନଫେ ଟ୍ରେନରେ ୩୯୭ ଜଣ ଯାତ୍ରୀ ଏବଂ ଇରିଓ ଟ୍ରେନ୍ ରେ ୧୪୭ ଜଣ ଯାତ୍ରୀ ରହିଥିଲେ।
Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: