Videos
|
International

Hormuz Crisis Escalates / 'ହର୍ମୁଜ' ପାଲଟିଲା ରଣକ୍ଷେତ୍ର; ୨ଟି ଜାହାଜ ଉପରେ ଗୁଳିମାଡ଼, ଇରାନ କହିଲା 'ଆମ ଅନୁମତି ବିନା ନୋ-ଏଣ୍ଟ୍ରି'

Sushanta Sahoo
Browse all articles by Sushanta Sahoo
·5 months ago·2 min read
'ହର୍ମୁଜ' ପାଲଟିଲା ରଣକ୍ଷେତ୍ର; ୨ଟି ଜାହାଜ ଉପରେ ଗୁଳିମାଡ଼, ଇରାନ କହିଲା 'ଆମ ଅନୁମତି ବିନା ନୋ-ଏଣ୍ଟ୍ରି'
Iran Imposes No-Entry Rule, Ships Targeted

Key Points

'ହର୍ମୁଜ' ପ୍ରଣାଳୀରେ ଫୁଟିଲା ଗୁଳି । ଆମେରିକାର ନାକାବନ୍ଦୀ ପାଇଁ ସମୁଦ୍ରରେ ଜାହାଜ ଟ୍ରାଫିକ୍ ଜାମ୍ କଲେଣି । ଆଉ ଏହି ସମୟରେ 'ହର୍ମୁଜ' ଦେଇ ଆସୁଥିବା ୨ଟି ଜାହାଜ ଉପରେ ଗୁଳିମାଡ଼ ହୋଇଛି ।
ତେହରାନ: 'ହର୍ମୁଜ'କୁ ବନ୍ଦ କଲା ଇରାନ । ପୁଣି ଥରେ ମଧ୍ୟପ୍ରାଚ୍ୟରେ ସୃଷ୍ଟି ହେଲା ଯୁଦ୍ଧ ସ୍ଥିତି । 'ହର୍ମୁଜ' ପ୍ରଣାଳୀରେ ଫୁଟିଲା ଗୁଳି । ଆମେରିକାର ନାକାବନ୍ଦୀ ପାଇଁ ସମୁଦ୍ରରେ ଜାହାଜ ଟ୍ରାଫିକ୍ ଜାମ୍ କଲେଣି । ଆଉ ଏହି ସମୟରେ 'ହର୍ମୁଜ' ଦେଇ ଆସୁଥିବା ୨ଟି ଜାହାଜ ଉପରେ ଗୁଳିମାଡ଼ ହୋଇଛି ।

ଇରାନ ସଂସଦର ରାଷ୍ଟ୍ରୀୟ ସୁରକ୍ଷା କମିଟି ମୁଖ୍ୟ ଇବ୍ରାହିମ ଅଜିଜି କହିଛନ୍ତି, "ଏବେ 'ହର୍ମୁଜ' ଦେଇ ଯାଉଥିବା ସମସ୍ତ ବାଣିଜ୍ୟିକ ଜାହାଜକୁ IRGCର ନୌସେନା ଅନୁମତି ନେବାକୁ ପଡ଼ିବ ।" ଇରାନର ଏହି ଆକ୍ରମଣାତ୍ମକ ଆଭିମୁଖ୍ୟ ପରେ ପୁଣି ଥରେ ଆମେରିକା ସହ ତିକ୍ତତା ଚରମରେ ପହଞ୍ଚିଛି । ଯାହାକି ସିଧାସଳଖ ବୈଶ୍ଵିକ ଆମଦାନୀ ଶୃଙ୍ଖଳା ଓ ସୁରକ୍ଷାକୁ ପ୍ରଭାବିତ କରୁଛି ।

ଏଥିସହ ପଢ଼ନ୍ତୁ: ଟ୍ରମ୍ପଙ୍କୁ ନେଇ ଚିହିଁକିଲା ଇରାନ, କହିଲା 'ହର୍ମୁଜ୍‌ରେ ଚାଲିବ କେବଳ ଆମ ଆଇନ୍'

ଇରାନର ସେନାର ଘୋଷଣା ଅନୁସାରେ, 'ହର୍ମୁଜ'ରେ ପୁଣି ଥରେ ସେନା ନିୟନ୍ତ୍ରଣ ବଳବତ୍ତର କରାଯାଇଛି । ଇରାନର ଅଭିଯୋଗ ହେଲା, ଆମେରିକା ବାରମ୍ବାର ନିୟମ ଉଲ୍ଲଂଘନ କରୁଛି । ଏପରିକି ନାକାବନ୍ଦୀ ନାଁରେ ଇରାନର ବନ୍ଦରରୁ ଲୁଟ୍ କରୁଛି ଆମେରିକା । ଇରାନର ଏହି ବୟାନର କିଛି ଘଣ୍ଟା ପରେ ବାଣିଜ୍ୟିକ ଜାହାଜ ଉପରେ ଗୁଳିମାଡ଼ କରାଯାଇଛି ।

Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ମୋଜତବାଙ୍କ ଚେତାବନୀ

ଏହାରି ଭିତରେ ଇରାନର ସର୍ବୋଚ୍ଚ ନେତା ମୋଜତବା ଖାମେନେଇ ଟେଲିଗ୍ରାମରେ କଡ଼ା ବାର୍ତ୍ତା ଦେଇଛନ୍ତି । ମୋଜତବା ଚେତାବନୀ ଦେଇ କହିଛନ୍ତି, "ଇରାନର ନୌସେନା ଶତ୍ରୁଙ୍କୁ ନୂଆ ଏବଂ ଶକ୍ତ ହାର୍ ଦେବାକୁ ପ୍ରସ୍ତୁତ ରହିଛି ।"

କ'ଣ କହିଲେ ଟ୍ରମ୍ପ ?

ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କିଛି ଘଣ୍ଟା ପୂର୍ବରୁ ଇସାରା ଦେଇ କହିଥିଲେ ଯେ ବଡ଼ ଖୁସି ଖବର ଆସିବାର ଅଛି । କିନ୍ତୁ ସେନେଇ ଟ୍ରମ୍ପ କିଛି ସୂଚନା ଦେଇ ନଥିଲେ । କହିଥିଲେ, ଯଦି ଏପ୍ରିଲ୍ ୨୨ ବୁଧବାର ସୁଦ୍ଧା ୨ ସପ୍ତାହ ଯୁଦ୍ଧ ବିରତି ଶେଷ ପୂର୍ବରୁ କୌଣସି ଚୁକ୍ତି ନ ହୁଏ ତାହେଲେ ଲଢ଼େଇ ପୁଣି ଥରେ ଆରମ୍ଭ ହେବ ।

ଏଥିସହ ପଢ଼ନ୍ତୁ: ପ୍ରଥମ ଥର ପାକିସ୍ତାନ ଫେଲ୍; ପୁଣି ଇରାନ ଆମେରିକା ମଧ୍ୟରେ ଶାନ୍ତି ବୈଠକ

'ହର୍ମୁଜ'ରେ ଏବେ ସ୍ଥିତି କ'ଣ ?

ଶୁକ୍ରବାର ଇସ୍ରାଏଲ୍ ସହ ଲେବାନନର ଅସ୍ତ୍ରବିରତି ନେଇ ଆମେରିକା ଘୋଷଣା କରିଥିଲା । ଏହାପରେ ଅସ୍ତ୍ରବିରତି ପର୍ଯ୍ୟନ୍ତ ଇରାନ ହର୍ମୁଜ ଖୋଲିବାକୁ ଘୋଷଣା କରିଥିଲା । କିନ୍ତୁ ଶୁକ୍ରବାର ସନ୍ଧ୍ୟାର ନିଷ୍ପତ୍ତି ଓ ପରିସ୍ଥିତି ଶନିବାର ସକାଳ ହେଉ ହେଉ ବଦଳି ଯାଇଛି । 'ହର୍ମୁଜ' ଖୁବ୍ କମ୍ ସମୟ ପାଇଁ ଇରାନ ଖୋଲିଥିଲା ।

ତେବେ ଇରାନ ପୁଣି ଥରେ 'ହର୍ମୁଜ' ବନ୍ଦ କରିବା ଏବେ ଜାହାଜ ଉପରେ ଗୁଳିମାଡ଼ ନେଇ ଆମେରିକା ସଙ୍ଗେ ସଙ୍ଗେ କୌଣସି ପ୍ରତିକ୍ରିୟା ଦେଇ ନାହିଁ । ବୁଧବାର ପର୍ଯ୍ୟନ୍ତ ଇରାନ-ଆମେରିକା ଯୁଦ୍ଧବିରତି ରହିଥିବା ବେଳେ କୌଣସି ଚୁକ୍ତି ନହେଲେ ସ୍ଥିତି ଆହୁରି ସଙ୍ଗୀନ ହେବା ଆଶଙ୍କା କରାଯାଉଛି ।