Hormuz Toll Shock / ହର୍ମୁଜ୍ ପ୍ରଣାଳୀ ଦେଲା ଇରାନକୁ ବଡ଼ ଭଣ୍ଡାର; ହାତ ମିଳାଇବାକୁ ହଁ ଭରିଲେ ଟ୍ରମ୍ପ
·1 hour ago·3 min read

Key Points
ଷ୍ଟ୍ରେଟ୍ ଅଫ୍ ହର୍ମୁଜରେ ବର୍ତ୍ତମାନ ଇରାନ ଏକ ଏମିତି ଟୋଲ୍ ଲଗାଇବାକୁ ଯାଉଛି । ଯାହା ପୁରା ଦୁନିଆର ଅର୍ଥନୀତିକୁ ବଦଳାଇ ଦେଇପାରେ ।
ନୂଆଦିଲ୍ଲୀ: ଯୁଦ୍ଧ ସବୁବେଳେ ଧ୍ୱଂସ ଆଣିଥାଏ । ହେଲେ ଇରାନ୍ କ୍ଷେତ୍ରରେ କିଛି ଭିନ୍ନ ଦେଖିବାକୁ ମିଳୁଛି । ସମୁଦ୍ରର ଗୋଟିଏ ସଂକୀର୍ଣ୍ଣ ରାସ୍ତା ଏବେ ଇରାନ ପାଇଁ ହଜାର ହଜାର କୋଟି ଟଙ୍କାର ଫାଇଦା ଆଣିଛି । ଏହା ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗିପାରେ ।
ତେବେ ଷ୍ଟ୍ରେଟ୍ ଅଫ୍ ହର୍ମୁଜରେ ବର୍ତ୍ତମାନ ଇରାନ ଏକ ଏମିତି ଟୋଲ୍ ଲଗାଇବାକୁ ଯାଉଛି । ଯାହା ପୁରା ଦୁନିଆର ଅର୍ଥନୀତିକୁ ବଦଳାଇ ଦେଇପାରେ । ଫାଇନାନ୍ସିଆଲ୍ ଟାଇମ୍ସର ଏକ ଏକ୍ସକ୍ଲୁସିଭ୍ ରିପୋର୍ଟ ଅନୁସାରେ, ଇରାନ ଏହି ରାସ୍ତା ଦେଇ ଯାଉଥିବା ପ୍ରତି ବ୍ୟାରେଲ୍ ତେଲ ଉପରେ ଏକ ଡଲାରର ଟୋଲ୍ ଲଗାଇବାକୁ ଯୋଜନା କରିଛି ।
ଏଥିସହ ପଢ଼ନ୍ତୁ: ଲେବାନନ ଆକ୍ରମଣରେ ଚିହିଁକି ଉଠିଲା ଇରାନ; ବନ୍ଦ କରିଦେଲା ହର୍ମୁଜ୍
ଯଦି ଏହା ଲାଗୁ ହୁଏ, ତେବେ ଇରାନର ବାର୍ଷିକ ଆୟ ପାଖାପାଖି ୬୭,୦୦୦ କୋଟି ଟଙ୍କା ହେବ । କିନ୍ତୁ କାହାଣୀ ଏତିକିରେ ସରୁନି । ଏହି ପ୍ରସ୍ତାବିତ ଟୋଲ୍ ନିୟମର ଇରାନର ତିନୋଟି ମୁଖ୍ୟ ସର୍ତ୍ତ ରହିଛି । ପ୍ରଥମ ସର୍ତ୍ତ, ଏହି ଟୋଲ୍ ଆମେରିକୀୟ ଡଲାରରେ ନୁହେଁ, ବରଂ କ୍ରିପ୍ଟୋକରେନ୍ସିରେ ନିଆଯିବ ।
ଅର୍ଥାତ୍ ଡଲାରର ଦବଦବାକୁ ସିଧାସଳଖ ଚ୍ୟାଲେଞ୍ଜ । ଦ୍ୱିତୀୟ, ତେହରାନ ଏହି ରାସ୍ତା ଦେଇ ଯାଉଥିବା ପ୍ରତ୍ୟେକ ଜାହାଜ ଉପରେ କଡ଼ା ନଜର ରଖିବ । ସେମାନଙ୍କୁ ନିୟନ୍ତ୍ରଣରେ ରଖିବ । ସର୍ତ୍ତ ନଂ ତିନି, ପ୍ରତିଟି ଟ୍ୟାଙ୍କରର କାର୍ଗୋକୁ ଯାଞ୍ଚ କରାଯିବ । ଯାଞ୍ଚ ପରେ ହିଁ ଆଗକୁ ଯିବାକୁ ଅନୁମତି ମିଳିବ । ଇରାନର କହିବା କଥା ହେଉଛି, ଏହି ନିୟନ୍ତ୍ରଣ ଦ୍ୱାରା ଅସ୍ତ୍ରଶସ୍ତ୍ର ଚାଲାଣକୁ ରୋକାଯାଇ ପାରିବ ।
ଏତିକି ନୁହେଁ, ଏହି ଟୋଲ୍ ବ୍ୟତୀତ ପ୍ରତି ଜାହାଜ ପିଛା ୨୦ ଲକ୍ଷ ଡଲାର ଅର୍ଥାତ ପାଖାପାଖି ୧୯ କୋଟି ଟଙ୍କାର ଅତିରିକ୍ତ ଟ୍ରାଞ୍ଜିଟ୍ ଫି' ମଧ୍ୟ ଲାଗୁ ହୋଇପାରେ । ଯଦି ଏହି ଦୁଇଟି ଫି' ମିଶିଯାଏ, ତେବେ ଇରାନର ମୋଟ ବାର୍ଷିକ ଆୟ ପାଖାପାଖି ୫୦ ଅରବ ଡଲାର ଅର୍ଥାତ ପ୍ରାୟ ସାଢ଼େ ଚାରି ଲକ୍ଷ କୋଟିରୁ ଊର୍ଦ୍ଧ୍ୱରେ ପହଞ୍ଚିପାରେ । ଇରାନ ଏହି ଟଙ୍କାକୁ ଯୁଦ୍ଧ କ୍ଷତିପୂରଣ ଭାବରେ ଦେଖୁଛି । ସେ କହୁଛି ଯେ ଆମେରିକା ଓ ଇସ୍ରାଏଲ୍ ଆକ୍ରମଣରେ ତା’ର ଯେଉଁ ଭିତ୍ତିଭୂମି ନଷ୍ଟ ହୋଇଛି, ଏହି ଟଙ୍କାରେ ତାହାର ପୁନଃନିର୍ମାଣ କରାଯିବ ।
ଏହି ଯୋଜନାରେ ଇରାନ ନିଜ ପଡ଼ୋଶୀ ଦେଶ ଓମାନକୁ ମଧ୍ୟ ସାମିଲ୍ କରିବାକୁ ଚାହିଁଥିଲା, କାରଣ ଏହି ସାମୁଦ୍ରିକ ରାସ୍ତା ଇରାନ ଓ ଓମାନ ମଝିରେ ଆସେ । କିନ୍ତୁ ଓମାନ ଏହି ପ୍ରସ୍ତାବକୁ ସିଧାସଳଖ ମନା କରିଦେଇଛି । ଓମାନ ସ୍ପଷ୍ଟ କରିଛି ସେମାନେ କୌଣସି ପ୍ରକାରର ଟୋଲ୍ ଲଗାଇବେ ନାହିଁ । ଓମାନ କହିଛି, ଆମକୁ ଏଥିରେ ଟାଣନ୍ତୁନି, ଆମେ ଅଲଗା । କିନ୍ତୁ କାହାଣୀରେ ସବୁଠୁ ବଡ଼ ଟ୍ୱିଷ୍ଟ ସେତେବେଳେ ଆସିଲା, ଯେତେବେଳେ ଏହି ଖେଳରେ ଏଣ୍ଟ୍ରି ମାରିଲେ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ।
ଏଥିସହ ପଢ଼ନ୍ତୁ: ଆମେରିକା-ଇରାନ ଯୁଦ୍ଧବିରତି ନେଇ କ୍ରେଡିଟ୍ ୱାର୍; ପାକିସ୍ତାନ ପିଠି ଥାପୁଡ଼ାଇ ଡ୍ରାଗନ୍ କହିଲା...
ଯେଉଁ ଇରାନକୁ ଧ୍ୱଂସ କରିଦେବାକୁ ଧମକ ଦେଉଥିଲେ, ଆଜି ସେହି ଇରାନ ସହିତ ମିଶି ଟୋଲ୍ ଆଦାୟ କରିବାକୁ ସେ ଏକ ବଢ଼ିଆ ବିଜନେସ୍ ବୋଲି କହୁଛନ୍ତି । ଏହା ଠିକ୍ ସେହି ହିନ୍ଦୀ ଫିଲ୍ମ ଭଳି, ଯେଉଁଠି ଦୁଇ ପରମ ଶତ୍ରୁ ଗ୍ୟାଙ୍ଗ ପରେ ବିଜନେସ୍ ପାଇଁ ହାତ ମିଳାଇ ଦିଅନ୍ତି । ଟ୍ରମ୍ପ ଇରାନ ସହିତ ମିଶି ଏକ ଜଏଣ୍ଟ ଭେଞ୍ଚର ଆରମ୍ଭ କରିବାକୁ ଚାହୁଁଛନ୍ତି, ଯାହାଦ୍ୱାରା ହର୍ମୁଜ ପ୍ରଣାଳୀକୁ ସୁରକ୍ଷିତ ରଖାଯାଇପାରିବ । ଯେତେବେଳେ ଟ୍ରମ୍ପଙ୍କୁ ପଚରାଗଲା କ'ଣ ସେ ଇରାନକୁ ଟୋଲ୍ ଆଦାୟ କରିବାକୁ ଦେବେ, ସେ କହିଲେ, "It's a beautiful thing" ।
କିଛି ଦିନ ପୂର୍ବରୁ ଟ୍ରମ୍ପ କହିଥିଲେ ଯେ ଯିଏ ଏହି ଯୁଦ୍ଧ ଜିତିବ, ସେହି ଦେଶ ହିଁ ହର୍ମୁଜ ପ୍ରଣାଳୀରେ ଟୋଲ୍ ଆଦାୟ କରିବ । କିନ୍ତୁ ଏବେ ତ ଯୁଦ୍ଧ ଏକ ଆପୋଷ ବୁଝାମଣାରେ ଶେଷ ହୋଇଛି, ଆଉ ଦୁଇ ଦେଶ ନିଜ ନିଜର ଜିତ୍ ଦାବି କରୁଛନ୍ତି । ତେବେ ପ୍ରଶ୍ନ ଉଠୁଛି, ଯଦି ଇରାନ ଟ୍ରମ୍ପଙ୍କ ଏହି ଜଏଣ୍ଟ ଭେଞ୍ଚର ପ୍ରସ୍ତାବକୁ ମନା କରିଦିଏ, ତେବେ କ'ଣ ଟ୍ରମ୍ପଙ୍କ ନିଜ କଥା ଅନୁସାରେ ଏହାକୁ ଯୁଦ୍ଧରେ ଆମେରିକାର ହାର ବୋଲି ଧରାଯିବ ?

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories