Videos
|
International

Trump Claimed / ଟ୍ରମ୍ପଙ୍କ ବଡ଼ ଦାବି: ଜି-୭ ଦେଶଙ୍କ ନିକଟରେ ସର୍ତ୍ତ ରଖିଲେ ରାଷ୍ଟ୍ରପତି, କହିଲେ ଆତ୍ମସମର୍ପଣ କର...

Banajyotshna Ray
Browse all articles by Banajyotshna Ray
·6 months ago·2 min read
ଟ୍ରମ୍ପଙ୍କ ବଡ଼ ଦାବି: ଜି-୭ ଦେଶଙ୍କ ନିକଟରେ ସର୍ତ୍ତ ରଖିଲେ ରାଷ୍ଟ୍ରପତି, କହିଲେ ଆତ୍ମସମର୍ପଣ କର...
Trump Claimed

Key Points

ସାମ୍ନାକୁ ଆସିଲା ବଡ଼ ଖବର
ଆତ୍ମସମର୍ପଣ କରିବାକୁ ଯାଉଛି ଇରାନ୍

ମଧ୍ୟପ୍ରାଚ୍ୟରେ ଯୁଦ୍ଧ ମଧ୍ୟରେ, ପ୍ରଧାନମନ୍ତ୍ରୀ ମୋଦି ଇରାନ ରାଷ୍ଟ୍ରପତି ମାସୁଦ ପେଜେଶକିୟାନଙ୍କ ସହ ଫୋନ ଯୋଗେ କଥା ହୋଇଛନ୍ତି। ପ୍ରଧାନମନ୍ତ୍ରୀ ମୋଦି ଇନଷ୍ଟାଗ୍ରାମରେ ପୋଷ୍ଟ କରି କହିଛନ୍ତି “ମୁଁ ଗମ୍ଭୀର ଆଞ୍ଚଳିକ ପରିସ୍ଥିତି ଉପରେ ଆଲୋଚନା କରିବା ପାଇଁ ଇରାନ ରାଷ୍ଟ୍ରପତି ମାସୁଦ ପେଜେଶକିୟାନଙ୍କ ସହ କଥା ହୋଇଥିଲି। ଉତ୍ତେଜନା ବୃଦ୍ଧି, ସାଧାରଣ ନାଗରିକଙ୍କ ଜୀବନହାନି ଏବଂ ସାଧାରଣ ଭିତ୍ତିଭୂମିର କ୍ଷତି ଉପରେ ମୁଁ ଗଭୀର ଚିନ୍ତା ପ୍ରକାଶ କରିଛି।”ଆମେରିକା ରାଷ୍ଟ୍ରପତି ଶୁକ୍ରବାର ଦିନ ଇରାନର ନେତୃତ୍ୱକୁ ‘ବଦମାସ୍’ ବୋଲି ବର୍ଣ୍ଣନା କରିଛନ୍ତି ।

ସେ କହିଛନ୍ତି, ପଶ୍ଚିମ ଏସିଆରେ ଯୁଦ୍ଧ ୧୪ତମ ଦିନରେ ପହଞ୍ଚିଥିବା ବେଳେ ସେମାନଙ୍କୁ ହତ୍ୟା କରିବା ଏକ ବଡ଼ ସମ୍ମାନର କଥା । ଏହି ସଂଘର୍ଷ ସମଗ୍ର କ୍ଷେତ୍ରର ଦେଶଗୁଡ଼ିକୁ କବଳିତ କରିଦେଇଛି ଏବଂ ସାରା ବିଶ୍ୱରେ ତୈଳ ମୂଲ୍ୟ ବୃଦ୍ଧି ଏବଂ ଶକ୍ତି ଅନିଶ୍ଚିତତା ସୃଷ୍ଟି କରିଛି। ଅଧିକାରୀଙ୍କ ଅନୁଯାୟୀ, ଟ୍ରମ୍ପ ନେତାମାନଙ୍କୁ ଆଶ୍ୱାସନା ଦେଇଛନ୍ତ ଯେ, ଏହି ଅଞ୍ଚଳର ପରିସ୍ଥିତି ଧୀରେ ଧୀରେ ସୁଧୁରୁଛି ଏବଂ ବାଣିଜ୍ୟିକ ଜାହାଜର ସ୍ୱାଭାବିକ ପରିଚାଳନା ଶୀଘ୍ର ଆରମ୍ଭ ହେବ।ଆମ ସମସ୍ତଙ୍କୁ ଭୟ ଦେଖାଉଥିବା କ୍ୟାନ୍ସରରୁ ମୁକ୍ତି ପାଇଛୁ ବୋଲି ଆମେରିକାର ସହଯୋଗୀଙ୍କୁ କହିଛନ୍ତି ଟ୍ରମ୍ପ । ସେ ଆହୁରି କହିଛନ୍ତି, ସେଠାରେ (ଇରାନ୍) ନୂଆ ଲିଡର କିଏ, କେହି ଜାଣିନାହାନ୍ତି । ତେଣୁ ଆତ୍ମସମର୍ପଣ ସଂପର୍କରେ ଘୋଷଣା କରିବାକୁ କେହି ନାହାନ୍ତି ।

ଅନ୍ୟପଟେ ଯୁଦ୍ଧର ଆର୍ଥିକ ପ୍ରଭାବ ବିଷୟରେ G7 ଦେଶର ନେତାମାନେ ଗମ୍ଭୀର ଚିନ୍ତା ପ୍ରକାଶ କରିଛନ୍ତି । ରିପୋର୍ଟ ଅନୁଯାୟୀ, ବୈଠକରେ ଅନେକ ନେତା ଟ୍ରମ୍ପଙ୍କୁ ଯୁଦ୍ଧର ଶୀଘ୍ର ସମାପ୍ତି ପାଇଁ ଏକ କୂଟନୈତିକ ଉପାୟ ଖୋଜିବାକୁ ଅନୁରୋଧ କରିଛନ୍ତି। ତେହେରାନରେ ଆଉ କୌଣସି ପ୍ରଭାବଶାଳୀ ନେତା ନାହାନ୍ତି, ଯିଏ ଆନୁଷ୍ଠାନିକ ଭାବରେ ଆତ୍ମସମର୍ପଣ ଘୋଷଣା କରିପାରିବେ। ସେପଟେ ଏନେଇ ହ୍ୱାଇଟ୍ ହାଉସ୍ ପକ୍ଷରୁ ଏନେଇ ସ୍ପଷ୍ଟ ସୂଚନା ମିଳିପାରି ନାହିଁ । ଯଦି ଏହି ସଂଘର୍ଷ ଦୀର୍ଘ ସମୟ ଧରି ଜାରି ରହେ, ତେବେ ଏହା ବିଶ୍ୱ ତୈଳ ଯୋଗାଣ, ବାଣିଜ୍ୟ ମାର୍ଗ ଏବଂ ଅନ୍ତର୍ଜାତୀୟ ବଜାର ଉପରେ ଗମ୍ଭୀର ପ୍ରଭାବ ପକାଇପାରେ। ହର୍ମୁଜ୍ ପ୍ରଣାଳୀ ବିଷୟରେ ବିଶେଷ ଚିନ୍ତା ପ୍ରକାଶ ପାଇଛି । ବିଶ୍ୱର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ତୈଳ ପରିବହନ ମାର୍ଗ ମଧ୍ୟରୁ ଗୋଟିଏ ହର୍ମୁଜ ପ୍ରଣାଳୀ।

ଏଥିସହ ପଢ଼ନ୍ତୁ: ଇରାନ୍ ଯୁଦ୍ଧରେ ଖସିଲା ଆମେରିକାର ଚତୁର୍ଥ ବିମାନ, ୪ ଜଣଙ୍କ ମୃତ୍ୟୁ

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ଭର୍ଚୁଆଲ୍ ବୈଠକରେ ଗ୍ରୁପ୍ ଅଫ୍ ସେଭେନ୍ (G7) ନେତାମାନଙ୍କ ନିକଟରେ ବଡ଼ ଦାବି କରିଛନ୍ତି । ସେ କହିଛନ୍ତି ଯେ, ‘ଇରାନ୍ ଆତ୍ମସମର୍ପଣ କରିବାକୁ ଯାଉଛି ।’ G7 ଦେଶର ତିନି ଜଣ ଅଧିକାରୀଙ୍କ ସୂଚନା ଆଧାରରେ ଆକ୍ସିଓସ୍ ଶୁକ୍ରବାର ଏହି ରିପୋର୍ଟ ପ୍ରକାଶ କରିଛି । ଟ୍ରମ୍ପ ଏକ ଭର୍ଚୁଆଲ୍ ବୈଠକରେ ସହଯୋଗୀ ନେତାମାନଙ୍କୁ କହିଛନ୍ତି ଯେ, ଆମେରିକାର ସାମରିକ କାର୍ଯ୍ୟାନୁଷ୍ଠାନ ପରେ ଇରାନର ସ୍ଥିତି ଦୁର୍ବଳ ହୋଇଯାଇଛି। ଇରାନର ସାମରିକ ଏବଂ ରଣନୈତିକ କ୍ଷମତାକୁ ଯଥେଷ୍ଟ କ୍ଷତି ପହଞ୍ଚିଛି। ଟ୍ରମ୍ପ ଦାବି କରିଛନ୍ତି, ଆମେରିକା ଏକ ବିପଦକୁ ଦୂର କରିଛି । ଯାହା ସମସ୍ତଙ୍କ ପାଇଁ କର୍କଟ ରୋଗ ପାଲଟିଯାଉଥିଲା।

ଅଧିକ ପଢ଼ନ୍ତୁ ବିଦେଶ ଖବର: ଯୁଦ୍ଧ ପାଇଁ ହାହାକାର; UAEରେ କନ୍ଦାଉଛି ପିଆଜ; ଟମାଟୋ କେଜିକୁ ୨୫୦ ଟଙ୍କା