Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
International

Cargo Ship Attacked / ହର୍ମୁଜ ପ୍ରଣାଳୀ ଦେଇ ଭାରତ ଆସୁଥିବା କାର୍ଗୋ ଜାହାଜ ଉପରେ ଇରାନ୍‌ର ଆକ୍ରମଣ

Sushanta Sahoo
Browse all articles by Sushanta Sahoo
·4 months ago·2 min read
ହର୍ମୁଜ ପ୍ରଣାଳୀ ଦେଇ ଭାରତ ଆସୁଥିବା କାର୍ଗୋ ଜାହାଜ ଉପରେ ଇରାନ୍‌ର ଆକ୍ରମଣ
Cargo Ship Attacked Near Hormuz

Key Points

ବୁଧବାର ହର୍ମୁଜ ପ୍ରଣାଳୀ ଦେଇ ଭାରତ ଆସୁଥିବା ଥାଇଲାଣ୍ଡର ଏକ କାର୍ଗୋ ଉପରେ ଆଟାକ୍ କରିଛି ଇରାନ । ମୟୂରୀ ନାରୀ କାର୍ଗୋ ଜାହାଜ ଉପରେ ଇରାନ ବଡ଼ ଧରଣର ଆକ୍ରମଣ କରିଛି । ଏନେଇ ଥାଇଲାଣ୍ଡ ନୌସେନା ସୂଚନା ଦେବା ସହ ଜାରି କରିଛି ଜାହାଜର ଫଟୋ ।
ତେହରାନ: ଇରାନ-ଇସ୍ରାଏଲ୍ ଯୁଦ୍ଧ ଦିନକୁ ଦିନ ଆହୁରି ଚରମ ସ୍ଥିତିରେ ପହଞ୍ଚୁଛି । ହର୍ମୁଜ ପ୍ରଣାଳୀ ଦେଇ ଭାରତକୁ ଯାଉଥିବା ଜାହାଜ ଉପରେ କୌଣସି କଟକଣା ନଥିବା ଇରାନ କହୁଛି । ହେଲେ ଯୁଦ୍ଧ ଭିତରେ ବୁଧବାର ହର୍ମୁଜ ପ୍ରଣାଳୀ ଦେଇ ଭାରତ ଆସୁଥିବା ଥାଇଲାଣ୍ଡର ଏକ କାର୍ଗୋ ଉପରେ ଆଟାକ୍ କରିଛି ଇରାନ ।

ମିଳିଥିବା ସୂଚନା ଅନୁସାରେ, ମୟୂରୀ ନାରୀ କାର୍ଗୋ ଜାହାଜ ଉପରେ ଇରାନ ବଡ଼ ଧରଣର ଆକ୍ରମଣ କରିଛି । ଏନେଇ ଥାଇଲାଣ୍ଡ ନୌସେନା ସୂଚନା ଦେବା ସହ ଜାରି କରିଛି ଜାହାଜର ଫଟୋ । ଯେଉଁଥିରେ ଜାହାଜର ସମ୍ମୁଖ ଭାଗରୁ ବ୍ୟାପକ ଧୂଆଁ ବାହାରୁଥିବା ଦେଖିବାକୁ ମିଳିଛି ।

ଏଥିସହ ପଢ଼ନ୍ତୁ: ଦୁବାଇ ବିମାନବନ୍ଦର ନିକଟରେ ଡ୍ରୋନ୍ ଆକ୍ରମଣ; ଭାରତୀୟଙ୍କ ସହ ୪ ଗୁରୁତର

ଇରାନର ଆକ୍ରମଣ ସମୟରେ କାର୍ଗୋ ଜାହାଜ ମୟୂରୀ ନାରୀରେ ପ୍ରାୟ ୨୩ ଜଣ କ୍ରିଉ ସଦସ୍ୟ ଥିଲେ । ସେମାନଙ୍କ ମଧ୍ୟରୁ ୨୦ ଜଣଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଥିବା ସୂଚନା ମିଳିଛି । ଅନ୍ୟ ୩ ଜଣ ଏବେ ନିଖୋଜ ଅଛନ୍ତି ।

ଏହି ଆକ୍ରମଣକୁ ନେଇ ଥାଇଲାଣ୍ଡ ନୌସେନା ବୟାନ ଜାରି କରିଛି । କହିଛି, "ମୟୂରୀ ନାରୀ ନାମକ ଜାହାଜ ଉପରେ ଆକ୍ରମଣ ହୋଇଛି । ଏହି ମାଲବାହୀ ଜାହାଜର ମାଲିକ ହେଉଛି ଥାଇଲାଣ୍ଡର ପ୍ରେଶିୟସ୍ ସିପିଂ ପିସିଏଲ୍ । ଜାହାଜଟି ସାମଗ୍ରୀ ନେଇ ୟୁଏଇର ଖଲିଫା ବନ୍ଦରରୁ ବାହାରି ଗୁଜରାଟର କାଣ୍ଡଲା ବନ୍ଦରକୁ ଯାଉଥିଲା । ହର୍ମୁଜ ପ୍ରଣାଳୀ ଅତିକ୍ରମ କରିବା ସମୟରେ କାର୍ଗୋ ସିପ୍ ଉପରେ ଆକ୍ରମଣ ହୋଇଛି ।"

ତେବେ ଆକ୍ରମଣର କାରଣ ତତ୍‌କ୍ଷଣାତ୍ ଜଣାପଡ଼ି ନାହିଁ । ଆକ୍ରମଣ ପାଇଁ କେହି ନିଜକୁ ଦାୟୀ ମଧ୍ୟ କରିନାହାନ୍ତି । କେଉଁ ପରିସ୍ଥିତିରେ ଏବଂ କିଭଳି କାର୍ଗୋ ଜାହାଜ ଉପରେ ଆକ୍ରମଣ ହେଲା ତାର ତଦନ୍ତ କରାଯାଉଥିବା କହିଛି ରୟାଲ୍ ଥାଇ ନାଭି ।

ଏଥିସହ ପଢ଼ନ୍ତୁ: ଯୁଦ୍ଧ ଭିତରେ ଆସିବ କି ବଡ଼ ବିପର୍ଯ୍ୟୟ ? ସମୂଦ୍ର କୂଳରେ ପଡ଼ିଛି ବିଶାଳକାୟ 'ଡୁମ୍ସଡେ ମାଛ'

ସେପଟେ ଆକ୍ରମଣ ପରେ ଓମାନର ନୌସେନା ପ୍ରତିକ୍ରିୟା ରଖିଛି । କହିଛି, "୨୦ ଜଣ ସେଲରଙ୍କୁ ଉଦ୍ଧାର କରାଯାଇଛି । ଅନ୍ୟ ୩ ଜଣ କ୍ରିଉ ସଦସ୍ୟଙ୍କୁ ଉଦ୍ଧାର ପାଇଁ ପ୍ରୟାସ ଜାରି ରହିଛି ।"

ଏହା ପୂର୍ବରୁ ୟୁନାଇଟେଡ୍ କିଙ୍ଗଡମ୍ ମାରିଟାଇମ୍ ଟ୍ରେଡ୍ ଅପରେସନ୍ ସେଣ୍ଟର କହିଥିଲା, ୩ଟି ବାଣିଜ୍ୟିକ ଜାହାଜ ଉପରେ ମଙ୍ଗଳବାର ଆକ୍ରମଣ ହୋଇଛି । ଆଉ ଏବେ ଥାଇଲାଣ୍ଡ ମୟୂରୀ ନାରୀ କାର୍ଗୋ ଉପରେ ଆକ୍ରମଣ କଥା କହିଛି । ମୟୂର ନାରୀ ଜାହାଜର ଲମ୍ବ ୧୭୮ ମିଟର ହୋଇଥିବା ବେଳେ ଏହା ୩୦ ହଜାର ଟନ୍ ସାମଗ୍ରୀ ପରିବହନ କରିପାରିବ ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Iran Attacks India-Bound Cargo Ship in Strait of Hormuz | Argus News | Argus News