Boeing 737 Tyre Burst Iran / ଉଡ଼ାଣ ଭରିବା ପରେ ଫାଟିଲା ଟାୟାର; ଆକାଶରେ କମ୍ପି ଉଠିଲା ବୋଇଂ ୭୩୭ ବିମାନ
·1 hour ago·2 min read

Key Points
ଭାଇରାଲ ଭିଡିଓରେ କିଛି ଯାତ୍ରୀଙ୍କୁ ଉତ୍ତେଜିତ ଭାବରେ ପ୍ରାର୍ଥନା ଏବଂ ଚିତ୍କାର କରୁଥିବାର ଶୁଣିବାକୁ ମିଳୁଛି। ପରେ ଅନେକ ଯାତ୍ରୀ ବିମାନ ଭିତରର ପରିବେଶକୁ ଅତ୍ୟନ୍ତ ଭୟଙ୍କର ବୋଲି ବର୍ଣ୍ଣନା କରିଥିଲେ।
ଉଡ଼ାଣ ଭରିବା ପରେ ଦୁର୍ଘଟଣାର ଶିକାର ହୋଇଛି ଏକ ବୋଇଂ ୭୩୭ ବିମାନ। ଉଡ଼ାଣ ଭରିବା ପରେ ଏହି ବିମାନର ଟାୟର ଫାଟି ଯାଇଥିଲା। ଯାହା ଯାତ୍ରୀଙ୍କ ମଧ୍ୟରେ ଆତଙ୍କ ଖେଳାଇ ଦେଇଥିଲା। ଇରାନ୍ ସ୍ଥିତ ମଶହଦ ଠାରୁ କେରମାନଶାହ ଅଭିମୁଖେ ଉଡ଼ାଣ ଭରିଥିବା ସେପହରାନ୍ ଏୟାରଲାଇନ୍ସ ଦ୍ୱାରା ପରିଚାଳିତ ଏହି ବିମାନ ହଠାତ୍ ଏକ ଯାନ୍ତ୍ରିକ ସମସ୍ୟାର ସାମ୍ନା କରିଥିଲା। ରିପୋର୍ଟ ଅନୁସାରେ ଉଡ଼ାଣ ଭରିବା ପରେ ଏହି ବିମାନର ଲ୍ୟାଣ୍ଡିଂ ଗିୟର ଟାୟାର ଫାଟି ଯାଇ ଅଲଗା ହୋଇ ଯାଇଥିଲା। ଯାହା ଦ୍ୱାରା ତୀବ୍ର କମ୍ପନ ସୃଷ୍ଟି ହୋଇଥିଲା। କିଛି ମିନିଟ୍ ମଧ୍ୟରେ ବିମାନ କ୍ୟାବିନ ମଧ୍ୟରେ ଭୟର ବାତାବରଣ ସୃଷ୍ଟି ହୋଇଥିଲା। ଯାତ୍ରୀମାନେ ଭୟଭୀତ ହୋଇ ଚିତ୍କାର କରିବାକୁ ଲାଗିଥିଲେ।
ସୋସିଆଲ ମିଡି଼ଆରେ ଏହାର ଏକ ଭିଡ଼ିଓ ଭାଇରାଲ ହେବାରେ ଲାଗିଛି। ପ୍ରାୟ ୪୭ ସେକେଣ୍ଡ ଅବଧି ବିଶିଷ୍ଟ ଏହି ଭିଡିଓରେ ବିମାନ ଭିତରର ଭୟଙ୍କର ଦୃଶ୍ୟକୁ ଦର୍ଶାଯାଇଛି। ଏହି ବିମାନ ପ୍ରବଳ ଥରୁଥିବାର ଦେଖାଯାଉଛି। କମ୍ପନ ଏତେ ତୀବ୍ର ହୋଇଗଲା ଯେ ଉପରେ ରଖାଯାଇଥିବା ବ୍ୟାଗ ଏବଂ ଅନ୍ୟାନ୍ୟ ଜିନିଷପତ୍ର ଖସି ପଡ଼ିବାକୁ ଲାଗିଲା। ଏହି ସମୟରେ, କ୍ୟାବିନ ଛାତର ଭିତର ଅଂଶ ଭୁଶୁଡ଼ି ପଡ଼ିଥିଲା। ବିମାନର ଛାତ ପ୍ୟାନେଲ ଏବଂ ଲଗେଜ୍ ଯାତ୍ରୀଙ୍କ ଉପରେ ଖସି ପଡ଼ିଥିବାର ଦେଖାଯାଉଛି। ଯାହାକୁସ ଦେଖି ବିମାନ ଯାତ୍ରୀ ଭୟଭୀତ ହୋଇପଡ଼ିବା ସହ ସାହାଯ୍ୟ ପାଇଁ ଡାକ ପକାଉଛନ୍ତି।
ଏହା ସହ ପଢନ୍ତୁ: ଉଡ଼ାଣ ବେଳେ ଅଚାନକ ନଜର ଆସିଲା UFO! ତାଜୁବ ହୋଇଗଲେ ପାଇଲଟ୍
ଜୋରରେ ଚିତ୍କାର କରିବାରେ ଲାଗିଥିଲେ ଯାତ୍ରୀ
ରିପୋର୍ଟ ଅନୁସାରେ ସେପହରାନ୍ ଏୟାରଲାଇନ୍ସ ଦ୍ୱାରା ପରିଚାଳିତ ଏକ ବୋଇଂ ୭୩୭ ବିମାନ ମଙ୍ଗଳବାର (ସେପ୍ଟମ୍ବର ୧୫) ମଶହଦ ଠାରୁ କେରମାନଶାହ ଅଭିମୁଖେ ଉଡ଼ାଣ ଭରିଥିଲା। ଉଡ଼ାଣ ଭରିବାର କିଛି ସମୟ ପରେ ବିମାନରେ ଯାନ୍ତ୍ରିକ ସମସ୍ୟା ଦେଖିବାକୁ ମିଳିଥିଲା। ପରିସ୍ଥିତିର ଗମ୍ଭୀରତାକୁ ଅନୁଭବ କରି ପାଇଲଟ୍ ତୁରନ୍ତ ଜରୁରୀକାଳୀନ ପରିସ୍ଥିତି ଘୋଷଣା କରିଥିଲେ। ବିମାନକୁ ମଶହଦ ବିମାନବନ୍ଦରକୁ ଫେରାଇ ଆଣିବାକୁ ନିଷ୍ପତ୍ତି ନେଲେ। ଏହି ସମୟରେ ବିମାନ କମ୍ପି ଉଠିବା ପରେ ଯାତ୍ରୀଙ୍କ ଚିନ୍ତା ବଢି ଯାଇଥିଲା।
ଏହାର ଏକ ଭିଡି଼ଓ ଭାଇରାଲ ହୋଇଛି। ଯେଉଁଥିରେ ଦେଖିବାକୁ ମିଳିଛି କିଛି ଯାତ୍ରୀ ଚିନ୍ତିତ ହୋଇପଡ଼ିବା ସହ ପ୍ରାର୍ଥନା ଏବଂ ଚିତ୍କାର କରୁଥିବାର ଶୁଣିବାକୁ ମିଳୁଛି। ପରେ ଅନେକ ଯାତ୍ରୀ କରିଛନ୍ତି ଯେ ବିମାନ ଭିତରର ପରିବେଶ ଅତ୍ୟନ୍ତ ଭୟଙ୍କର ହୋଇଯାଇଥିଲା। ହଠାତ୍ ବିମାନ ପ୍ରବଳ ଥରିଉଠିବା ଏବଂ ଏହାର କ୍ୟାବିନ ଭାଙ୍ଗି ପଡ଼ିବା ଯୋଗୁଁ ଯାତ୍ରୀ ଭୟଭୀତ ହୋଇ ପଡ଼ିଥିଲେ। ହେଲେ ତଥାପି ଚାଳକ ଦଳ ସଦସ୍ୟ ପରିସ୍ଥିତିକୁ ନିୟନ୍ତ୍ରଣ କରିଥିଲେ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଏହା ସହ ପଢନ୍ତୁ: ଚର୍ଚ୍ଚାରେ ଏୟାର କାନାଡ଼ା ପାଇଲଟ୍; ଅବସର ବେଳେ ଧରାପଡ଼ିଲା କାରନାମା
ମଶହଦ ବିମାନବନ୍ଦରରେ ବିମାନକୁ ସୁରକ୍ଷିତ ଭାବରେ ଅବତରଣ କରିଥିଲେ ପାଇଲଟ୍
ଆଶ୍ୱସ୍ତିର କଥା ଏହା ଯେ, ପାଇଲଟ ମଶହଦ ବିମାନବନ୍ଦରରେ ବିମାନକୁ ସୁରକ୍ଷିତ ଭାବରେ ଅବତରଣ କରିଥିଲେ। ଅବତରଣ ପରେ ସମସ୍ତ ଯାତ୍ରୀଙ୍କୁ ସୁରକ୍ଷିତ ଭାବରେ ସ୍ଥାନାନ୍ତର କରାଯାଇଥିଲା। କୌଣସି ଆହତ ହୋଇଥିବା ରିପୋର୍ଟ ହୋଇନାହିଁ। ଯାହା ଦ୍ୱାରା ଏକ ସମ୍ଭାବ୍ୟ ବଡ଼ ବିମାନ ଦୁର୍ଘଟଣାକୁ ଏଡାଇ ଦିଆଯାଇଥିଲା। ଯଦିଓ ଗଣମାଧ୍ୟମ ରିପୋର୍ଟ ଅନୁସାରେ ଏହି ବିମାନର ଟାୟାର ଫାଟିବାକୁ ଏକ ଯାନ୍ତ୍ରିକ ତ୍ରୁଟି ବୋଲି କୁହାଯାଇଛି, ହେଲେ ତଥାପି ଅଧିକାରୀ ଏପର୍ଯ୍ୟନ୍ତ ଏହାକୁ ଆନୁଷ୍ଠାନିକ ଭାବରେ ନିଶ୍ଚିତ କରିନାହାଁନ୍ତି। ବର୍ତ୍ତମାନ ଯାନ୍ତ୍ରିକ ତ୍ରୁଟିର ସଠିକ୍ କାରଣ ତଦନ୍ତ କରାଯାଉଛି। ଅନ୍ୟପକ୍ଷରେ, ବିମାନ ଭିତରର ଏକ ଭିଡିଓ ସୋସିଆଲ ମିଡିଆରେ ଦ୍ରୁତ ଗତିରେ ଭାଇରାଲ ହେଉଛି। ଯାହାକୁ ଦେଖିବା ପରେ ଲୋକେ ତାଜୁବ ହୋଇ ଯାଇଛନ୍ତି।

Related Topics
Explore more stories