Hormuz Strait Crisis / ହର୍ମୁଜ ପ୍ରଣାଳୀକୁ ଇରାନ ବନ୍ଦ କରିବାରୁ ଆମେରିକା ପୁଣି କଲା ଏୟାରଷ୍ଟ୍ରାଇକ୍
·3 hours ago·2 min read

Key Points
ଯୁଦ୍ଧ ନେଇ ଆଲର୍ଟରେ ପୂରା ଦୁନିଆ । ଇରାନ ଉପରେ ଆମେରିକାର ଘନ ଘନ ଆକ୍ରମଣ ପରେ ଇରାନ ହର୍ମୁଜ ପ୍ରଣାଳୀକୁ ବନ୍ଦ କରିଦେଇଛି । ସେପଟେ ଇରାନ ଉପରେ ବଦଲା ନେବାକୁ ପରମାଣୁ କେନ୍ଦ୍ର ଉପରେ ଏବେ ଇସ୍ରାଏଲ୍ର ନଜର ।
ନୂଆଦିଲ୍ଲୀ: ମଧ୍ୟପ୍ରାଚ୍ୟରେ ପୁଣି ଯୁଦ୍ଧ ଭୟ । ଆକାଶରୁ ବର୍ଷୁଛି ମିସାଇଲ୍ ଆଉ ରକେଟ୍ । ଇସ୍ରାଏଲ୍ ଓ ଇରାନ ମଧ୍ୟରେ ଚାଲିଥିବା ମହାସମର ଏବେ ସାଂଘାତିକ ରୂପ ନେଇଛି । ଇରାନ ଉପରେ ଆମେରିକା କରିଛି ଘନ ଘନ ଆକ୍ରମଣ । ଆମେରିକାର ଆକ୍ରମଣ ପରେ ହର୍ମୁଜ ପ୍ରଣାଳୀ ବନ୍ଦ କରିଛି ଇରାନ । ତେହରାନ କହିଛି, ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ଏବଂ ଏହି ଅଞ୍ଚଳରେ ଆମେରିକାର ହସ୍ତକ୍ଷେପ ଶେଷ ନହେବା ପର୍ଯ୍ୟନ୍ତ ହର୍ମୁଜ ପ୍ରଣାଳୀ ବନ୍ଦ ରହିବ ।
ଯାହା ପରେ ଆମେରିକାର ସେଣ୍ଟ୍ରାଲ କମାଣ୍ଡ ପକ୍ଷରୁ ଇରାନ ଉପରେ ତୃତୀୟ ପର୍ଯ୍ୟାୟ ଆକ୍ରମଣ ଆରମ୍ଭ ହୋଇଛି । ହର୍ମୁଜ କୂଳରେ ଥିବା ଦୁଇଟି ସହର ବନ୍ଦର ଅବ୍ବାସ ଏବଂ ସିରିକ୍ରେ ବିସ୍ଫୋରଣ ହୋଇଥିବା ଇରାନର ସରକାରୀ ଗଣମାଧ୍ୟମ ପ୍ରକାଶ କରିଛନ୍ତି । ଆମେରିକା ସେନା କହିଛି ହର୍ମୁଜ ଦେଇ ମୁକ୍ତ ଭାବରେ ଯାତାୟାତ କରୁଥିବା ବେସାମରିକ ନାବିକ ଏବଂ ବାଣିଜ୍ୟିକ ଜାହାଜଗୁଡ଼ିକ ଉପରେ ଆକ୍ରମଣ ଜବାବରେ ଇରାନ ଉପରେ ଆକ୍ରମଣ କରାଯାଇଛି ।
ଏଥିସହ ପଢ଼ନ୍ତୁ: ଚେତାଇଲେ ନେତାନ୍ୟାହୁ: ଇରାନ ଉପରେ ପୁଣି ହେବ ତୃତୀୟ ମହାଆକ୍ରମଣ
ସେପଟେ ଓମାନ ଉପକୂଳରେ ‘ଜିଏଫଏସ ଗାଲାକ୍ସି’ ନାମକ ଏକ ବାଣିଜ୍ୟିକ ଜାହାଜ ଉପରେ ଆକ୍ରମଣ କରିଛି ଇରାନୀ ସେନା । ଏହି ସାଇପ୍ରସ-ଫ୍ଲାଗ୍ ବିଶିଷ୍ଟ କଣ୍ଟେନର ଜାହାଜଟି ହର୍ମୁଜ ପ୍ରଣାଳୀ ଦେଇ ଗତି କରୁଥିବା ସମୟରେ ଆକ୍ରମଣର ଶିକାର ହୋଇଛି । ଆକ୍ରମଣ ଯୋଗୁଁ ଜାହାଜର ଇଞ୍ଜିନ ରୁମ୍ ଗୁରୁତର ଭାବେ କ୍ଷତିଗ୍ରସ୍ତ ହେବା ସହ ସେଥିରେ ଭୟାବହ ନିଆଁ ଲାଗିଯାଇଛି ।
ନିଆଁ ନିୟନ୍ତ୍ରଣ ବାହାରକୁ ଚାଲିଯିବାରୁ କ୍ରୁ ସଦସ୍ୟମାନେ ଜାହାଜ ଛାଡ଼ି ଲାଇଫ୍ବୋଟ୍ ସାହାଯ୍ୟରେ ଆଶ୍ରୟ ନେଇଛନ୍ତି । ଆକ୍ରମଣ ହୋଇଥିବା ଜାହାଜରେ ମୋଟ ୧୧ ଜଣ ଭାରତୀୟ ନାବିକ ଥିଲେ । ସେମାନଙ୍କ ମଧ୍ୟରୁ ୧୦ ଜଣଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଛି, ଜଣେ ଭାରତୀୟ ନାବିକ ଏବେ ବି ନିଖୋଜ ଅଛନ୍ତି । ଭାରତର ବୈଦେଶିକ ମନ୍ତ୍ରାଳୟ ଏହି ଆକ୍ରମଣକୁ କଡ଼ା ଭାଷାରେ ନିନ୍ଦା କରିଛି ।
ସେପଟେ ‘ଇଞ୍ଚେ ବି ଜମି ଛାଡ଼ିବୁନି କି ଶତ୍ରୁକୁ କ୍ଷମା ଦେବୁନି’ ନୀତିରେ ଆଗକୁ ବଢ଼ୁଛନ୍ତି ଇସ୍ରାଏଲ୍ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ । ଇରାନ ପକ୍ଷରୁ ହୋଇଥିବା ମିସାଇଲ୍ ମାଡ଼ର ବଡ଼ ଜବାବ ଦେବାକୁ ପ୍ଲାନ୍ ପ୍ରସ୍ତୁତ କରିସାରିଛି ଇସ୍ରାଏଲ୍ ଡିଫେନ୍ସ ଫୋର୍ସ ବା IDF ।
ସୂତ୍ର ଅନୁସାରେ, ଇସ୍ରାଏଲ୍ର ଟାର୍ଗେଟରେ ରହିଛି ଇରାନର ପରମାଣୁ କେନ୍ଦ୍ର ଏବଂ ତୈଳ ବିଶୋଧନାଗାର । ଯଦି ଇସ୍ରାଏଲ୍ ଇରାନର ଏହି ସମ୍ବେଦନଶୀଳ ସ୍ଥାନ ଉପରେ ଆଟାକ୍ କରେ, ତେବେ ପୂରା ମିଡିଲ୍ ଇଷ୍ଟ ଧ୍ୱଂସସ୍ତୂପରେ ପରିଣତ ହେବ । କେବଳ ଇରାନ ନୁହେଁ, ଲେବାନନରେ ଥିବା ହିଜବୁଲ୍ଲାର ବେସକୁ ଖୋଜି ଖୋଜି ଧ୍ୱଂସ କରୁଛନ୍ତି ଇସ୍ରାଏଲ୍ର ମିଲିଟାରୀ କମାଣ୍ଡୋ ।
ଏଥିସହ ପଢ଼ନ୍ତୁ: ଯୁଦ୍ଧ ବନ୍ଦ ନୁହେଁ...ପୁଣି ଆରମ୍ଭ ହେଲା ପ୍ରଳୟଙ୍କରୀ ମହାସମର
ମହାଯୁଦ୍ଧ ଯୋଗୁଁ କେବଳ ମଧ୍ୟ-ପ୍ରାଚ୍ୟ ଅଶାନ୍ତ ହୋଇନି, ବରଂ ପୂରା ବିଶ୍ୱର ଅର୍ଥନୀତି ଉପରେ ଏହାର କଳାବାଦଲ ଦେଖାଦେଲାଣି । ବିଶ୍ୱ ବଜାରରେ ଅଶୋଧିତ ତେଲ ବା କ୍ରୁଡ୍ ଅଏଲ୍ ର ଦାମ୍ ଆକାଶଛୁଆଁ ହେବାର ଆଶଙ୍କା ଦେଖାଦେଇଛି । ଯଦି ଯୁଦ୍ଧ ଦୀର୍ଘଦିନ ଧରି ଚାଲେ, ତେବେ ଭାରତ ସମେତ ଅନେକ ଦେଶରେ ମହଙ୍ଗା ମାଡ଼ ପଡ଼ିବ ।
ଏହାସହ ଇରାନ ସପକ୍ଷରେ ଋଷ ଏବଂ ଚୀନ୍ ପରୋକ୍ଷରେ ଛିଡ଼ା ହେଉଥିବାରୁ, ଏହା ତୃତୀୟ ବିଶ୍ୱଯୁଦ୍ଧର ରୂପ ନେଇପାରେ ବୋଲି ଆଶଙ୍କା କରାଯାଉଛି । ଜାତିସଂଘ ପକ୍ଷରୁ ବାରମ୍ବାର ଶାନ୍ତି ପ୍ରତିଷ୍ଠା ପାଇଁ ଅପିଲ୍ କରାଯାଉଥିଲେ ମଧ୍ୟ କେହି କାହାକୁ ବାଟ ଛାଡ଼ିବା ମୁଡ୍ରେ ନାହାନ୍ତି ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories