Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Painting

Argus News - ଚେତାଇଲେ ନେତାନ୍ୟାହୁ: ଇରାନ ଉପରେ ପୁଣି ହେବ ତୃତୀୟ ମହାଆକ୍ରମଣ

International

Netanyahu Warns Iran / ଚେତାଇଲେ ନେତାନ୍ୟାହୁ: ଇରାନ ଉପରେ ପୁଣି ହେବ ତୃତୀୟ ମହାଆକ୍ରମଣ

Sushanta Sahoo
Browse all articles by Sushanta Sahoo
·4 hours ago·2 min read
ଚେତାଇଲେ ନେତାନ୍ୟାହୁ: ଇରାନ ଉପରେ ପୁଣି ହେବ ତୃତୀୟ ମହାଆକ୍ରମଣ
Netanyahu Issues Fresh Military Warning

Key Points

ଆମେରିକା ଇରାନ୍ ଯୁଦ୍ଧ ତାଣ୍ଡବ ଭିତରେ ଇସ୍ରାଏଲର ଏଣ୍ଟ୍ରି
ଇସ୍ରାଏଲର ଚେତାବନୀ: ଇରାନ ଉପରେ ପୁଣି ହେବ ତୃତୀୟ ମହାଆକ୍ରମଣ
ନୂଆଦିଲ୍ଲୀ: ଆମେରିକା ଏବଂ ଇରାନ୍ ମଧ୍ୟରେ ଚାଲିଥିବା ଯୁଦ୍ଧ ତାଣ୍ଡବ ଭିତରେ ଏବେ ଏଣ୍ଟ୍ରି ମାରିଛି ଇସ୍ରାଏଲ୍‌ । ସର୍ବୋଚ୍ଚ ନେତା ଅୟୋତୁଲ୍ଲା ଖାମେନେଇଙ୍କ ମୃତ୍ୟୁ ପରେ ପ୍ରତିଶୋଧ ନିଆଁରେ ଇରାନ ଜଳୁଛି । ଆଉ ଏହି ସମୟରେ ତୃତୀୟ ମହାଆକ୍ରମଣ ପାଇଁ ରଣହୁଙ୍କାର ଦେଇଛି ଇସ୍ରାଏଲ୍‌ । ଆଉ ଏଥର ଇସ୍ରାଏଲର ସିଧାସଳଖ ଟାର୍ଗେଟ୍‌ରେ ରହିଛି ଇରାନର ପରମାଣୁ କେନ୍ଦ୍ର ।

ମଧ୍ୟପ୍ରାଚ୍ୟରେ ରକ୍ତପାତର ସବୁଠାରୁ ଭୟଙ୍କର କ୍ଷଣ । ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ଯୁଦ୍ଧ ତାଣ୍ଡବ ଭିତରେ ଏବେ ପୁଣି ଥରେ ଏଣ୍ଟ୍ରି ମାରିଛି ଇସ୍ରାଏଲ୍ । ଇରାନ ଉପରେ ମହାଆକ୍ରମଣ କରିବାକୁ ଇସ୍ରାଏଲ୍ ସିଧାସଳଖ ଚେତାବନୀ ଦେଇଛି ।

ଏଥିସହ ପଢ଼ନ୍ତୁ: ଯୁଦ୍ଧ ବନ୍ଦ ନୁହେଁ...ପୁଣି ଆରମ୍ଭ ହେଲା ପ୍ରଳୟଙ୍କରୀ ମହାସମର 

ଯଦି ଇରାନ ନିଜର ଆକ୍ରମଣାତ୍ମକ ମନୋଭାବ ବନ୍ଦ ନକରେ, ତେବେ ତା’ ଉପରେ ତୃତୀୟ ଥର ପାଇଁ ସବୁଠାରୁ ଶକ୍ତିଶାଳୀ ସାମରିକ ପ୍ରହାର କରାଯିବ । ଏଥର ଇସ୍ରାଏଲର ଟାର୍ଗେଟ୍‌ରେ ରହିଛି ଇରାନର ପ୍ରମୁଖ ରଣନୈତିକ ଘାଟି ଏବଂ ପରମାଣୁ ପ୍ରତିଷ୍ଠାନ କେନ୍ଦ୍ର ।

ଆମେରିକା ଏବଂ ଇରାନ ମଧ୍ୟରେ ହୋଇଥିବା ଶାନ୍ତି ଚୁକ୍ତିକୁ ନେଇ ଇସ୍ରାଏଲ୍ ପ୍ରଥମରୁ ହିଁ ଅସନ୍ତୋଷ ପ୍ରକାଶ କରିଆସୁଥିଲା । ଶାନ୍ତି ଚୁକ୍ତି ନେଇ ଇସ୍ରାଏଲ୍ ଯେଉଁ ଆଶଙ୍କା ପ୍ରକାଶ କରିଥିଲା, ତାହା ଏବେ ଅକ୍ଷର ଅକ୍ଷର ସତ ପ୍ରମାଣିତ ହୋଇଛି । ଚୁକ୍ତିନାମା ସତ୍ତ୍ୱେ ଇରାନ ନିଜର ୟୁରେନିୟମ ସମୃଦ୍ଧିକରଣ ବନ୍ଦ କରିନଥିଲା । ଏବେ ଶାନ୍ତି ଚୁକ୍ତି ଭଙ୍ଗ ପରେ ପୁଣି ଥରେ ଆମେରିକା, ଇରାନ୍ ବିରୋଧରେ ଆକ୍ରମଣରେ ସାଥ୍ ଦେଇଛି ଇସ୍ରାଏଲ୍ ।

ଇରାନର ସର୍ବୋଚ୍ଚ ନେତା ଅୟୋତୁଲ୍ଲା ଖାମେନେଇଙ୍କ ମୃତ୍ୟୁ ଏବଂ ତାଙ୍କ ଶେଷକୃତ୍ୟ ପରେ ଇରାନ ଏବେ ଚରମ ଆକ୍ରୋଶରେ ରହିଛି । ଖାମେନେଇଙ୍କ ମୃତ୍ୟୁର ପ୍ରତିଶୋଧ ପାଇଁ ଇରାନ ରାସ୍ତା ଖୋଜୁଛି । ଖାମେନେଇଙ୍କ ଶେଷକୃତ୍ୟ ସମ୍ପନ୍ନ ହେବା କ୍ଷଣି ସାରା ଇରାନ ପ୍ରତିଶୋଧ ନିଆଁରେ ଜଳିଉଠିଛି ଏବଂ ଆମେରିକାର ସାମରିକ ଘାଟିଗୁଡ଼ିକ ଉପରେ ଘନ ଘନ ମିସାଇଲ ଓ ଡ୍ରୋନ ମାଡ଼ କରିଛି ।

ଖାମେନେଇଙ୍କ ବିଦାୟକାଳୀନ ଶୋକସଭା ଶେଷ ହେଉ ହେଉ ଇରାନ ଆମେରିକା ସେନା ଉପରେ ପ୍ରଳୟଙ୍କରୀ ଆକ୍ରମଣ କରିଛି । ଏହି ଆକ୍ରମଣ ପରେ ଆମେରିକା ଏବଂ ଇସ୍ରାଏଲ ମଧ୍ୟ ପାଲଟା ଜବାବ ଦେବାକୁ ରଣହୁଙ୍କାର ଦେଇ ସାରିଛନ୍ତି । ଯାହା ମଧ୍ୟପ୍ରାଚ୍ୟରେ ଏକ ମହାଯୁଦ୍ଧ ସ୍ଥିତି ସୃଷ୍ଟି କରିଛି ।

ଏଥିସହ ପଢ଼ନ୍ତୁ: ଟ୍ରମ୍ପଙ୍କ ଚେତାବନୀ; କହିଲେ-ଇରାନ ସହ ଅସ୍ତ୍ରବିରତି ଶେଷ...ଶାନ୍ତି ଆଲୋଚନା କେବଳ ସମୟର ଅପଚୟ 

ବର୍ତ୍ତମାନ ପରିସ୍ଥିତି ଭିତରେ ଆନ୍ତର୍ଜାତୀୟ ଶକ୍ତି ସଂସ୍ଥା (IEA) ଚେତାବନୀ ଦେଇଛି । ଆମେରିକା-ଇରାନ ମଧ୍ୟରେ ବଢୁଥିବା ଏହି ତିକ୍ତତା ଆଗାମୀ ୨୦୨୭ର ବିଶ୍ୱ ତେଲ ବଜାର ଉପରେ ଗଭୀର ସଙ୍କଟ ସୃଷ୍ଟି କରିପାରେ । ପୂର୍ବରୁ ଆଶା କରାଯାଉଥିବା ବଜାର ସରପ୍ଲସ ବା ବଳକା ଅଶୋଧିତ ତେଲର ସ୍ଥିତି ଏବେ ସମ୍ପୂର୍ଣ୍ଣ ବିପନ୍ନ ।

ଯଦି ଏହି ସଂଘର୍ଷ ଯୋଗୁଁ ବିଶ୍ୱର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଜଳପଥ ହର୍ମୁଜ ପ୍ରଣାଳୀ ବାଧାପ୍ରାପ୍ତ ହୁଏ, ତେବେ ସାରା ବିଶ୍ୱରେ କ୍ରୁଡ୍ ଅଏଲ୍ ଯୋଗାଣ ଠପ୍ ହୋଇଯିବ । ଏହାର ସିଧାସଳଖ ପ୍ରଭାବରେ ଅନ୍ତର୍ଜାତୀୟ ବଜାରରେ ବ୍ରେଣ୍ଟ କ୍ରୁଡ୍ ମୂଲ୍ୟ ଆକାଶଛୁଆଁ ହେବ । ଯାହା ଭାରତ ସମେତ ସମଗ୍ର ବିଶ୍ୱରେ ମୁଦ୍ରାସ୍ଫୀତି ଏବଂ ଆର୍ଥିକ ମାନ୍ଦାବସ୍ଥାର ଏକ ନୂଆ କରାଳ ରୂପ ସାମ୍ନାକୁ ଆଣିବ ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Painting
Sponsored