|
logo
Live
Argus News App
GET APP

Argus News - ସତ ଲୁଚାଉଛି ଆମେରିକା ? ଇରାନର ବଡ଼ ଦାବି- 'ଶତାଧିକ ଆମେରିକୀୟ ସୈନ୍ୟ ଆମ କବ୍‌ଜାରେ'

International

Iran Israel War / ସତ ଲୁଚାଉଛି ଆମେରିକା ? ଇରାନର ବଡ଼ ଦାବି- 'ଶତାଧିକ ଆମେରିକୀୟ ସୈନ୍ୟ ଆମ କବ୍‌ଜାରେ'

Sushanta Sahoo
Browse all articles by Sushanta Sahoo
·3 weeks ago·2 min read
ସତ ଲୁଚାଉଛି ଆମେରିକା ? ଇରାନର ବଡ଼ ଦାବି- 'ଶତାଧିକ ଆମେରିକୀୟ ସୈନ୍ୟ ଆମ କବ୍‌ଜାରେ'
Iran Claims US Soldiers Captured

Key Points

ମଧ୍ୟପ୍ରାଚ୍ୟରେ ଉତ୍ତେଜନା, ଘମାଘୋଟ ସଂଘର୍ଷ ଭିତରେ ବଡ଼ ଦାବି କରିଛନ୍ତି ଇରାନର ସୁରକ୍ଷା ମୁଖ୍ୟ ଅଲୀ ଲାରିଜାନି । କହିଛନ୍ତି, "ଚାଲିଥିବା ଯୁଦ୍ଧରେ ଇରାନ ସେନା ଏକାଧିକ ଆମେରିକୀୟ ଯବାନଙ୍କୁ ବନ୍ଧକ କରି ନେଇଛନ୍ତି ।"
ତେହରାନ: ଇରାନ ଯୁଦ୍ଧ- କାହା ଉପରେ କିଏ ପଡ଼ୁଛି ଭାରି ? ଆମେରିକା କହୁଛି- ଆକ୍ରମଣରେ ତ୍ରାହି ତ୍ରାହି ଡାକିଲାଣି ଇରାନ । ସେପଟେ ଇରାନ ଦାବି ହେଉଛି- ମିଛ କହୁଛି ଆମେରିକା । ମଧ୍ୟପ୍ରାଚ୍ୟରେ ଉତ୍ତେଜନା, ଘମାଘୋଟ ସଂଘର୍ଷ ଭିତରେ ବଡ଼ ଦାବି କରିଛନ୍ତି ଇରାନର ସୁରକ୍ଷା ମୁଖ୍ୟ ଅଲୀ ଲାରିଜାନି ।

ଏଥିସହ ପଢ଼ନ୍ତୁ: ଇସ୍ରାଏଲ ଏବଂ ଆମେରିକାକୁ କାଙ୍ଗାଳ କରି ସାରିଲାଣି ଏହି ଶସ୍ତା ଡ୍ରୋନ୍‌

ଏକ ସୋସିଆଲ୍ ମିଡିଆ ପୋଷ୍ଟରେ ଅଲୀ ଲାରିଜାନି ଦାବି କରିଛନ୍ତି ଯେ, "ଚାଲିଥିବା ଯୁଦ୍ଧରେ ଇରାନ ସେନା ଏକାଧିକ ଆମେରିକୀୟ ଯବାନଙ୍କୁ ବନ୍ଧକ କରି ନେଇଛନ୍ତି ।" ଆଉ ଏହି ସତକୁ କୁଆଡ଼େ ଆମେରିକା ଲୁଚାଇ ଛପାଇବାକୁ ପ୍ରୟାସ କରୁଛି ।


ଲାରିଜାନି ସୋସିଆଲ୍ ମିଡିଆ ଏକ୍ସରେ ରବିବାର ଏକ ପୋଷ୍ଟ କରି କହିଛନ୍ତି, "ଶତାଧିକ ଆମେରିକା ସୈନ୍ୟଙ୍କୁ ଗିରଫ କରାଯାଇଛି । ଆମେରିକା ଆକ୍ରମଣରେ ଅନେକଙ୍କୁ ନିହତ କରିଥିବା କହୁଛି । କିନ୍ତୁ ସତ ଅଧିକ ସମୟ ପର୍ଯ୍ୟନ୍ତ ଲୁଚିକି ରହିବ ନାହିଁ ।"

ଫେବ୍ରୁଆରୀ ୨୮ ତାରିଖରେ ଆମେରିକା ଓ ଇସ୍ରାଏଲ୍ ମିଳିତ ଭାବେ ଇରାନ ଉପରେ ଆକ୍ରମଣ କରିବା ପରେ ମଧ୍ୟପ୍ରାଚ୍ୟରେ ସଂଘର୍ଷ ଲାଗି ରହିଛି । ଜବାବୀ ଆକ୍ରମଣରେ ଇରାନର ସେନା ଓ ଇସଲାମିକ ରିଭ୍ୟୁଲୋସନାରୀ ଗାର୍ଡ କର୍ପସ୍ ଅନେକ ସମ୍ବେଦନଶୀଳ ଓ ରଣନୀତିକ ଠିକଣା ଉପରେ ଶତାଧିକ ବାଲିଷ୍ଟିକ୍ ମିସାଇଲ୍ ଓ ଡ୍ରୋନ୍ ମାଡ଼ କରିଛନ୍ତି ।

ଦିନକ ତଳେ ଇରାନର ସୁରକ୍ଷା ମୁଖ୍ୟ ଅଲୀ ଲାରିଜାନି, ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ସମାଲୋଚନା କରିଥିଲେ । କହିଥିଲେ, "ଟ୍ରମ୍ପଙ୍କ ବୟାନବାଜିରୁ ସ୍ପଷ୍ଟ ହେଉଛି ଇରାନ ବିପକ୍ଷରେ ଆମେରିକାର ବ୍ୟାପକ ରଣନୀତି ବିଫଳ ହୋଇଛି । ଆମେରିକାର ମୁଖ୍ୟ ଉଦ୍ଦେଶ୍ୟ ଇରାନର ଶାସନ ବ୍ୟବସ୍ଥାକୁ ଦୁର୍ବଳ କରିବା ଏବଂ ଜାତୀୟ ଏକତାକୁ ଭାଙ୍ଗିବା । କିନ୍ତୁ, ଏହି ଲକ୍ଷ୍ୟ ହାସଲ ହୋଇ ପାରିବ ନାହିଁ ।"

ଏଥିସହ ପଢ଼ନ୍ତୁ: ଆକ୍ରମଣ ରଣନୀତିରେ ବଡ଼ ପରିବର୍ତ୍ତନ କଲା ଇରାନ, କ୍ଷମା ମାଗିଲେ ରାଷ୍ଟ୍ରପତି

ଆମେରିକା ଅନୁସାରେ, ଇରାନ ଯୁଦ୍ଧରେ ଏବେ ସୁଦ୍ଧା ଆମେରିକାର ୬ ଜଣ ଯବାନ ନିହତ ହୋଇଛନ୍ତି । ସେପଟେ ଯୁଦ୍ଧରେ ଇରାନରେ ୧୩୩୨ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଛି । ଯେଉଁଥିରେ ୧୮୦ ଜଣ ପିଲା ରହିଛନ୍ତି । ଇରାନ ଆକ୍ରମଣରେ ଇସ୍ରାଏଲ୍‌ରେ ୧୦ରୁ ୧୨ ଜଣଙ୍କ ମୃତ୍ୟୁ ହୋଇଛି ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Iran Israel War: ସତ ଲୁଚାଉଛି ଆମେରିକା ? ଇରାନର ବଡ଼ ଦାବି- 'ଶତାଧିକ ଆମେରିକୀୟ ସୈନ୍ୟ ଆମ କବ୍‌ଜାରେ' | Argus News