Videos
|
International

Iran Warns Ukraine / କାହିଁକି କ୍ଷମା ମାଗିଲା ୟୁକ୍ରେନ୍‌ ? କିଭ୍‌ର ୩ଟି ଠିକଣାରେ ଉପରେ ଆକ୍ରମଣ ପାଇଁ ପ୍ରସ୍ତୁତ ଥିଲା ଇରାନ

Sushanta Sahoo
Browse all articles by Sushanta Sahoo
·1 month ago·2 min read
କାହିଁକି କ୍ଷମା ମାଗିଲା ୟୁକ୍ରେନ୍‌ ? କିଭ୍‌ର ୩ଟି ଠିକଣାରେ ଉପରେ ଆକ୍ରମଣ ପାଇଁ ପ୍ରସ୍ତୁତ ଥିଲା ଇରାନ
Ukraine Apologizes for Drone Strike

Key Points

କାସ୍ପିଆନ୍ ସମୁଦ୍ରରେ ଇରାନର ଏକ ବାଣିଜ୍ୟିକ ଜାହାଜ ଉପରେ ୟୁକ୍ରେନ୍‌ର ଡ୍ରୋନ୍ ଆକ୍ରମଣକୁ ନେଇ ଉତ୍ତେଜନା ବୃଦ୍ଧି ପାଇଛି । ଜୁଲାଇ ୨୬ ତାରିଖରେ ହୋଇଥିବା ଏହି ଡ୍ରୋନ୍ ଆକ୍ରମଣ ନେଇ ୟୁକ୍ରେନ୍ ଭୁଲ୍ ସ୍ଵୀକାର କରିଛି ।
ନୂଆଦିଲ୍ଲୀ: ସମୁଦ୍ରରେ ବାଣିଜ୍ୟିକ ଜାହାଜ ଉପରେ ଡ୍ରୋନ୍ ଆକ୍ରମଣ । ଡାକି ଆଣିଥିଲା ଆଉ ଏକ ଯୁଦ୍ଧର ଆହ୍ଵାନ । କାସ୍ପିଆନ୍ ସମୁଦ୍ରରେ ଇରାନର ଏକ ବାଣିଜ୍ୟିକ ଜାହାଜ ଉପରେ ୟୁକ୍ରେନ୍‌ର ଡ୍ରୋନ୍ ଆକ୍ରମଣକୁ ନେଇ ଉତ୍ତେଜନା ବୃଦ୍ଧି ପାଇଛି ।

ଜୁଲାଇ ୨୬ ତାରିଖରେ ହୋଇଥିବା ଏହି ଡ୍ରୋନ୍ ଆକ୍ରମଣ ନେଇ ୟୁକ୍ରେନ୍ ଭୁଲ୍ ସ୍ଵୀକାର କରିଛି । କିଭ୍ କହିଛି, "ଏହି ଆକ୍ରମଣ ଭୁଲ୍‌ରେ ହୋଇଛି ।" କିନ୍ତୁ ୟୁକ୍ରେନ୍‌ର ଏଭଳି ବାର୍ତ୍ତାକୁ ତେହରାନ ଭରସା କରିପାରୁ ନାହିଁ ।

ଏଥିସହ ପଢ଼ନ୍ତୁ: ଭୟରେ କମ୍ପୁଛି ପାକିସ୍ତାନ! ଅଜ୍ଞାତ ଆକ୍ରମଣକାରୀଙ୍କ ଆକ୍ରମଣରେ ଚଳି ପଡ଼ିଲେ ୩୦ LeT ଆତଙ୍କୀ 

ଇରାନ ଦାବି ହେଲା- ଆମ ପାଖରେ ପ୍ରମାଣ ରହିଛି । ପ୍ରମାଣ କହୁଛି ଆକ୍ରମଣ ଜାଣିଶୁଣି କରାଯାଇଛି । ଇରାନର ସର୍ବୋଚ୍ଚ ନତା ଅଲୀ ଖାମେନେଇଙ୍କ ବରିଷ୍ଠ ସୈନ୍ୟ ପରାମର୍ଶଦାତା କହିଛନ୍ତି, "ୟୁକ୍ରେନ୍‌ର ୩ଟି ଠିକଣା ଉପରେ ଆକ୍ରମଣ ପାଇଁ ଇରାନ ପ୍ରସ୍ତୁତ ରହିଥିଲା । କିନ୍ତୁ ୟୁକ୍ରେନ୍ ସରକାର କଥିତ ଭାବରେ କ୍ଷମା ମାଗିବାରୁ ଅପରେସନ୍ ବାତିଲ୍ କଲୁ ।"

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଇବେ ଇରାନ, ୟୁକ୍ରେନ୍‌ର ପରବର୍ତ୍ତୀ ପଦକ୍ଷେପକୁ ଅପେକ୍ଷା କରିଛି । ଏଥିସହ ଇରାନ ସ୍ପଷ୍ଟ ଚେତାବନୀ ଦେଇ କହିଛି, ଏଥିପାଇଁ ୟୁକ୍ରେନକୁ ଦାୟୀ କରି ଜରୁରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଯାହା ଏକ ନୂଆ ମୋର୍ଚ୍ଚାରେ ଆଉ ଏକ ଯୁଦ୍ଧର ଆହ୍ଵାନ ଦେଉଛି ।

କ'ଣ କହିଲା ଇରାନ ?

ଇରାନ ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ଇସ୍ମାଇଲ ବଘାଈ ସୋମବାର କହିଛନ୍ତି, "ଇରାନ ଏବେ ଦେଖିବାକୁ ଚାହୁଁଛି ଯେ, କାସ୍ପିଆନ୍ ସମୁଦ୍ରରେ ବାଣିଜ୍ୟିକ ଜାହାଜ ଉପରେ ହୋଇଥିବା ଡ୍ରୋନ ଆକ୍ରମଣ ଦାବି ସମର୍ଥରେ କ'ଣ ପଦକ୍ଷେପ ନେଉଛି ।"

ଏଥିସହ ବଘାଇ କହିଛନ୍ତି, "ଆକ୍ରମଣ ପରେ ଦୁଇ ଦେଶର ବିଦେଶ ମନ୍ତ୍ରୀଙ୍କ ମଧ୍ୟରେ ହୋଇଥିବା ଫୋନ୍ ବାର୍ତ୍ତାଳାପରେ ଇରାନ ସନ୍ତୁଷ୍ଟ ନୁହେଁ । ୟୁକ୍ରେନ୍ ଏହି ଆକ୍ରମଣ ଜାଣିଶୁଣି କରି ନଥିବା କହୁଥିଲେ ମଧ୍ୟ ଆକ୍ରମଣ ଜାଣିଶୁଣି କରାଯାଇଥିବା ଆମ ପାଖରେ ପ୍ରମାଣ ଅଛି । ଯେଉଁଥିରେ ୟୁକ୍ରେନ୍ ରାଷ୍ଟ୍ରପତିଙ୍କ ସାର୍ବଜନୀନ ମନ୍ତବ୍ୟ ରହିଛି । ଯାହା ସୂଚାଉଛି ଆକ୍ରମଣ ଜାଣିଶୁଣି କରାଯାଇଛି ।"

ଏଥିସହ ପଢ଼ନ୍ତୁ: ଇରାନ ସହ ପୁଣି କଥାବାର୍ତ୍ତା ପୂର୍ବରୁ ଟ୍ରମ୍ପ ଦେଲେ ନିଆଁ ଲଗା ମନ୍ତବ୍ୟ 

IRGCର ପୂର୍ବ କମାଣ୍ଡର ମେଜର ଜେନରାଲ ମୋହସେନ ରେଜାଈ କହିଛନ୍ତି, "ୟୁକ୍ରେନ୍‌ର ୩ଟି ଠିକଣାରେ ଆକ୍ରମଣ ପାଇଁ ପ୍ରସ୍ତୁତ ହୋଇ ସାରିଥିଲୁ । କିନ୍ତୁ କିଭ୍ ଆକ୍ରମଣକୁ ଭୁଲ୍ ମାନିବାରୁ ଇରାନ ଜବାବୀ କାର୍ଯ୍ୟାନୁଷ୍ଠାନ ରୋକି ଦେଇଛି ।"
Iran Planned to Attack 3 Ukraine Targets After Drone Strike | Argus News | Argus News