Iran War / ଇରାନର ବଡ଼ ପ୍ରସ୍ତୁତି; ଆମେରିକା ବିରୋଧରେ ଯୁଦ୍ଧ କରିବେ ୧୨ ବର୍ଷର ପିଲା
·3 months ago·2 min read

Key Points
ଆମେରିକା, ଇରାନରେ ଗ୍ରାଉଣ୍ଡ ଆକ୍ରମଣ ପାଇଁ ପ୍ରସ୍ତୁତି ଚଳାଇଛି । ଅନ୍ୟପଟେ ଇରାନ ଯୁଦ୍ଧରେ ସେନାକୁ ସହାୟତା ପାଇଁ ୧୨ ବର୍ଷର ପିଲାଙ୍କୁ ସାମିଲ୍ କରିବାକୁ ବିଚାର କରୁଛି ।
ନୂଆଦିଲ୍ଲୀ: ଇରାନ-ଇସ୍ରାଏଲ୍ ମଧ୍ୟରେ ଯୁଦ୍ଧ ଚାଲିଛି । ଆମେରିକା, ଇରାନରେ ଗ୍ରାଉଣ୍ଡ ଆକ୍ରମଣ ପାଇଁ ପ୍ରସ୍ତୁତି ଚଳାଇଛି । ଅନ୍ୟପଟେ ଇରାନ ଯୁଦ୍ଧରେ ସେନାକୁ ସହାୟତା ପାଇଁ ୧୨ ବର୍ଷର ପିଲାଙ୍କୁ ସାମିଲ୍ କରିବାକୁ ବିଚାର କରୁଛି । ଏଥିପାଇଁ ଇରାନ ସରକାର ସେନାରେ ସାମିଲ୍ ଲାଗି ବୟସ ସୀମା ହ୍ରାସ୍ କରିଛି ।
ଇରାନର ରିଭୋଲ୍ୟୁସନରୀ ଗାର୍ଡସ୍ର ଜଣେ ଅଧିକାରୀ କହିଛନ୍ତି ଯେ, ଯୁଦ୍ଧ ସହ ଜଡ଼ିତ ସହାୟକ କାର୍ଯ୍ୟରେ ଅଂଶଗ୍ରହଣ କରିବା ଲାଗି ସର୍ବନିମ୍ନ ବୟସକୁ ହ୍ରାସ୍ କରାଯାଇ ୧୨ ବର୍ଷ ରଖା ଯାଇଛି । ଏହି ତଥ୍ୟ ସରକାରୀ ମିଡିଆରେ ପ୍ରସାରିତ ଟିପ୍ପଣୀ ଅନୁସାରେ କୁହାଯାଉଛି ।
ଏଥିସହ ପଢ଼ନ୍ତୁ: ଟ୍ରମ୍ପ୍ କହିଲେ ଇରାନର ଶକ୍ତିକେନ୍ଦ୍ର ଉପରେ ହେବନି ଆକ୍ରମଣ
ତେହରାନରେ IRGCର ଜଣେ ଅଧିକାରୀ ରହୀମ ନଡାଲି କହିଛନ୍ତି, "ଫର୍ ଇରାନ ନାମକ ଏକ ଅଭିଯାନରେ ଲୋକଙ୍କୁ ଭର୍ତ୍ତି କରାଯିବ । ଯେଉଁମାନେ ଚେକ ପେଣ୍ଟ ଓ ଲଜିଷ୍ଟିକ୍ସ ଭଳି କାର୍ଯ୍ୟକଳାପରେ ସହଯୋଗ କରିପାରିବେ ।"
ଅଧିକାରୀ ଜଣଙ୍କ କହିଛନ୍ତି ଯେ, "ବୟସ ସୀମା ହ୍ରାସ କରାଯାଇଛି । ସେମାନେ ନିଜ ଆଡ଼ୁ ସାମିଲ୍ ହେବାକୁ ଦାବି କରୁଛନ୍ତି । ଏଣିକି ୧୨ରୁ ୧୩ ବର୍ଷ ପିଲା ସାମିଲ୍ ହୋଇପାରିବେ ।" ଏହି ଟିପ୍ପଣୀ ଯୁଦ୍ଧରତ ଇରାନର ସରକାରୀ କଭରେଜ୍ରେ ପ୍ରସାରଣ କରାଯାଇଛି ।
ବାଲ ଅଧିକାର ସମ୍ମେଳନର ପ୍ରତିବନ୍ଧକ ସତ୍ତ୍ଵେ ଏଭଳି ପଦକ୍ଷେପ ଗ୍ରହଣ କରାଯାଇଛି । ଏଥିରେ ସୈନ୍ୟ ଗତିବିଧିରେ ପିଲାଙ୍କୁ ବ୍ୟବହାର ଅନୁମତି ଉପରେ ପ୍ରତିବନ୍ଧକ ରହିଛି । ସୂଚନାଯୋଗ୍ୟ, ଗୁରୁବାର ଖବର ଆସିଥିଲା ଯେ ଆମେରିକାକୁ ଜବାବ ଦେବାକୁ ଇରାନ ୧୦ ଲକ୍ଷ ଯବାନଙ୍କୁ ପ୍ରସ୍ତୁତ କରି ରଖିଛି ।
ଏଥିସହ ପଢ଼ନ୍ତୁ: ଇରାନ ଯୁଦ୍ଧ ବେଳେ ନୂଆ ନିଯୁକ୍ତିକୁ ନେଇ ଚର୍ଚ୍ଚାରେ ଆମେରିକା ସେନା
ଏହାରି ଭିତରେ ଆମେରିକା ନୌସେନା ୨ଟି ଯୁଦ୍ଧ ଜାହାଜ USS ଟ୍ରିପୋଲି ଓ USS ବକ୍ସର ଇରାନ ଆଡ଼କୁ ବଢ଼ୁଛନ୍ତି । ଆମେରିକା ସେନାର ୮୨ତମ ଏୟାରବୋର୍ନ ଡିଭିଜନର ହଜାର ହଜାର ସୈନିକ ଏବେ ଇରାନ ମୁହାଁ ହୋଇଛନ୍ଚି । ପୂର୍ବରୁ ଉପସାଗରୀୟ ଦେଶରେ ଆମେରିକାର ୫୦ ହଜାର ସୈନିକ ମୁତୟନ ଅଛନ୍ତି ।
ଖବର ଅନୁସାରେ, ଇରାନର ସୈନ୍ୟ ଭର୍ତ୍ତି କେନ୍ଦ୍ରରେ ଯୁବ ସ୍ଵେଚ୍ଛାସେବୀଙ୍କ ଭିଡ଼ ବଢ଼ୁଛି । କୁହାଯାଉଛି ଏହି ଭିଡ଼ ଆମେରିକା ସହ ସମ୍ଭାବ୍ୟ ଯୁଦ୍ଧରେ ସାମିଲ୍ ହେବାକୁ ନେଇ ସୃଷ୍ଟି ହୋଇଛି । ଇରାନ ଯୁଦ୍ଧ ପାଇଁ ପ୍ରସ୍ତୁତ ରହିଥିବା ମଧ୍ୟ କୁହାଯାଉଛି ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories