Iran India Strait of Hormuz / ଭାରତକୁ ବଡ଼ ଉପହାର ଦେଲା ଇରାନ୍; ହର୍ମୁଜ୍ ପ୍ରଣାଳୀ ଦେଇ ଜାହାଜ ଚଳାଚଳକୁ ମିଳିଲା ଅନୁମତି
·1 hour ago·2 min read

Key Points
ଇରାନ ବିଶ୍ୱର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ତୈଳ ଏବଂ ଗ୍ୟାସ ମାର୍ଗ ମଧ୍ୟରୁ ଗୋଟିଏ ହର୍ମୁଜ୍ ପ୍ରଣାଳୀର ନିୟନ୍ତ୍ରଣ ଦାବି କରିଛି। ଯୁଦ୍ଧ ଆରମ୍ଭ ହେବା ପରଠାରୁ, ଇରାନ ଏବଂ ଆମେରିକା ସେମାନଙ୍କ ଅନୁମତି ବିନା ଏହି ଅଞ୍ଚଳ ଦେଇ ଯିବାକୁ ଚେଷ୍ଟା କରୁଥିବା ଜାହାଜକୁ ଟାର୍ଗେଟ କରୁଛନ୍ତି।
ଭାରତ ସମେତ ଚୀନ୍, ଇରାକ ଏବଂ କତାର ଆଦି ୪ ଦେଶର ଜାହାଜକୁ ଇରାନ୍, ହର୍ମୁଜ୍ ପ୍ରଣାଳୀରେ ପରିବହନ ପ୍ରତିବନ୍ଧକରୁ ମୁକ୍ତ କରିଛି। ଇରାନୀ ସଂସଦର ସୁରକ୍ଷା ଏବଂ ବୈଦେଶିକ ନୀତି କମିଟି ଉପାଧ୍ୟକ୍ଷ ଆମିର ହାୟାତ ମୋକାଦ୍ଦମ ଇରାନୀ ସମ୍ବାଦ ସଂସ୍ଥାକୁ ଏକଥା କହିଛନ୍। ଏନେଇ ସେ କହିଛନ୍ତି ଯେ ଏହି ୪ ଦେଶର ଜାହାଜକୁ ଏହି ଗୁରୁତ୍ୱପୂର୍ଣ୍ଣ ସାମୁଦ୍ରିକ ପଥରେ ପରିବହନ ପାଇଁ ଅନୁମତି ଦିଆଯାଇଛି।
ଏହି ରିପୋର୍ଟ ତୁର୍କୀୟେ ସରକାରୀ ସମ୍ବାଦ ସଂସ୍ଥା ଆନାଡୋଲୁ ଏଜେନ୍ସି ଦ୍ୱାରା ପ୍ରକାଶିତ ହୋଇଛି। ରିପୋର୍ଟ ଅନୁଯାୟୀ, ଆମିର ହାୟାତ ମୋକାଦ୍ଦମ କହିଛନ୍ତି, "ଆମେ ବର୍ତ୍ତମାନ ଭାରତ, ଚୀନ୍, ଇରାକ, କତାର ଆଦି ୪ ଦେଶକୁ ହର୍ମୁଜ୍ ପ୍ରଣାଳୀରେ ପରିବହନ ପ୍ରତିବନ୍ଧକରୁ ମୁକ୍ତ କରିଛୁ। ଏହି ଦେଶର ଜାହାଜ କୌଣସି ବାଧା ବିନା ଯାତ୍ରା କରିପାରିବ। ଆମେରିକୀୟ ମଧ୍ୟ ସେମାନଙ୍କୁ ଅଟକାନ୍ତି ନାହିଁ।"
ଏହା ସହ ପଢନ୍ତୁ: ଚୁମ୍ବକୀୟ ବୋମା ଧମାକାରେ କମ୍ପି ଉଠିଲା ହର୍ମୁଜ ପ୍ରଣାଳୀ; ଜାହାଜ ଇଞ୍ଜିନ୍ ରୁମ୍ ରେ ଲାଗିଲା ନିଆଁ
ହାୟାତ ମୋକାଦ୍ଦମ କହିଛନ୍ତି ଯେ ଏହି ଆଶ୍ୱସ୍ତି ଇରାନ ଏବଂ ଏହି ଦେଶ ମଧ୍ୟରେ ପାରସ୍ପରିକ ସ୍ୱାର୍ଥକୁ ପ୍ରତିଫଳିତ କରେ। ସେ କହିଛନ୍ତି ଯେ ତେହେରାନ, ଭାରତୀୟ ଜାହାଜର ପଥକୁ ସହଜ କରୁଛି, ଯାହା ଦ୍ୱାରା ଇରାନ ଭାରତରୁ ଔଷଧ ଆମଦାନୀ କରାଯାଇ ପାରିବ। ସେ ଆହୁରି କହିଛନ୍ତି ଯେ ଚୀନ୍ ଜାହାଜ ପାଇଁ ଏହି ଛାଡ଼ ବେଜିଂ ଠାରୁ ରାଜନୈତିକ ସମର୍ଥନ ପାଇବା ପାଇଁ ଉଦ୍ଦିଷ୍ଟ। ହାୟାତ ମୋକାଦ୍ଦମ କହିଛନ୍ତି ଯେ ଇରାନ ଭାରତୀୟ ଏବଂ ଚୀନ୍ ଜାହାଜ ଠାରୁ ପରିବହନ ଶୁଳ୍କ (ଟୋଲ୍) ଆଦାୟ କରେ। ହେଲେ କୌଣସି ଶୁଳ୍କ ବିନା କାତାର ଜାହାଜକୁ ଯିବାକୁ ଅନୁମତି ଦିଏ। ଇରାକୀ ଜାହାଜ ପରିବହନ ଶୁଳ୍କ ଦେବାକୁ ପଡିବ କି ନାହିଁ ସେ ସ୍ପଷ୍ଟ କରିନାହାଁନ୍ତି।
ଇରାନ-ଓମାନ ମଧ୍ୟରେ ଅବସ୍ଥିତ ହର୍ମୁଜ୍ ପ୍ରଣାଳୀ ବିଶ୍ୱର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଜାହାଜ ପଥ ମଧ୍ୟରୁ ଗୋଟିଏ। ଯାହା ଉପସାଗରୀୟ ଦେଶରୁ ଅନ୍ତର୍ଜାତୀୟ ବଜାରକୁ ବିପୁଳ ପରିମାଣରେ ତେଲ ଏବଂ ଗ୍ୟାସ ପରିବହନ କରେ। ଇରାନ ହର୍ମୁଜ୍ ପ୍ରଣାଳୀକୁ ନିୟନ୍ତ୍ରଣ କରୁଥିବା ନେଇ ଦାବି କରିଛି। ଯୁଦ୍ଧ ଆରମ୍ଭ ହେବା ପର ଠାରୁ ଇରାନ ଏବଂ ଆମେରିକା ସେମାନଙ୍କ ଅନୁମତି ବିନା ପାର ହେବାକୁ ଚେଷ୍ଟା କରୁଥିବା ଜାହାଜକୁ ଟାର୍ଗେଟ କରୁଛନ୍ତି। ଗତ ଫେବୃଆରୀ ୨୮ ତାରିଖରେ ଆମେରିକା ଏବଂ ଇସ୍ରାଏଲ ଇରାନ ବିରୋଧରେ ଯୁଦ୍ଧ ଘୋଷଣା କରିଥିଲେ। ଗତ ଅପ୍ରେଲ ମାସରେ ଏକ ଯୁଦ୍ଧବିରାମ ହୋଇଥିଲା। ହେଲେ ସଂଘର୍ଷ ସମାପ୍ତ କରିବା ପାଇଁ କୂଟନୈତିକ ପ୍ରୟାସ ବନ୍ଦ ହୋଇଯିବାରୁ ଜୁଲାଇ ମାସରେ ଆମେରିକା-ଇରାନ ମଧ୍ୟରେ ଯୁଦ୍ଧ ପୁଣି ଥରେ ଆରମ୍ଭ ହୋଇଥିଲା।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: