|
logo
Live
Argus News App
GET APP

Argus News - ଆମେରିକାର ଯୁଦ୍ଧ ବିମାନ ଖସାଇଲା ଇରାନ; ଦୁଇ ହେଲିକପ୍ଟର ବି ଧ୍ଵସ୍ତ

International

US Iran War / ଆମେରିକାର ଯୁଦ୍ଧ ବିମାନ ଖସାଇଲା ଇରାନ; ଦୁଇ ହେଲିକପ୍ଟର ବି ଧ୍ଵସ୍ତ

Debashree Debasmita Sahoo
Browse all articles by Debashree Debasmita Sahoo
·3 hours ago·2 min read
ଆମେରିକାର ଯୁଦ୍ଧ ବିମାନ ଖସାଇଲା ଇରାନ; ଦୁଇ ହେଲିକପ୍ଟର ବି ଧ୍ଵସ୍ତ
US Iran War

Key Points

ଆମେରିକା ଉପରେ ଇରାନର ବଡ଼ ପ୍ରହାର
ଖସାଇଦେଲା ଯୁଦ୍ଧ ବିମାନ ଓ ହେଲିକପ୍ଟର
ଆମେରିକା ହରାଇଲା ନିଜ ଶକ୍ତିଶାଳୀ ଦୁଇଟି ଫାଇଟର ଜେଟ୍ ଓ ଦୁଇଟି ହେଲିକପ୍ଟର । ଏବେ ବି ଆମେରିକାର ଲଢୁଆ ବିମାନ F-୧୫ର ପାଇଲଟ ନିଖୋଜ । ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନ ଯୁଦ୍ଧ ଯେତିକି ସହଜ ଭାବୁଥିଲେ, ଏବେ ତାହା ଜଟିଳ ହୋଇଚାଲିଛି । ଗୋଟିଏ ପଟେ ଟ୍ରମ୍ପ ଜାଲ ବିଛାଉଥିବାବେଳେ ଇରାନ ଚାଲାକର ସହ ସେଥିରୁ ମୁକୁଳି ପାଲଟା ଜବାବ ଦେଇଛି । ଆମେରିକାର କୋଟି କୋଟି ଟଙ୍କାର ଲଢୁଆ ବିମାନକୁ ଆଖିପିଛୁଳାକେ ଆକାଶରୁ ଖସାଇଛି ଇରାନ ।

ଆମେରିକାର ଦୁଇ ଆସନ ବିଶିଷ୍ଟ ପ୍ରଥମ ଯୁଦ୍ଧ ବିମାନ US F-15Eକୁ ଇରାନ ଖସାଦେଇଛି । ଏଥିରେ ଦୁଇ ଜଣ କ୍ରୁ ମେମ୍ବର ଜଣେ ପାଇଲଟ୍ ଓ ଜଣେ ଅସ୍ତ୍ର ପ୍ରଣାଳୀ ଅଧିକାରୀ ଥିବାବେଳେ ଆମେରିକୀୟ ସ୍ପେଶାଲ ଫୋର୍ସ ଜଣଙ୍କୁ ଉଦ୍ଧାର କରିଛି । ଏହି ଯୁଦ୍ଧ ବିମାନର ମୂଲ୍ୟ ପ୍ରାୟ ୨୮୯ କୋଟି ବୋଲି ଜଣାପଡ଼ିଛି । ସେହିପରି ୧୭୪ କୋଟି ଟଙ୍କା ମୂଲ୍ୟର ଦ୍ଵିତୀୟ ବିମାନ A-10 ଫାଇଟର ଏୟାରକ୍ରାଫ୍ଟକୁ ମଧ୍ୟ ଇରାନ ଖସାଇଦେଇଛି । ଏଥିରେ ଥିବା ପାଇଲଟ୍ ଜଣକ ସୁରକ୍ଷିତ ଅଛନ୍ତି ।

ଆମେରିକା ହେଲିକପ୍ଟର ଉପରେ ବି ଆକ୍ରମଣ
ଆମେରିକୀୟ ପାଇଲଟଙ୍କୁ ଖୋଜିବାକୁ ଆସିଥିବା ଆମେରିକାର ହେଲିକପ୍ଟର ଉପରେ ମଧ୍ୟ ଇରାନ ଆକ୍ରମଣ କରିଥିଲା । ହେଲିକପ୍ଟର କ୍ଷତିଗ୍ରସ୍ତ ହୋଇଥିବାବେଳେ ସେଥିରେ ଥିବା କ୍ରୁ ମେମ୍ବର ସୁରକ୍ଷିତ ଭାବେ ବାହାରି ଯାଇ ନିଜର ଜୀବନ ବଞ୍ଚାଇଛନ୍ତି । ସେମାନେ ସୁରକ୍ଷିତ ଭାବେ ଆମେରିକା ବେସକୁ ଫେରିଯାଇଥିଲେ । ତେବେ ଗତ ୨୪ ଘଣ୍ଟାରେ ଆମେରିକାକୁ କଡ଼ା ଜବାବ ଦେଇଛି ଇରାନ ।

ପଢନ୍ତୁ ଏହି ଖବର: ବାସ୍ ଆଉ କିଛି ସମୟ...ସହଜରେ ହର୍ମୁଜ୍ ଖୋଲିଦେବେ କହିଲେ ଟ୍ରମ୍ପ

ଆମେରିକା ପାଇଲଟଙ୍କୁ ଖୋଜୁଛି ଇରାନ
ଇରାନର ରିଭୋଲ୍ୟୁସନାରୀ ଗାର୍ଡ କର୍ପସ ଦେଶର ଦକ୍ଷିଣ ପଶ୍ଚିମ ଅଞ୍ଚଳରେ ନିଖୋଜ ହୋଇଥିବା ଆମେରିକା ପାଇଲଟଙ୍କୁ ଧରିବାକୁ ସର୍ଚ୍ଚ ଅପରେସନ ଆରମ୍ଭ କରିଛି । ଇରାନର ଅଧିକାରୀମାନେ ଆମେରିକାର ପାଇଲଟଙ୍କୁ ଚିହ୍ନଟ କରିବା ଲାଗି ସ୍ଥାନୀୟ ଲୋକଙ୍କୁ ଅପିଲ୍ କରିଛନ୍ତି । ଏପରିକି ଆମେରିକୀୟ ପାଇଲଟଙ୍କୁ ଜୀବିତ ଅବସ୍ଥାରେ ଧରିଲେ ମୋଟା ଅଙ୍କର ପୁରସ୍କାର ରାଶି ମଧ୍ୟ ଘୋଷଣା ହୋଇଛି ।




Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
US Iran War: ଆମେରିକାର ଯୁଦ୍ଧ ବିମାନ ଖସାଇଲା ଇରାନ; ଦୁଇ ହେଲିକପ୍ଟର ବି ଧ୍ଵସ୍ତ | Argus News