Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ବାସ୍ ଆଉ କିଛି ସମୟ...ସହଜରେ ହର୍ମୁଜ୍ ଖୋଲିଦେବେ କହିଲେ ଟ୍ରମ୍ପ

International

Hormuz Strait / ବାସ୍ ଆଉ କିଛି ସମୟ...ସହଜରେ ହର୍ମୁଜ୍ ଖୋଲିଦେବେ କହିଲେ ଟ୍ରମ୍ପ

Debashree Debasmita Sahoo
Browse all articles by Debashree Debasmita Sahoo
·1 month ago·2 min read
ବାସ୍ ଆଉ କିଛି ସମୟ...ସହଜରେ ହର୍ମୁଜ୍ ଖୋଲିଦେବେ କହିଲେ ଟ୍ରମ୍ପ
Hormuz Strait

Key Points

ମଧ୍ୟପ୍ରାଚ୍ୟ ଯୁଦ୍ଧ ଭିତରେ ଟ୍ରମ୍ପଙ୍କ ବଡ଼ ବୟାନ
କହିଲେ ବାସ୍ ଆଉ କିଛି ସମୟ
ଖୋଲିଯିବ ଗୁରୁତ୍ଵପୂର୍ଣ୍ଣ ସାମୁଦ୍ରିକ ପଥ ହର୍ମୁଜ୍
ପଶ୍ଚିମ ଏସିଆରେ ଉତ୍ତେଜନା ମଧ୍ୟରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବଡ଼ ବୟାନ । ଆଉ କିଛି ସମୟ ମିଳିଲେ ଆମେରିକା ଗୁରୁତ୍ଵପୂର୍ଣ୍ଣ ସାମୁଦ୍ରିକ ପଥ ହର୍ମୁଜ ପ୍ରଣାଳୀ ଖୋଲିଦେବ ବୋଲି ଟ୍ରମ୍ପ ନିଜ ସୋସିଆଲ ମିଡିଆ ହ୍ୟାଣ୍ଡେଲ ଟ୍ରୁଥରେ କହିଛନ୍ତି । ଟ୍ରମ୍ପଙ୍କ ଏହି ପୋଷ୍ଟ ଏବେ ଯୁଦ୍ଧକୁ ଆହୁରି ଗମ୍ଭୀର କରିଛି । ବର୍ତ୍ତମାନ ଇରାନ ଯୁଦ୍ଧ ଯୋଗୁଁ ଏହି ପଥ ଉପରେ ନିଜର ନିୟନ୍ତ୍ରଣ ରଖିଛି । ଇରାନ ଏହି ରାସ୍ତା ଦେଇ ଆସୁଥିବା କେବଳ ନିଜର ବନ୍ଧୁ ରାଷ୍ଟ୍ରର ତୈଳ ଜାହାଜକୁ ଛାଡ଼ିବାକୁ ଅନୁମତି ଦେଉଛି ।

  • ହର୍ମୁଜକୁ ନିୟନ୍ତ୍ରଣରେ ନେବେ କି ଟ୍ରମ୍ପ ?
ଟ୍ରମ୍ପଙ୍କ ଏହି ପୋଷ୍ଟରୁ ଅନୁମାନ ହେଉଛି ଯେ ଆମେରିକା ହୁଏତ ହର୍ମୁଜ ଉପରେ ସିଧାସଳଖ ନିୟନ୍ତ୍ରଣ ରଖିପାରେ । ଟ୍ରମ୍ପ କହିଛନ୍ତି ଯେ ଆମେରିକା ସେଠାରୁ ତେଲ ନେଇ ଲାଭ କରିପାରେ । ଏହି ବୟାନଟି କୂଟନୈତିକ ଅପେକ୍ଷା ଅଧିକ ଆକ୍ରମଣାତ୍ମକ ଲାଗୁଛି । ଟ୍ରମ୍ପଙ୍କ କଥାରୁ ଗୋଟିଏ କଥା ସ୍ପଷ୍ଟ ବାରି ହୋଇପଡୁଛି ଯେ ଆମେରିକା ଏବେ ଏହାକୁ କଥାବାର୍ତ୍ତା ମାଧ୍ୟମରେ ନୁହେଁ, ବରଂ ଶକ୍ତିର ଉପଯୋଗ କରି ନିୟନ୍ତ୍ରଣକୁ ନେଇପାରେ ।

  • ହର୍ମୁଜ୍ ପଥକୁ ବନ୍ଦ କରିଛି ଇରାନ
ଆମେରିକା ଓ ଇସ୍ରାଏଲର ମିଳିତ ଆକ୍ରମଣ ପରେ ଇରାନ ହର୍ମୁଜ ମାର୍ଗକୁ ବନ୍ଦ କରିଦେଇଛି । ଏହା ଦୁନିଆର ସବୁଠୁ ଗୁରୁତ୍ଵପୂର୍ଣ୍ଣ ତୈଳ ପରିବହନ ମାର୍ଗ ମଧ୍ୟରୁ ଗୋଟିଏ । ଏହି ରାସ୍ତା ଦେଇ ବିଶ୍ଵର ପ୍ରାୟ ୪୦ ପ୍ରତିଶତ ତେଲର ଆମଦାନୀ ହୋଇଥାଏ । ଏହି ରାସ୍ତାଟି ବନ୍ଦ ହେବା ଯୋଗୁଁ ଏବେ ସାରା ଦେଶରେ ତୈଳ ସଙ୍କଟ ଦେଖାଦେଇଛି । ଏପରିକି ଅନେକ ଦେଶର ଅର୍ଥ ବ୍ୟବସ୍ଥା ଉପରେ ମଧ୍ୟ ଗଭୀର ପ୍ରଭାବ ପଡ଼ିଛି ।

ପଢନ୍ତୁ ଏହି ଖବର: ଆହୁରି ରକ୍ତମୁଖା ହେଲା ଇରାନ; ଟାର୍ଗେଟରେ ଉପସାଗରୀୟ ଦେଶର ୮ ଠିକଣା

  • ଘନେଇବାରେ ଲାଗିଛି ଯୁଦ୍ଧ
ଏହି ସଂଘର୍ଷ ଏବେ କେବଳ ଇରାନ ପର୍ଯ୍ୟନ୍ତ ସୀମିତ ନାହିଁ । ଆମେରିକା ଓ ଇସ୍ରାଏଲ ଏବେ ଲେବାନନର ଅନେକ ସ୍ଥାନ ଉପରେ ଆକ୍ରମଣ କରିଛନ୍ତି । ଏହାର ଜବାବରେ ଇରାନ ମଧ୍ୟ ମିସାଇଲ ଓ ଡ୍ରୋନ ମାଡ଼ କରୁଛି । ଗୋଟିଏ ପରେ ପୂରା ବିଶ୍ଵରେ ଡୋନାଲ୍ଡ ଟ୍ରମ୍ପଙ୍କ ଲୋକପ୍ରିୟତା କମୁଥିବାରୁ, ଆମେରିକା ଏହି ଯୁଦ୍ଧକୁ ବନ୍ଦ କରିବାକୁ ଯୋଜନା କରୁଛି । ମାତ୍ର ଯୁଦ୍ଧ ବନ୍ଦ ହେବା ପୂର୍ବରୁ ଭୀଷଣ ରୂପ ନେବ ବୋଲି ଟ୍ରମ୍ପ କହିସାରିଛନ୍ତି । ବିଶେଷଜ୍ଞମାନେ କହିଛନ୍ତି ଯେ ଯଦି ଏହି ସାମୁଦ୍ରିକ ମାର୍ଗରେ କୌଣସି ବଡ଼ ଯୁଦ୍ଧ ହୁଏ, ତେବେ ବିଶ୍ଵ ତୈଳ ବଜାରରେ ଦର ଆକାଶଛୁଆଁ ହେବ ।



Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Trump Claims US Could ‘Easily’ Open Strait of Hormuz Amid Iran Conflict | Argus News