Raspberry cloud found in Milky Way Galaxy / ମହାକାଶରେ କିଏ ମିଳାଉଛି ଚିନି? ପୃଥିବୀ-ସୂର୍ଯ୍ୟ ମଧ୍ୟରେ ୨ କୋଟି ଗୁଣ ଦୂରରେ ମିଳିଲା 'ରାସ୍ପବେରୀ' ବାଦଲ
·6 hours ago·2 min read

Key Points
ଏହି ଅଧ୍ୟୟନରେ କୁହାଯାଇଛି ଯେ ବୈଜ୍ଞାନିକ ପୂର୍ବରୁ ଆକାଶଗଙ୍ଗା ଛାୟାପଥରେ ରହିଥିବା ପଦାର୍ଥ ଏବଂ ଗ୍ୟାସ୍ ମଧ୍ୟରେ ୩୪୦ ପ୍ରକାରରୁ ଅଧିକ ଅଣୁ ଚିହ୍ନଟ କରିଛନ୍ତି। ହେଲେ ଏଥିରେ କୌଣସି ଶର୍କରା ନାହିଁ।
Raspberry flavored cloud discovered: କ'ଣ ମହାକାଶରେ ରହିଛି କି ମିଠା? ଏହି ପ୍ରଶ୍ନ ହୁଏତ ଅଜବ ଲାଗୁ ଥାଇପାରେ, ହେଲେ ସଦ୍ୟ ବୈଜ୍ଞାନିକ ଏବେ ଏପରି ପ୍ରମାଣ ଆବିଷ୍କାର କରିଛନ୍ତି ଯାହା ଆପଣଙ୍କୁ ଆଶ୍ଚର୍ଯ୍ୟ କରିଛି। ପୃଥିବୀରୁ ସୂର୍ଯ୍ୟ ପର୍ଯ୍ୟନ୍ତ ପ୍ରାୟ ୨ କୋଟି ଗୁଣ ଦୂରତାରେ ଗ୍ୟାସ ଏବଂ ଧୂଳିର ଏକ ବିଶାଳ ବାଦଲରେ ଏକ ପ୍ରାକୃତିକ ଚିନି ରହିଥିବାର ଜଣାପଡିଛି। ଯାହା "ରାସ୍ପବେରୀ" (Raspberry) ପରି ଫଳରୁ ମିଳୁଥିବା ଚିନି ସହ ସମାନ। ଏହି ଅନନ୍ୟ ଆବିଷ୍କାର କେବଳ ମହାକାଶ ପର୍ଯ୍ୟନ୍ତ ସୀମିତ ନାହିଁ ବରଂ ଏକ ଆଶା ମଧ୍ୟ ସୃଷ୍ଟି କରିଛି ଯେ ଜୀବନର ଉତ୍ପତ୍ତି ପାଇଁ ଆବଶ୍ୟକ ଅନେକ ପ୍ରମୁଖ ଉପାଦାନ ପୂର୍ବରୁ ମହାକାଶରେ ରହିପାରେ।
ବୈଜ୍ଞାନିକଙ୍କୁ ମିଳିଲା କ'ଣ?
ମହକାଶ ବିଜ୍ଞାନୀ ଆମର ଆକାଶଗଙ୍ଗା ଛାୟାପଥର କେନ୍ଦ୍ର ନିକଟରେ ଧୂଳି ଏବଂ ଗ୍ୟାସ୍ ଦ୍ୱାରା ଗଠିତ ବାଦଲରେ ଏକ ପ୍ରାକୃତିକ ଚିନି ଆବିଷ୍କାର କରିଛନ୍ତି। ଏଥିରେ "ରାସ୍ପବେରୀ" ଭଳି ଫଳରେ ମିଳୁଥିବା ମିଠା ରହିଛି। ଏହାର ଆବିଷ୍କାର ପ୍ରଥମ ଥର ପାଇଁ ଜଣାଇ ଦେଉଛି ଜୀବନ ପାଇଁ ଆବଶ୍ୟକୀୟ ପଦାର୍ଥ ମହାକାଶରେ ନଜର ଆସୁଥିବା ତାରା ମଧ୍ୟରେ ଥିବା ବିଶାଳ ସ୍ଥାନରେ ସୃଷ୍ଟି ହୋଇପାରେ। ଏପରିକି ଜୀବନର ଉତ୍ପତ୍ତି ପାଇଁ ଆବଶ୍ୟକୀୟ ଅନ୍ୟ ଅଣୁ ମଧ୍ୟ ମହାକାଶରେ ମିଳିପାରେ। ଏପରିକି ଏହା ଏଲିଏନ୍ ଅଛି କି ନାହିଁ ସେ ବିଷୟରେ ମଧ୍ୟ ପ୍ରଶ୍ନ ଉଠାଇଥାଏ।
ଏହା ସହ ପଢନ୍ତୁ: ବଞ୍ଚିଗଲା ପୃଥିବୀ; ଚନ୍ଦ୍ର ସହ ପିଟିହେବ 'ସିଟି କିଲର'!
ଆମେରିକୀୟ ଗଣମାଧ୍ୟମ CNN ରିପୋର୍ଟ ଅନୁଯାୟୀ, ସ୍ପାନିସ୍ ସେଣ୍ଟର ଫର୍ ଆଷ୍ଟ୍ରୋବାୟୋଲୋଜି (Spanish Center for Astrobiology) ସହ ଜଡ଼ିତ ଏକ ମହାକାଶ ବିଜ୍ଞାନୀଙ୍କ ଦଳ ଆକାଶ ଗଙ୍ଗା ଛାୟାପଥର କେନ୍ଦ୍ର ନିକଟରେ G+0.693−0.027 ନାମକ ଏକ ଆଣବିକ ମେଘରେ (Molecular Cloud) ଚାରୋଟି କାର୍ବନ ପରମାଣୁରେ ତିଆରି "ଏରିଥ୍ରୁଲୋଜ୍" (Erythrulose Sugar) ନାମକ ଏକ ଶର୍କରା ଆବିଷ୍କାର କରିଛନ୍ତି। ଏହି ଚିନି ଯେକୌଣସି ଜୀବନ ପ୍ରଣାଳୀରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିପାରେ, ତାହା ମଣିଷ ହେଉ କିମ୍ବା ଅଣୁଜୀବ ହୋଇପାରେ। ଏହା ଶକ୍ତି ପ୍ରଦାନ କରିବାରେ, ଜୈବିକ ସରଞ୍ଚନା ଗଠନ କରିବାରେ ଏବଂ RNA-DNA ଭଳି ଜେନେଟିକ୍ ସାମଗ୍ରୀର ଅଂଶ ଗଠନ କରିବାରେ ସହାୟକ ହୋଇଥାଏ।
ଏହି ଆବିଷ୍କାର କାହିଁକି ଗୁରୁତ୍ୱପୂର୍ଣ୍ଣ?
ଏହି ଆବିଷ୍କାର ଏପରି କିଛି ଥିଲା ଯାହାକୁ ଆମେ ଆଶା କରିନଥିଲୁ। ଏହାର କାରଣ ହେଉଛି ଜ୍ୟୋତିର ରସାୟନ ବିଜ୍ଞାନରେ (Astro-Chemistry) ସାଧାରଣ ବିଶ୍ୱାସ ଏହା ରହିଛି ଯେ କାର୍ବନ ପରମାଣୁର କ୍ରମିକ ଯୋଗ ଦ୍ୱାରା ନକ୍ଷତ୍ରମଣ୍ଡଳୀୟ ଅଣୁ କାର୍ବନ ପରମାଣୁ ଦ୍ୱାରା ଗଠିତ ଅଣୁ ଆକାରରେ ବୃଦ୍ଧି ପାଏ। ଏକଥା ମାଡ୍ରିଡ୍ ସ୍ଥିତ ସେଣ୍ଟର ଫର୍ ଆଷ୍ଟ୍ରୋବାୟୋଲୋଜି ଏବଂ ସ୍ପାନିସ୍ ନ୍ୟାସନାଲ୍ ରିସର୍ଚ୍ଚ କାଉନସିଲ ସହ ଜଡ଼ିତ ଜଣେ ଜ୍ୟୋତିର୍ବିଜ୍ଞାନୀ ଇଜ୍କୁନ୍ ଜିମେନେଜ୍-ସେରା ଏକ ବିବୃତ୍ତିରେ କହିଛନ୍ତି। ସୋମବାର ଦିନ ନେଚର ଆଷ୍ଟ୍ରୋନୋମି ଜର୍ଣ୍ଣାଲ ଦ୍ୱାରା ପ୍ରକାଶିତ ଏହି ଗବେଷଣାର ମୁଖ୍ୟ ଲେଖକ ଥିଲେ ଜିମେନେଜ୍-ସେରା।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories
Sugar in SpaceErythrulose MoleculeSpace Science NewsInterstellar MediumRaspberry Sugar CloudTrue sugar molecule discovered in interstellar spaceWhat is erythrulose sugar found in space cloudHow did sugar form in Milky Way galaxySpace sugar cloud connection to origin of lifeAstronomers detect raspberry flavored sugar in deep space