Petrol Price Hike / 'ଯଦି ଜାହାଜ ବାହାରିବ ନିଆଁ ଲଗାଇଦେବୁ'; ଷ୍ଟ୍ରେଟ୍ ହୋର୍ମୁଜ ପଥ ବନ୍ଦ କଲା ଇରାନ
·1 month ago·3 min read

Key Points
ଯାହା ଡର ଥିଲା ସେୟା ହେଲା
ସମୁଦ୍ର ପଥ ଷ୍ଟ୍ରେଟ୍ ହୋର୍ମୁଜକୁ ବନ୍ଦ କଲା ଇରାନ
ଆମେରିକା-ଇରାନ ଯୁଦ୍ଧର ବିଶ୍ଵରେ ବଡ଼ ପ୍ରଭାବ

ମଧ୍ୟପ୍ରାଚ୍ୟରେ ଜାରି ରହିଥିବା ଘମାଘୋଟ ଯୁଦ୍ଧ ମଧ୍ୟରେ ଇରାନର ରିଭୋଲ୍ୟୁସନାରୀ ଗାର୍ଡ୍ସ ଏକ ବଡ଼ ଘୋଷଣା କରିଛି । ଯାହାର ପ୍ରଭାବ ଏବେ ସାରା ବିଶ୍ଵ ଭୋଗିବ । ସମୁଦ୍ର ପଥ ହୋର୍ମୁଜ୍ ଷ୍ଟ୍ରେଟ୍ ରାସ୍ତାକୁ ଇରାନ ବନ୍ଦ କରିଦେଇଛି । ଯଦି ସେହି ରାସ୍ତା ଦେଇ କୌଣସି ଅଶୋଧିତ ତୈଳ ବୁହା ଜାହାଜ ଯାଏ ତେବେ ସେଥିରେ ନିଆଁ ଲଗାଇଦେବ ବୋଲି ଧମକ ମଧ୍ୟ ଦେଇଛି । ଏହାଦ୍ଵାରା ଭାରତ ସମେତ ତେଲ କିଣୁଥିବା ଅନେକ ଦେଶ ଉପରେ ବଡ଼ ପ୍ରଭାବ ପଡ଼ିବାକୁ ଯାଉଛି । ଖାଲି ସେତିକି ନୁହେଁ, ଭାରତରେ ଖାଉଟି ମଧ୍ୟ ଦରଦାମ ବୃଦ୍ଧିର ସମ୍ମୁଖୀନ ହେବାକୁ ଯାଉଛନ୍ତି ।
ଇରାନର ଇସଲାମିକ୍ ରିଭୋଲ୍ୟୁସନାରୀ ଗାର୍ଡ କର୍ପସ (IRGC) ଏହି ଧମକ ଦେଇଛି । ଏବେ ହୋର୍ମୁଜ ଷ୍ଟ୍ରେଟ୍ ବନ୍ଦ ଅଛି ବୋଲି କର୍ପସ୍ ଦ୍ଵାରା ଘୋଷଣା କରାଯାଇଛି । ଯଦି କେହି ସେହି ରାସ୍ତା ଦେଇ ଜାହାଜ ନେବାକୁ ଦୁଃସାହାସିକ କରେ, ତେବେ ପରିଣାମ ଭୟାବହ ହେବ ବୋଲି ଚେତାବନୀ ଦେଇଛି । ସିଧା ଜାହାଜରେ ନିଆଁ ଲଗାଇବ ବୋଲି ଧମକ ଦେଇଛି ଇରାନ । ଏହି ଧମକ ସେତେବେଳେ ଆସିଛି, ଯେତେବେଳେ ଇରାନ ଓ ଆମେରିକାର ମିଳିତ ଆକ୍ରମଣରେ ଇରାନର ସର୍ବୋଚ୍ଚ ନେତା ଅୟାତୁଲ୍ଲାହ ଅଲ୍ଲୀ ଖାମେନେଇଙ୍କ ମୃତ୍ୟୁ ଘଟିଛି ।
ପଢନ୍ତୁ ଏହି ଖବର: ଯୁଦ୍ଧ ଭିତରେ ଆମେରିକାରେ ଫୁଟିଲା ଗୁଳି; ଚାଲିଗଲା ୪ ଜଣଙ୍କ ଜୀବନ, ଭାରତୀୟ ବି ସାମିଲ
ଏହି ପ୍ରଣାଳୀ ପାରସ୍ୟ ଉପସାଗରକୁ ଓମାନ ଉପସାଗର ସହିତ ସଂଯୋଗ କରେ । ଇରାନ ଏବଂ ଓମାନ ଏହି ସାମୁଦ୍ରିକ ଜଳପଥକୁ ନିୟନ୍ତ୍ରଣ କରନ୍ତି, କିନ୍ତୁ ଏହାକୁ ଏକ ଅନ୍ତର୍ଜାତୀୟ ଜଳପଥ ଭାବରେ ମଧ୍ୟ ବିବେଚନା କରାଯାଏ, ଯେଉଁଠାରୁ ଜାହାଜଗୁଡ଼ିକର ଯିବାର ଅଧିକାର ଅଛି । କିନ୍ତୁ ଯୁଦ୍ଧ ସମୟରେ ଏପରି ଅବ୍ୟବସ୍ଥା ଏଠାରେ ଦେଖାଯାଏ, ଯେପରି ଏବେ ଇରାନ ପ୍ରତିଶୋଧର ନିଆଁରେ ଜଳି ଏହି ଜଳପଥକୁ ବନ୍ଦ କରିଦେଇଛି ।
ଅଧିକ ଖବର ପଢନ୍ତୁ...

- କଣ ହୋର୍ମୁଜ୍ ଷ୍ଟ୍ରେଟ୍ ଓ କାହିଁକି ଖାସ୍ ?

- ଆକାଶଛୁଆଁ ହେବ ଏବେ ତେଲ ଦର
- କାହିଁକି ହୋର୍ମୁଜ ଷ୍ଟ୍ରେଟ୍ ବନ୍ଦ କରୁଛି ଇରାନ ?
- ଚିନ୍ତାରେ ସାରା ବିଶ୍ଵର ଗ୍ରାହକ
ଅଧିକ ଖବର ପଢନ୍ତୁ...
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories