Videos
|
International

Hormuz Crisis Escalates / ଟ୍ରମ୍ପଙ୍କୁ ନେଇ ଚିହିଁକିଲା ଇରାନ, କହିଲା 'ହର୍ମୁଜ୍‌ରେ ଚାଲିବ କେବଳ ଆମ ଆଇନ୍'

Sushanta Sahoo
Browse all articles by Sushanta Sahoo
·4 months ago·2 min read
ଟ୍ରମ୍ପଙ୍କୁ ନେଇ ଚିହିଁକିଲା ଇରାନ, କହିଲା 'ହର୍ମୁଜ୍‌ରେ ଚାଲିବ କେବଳ ଆମ ଆଇନ୍'
Global Tensions Rise

Key Points

ହର୍ମୁଜ ପ୍ରଣାଳୀ, ଆମେରିକାର ନାକାବନ୍ଦୀ । ମୁହାଁମୁହିଁ ହେଲେ ଇରାନ-ଆମେରିକା । ଇରାନ ଆଣିଲା ସାଂଘାତିକ ଅଭିଯୋଗ । ଘଣ୍ଟାଏରେ ଟ୍ରମ୍ପ କହିଛନ୍ତି ୭ଟି ମିଛ ।
ତେହରାନ: ଇରାନ-ଆମେରିକା ମଧ୍ୟରେ ପୁଣି ଥରେ ଆଲୋଚନା ପାଇଁ ପ୍ରୟାସ ଜାରି ରହିଛି । ଅନ୍ୟପଟେ ଉଭୟ ପକ୍ଷ ମଧ୍ୟରେ ଜାରି ରହିଛି ବୟାନବାଜି । ଇରାନ ସଂସଦର ବାଚସ୍ପତି ମହମ୍ମଦ ବଗେର ଗାଲବଫ, ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ କଡ଼ା ଚେତାବନୀ ଦେଇଛନ୍ତି ।

ଆମେରିକା ରାଷ୍ଟ୍ରପତି ଟ୍ରମ୍ପ ହର୍ମୁଜ ବାହାରେ ନକାବନ୍ଦୀ ଜାରି ରଖିବା ଘୋଷଣା କରିବା ପରେ ମହମ୍ମଦ ବଗେର ଗାଲବଫ ଧମକ ଦେଇଛନ୍ତି । ଏଥିସହ ଟ୍ରମ୍ପ ଗୋଟିଏ ଘଣ୍ଟା ଭିତରେ ୭ ଥର ମିଛ ଦାବି କରିଥିବା ଅଭିଯୋଗ ଆଣିଛନ୍ତି ଇରାନ ସଂସଦର ବାଚସ୍ପତି । ତେବେ ଟ୍ରମ୍ପଙ୍କ ମିଛର ବାସ୍ତବତା କଣ ସେ ତାହା କହି ନାହାନ୍ତି ।

ସୋସିଆଲ୍ ମିଡିଆ ଏକ୍ସରେ ଏକେ ପୋଷ୍ଟ କରି ମହମ୍ମଦ ବଗେର ଗାଲବଫ ଲେଖିଛନ୍ତି, "ହର୍ମୁଜ ପ୍ରଣାଳୀ ଦେଇ ଯିବା ଆସିବା ନିର୍ଦ୍ଧାରିତ ମାର୍ଗ ଇରାନ କର୍ତ୍ତୃପକ୍ଷଙ୍କ ଅନୁମତି ଆଧାରରେ ସ୍ଥିର ହେବ । ନାକାବନ୍ଦୀ ଜାରି ରହିଲେ ହର୍ମୁଜ ପ୍ରଣାଳୀ ଖୋଲିବ ନାହିଁ ।"

ଏଥିସହ ପଢ଼ନ୍ତୁ: ଆଉ ରହିବନି ତୈଳ, ଗ୍ୟାସ୍ ଅଭାବ; ୪୯ ଦିନ ପରେ ସମ୍ପୂର୍ଣ୍ଣ ସ୍ଵାଭାବିକ ହେଲା 'ହର୍ମୁଜ' ପ୍ରଣାଳୀ

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ହର୍ମୁଜ ଖୋଲିବାକୁ ଇରାନର ଘୋଷଣା

ଲେବାନନ ସହ ଇସ୍ରାଏଲ୍‌ର ଯୁଦ୍ଧବିରତି ପର୍ଯ୍ୟନ୍ତ ହର୍ମୁଜ ପ୍ରଣାଳୀ ସମସ୍ତ ବାଣିଜ୍ୟିକ ଜାହାଜ ଲାଗି ଇରାନ ଘୋଷଣା କରିଛି । ଇରାନର ବିଦେଶ ମନ୍ତ୍ରୀ ଅବ୍ବାସ ଅରାଘଚି କହିଛନ୍ତି, "ଲେବାନନ ଅସ୍ତ୍ରବିରତିକୁ ଦେଖି 'ହର୍ମୁଜ' ପ୍ରଣାଳୀରେ ସମସ୍ତ ବାଣିଜ୍ୟିକ ଜାହାଜ ଯିବାଆସିବା କରିବାକୁ ଦିଆଯିବ ।" ସେ ଆହୁରି କହିଛନ୍ତି ଲେବାନନ ଅସ୍ତ୍ରବିରତି ପର୍ଯ୍ୟନ୍ତ 'ହର୍ମୁଜ' ପ୍ରଣାଳୀକୁ ସମ୍ପୂର୍ଣ୍ଣ ଖୋଲି ଦିଆଯାଇଛି ।

ଏହା ଉପରେ ପ୍ରତିକ୍ରିୟା ଦେଇ ଟ୍ରମ୍ପ ସ୍ପଷ୍ଟ ଭାବେ କହିଛନ୍ତି, "ଇରାନ ସହ ବୁଝାମଣା ପୁରା ହେବା ପର୍ଯ୍ୟନ୍ତ ହର୍ମୁଜ ପ୍ରଣାଳୀକୁ ନୌସେନା ନାକାବନ୍ଦୀ କରି ରଖିବେ ।" ଏଥିସହ ଏହି ପ୍ରକ୍ରିୟା ବହୁତ ଶୀଘ୍ର ସମ୍ପନ୍ନ ହେବ ବୋଲି ଟ୍ରମ୍ପ ଦାବି କରିଛନ୍ତି ।

ଯଦି ବୁଝାମଣା ନ ହୁଏ ତାହେଲେ ଆମେରିକା ପୁଣି ବୋମାବର୍ଷା କରିବ ବୋଲି ଡୋନାଲ୍ଡ ଟ୍ରମ୍ପ ଚେତାବନୀ ଦେଇଛନ୍ତି । ଟ୍ରମ୍ପ କହିଛନ୍ତି ଯେ, "ହୁଏତ ଯୁଦ୍ଧ ଆଗକୁ ବଢ଼ି ନପାରେ, କିନ୍ତୁ ଇରାନ ବନ୍ଦରରେ ନାକାବନ୍ଦୀ ଜାରି ରହିବ । ଦୁର୍ଭାଗ୍ୟକୁ ଆମକୁ ପୁଣି ଥରେ ବୋମା ପକାଇବାକୁ ପଡ଼ିବ ।"

ଟ୍ରମ୍ପଙ୍କ ଏହି ମନ୍ତବ୍ୟର କାଉଣ୍ଟର କରିଛନ୍ତି ଇରାନ ସଂସଦର ବାଚସ୍ପତି ମହମ୍ମଦ ବଗେର ଗାଲବଫ । ସେ କହିଛନ୍ତି, "ହର୍ମୁଜ ଖୋଲା ରହିବ ନା ବନ୍ଦ ଏବଂ ଏହାର ନିୟନ୍ତ୍ରଣ କରିବାର ନିୟମ ଗ୍ରାଉଣ୍ଡ ସ୍ତରରେ କରାଯିବ, ସୋସିଆଲ୍ ମିଡିଆରେ ନୁହେଁ ।"

ଏଥିସହ ପଢ଼ନ୍ତୁ: ଅଚାନକ ଖସିଲା ଅଶୋଧିତ ତୈଳ ସହ ଗ୍ୟାସ୍ ଦର; ଭାରତ ପାଇଁ ୩ଟି ଭଲ ଖବର

ହର୍ମୁଜ ପ୍ରଣାଳୀ ଏକ ଗୁରୁତ୍ଵପୂର୍ଣ୍ଣ ସାମୁଦ୍ରିକ ପଥ । ଯାହା ଦେଇ ଦୁନିଆର ପ୍ରାୟ ଏକ ପଞ୍ଚମାଂଶ ତୈଳ ଆମଦାନୀ ହୋଇଥାଏ । ଇରାନ ଯୁଦ୍ଧରେ ୪୯ ଦିନ ଧରି ହର୍ମୁଜ ବନ୍ଦ ରହିବା ଦ୍ଵାରା ଅଶୋଧିତ ତୈଳ ଦର ବଢିବା ସହ ଯୋଗାଣ ବାଧାପ୍ରାପ୍ତ ହୋଇଛି ।

ଏବେ ଇରାନ ହର୍ମୁଜକୁ ସମ୍ପୂର୍ଣ୍ଣ ଉନ୍ମୁକ୍ତ କରି ଦେଇଛି । ତେବେ ବାଣିଜ୍ୟିକ ଜାହାଜ ଚଳାଚଳ ପୁଣି କେବେ କରିବ ସ୍ପଷ୍ଟ ହୋଇନାହିଁ । ୱାଲ୍ ଷ୍ଟ୍ରିଟ୍ ଜର୍ଣ୍ଣାଲର ରିପୋର୍ଟ ଅନୁସାରେ, ଜାହାଜଗୁଡ଼ିକ ସ୍ପଷ୍ଟ ସୁରକ୍ଷା ଗ୍ଯାରେଣ୍ଟିର ଅପେକ୍ଷାରେ ଅଛନ୍ତି ।