Iran embassy mocks UN / ଇରାନ୍ କୁ କାହିଁକି ମନେପଡ଼ିଲା ଶୋଲେ ଫିଲ୍ମ ଠାକୁର? ଜାତିସଂଘର ଏପରି ଉଡ଼ାଇଲ ମଜାକ
·50 mins ago·3 min read

Key Points
ଭାରତରେ ଅବସ୍ଥାପିତ ଇରାନୀ ଦୂତାବାସ ଜାତିସଂଘକୁ ପରିହାସ କରିବା ପାଇଁ ଏକ ମୀମ୍ସ ସେୟାର କରିଛି। ପାଠ୍ୟ ପୁସ୍ତକରେ, ଜାତିସଂଘକୁ ଅନେକ ଅସ୍ତ୍ର ସହିତ ଡକ୍ଟର ଷ୍ଟ୍ରେଞ୍ଜଙ୍କ ପରି ଶକ୍ତିଶାଳୀ ଭାବରେ ଦର୍ଶାଯାଇଛି, ଯେତେବେଳେ ବାସ୍ତବରେ, ଏହାକୁ ଶୋଲେ ଚଳଚ୍ଚିତ୍ର ହାତ କଟା ହୋଇଥିବା ଠାକୁରଙ୍କ ପରି ଅସହାୟ ଭାବରେ ଦର୍ଶାଯାଇଛି।
ଜାତିସଂଘକୁ ଉପହାସ କରିବା ପାଇଁ ଏକ ବଲିଉଡ୍ ଫିଲ୍ମ ଏକ ଦୃଶ୍ୟ ବ୍ୟବହାର କରିଛି ଭାରତରେ ଅବସ୍ଥାପିତ ଇରାନୀ ଦୂତାବାସ। ଇରାନୀ ଦୂତାବାସ ବିଶ୍ୱକୁ ଏହାର ବାର୍ତ୍ତା ଦେବା ପାଇଁ ଭାରତୀୟ ସିନେମାର ସବୁଠାରୁ ପ୍ରସିଦ୍ଧ ଚରିତ୍ରଙ୍କ ମଧ୍ୟରୁ ଜଣଙ୍କୁ ବ୍ୟବହାର କରିଥିଲା। ଏକ ସୋସିଆଲ ମିଡିଆ ପୋଷ୍ଟରେ, ଇରାନୀ ଦୂତାବାସ ଏକ ମୀମ୍ ସେୟାର କରିଥିଲା। ଗୋଟିଏ ପଟେ ମିଳିତ ଜାତିସଂଘର ଶକ୍ତିକୁ ଦର୍ଶାଉଥିବା ଏକ ଫଟୋ ସେୟାର କରିଛି। ଅନ୍ୟ ପଟେ ଜାତିଂସଘର ବାସ୍ତବତାକୁ ଅନ୍ୟ ଏକ ଫଟୋ ସେୟାର କରି ଦର୍ଶାଉଛି। ଗୋଟିଏ ପଟେ "ମାର୍ଭେଲ" ସିରିଜ କାଳ୍ପନିକ ସୁପରହିରୋ ଏବଂ ନ୍ୟୁରୋସର୍ଜନ "ଡକ୍ଟର ଷ୍ଟ୍ରେଞ୍ଜ" ଙ୍କୁ ଚିତ୍ରଣ କରାଯାଇଛି। ଯିଏ ଯାଦୁକରୀ ଶକ୍ତି ଏବଂ ବହୁ ହାତର ଅଧିକାରୀ। ଏହି ଫୋଟର କ୍ୟାପସନ୍ ରେ ଲେଖାଯାଇଛି, "ସ୍କୁଲ ପାଠ୍ୟପୁସ୍ତକ ଅନୁସାରେ ଜାତିସଂଘ।" ଅନ୍ୟ ପାର୍ଶ୍ୱରେ 1975 ମସିହାର କ୍ଲାସିକ୍ ଫିଲ୍ମ "ଶୋଲେ" ଚଳଚ୍ଚିତ୍ରରୁ ଠାକୁର ବଳଦେବ ସିଂହଙ୍କୁ ଚିତ୍ରଣ କରାଯାଇଛି। ଯାହାର କ୍ୟାପସନ୍ ଲେଖାଯାଇଛି, "ବାସ୍ତବରେ ଜାତିସଂଘ।"
ଇରାନୀ ଦୂତାବାସ ଏହାର ପୋଷ୍ଟରେ କୌଣସି ନିର୍ଦ୍ଦିଷ୍ଟ ଜାତିସଂଘର ପ୍ରସ୍ତାବ କିମ୍ବା ପରିସ୍ଥିତି ଉଲ୍ଲେଖ କରିନାହିଁ। ହେଲେ ଇରାନ ଇସାରା ଇସାରାରେ ଯେଉଁ କଥା କହିଛି ତାହାକୁ ଅଣଦେଖା କରିବା କଷ୍ଟକର। ଡକ୍ଟର ଷ୍ଟ୍ରେଞ୍ଜ୍ ଙ୍କ ବହୁମୁଖୀ ବାହୁ ଏକ ସଙ୍ଗଠନକୁ ସୂଚିତ କରେ। ଯାହା ଅନେକ ମୋର୍ଚ୍ଚାରେ କାର୍ଯ୍ୟ କରିପାରିବ। ଅନ୍ୟପଟେ ସଞ୍ଜୀବ କୁମାରଙ୍କ ଚରିତ୍ର "ଠାକୁର", ଯିଏ "ଶୋଲେ" ଚଳଚ୍ଚିତ୍ରରେ ତାଙ୍କର ଉଭୟ ବାହୁ ହରାଇଥିଲେ। ଏହି ମୀମ୍ସ ସେୟାର ଇରାନ୍ ବର୍ତ୍ତମାନର ସମୟରେ ଜାତିସଂଘର ସାମର୍ଥ୍ୟ ଏବଂ ତାର୍ଯ୍ୟ କରିବାର କ୍ଷମତକୁ ଦର୍ଶାଇଛି।
ଏହି ମୀମ୍ସ ପୋଷ୍ଟ ଏପରି ଏକ ସମୟରେ ଆସିଛି ଯେତେବେଳେ ଜାତିସଂଘ ପ୍ରମୁଖ ଦ୍ୱନ୍ଦର ସମାଧାନ କରିପାରିବ କି ନାହିଁ ସେ ବିଷୟରେ ବିତର୍କ ବଢି ଚାଲିଛି। ବିଶେଷକରି ଯେତେବେଳେ ଶକ୍ତିଶାଳୀ ରାଷ୍ଟ୍ର ସିଧାସଳଖ କୌଣସି ବିବାଦ ସହ ଜଡି଼ତ ରହିଥାନ୍ତି। ଯାହା ବିଶେଷ ଭାବରେ ଆମେରିକା-ଇରାନ ବିବାଦ ସମୟରେ ସ୍ପଷ୍ଟ ହୋଇଥିଲା। ମଧ୍ୟ ପ୍ରାଚ୍ୟରେ ଚାଲିଥିବା ସଂକଟ ସମୟରେ ଗୋଠିଏ ପଟେ ଜାତିସଂଘ ବାରମ୍ବାର ଉତ୍ତେଜନା ହ୍ରାସ କରିବାକୁ ଏବଂ ଆଲୋଚନା ପାଇଁ ଅପିଲ କରିଥିଲା। ହେଲେ ଅନ୍ୟପଟେ ଏହି ସଂଘର୍ଷ ଜାରି ରହିଥିଲା। ଇରାନୀ ଦୂତାବାସ ଦ୍ୱାରା ଏପରି ପୋଷ୍ଟ ସେୟାର କରାଯିବା ଅଧିକ ଗୁରୁତ୍ୱପୂର୍ଣ୍ଣ। ଏହି ମୀମ୍ସ ୮୧ ତମ ଜାତିସଂଘ ସାଧାରଣ ପରିଷଦର ପୃଷ୍ଠଭୂମିରେ ନଜର ଆସିଥିଲା। ଯେଉଁଠାରେ ବିଶ୍ୱ ନେତା ଉଚ୍ଚସ୍ତରୀୟ କୂଟନୀତି ପାଇଁ ଏକାଠି ହୋଇଥିଲେ। ହେଲେ ଏହି ସଂଘର୍ଷର କୌଣସି ନିର୍ଣ୍ଣାୟକ ଫଳାଫଳ ଆସିନଥିଲା।
ଏହା ସହ ପଢନ୍ତୁ: କିପରି ଭାରତୀୟ ଚଳଚ୍ଚିତ୍ର ମାଧ୍ୟମରେ କିପରି ଟ୍ରମ୍ପଙ୍କୁ ଘେରୁଛି ଇରାନ୍; ଭିଡ଼ିଓ ଭାଇରାଲ
ପୂର୍ବରୁ ମଧ୍ୟ ସମାନ ପୋଷ୍ଟ କରି ସାରିଛି ଇରାନ୍
ଆମେରିକା-ଇରାନ ଯୁଦ୍ଧ ମଧ୍ୟରେ, ବିଶ୍ୱବ୍ୟାପୀ ଇରାନୀ ଦୂତାବାସ ଏବଂ ବାଣିଜ୍ୟ ଦୂତାବାସ ରାଜନୈତିକ ବାର୍ତ୍ତା ଦେବା ପାଇଁ ମୀମ୍ସ, ବ୍ୟଙ୍ଗ, ପପ୍ ସଂସ୍କୃତି ଏବଂ ଏଆଇ-ଜେନେରେଟେଡ୍ ଭିଡିଓ ବ୍ୟବହାର କରିବା ଜାରି ରଖିଛି। ଷ୍ଟ୍ରାଟେଜିକ୍ ଡାଏଲଗ୍ ସଂସ୍ଥାନ ଦ୍ୱାରା ହୋଇଥିବା ଏକ ଅଧ୍ୟୟନରୁ ଜଣାପଡିଛି ଯେ ଯୁଦ୍ଧ ଆରମ୍ଭ ହେବା ପରଠାରୁ ଇରାନ କୂଟନୈତିକ ଏବଂ ସରକାରୀ ଆକାଉଣ୍ଟ ଦ୍ୱାରା ପୋଷ୍ଟ ବୃଦ୍ଧି ପାଇଛି। ପ୍ରଥମ ୫୦ ଦିନରେ, ନିରୀକ୍ଷଣ କରାଯାଇଥିବା ସୋସିଆଲ ମିଡ଼ିଆ ଆକାଉଣ୍ଟ ପ୍ରାୟ ୮୯.୬ କୋଟି ଭ୍ୟୁ ପାଇସାରିଛି। ଯାହା ବିଗତ ୫୦ ଦିନରେ ୫.୫ କୋଟି ଥିଲା। ଲାଇକ୍ ପ୍ରାୟ ୬ ଲକ୍ଷ ୬୦ ହଜାରରୁ ବୃଦ୍ଧି ପାଇ ୨୨ ଲକ୍ଷ ହୋଇଛି।

UN according to school books
— Iran in India (@Iran_in_India) September 29, 2026
UN in reality pic.twitter.com/GQ4gOG8fC0

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories