Videos
|
International

Iran trolls Trump / କିପରି ଭାରତୀୟ ଚଳଚ୍ଚିତ୍ର ମାଧ୍ୟମରେ କିପରି ଟ୍ରମ୍ପଙ୍କୁ ଘେରୁଛି ଇରାନ୍; ଭିଡ଼ିଓ ଭାଇରାଲ

Subhramjit Ray
Browse all articles by Subhramjit Ray
·2 hours ago·2 min read
କିପରି ଭାରତୀୟ ଚଳଚ୍ଚିତ୍ର ମାଧ୍ୟମରେ କିପରି ଟ୍ରମ୍ପଙ୍କୁ ଘେରୁଛି ଇରାନ୍; ଭିଡ଼ିଓ ଭାଇରାଲ
Iran trolls Trump

Key Points

ଇରାନ ପୁଣିଥରେ ଭାରତୀୟ ସିନେମାକୁ ବ୍ୟବହାର କରି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଟ୍ରୋଲ୍ କରିଛି। ଏଥର, ଇରାନ ଏକ ଟଲିଉଡ୍ ଚଳଚ୍ଚିତ୍ରର ଏକ ଦୃଶ୍ୟ ପୋଷ୍ଟ କରି ଟ୍ରମ୍ପଙ୍କୁ ଟାର୍ଗେଟ କରିଛି।
ଆମେରିକା-ଇରାନ ମଧ୍ୟରେ ଯୁଦ୍ଧ କେବଳ ଜଳ, ସ୍ଥଳ, ଆକାଶରେ ହେଉନାହିଁ। ବରଂ ସୋସିଆଲ ମିଡି଼ଆରେ ମଧ୍ୟ ହେଉଛି। ଏଥିରେ ଇରାନ, ଆମେରିକା ଠାରୁ ଆଗରେ ଥିବା ପରି ମନେ ହେଉଛି। ଗତ ଫେବୃଆରୀ ୨୮ ତାରିଖରେ ଯୁଦ୍ଧ ଆରମ୍ଭ ହେବା ପର ଠାରୁ ଇରାନ ମୀମ୍ସ (Memes) ମାଧ୍ୟମରେ ଆମେରିକାକୁ ଉପହାସ କରୁଛି। ବିଗତ କିଛି ଦିନ ଧରି ଇରାନ, ଆମେରିକୀୟ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଟ୍ରୋଲ କରିବା ପାଇଁ ଭାରତୀୟ ସିନେମା ବ୍ୟବହାର କରୁଛି।

ସମ୍ପ୍ରତି, ଇରାନ ଅକ୍ଷୟ କୁମାରଙ୍କ ଏକ ଭାଇରାଲ ମୀମ୍ସ ସହିତ ରାଷ୍ଟ୍ରପତି ଟ୍ରମ୍ପଙ୍କୁ ଟ୍ରୋଲ୍ କରିଥିଲା। ଏବେ, ଇରାନ ଏକ ଦକ୍ଷିଣ ଭାରତୀୟ ଚଳଚ୍ଚିତ୍ରର ଏକ ଆକ୍ସନ୍ ସିନ୍ (Tollywood Action Scene) ସହିତ ଟ୍ରମ୍ପଙ୍କୁ ଟ୍ରୋଲ୍ କରିବାକୁ ଚେଷ୍ଟା କରିଛି।

ଜିମ୍ବାୱେ ସ୍ଥିତ ଇରାନୀ ଦୂତାବାସ ସୋସିଆଲ ମିଡିଆରେ ଏକ ଟଲିଉଡ୍ ଫିଲ୍ମ ଭିଡ଼ିଓ ପୋଷ୍ଟ କରିଛି। ଯେଉଁଥିରେ ଜଣେ ଏକାକୀ ନାୟକ ଖଳନାୟକଙ୍କ ଗୁଳି ଚାଳନାର ସାମ୍ନା କରୁଛନ୍ତି। ଏହାକୁ ସେୟାର କରି ଇରାନୀ ଦୂତାବାସ ଲେଖିଛନ୍ତି, "ଟ୍ରମ୍ପ ଇରାନକୁ ଧ୍ୱଂସ କରିବା ବିଷୟରେ କଥା ହେଉଛନ୍ତି। କିନ୍ତୁ ସେ ଜାଣନ୍ତି ଯେ ଇରାନ ଅସହାୟ ନୁହେଁ।"  ଏକ ପୋଷ୍ଟ  ସେୟାର କରି ଇରାନୀ ଦୂତାବାସ ଆହୁରି ଲେଖିଛି ଯେ ଆମେ ଆଜିକାଲି ହଲିଉଡ୍ ଫିଲ୍ମ ବଦଳରେ ବଲିଉଡ୍ ଫିଲ୍ମ ଦେଖୁଛୁ।


ଏହା ସହ ପଢନ୍ତୁ: ଇରାନ ମାରୁଛି ମୀମ୍ସ୍ ବମ୍; ଉଡ଼ିଲା ଟ୍ରମ୍ପଙ୍କ ମଜାକ

ପୂର୍ବରୁ ଅକ୍ଷୟ କୁମାରଙ୍କ ଏକ ମୀମ୍ ସେୟାର କରାଯାଇଥିଲା
ମାତ୍ର ଗୋଟିଏ ସପ୍ତାହ ପୂର୍ବରୁ, ଟ୍ୟୁନିସିଆ ସ୍ଥିତ ଇରାନୀ ଦୂତାବାସ ଅକ୍ଷୟ କୁମାରଙ୍କୁ ନେଇ ଏକ ମୀମ୍ ସହିତ ଟ୍ରମ୍ପଙ୍କୁ ଉପହାସ କରିଥିଲା। ଏହି ମୀମ୍ ହେଉଛି ଅକ୍ଷୟ କୁମାରଙ୍କ "ଦିୱାନେ ହୁଏ ପାଗଲ" ଚଳଚ୍ଚିତ୍ରର ଏକ ଦୃଶ୍ୟ। ଯେଉଁଥିରେ ଅକ୍ଷୟ କୁମାରଙ୍କ ପ୍ରସିଦ୍ଧ ନକଲି-କାନ୍ଦଣା ଭାବ ଏବଂ ହସ ଦେଖାଯାଉଛି। 


ଏହି ମୀମ୍ ସେୟାର କରି ଇରାନୀ ଦୂତାବାସ ଲେଖିଛି ଯେ, "ଏକ ପାଣି ତଳେ ଡ୍ରୋନ୍ ହଜିଯାଇଛି। ତେଲ ମୂଲ୍ୟ ୧୦୦ ଡଲାର ପାଖାପାଖି ପହଞ୍ଚିଲାଣି। ନିର୍ବାଚନ ଆସୁଛି। ତୁମେ କିପରି ଅଛ, ଟ୍ରମ୍ପ?"

ଏହି ପୋଷ୍ଟ ମାଧ୍ୟମରେ, ଇରାନ ଆମେରିକୀୟ ଡ୍ରୋନ୍ କବଜା, ତୈଳ ମୂଲ୍ୟ ବୃଦ୍ଧି ଏବଂ ଆମେରିକାର ମଧ୍ୟବର୍ତ୍ତୀକାଳୀନ ନିର୍ବାଚନକୁ ଉଲ୍ଲେଖ କରିଥିଲା।



Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: